Categories
ଆଜିର ଖବର ଖେଳ ଜାତୀୟ ଖବର

ଦୁଇ ଦିନରେ ଖେଳ ଶେଷ: ପିଙ୍କ ବଲ ଟେଷ୍ଟରେ ୧୦ ୱିକେଟରେ ଜିତିଲା ଭାରତ

ଅହମ୍ମଦାବାଦ: ପିଙ୍କ ଟେଷ୍ଟ ଦ୍ଵିତୀୟ ଦିବସରେ ଖେଳର ଫଳାଫଳ ମିଳିଛି। ଇଂଲଣ୍ଡକୁ ହରାଇ ଭାରତ ଏହି ଟେଷ୍ଟ ୧୦ ୱିକେଟରେ ଜିତି ନେଇଛି। ଏହା ସହ ଭାରତ ଚାରି ମ୍ୟାଚ ବିଶିଷ୍ଟ ଏହି ସିରିଜରେ ୨-୧ରେ ଆଗୁଆ ରହିଛି। ପ୍ରଥମ ପାଳିରେ ଇଂଲଣ୍ଡ ସମସ୍ତ ୱିକେଟ ହରାଇ ୧୧୨ ରନ ସଂଗ୍ରହ କରିଥିଲା।  ଭାରତ ପ୍ରଥମ ପାଳିରେ ସମସ୍ତ ୱିକେଟ ହରାଇ ୧୪୫ ରନ କରିବାରେ ସକ୍ଷମ ହୋଇଥିଲା। ତେଣୁ ବିରାଟ ବାହିନୀ ଇଂଲଣ୍ଡ ଦଳ ଠାରୁ ପ୍ରଥମ ପାଳିରେ ୩୩ ରନରେ ଅଗ୍ରଣୀ ଥିଲା।

ତେବେ ଭ୍ରମଣକାରୀ ଦଳ ଆଜି ଦ୍ଵିତୀୟ ଇନିଂସ ଖେଳ ଆରମ୍ଭ କରିଥିଲେ ମଧ୍ୟ ପ୍ରଥମ ପାଳି ଭଳି କୌଣସି ବ୍ୟଟ୍ସମ୍ୟାନ ଲମ୍ବା ପାଳି ଖେଳିବାରେ ସକ୍ଷମ ହୋଇପାରିନଥିଲେ। ରୁଟଙ୍କ ଦଳ ମାତ୍ର ୮୧ ରନରେ ସମସ୍ତ ୱିକେଟ ହରାଇ ଭାରତୀୟ ଦଳକୁ ୪୯ ରନର ଟାର୍ଗେଟ ଦେଇଥିଲେ।

ଭାରତ ସହଜରେ ୭.୪ ଓଭରରେ କୌଣସି ୱିକେଟ ହରାଇ ଏହି ଟାର୍ଗେଟକୁ ହାସଲ କରିନେଇଛି। ରୋହିତ ଶର୍ମା ୨୫ ଟି ବଲରେ ୨୫ ରନ କରିଥିବା ବେଳେ ଶୁବମାନ ଗିଲ ୨୧ ଟି ବଲରେ ୧୫ ରନ କରି ଦଳକୁ ବିଜୟ କରାଇଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ତୃତୀୟ ଟେଷ୍ଟ: ଘରୋଇ ପଡିଆରେ ଅକ୍ଶର ପଟେଲଙ୍କ ଯାଦୁକରୀ ବୋଲିଂ, ଇଂଲଣ୍ଡ ୧୧୨ ରନରେ ଅଲଆଉଟ

ଅହମ୍ମଦାବାଦ: ଆଜିଠାରୁ ଭାରତ-ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ଆରମ୍ଭ ହୋଇଛି। ଏହି ଦିବାରାତ୍ର ପିଙ୍କ ବଲ ଟେଷ୍ଟରେ ଇଂଲଣ୍ଡ ପ୍ରଥମେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା। ଭ୍ରମଣକାରୀ ଦଳ ପ୍ରଥମ ପାଳିରେ ମାତ୍ର ୧୧୨ ରନ କରିବାରେ ସକ୍ଷମ ହୋଇଥିଲା। କେବଳ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଜ୍ୟାକ କ୍ରାଓଲି ଅର୍ଦ୍ଧଶତକ ପାଳି ଖେଳିଥିଲେ। ତାଙ୍କ ଛଡା ଅନ୍ୟ କୌଣସି ଖେଳାଳି ଲମ୍ବା ପାଳି ଖେଳିବାରେ ସକ୍ଷମ ହୋଇପାରିନଥିଲେ।

ଇଂଲଣ୍ଡ ବ୍ୟାଟିଂ:

୧- ଜ୍ୟାକ କ୍ରାଓଲି- ୫୩ ରନ

୨- ଡମ ସିବ୍ଲି- ୦୦

୩- ଜନି ବେୟାରଷ୍ଟୋ- ୦୦

୪- ଜୋ ରୁଟ- ୧୭

୫- ବେନ ଷ୍ଟୋକ୍ସ- ୦୬

୬- ଓଲ୍ଲୀ ପୋପ- ୦୧

୭- ବେନ ଫୋକ୍ସ- ୧୨

୮- ଯୋଫ୍ରା ଆର୍ଚର- ୧୧

୯- ଜ୍ୟାକ ଲିଚ- ୦୩

୧୦- ଷ୍ଟୁଆର୍ଟ ବ୍ରଡ଼- ୦୩

୧୧- ଜେମ୍ସ ଆଣ୍ଡର୍ସନ- ୦୦ ଅପରାଜିତ

ଭାରତ ବୋଲିଂ:

ଅକ୍ଶର ପଟେଲ ସର୍ବାଧିକ ୬ ଟି ୱିକେଟ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ଵିନୀ ୩ ଟି ଏବଂ ଇଶାନ୍ତ ଶର୍ମା ୧ ଟି ୱିକେଟ ଅକ୍ତିଆର କରିଥିଲେ।