Categories
ବିଶେଷ ଖବର ରାଜ୍ୟ ଖବର

PANCHAYAT BREAKING: ଘୋଷଣା ହେଲା ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ତାରିଖ

ଭୁବନେଶ୍ବର: ଆଜି ରାଜ୍ୟ ନିର୍ବାଚନ କମିଶନର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଏଥିସହିତ ନାଏବ ସରପଞ୍ଚ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିର୍ବାଚନ ତାରିଖ ମଧ୍ୟ ସେ ଘୋଷଣା କରିଛନ୍ତି। ଜାଣନ୍ତୁ କେଉଁ ତାରିଖରେ କେଉଁ ନିର୍ବାଚନ ହେବ

ପଞ୍ଚାୟତ ନିର୍ବାଚନ

ବିଜ୍ଞପ୍ତି ପ୍ରକାଶ – ୧୩ ଜାନୁୟାରୀ

ପ୍ରାର୍ଥୀ ପତ୍ର ଦାଖଲ- ୧୭ ଜାନୁୟାରୀ ରୁ ୨୧ ଜାନୁୟାରୀ

ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ୨୫ ଜାନୁୟାରୀ

ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ- ୨୫ ଜାନୁୟାରୀ

ଭୋଟ ଗ୍ରହଣ

ଫେବ୍ରୁଆରୀ ୧୬ – ପ୍ରଥମ ପର୍ଯ୍ୟାୟ

ଫେବ୍ରୁଆରୀ ୧୮ – ଦ୍ୱିତୀୟ ପର୍ଯ୍ୟାୟ

ଫେବ୍ରୁଆରୀ ୨୦ – ତୃତୀୟ ପର୍ଯ୍ୟାୟ

ଫେବ୍ରୁଆରୀ ୨୨ – ଚତୁର୍ଥ ପର୍ଯ୍ୟାୟ

ଫେବ୍ରୁଆରୀ ୨୪ – ପଞ୍ଚମ ପର୍ଯ୍ୟାୟ

ଭୋଟ ଗଣତି- ଫେବୃୟାରୀ ୨୬-୨୭ ଓ ୨୮ ତାରିଖ

ଅନ୍ୟ ପଦବୀ ପାଇଁ ନିର୍ବାଚନ ତାରିଖ

ନାଏବ ସରପଞ୍ଚ- ମାର୍ଚ୍ଚ ୧୧ ତାରିଖ

ପଞ୍ଚାୟତ ସମିତି ଅଧ୍ୟକ୍ଷ -ମାର୍ଚ୍ଚ ୧୨ ତାରିଖ

ପଞ୍ଚାୟତ ସମିତି ଉପାଧ୍ୟକ୍ଷ- ମାର୍ଚ୍ଚ ୨୩ ତାରିଖରେ

ଜିଲ୍ଲା ପରିଷଦ ଅଧ୍ୟକ୍ଷ-ମାର୍ଚ୍ଚ ୧୩ ତାରିଖ

ଜିଲ୍ଲା ପରିଷଦ ଉପାଧ୍ୟକ୍ଷ- ମାର୍ଚ୍ଚ ୨୫ ତାରିଖ

Categories
ଆଜିର ଖବର ରାଜ୍ୟ ଖବର

ପ୍ରକାଶ ହେଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣ ତାଲିକା, ଜାଣନ୍ତୁ ଆପଣଙ୍କ ଜିଲ୍ଲାରେ କଣ ହୋଇଛି

ଭୁବନେଶ୍ବର: ଶେଷରେ ପ୍ରକାଶିତ ହୋଇଛି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ସଂରକ୍ଷଣ ତାଲିକା।  ନେଇ ରାଜ୍ୟ ସରକାର ପୂର୍ବରୁ ସଂରକ୍ଷଣର ଚିଠି ତାଲିକା ପ୍ରକାଶ କରିଥିଲେ। ସେସବୁର ଅଭିଯୋଗ ପାଇଁ ଆହ୍ବାନ କରାଯାଇଥିଲା। ସେସବୁକୁ ବିଚାରକୁ ନେଇ ବର୍ତ୍ତମାନ ଚୁଡାନ୍ତ ତାଲିକା ପ୍ରକାଶ ପାଇଛି।

ସଂରକ୍ଷଣ ତାଲିକା ଅନୁସାରେ

ବର୍ତ୍ତମାନ ଜିଲ୍ଲା ପରିଷଦର ଏହି ଚୁଡାନ୍ତ ସଂରକ୍ଷଣ ତାଲିକା ଅନୁସାରେ ନିର୍ବାଚନ ହେବ।

Categories
ବିଶେଷ ଖବର

ପ୍ରକାଶ ପାଇଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣ ତାଲିକା, ଜାନୁୟାରୀ ୩ ତାରିଖ ସୁଦ୍ଧା କରିପାରିବେ ଅଭିଯୋଗ

ଭୁବନେଶ୍ଵର: ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି ପ୍ରରିପ୍ରେକ୍ଷୀରେ ରାଜ୍ୟ ସରକାର ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣ ତାଲିକା ଜାରି କରିଛନ୍ତି। ଜିଲ୍ଲା ପରିଷଦମାନଙ୍କର ଅଧ୍ୟକ୍ଷ ପଦବୀଗୁଡିକୁ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆ ବର୍ଗ ଓ ମହିଳାମାନଙ୍କ ପାଇଁ ସଂରକ୍ଷଣ କରିବା ନିମିତ୍ତ ରାଜ୍ୟ ସରକାର ଏହି ତାଲିକା ମାଧ୍ୟମରେ ପ୍ରସ୍ତାବ ରଖିଛନ୍ତି।

ତେବେ ପ୍ରକାଶିତ ସଂରକ୍ଷଣ ତାଲିକାକୁ ନେଇ ସର୍ବସାଧାରଣଙ୍କ ଠାରୁ ଅଭିଯୋଗ/ପରାମର୍ଶ ଆହ୍ଵାନ କରାଯାଇଛି। ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଏହାକୁ ନେଇ ସର୍ବସାଧାରଣମାନେ ଅଭିଯୋଗ କିମ୍ବା ପରାମର୍ଶ ଦେଇପାରିବେ। ଇ-ମେଲ [email protected] କିମ୍ବା [email protected] ମାଧ୍ୟମରେ ଅଭିଯୋଗ/ପରାମର୍ଶ ଦାଖଲ କରିବାକୁ ନିବେଦନ କରାଯାଇଛି।

ଜିଲ୍ଲା ୱାରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣ ତାଲିକା:

୧- ଅନୁଗୁଳ- ଅଣ ସଂରକ୍ଷିତ

୨- କଟକ- ଅଣ ସଂରକ୍ଷିତ

୩- କନ୍ଧମାଳ- ଅନୁସୂଚିତ ଜନଜାତି, ମହିଳା

୪- କଳାହାଣ୍ଡି- ଅଣ ସଂରକ୍ଷିତ

୫- କେନ୍ଦୁଝର- ଅଣ ସଂରକ୍ଷିତ

୬- କେନ୍ଦ୍ରାପଡା- ଅନୁସୂଚିତ ଜାତି, ମହିଳା

୭- କୋରାପୁଟ- ଅନୁସୂଚିତ ଜନଜାତି, ମହିଳା

୮- ଖୋର୍ଦ୍ଧା- ମହିଳା

୯- ଗଜପତି- ଅଣ ସଂରକ୍ଷିତ

୧୦- ଗଞ୍ଜାମ- ମହିଳା

୧୧- ଜଗତସିଂହପୁର- ଅନୁସୂଚିତ ଜାତି

୧୨- ଝାରସୁଗୁଡା- ମହିଳା

୧୩- ଢେଙ୍କାନାଳ- ମହିଳା

୧୪- ଦେବଗଡ- ଅଣ ସଂରକ୍ଷିତ

୧୫- ନବରଙ୍ଗପୁର- ଅନୁସୂଚିତ ଜନଜାତି

୧୬- ନୟାଗଡ- ଅଣ ସଂରକ୍ଷିତ

୧୭- ନୂଆପଡା- ମହିଳା

୧୮- ପୁରୀ- ମହିଳା

୧୯- ବରଗଡ- ଅଣ ସଂରକ୍ଷିତ

୨୦- ବଲାଙ୍ଗୀରି- ମହିଳା

୨୧- ବାଲେଶ୍ଵର- ଅଣ ସଂରକ୍ଷିତ

୨୨- ବୌଦ୍ଧ- ଅନୁସୂଚିତ ଜାତି, ମହିଳା

୨୩- ଭଦ୍ରକ- ଅନୁସୂଚିତ ଜାତି

୨୪- ମୟୂରଭଞ୍ଜ- ଅନୁସୂଚିତ ଜନଜାତି

୨୫- ମାଲକାନଗିରି- ଅନୁସୂଚିତଜନଜାତି, ମହିଳା

୨୬- ଯାଜପୁର- ଅନୁସୂଚିତ ଜାତି, ମହିଳା

୨୭- ରାୟଗଡା- ଅନୁସୂଚିତ ଜନଜାତି, ମହିଳା

୨୮- ସମ୍ବଲପୁର- ମହିଳା

୨୯- ସୁନ୍ଦରଗଡ- ଅନୁସୂଚିତ ଜନଜାତି

୩୦- ସୋନପୁର- ଅଣ ସଂରକ୍ଷିତ