Categories
ବିଶେଷ ଖବର ସ୍ବାସ୍ଥ୍ୟ

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କେନ୍ଦ୍ରାପଡାର ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉଦ୍‌ଘାଟିତ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ରାପଡା ଜିଲ୍ଲାର ନୂଆ ମୁଖ୍ୟ ଚିକିତ୍ସାଳୟ କମ୍ପ୍ଲେକ୍‌ସର ଉଦ୍‌ଘାଟନ କରିଛନ୍ତି।

ଏହି ନୂତନ ଚିକିତ୍ସାଳୟ କମ୍ପ୍ଲେକ୍‌ସରେ ୨୦୦ଟି ଶଯ୍ୟା ଥିବାବେଳେ ଅତ୍ୟାଧୁନିକ OPD Unit, Casuality ଓ Trauma Care, 5 ଶଯ୍ୟା ବିଶିଷ୍ଟ Trauma ICU, Radiology, MRI CT Scan ସୁବିଧା, ଉନ୍ନତ ଧରଣର OT Complex, ୧୫ ଶଯ୍ୟା ବିଶିଷ୍ଟ SNCU ସହିତ କଙ୍ଗାରୁ ମାତୃସେବା ସୁବିଧା, ୩୪ ଶଯ୍ୟା ବିଶିଷ୍ଟ ICU ବ୍ୟବସ୍ଥା କରାଯାଇଛି।

ଭର୍ଚୁଆଲ ଜରିଆରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ ଯେ ଏହି ଆଧୁନିକ ହସ୍‌ପିଟାଲ କେନ୍ଦ୍ରାପଡା ଜିଲ୍ଲାରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ରୂପାନ୍ତର ଆଣିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଜିଲ୍ଲାର ରୋଗୀମନଙ୍କୁ ଆଉ ଚିକିତ୍ସା ପାଇଁ ଆଉ କଟକ ବା ଭୁବନେଶ୍ବର ଯିବା ଆବଶ୍ୟକ ନାହିଁ। ନିଜ ଜିଲ୍ଲାରେ ହିଁ ସେମାନେ ଉତ୍ତମ ସ୍ବାସ୍ଥ୍ୟସେବା ପାଇପାରିବେ।

ଆମ ପାଇଁ ‘ପ୍ରତି ଜୀବନ ମୂଲ୍ୟବାନ’। ଏହି ଆଦର୍ଶ ନେଇ ଆମେ କାମ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଡାକ୍ତର ଓ ପାରାମେଡିକ୍‌ସ ମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତେଣୁ, ଆପଣମାନେ ନିଷ୍ଠାର ସହ ରୋଗୀର ସେବା କରନ୍ତୁ। ରୋଗୀର ମୁହଁରେ ହସ ଓ ମନରେ ବିଶ୍ବାସ ହିଁ ଆପଣମାନଙ୍କ ପାଇଁ ଏବଂ ଆମ ସମସ୍ତଙ୍କ ପାଇଁ ବଡ ପୁରସ୍କାର ହେବ ଓ ଆମ ପାଇଁ ସନ୍ତୋଷ ଆଣିପାରିବ।

ରାଜ୍ୟରେ ସ୍ବାସ୍ଥ୍ୟ ସେବା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଲକ୍ଷ ଲକ୍ଷ ଲୋକ ବିନା ପଇସାରେ ଭଲ ଚିକିତ୍ସା ପାଇପାରୁଛନ୍ତି। ଲକ୍ଷ ଲକ୍ଷ ପରିବାର ଉପକୃତ ହେଉଛନ୍ତି। ଏହାଦ୍ବାରା ଗରିବ ଲୋକଙ୍କ ଚିକିତ୍ସା ଚିନ୍ତା ଦୂର ହୋଇପାରିଛି ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଲେ ଯେ କେନ୍ଦ୍ରାପଡା ହେଉଛି ବିଜୁ ବାବୁଙ୍କ କର୍ମ ଭୂମି। କେନ୍ଦ୍ରାପଡାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ଦୃଷ୍ଟି ରହିଛି। ଆଜି କେନ୍ଦ୍ରାପଡା ଜିଲ୍ଲାରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ମାଇଲ ଖୁଣ୍ଟ ସ୍ଥାପିତ ହୋଇଛି ବୋଲି ସେ କହିଥିଲେ।

ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ କହିଲେ ଯେ ଆଜି କେନ୍ଦ୍ରାପଡାବାସୀଙ୍କ ପାଇଁ ଏକ ଗର୍ବ ଓ ଗୌରବର ଦିନ। ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ସ୍ବାସ୍ଥ୍ୟସେବାର ଉନ୍ନତି ପାଇଁ ୧୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ଦେଇଛନ୍ତି । ଜିଲ୍ଲାର ସମସ୍ତ ହେଲ୍‌ଥ ସେଣ୍ଟରର ଭିତ୍ତିଭୂମିର ଉନ୍ନତି ପାଇଁ ଅର୍ଥ ଯୋଗାଇ ଦେଇଛନ୍ତି।

କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ତାଙ୍କ ବକ୍ତବ୍ୟରେ କେନ୍ଦ୍ରାପଡାରେ ସ୍ବାସ୍ଥ୍ୟସେବାର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିର ଉଚ୍ଚପ୍ରଶଂସା କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଜିଲ୍ଲାପାଳ ଅମୃତ ଋତୁରାଜ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଜିଲ୍ଲା ପରିଷଦର CDO-cum-EO ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ବିଶ୍ଵ ତମାଖୁ ବର୍ଜନ ଦିବସ ପାଳିତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ଆଜି ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହ ରେ ଜିଲ୍ଲା ସ୍ତରୀୟ ବିଶ୍ଵ ତମାଖୁ ବର୍ଜନ ଦିବସ ପାଳନ କରାଗଲା। ସି ଡ଼ି ଏମ ଓ ଡ କସ୍ତୁରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଡି ପି ଏଚ ଓ ଡ ରାକେଶ ସାହୁ, ଏ ଡି ପି ଏଚ ଓ ଡ ଚନ୍ଦ୍ରିକା ଆଚାର୍ଯ୍ୟ, ଡି ପି ଏମ ଅବନୀ ମହାପାତ୍ରଙ୍କ ସମେତ ନିହାର ଠାକୁର, ହିମାଂଶୁ ବାରିକ, ବିବେକାନନ୍ଦ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

ଅତିଥିଗଣ ନିଜ ଭାଷଣରେ ତମାଖୁ ସେବନର ଅପକାରିତା ଓ କର୍କଟ ରୋଗ ର ଅନ୍ୟତମ କାରଣ କହିବା ସହ ଏହିଭଳି ନିଶାଦ୍ରବ୍ୟକୁ ସେବନ ନ କରିବାତଥା ତଦ୍ ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଁ ସମାଜ ରେ ବିଶେଷ ପ୍ରଚାର ସହ ସ୍କୁଲ କଲେଜ ମାନଙ୍କ ପାଖରେ ଏଭଳି ନିଶାଦ୍ରବ୍ୟ ର ବିକ୍ରି କୁ ନିଷେଧ ଉପରେ କହିଥିଲେ। ଚଳିତ ବର୍ଷର ସ୍ଲୋଗାନ” ତମାଖୁ ଆମ ପରିବେଶ ପ୍ରତି ବିପଦ”ଏବଂ ଏହା ଉପରେ ଗୁରୁତ୍ବ ଦେଇ ତମାଖୁ ସେବନ କୁ ନିରୁତ୍ସହିତ କରିବା ଆମ ସମସ୍ତଙ୍କର ଦାୟିତ୍ୱ।ଏହି ଦିବସର ମହତ୍ତ୍ଵକୁ ମାନେ ପକାଇ ଏକ ଶପଥ ପାଠ କାର୍ଯକ୍ରମ ହୋଇଥିଲା।

ବିଶ୍ଵ ତମାଖୁ ବର୍ଜନ ଦିବସ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ସ୍କୁଲ ଓ କଲେଜ ସ୍ତରୀୟ ବକ୍ତୃତା, ଚିତ୍ରାଙ୍କନ,ସ୍ଲୋଗାନ ପ୍ରତିଯୋଗିତା ରେ ବିଜୟୀ କୃତି ଛାତ୍ର ଛାତ୍ରୀ ଙ୍କୁ ମୁଖ୍ୟ ଅତିଥି ଡ କସ୍ତୁରୀ ମିଶ୍ର ପୁରସ୍କାର ପ୍ରଦାନ କରିଥିଲେ। ସଭା କାର୍ଯକ୍ରମ ପୂର୍ବରୁ ସକାଳ ୮.୦୦ ଘ ସମୟରେ ଆଶା କର୍ମୀ ଓ ଏ ଏନ୍ ଏମ ଛାତ୍ରୀ ମାନଙ୍କ ଦ୍ଵାରା ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ବ୍ଲାକ ଫଙ୍ଗସ୍ ରୋଗୀଙ୍କ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଵତନ୍ତ୍ର ୱାର୍ଡ ବ୍ୟବସ୍ଥା

ଭୁବନେଶ୍ବର: ରାଜ୍ୟରେ ଏବେ ୪୧ ଜଣ ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇ ଚିକିତ୍ସାଧୀନ ଅଛନ୍ତି। ଚିହ୍ନଟ ହେଉଥିବା ବ୍ଲାକ ଫଙ୍ଗସ୍ ରୋଗୀଙ୍କ ଚିକିତ୍ସା ପାଇଁ ସ୍ଵତନ୍ତ୍ର ୱାର୍ଡର ବ୍ୟବସ୍ଥା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଵତନ୍ତ୍ର ୱାର୍ଡ ବ୍ୟାବସ୍ଥା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ମେଡିକାଲ କଲେଜ ଏବଂ ହସ୍ପିଟାଲରେ ମଧ୍ୟ ସ୍ଵତନ୍ତ୍ର ୱାର୍ଡ ପାଇଁ ନିର୍ଦ୍ଦେଶ ହୋଇଛି। କୋଭିଡ ଆକ୍ରାନ୍ତ ଏବଂ ବ୍ଲାକ ଫଙ୍ଗସ୍ ରୋଗୀଙ୍କ ପାଇଁ ଅଲଗା ଅଲଗା ୱାର୍ଡର ବ୍ୟବସ୍ଥା କରାଯାଉଛି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶ ନିରଞ୍ଜନ ମିଶ୍ର ଏନେଇ ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ଜଗତସିଂହପୁରରେ ଜିଲ୍ଲାସ୍ତରୀୟ “ବିଶ୍ୱ ମଧୁମେହ ଦିବସ” ପାଳନ ସହ ସଚେତନତା ରଥର ଉଦଘାଟନ୍

ରମେଶ ମହାନ୍ତି

ଜଗତସିଂହପୁର: ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ “ବିଶ୍ୱ ମଧୁମେହ ଦିବସ” ପାଳନ ହେବା ସହିତ ଏହି ଅବସରରେ ଏକ ସଚେତନତା ରଥର ଉଦଘାଟନ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ବିଜୟା ପଣ୍ଡାଙ୍କ ତତ୍ୱାବଧାନରେ ଏହି କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଉଦଘାଟନୀ କାର୍ଯ୍ୟକ୍ରମରେ ଡଃ ବସନ୍ତ କୁମାର ବାରିକ (ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ, ଯକ୍ଷ୍ମା), ଡଃ କ୍ଷେତ୍ରବାସୀ ଦାଶ (ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ .ଭିବିଡି), ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା କାର୍ଯ୍ୟକାରୀ ପରିଚାଳକ ଚକ୍ରଧର ଜେନା, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ସଚଳା ମହାନ୍ତି ଏବଂ ଡେପୁଟି ମ୍ୟାନେଜର ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ସୁକାନ୍ତ କୁମାର ପ୍ରଧାନ ଉପସ୍ଥିତ ରହି ବିଶ୍ୱ ମଧୁମେହ ଦିବସର ଶୀର୍ଷକ “ସେବା ପ୍ରଦାନକାରୀ ହିଁ ପରିବର୍ତ୍ତନର ଆଧାର” ଉପରେ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସମେତ ଆଶା କର୍ମଚାରୀମାନେ ଉପସ୍ଥିତ ଥିଲେ। ସଚେତନତା ରଥରେ ସାମାଜିକ ଶିକ୍ଷା ସାଙ୍ଗକୁ ମଧୁମେହ ରୋଗ ରୋକିବା ପାଇଁ ବାର୍ତ୍ତା ଅଡ଼ିଓ ମାଧ୍ୟମରେ ପ୍ରଚାର କରାଯାଉଛି। ଏହା ଆସନ୍ତା ୧୮ ନଭେମ୍ବର ପର୍ଯ୍ୟନ୍ତ ସମସ୍ତ ବ୍ଲକ ଏବଂ ସହରାଞ୍ଚଳ ପାରାଦ୍ବୀପ ଏବଂ ଜଗତସିଂହପୁରରେ ପ୍ରଚାର ପାଇଁ ବ୍ୟବସ୍ଥା କରାଯାଇଛି।