ପ୍ରକାଶ ପାଇଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣ ତାଲିକା, ଜାନୁୟାରୀ ୩ ତାରିଖ ସୁଦ୍ଧା କରିପାରିବେ ଅଭିଯୋଗ

Published: Dec 24, 2021, 7:02 pm IST

ଭୁବନେଶ୍ଵର: ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି ପ୍ରରିପ୍ରେକ୍ଷୀରେ ରାଜ୍ୟ ସରକାର ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣ ତାଲିକା ଜାରି କରିଛନ୍ତି। ଜିଲ୍ଲା ପରିଷଦମାନଙ୍କର ଅଧ୍ୟକ୍ଷ ପଦବୀଗୁଡିକୁ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆ ବର୍ଗ ଓ ମହିଳାମାନଙ୍କ ପାଇଁ ସଂରକ୍ଷଣ କରିବା ନିମିତ୍ତ ରାଜ୍ୟ ସରକାର ଏହି ତାଲିକା ମାଧ୍ୟମରେ ପ୍ରସ୍ତାବ ରଖିଛନ୍ତି।

ତେବେ ପ୍ରକାଶିତ ସଂରକ୍ଷଣ ତାଲିକାକୁ ନେଇ ସର୍ବସାଧାରଣଙ୍କ ଠାରୁ ଅଭିଯୋଗ/ପରାମର୍ଶ ଆହ୍ଵାନ କରାଯାଇଛି। ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଏହାକୁ ନେଇ ସର୍ବସାଧାରଣମାନେ ଅଭିଯୋଗ କିମ୍ବା ପରାମର୍ଶ ଦେଇପାରିବେ। ଇ-ମେଲ [email protected] କିମ୍ବା [email protected] ମାଧ୍ୟମରେ ଅଭିଯୋଗ/ପରାମର୍ଶ ଦାଖଲ କରିବାକୁ ନିବେଦନ କରାଯାଇଛି।

ଜିଲ୍ଲା ୱାରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣ ତାଲିକା:

୧- ଅନୁଗୁଳ- ଅଣ ସଂରକ୍ଷିତ

୨- କଟକ- ଅଣ ସଂରକ୍ଷିତ

୩- କନ୍ଧମାଳ- ଅନୁସୂଚିତ ଜନଜାତି, ମହିଳା

୪- କଳାହାଣ୍ଡି- ଅଣ ସଂରକ୍ଷିତ

୫- କେନ୍ଦୁଝର- ଅଣ ସଂରକ୍ଷିତ

୬- କେନ୍ଦ୍ରାପଡା- ଅନୁସୂଚିତ ଜାତି, ମହିଳା

୭- କୋରାପୁଟ- ଅନୁସୂଚିତ ଜନଜାତି, ମହିଳା

୮- ଖୋର୍ଦ୍ଧା- ମହିଳା

୯- ଗଜପତି- ଅଣ ସଂରକ୍ଷିତ

୧୦- ଗଞ୍ଜାମ- ମହିଳା

୧୧- ଜଗତସିଂହପୁର- ଅନୁସୂଚିତ ଜାତି

୧୨- ଝାରସୁଗୁଡା- ମହିଳା

୧୩- ଢେଙ୍କାନାଳ- ମହିଳା

୧୪- ଦେବଗଡ- ଅଣ ସଂରକ୍ଷିତ

୧୫- ନବରଙ୍ଗପୁର- ଅନୁସୂଚିତ ଜନଜାତି

୧୬- ନୟାଗଡ- ଅଣ ସଂରକ୍ଷିତ

୧୭- ନୂଆପଡା- ମହିଳା

୧୮- ପୁରୀ- ମହିଳା

୧୯- ବରଗଡ- ଅଣ ସଂରକ୍ଷିତ

୨୦- ବଲାଙ୍ଗୀରି- ମହିଳା

୨୧- ବାଲେଶ୍ଵର- ଅଣ ସଂରକ୍ଷିତ

୨୨- ବୌଦ୍ଧ- ଅନୁସୂଚିତ ଜାତି, ମହିଳା

୨୩- ଭଦ୍ରକ- ଅନୁସୂଚିତ ଜାତି

୨୪- ମୟୂରଭଞ୍ଜ- ଅନୁସୂଚିତ ଜନଜାତି

୨୫- ମାଲକାନଗିରି- ଅନୁସୂଚିତଜନଜାତି, ମହିଳା

୨୬- ଯାଜପୁର- ଅନୁସୂଚିତ ଜାତି, ମହିଳା

୨୭- ରାୟଗଡା- ଅନୁସୂଚିତ ଜନଜାତି, ମହିଳା

୨୮- ସମ୍ବଲପୁର- ମହିଳା

୨୯- ସୁନ୍ଦରଗଡ- ଅନୁସୂଚିତ ଜନଜାତି

୩୦- ସୋନପୁର- ଅଣ ସଂରକ୍ଷିତ

Related posts