ଦୁଇ ଦିନରେ ଖେଳ ଶେଷ: ପିଙ୍କ ବଲ ଟେଷ୍ଟରେ ୧୦ ୱିକେଟରେ ଜିତିଲା ଭାରତ

Published: Feb 25, 2021, 8:08 pm IST

ଅହମ୍ମଦାବାଦ: ପିଙ୍କ ଟେଷ୍ଟ ଦ୍ଵିତୀୟ ଦିବସରେ ଖେଳର ଫଳାଫଳ ମିଳିଛି। ଇଂଲଣ୍ଡକୁ ହରାଇ ଭାରତ ଏହି ଟେଷ୍ଟ ୧୦ ୱିକେଟରେ ଜିତି ନେଇଛି। ଏହା ସହ ଭାରତ ଚାରି ମ୍ୟାଚ ବିଶିଷ୍ଟ ଏହି ସିରିଜରେ ୨-୧ରେ ଆଗୁଆ ରହିଛି। ପ୍ରଥମ ପାଳିରେ ଇଂଲଣ୍ଡ ସମସ୍ତ ୱିକେଟ ହରାଇ ୧୧୨ ରନ ସଂଗ୍ରହ କରିଥିଲା।  ଭାରତ ପ୍ରଥମ ପାଳିରେ ସମସ୍ତ ୱିକେଟ ହରାଇ ୧୪୫ ରନ କରିବାରେ ସକ୍ଷମ ହୋଇଥିଲା। ତେଣୁ ବିରାଟ ବାହିନୀ ଇଂଲଣ୍ଡ ଦଳ ଠାରୁ ପ୍ରଥମ ପାଳିରେ ୩୩ ରନରେ ଅଗ୍ରଣୀ ଥିଲା।

ତେବେ ଭ୍ରମଣକାରୀ ଦଳ ଆଜି ଦ୍ଵିତୀୟ ଇନିଂସ ଖେଳ ଆରମ୍ଭ କରିଥିଲେ ମଧ୍ୟ ପ୍ରଥମ ପାଳି ଭଳି କୌଣସି ବ୍ୟଟ୍ସମ୍ୟାନ ଲମ୍ବା ପାଳି ଖେଳିବାରେ ସକ୍ଷମ ହୋଇପାରିନଥିଲେ। ରୁଟଙ୍କ ଦଳ ମାତ୍ର ୮୧ ରନରେ ସମସ୍ତ ୱିକେଟ ହରାଇ ଭାରତୀୟ ଦଳକୁ ୪୯ ରନର ଟାର୍ଗେଟ ଦେଇଥିଲେ।

ଭାରତ ସହଜରେ ୭.୪ ଓଭରରେ କୌଣସି ୱିକେଟ ହରାଇ ଏହି ଟାର୍ଗେଟକୁ ହାସଲ କରିନେଇଛି। ରୋହିତ ଶର୍ମା ୨୫ ଟି ବଲରେ ୨୫ ରନ କରିଥିବା ବେଳେ ଶୁବମାନ ଗିଲ ୨୧ ଟି ବଲରେ ୧୫ ରନ କରି ଦଳକୁ ବିଜୟ କରାଇଥିଲେ।

Related posts