ଜଗତସିଂହପୁରରେ ଜିଲ୍ଲାସ୍ତରୀୟ “ବିଶ୍ୱ ମଧୁମେହ ଦିବସ” ପାଳନ ସହ ସଚେତନତା ରଥର ଉଦଘାଟନ୍

Published: Nov 14, 2020, 8:05 pm IST
ଜଗତସିଂହପୁରରେ ଜିଲ୍ଲାସ୍ତରୀୟ "ବିଶ୍ୱ ମଧୁମେହ ଦିବସ" ପାଳନ ସହ ସଚେତନତା ରଥର ଉଦଘାଟନ

ରମେଶ ମହାନ୍ତି

ଜଗତସିଂହପୁର: ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ “ବିଶ୍ୱ ମଧୁମେହ ଦିବସ” ପାଳନ ହେବା ସହିତ ଏହି ଅବସରରେ ଏକ ସଚେତନତା ରଥର ଉଦଘାଟନ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ବିଜୟା ପଣ୍ଡାଙ୍କ ତତ୍ୱାବଧାନରେ ଏହି କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଉଦଘାଟନୀ କାର୍ଯ୍ୟକ୍ରମରେ ଡଃ ବସନ୍ତ କୁମାର ବାରିକ (ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ, ଯକ୍ଷ୍ମା), ଡଃ କ୍ଷେତ୍ରବାସୀ ଦାଶ (ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ .ଭିବିଡି), ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା କାର୍ଯ୍ୟକାରୀ ପରିଚାଳକ ଚକ୍ରଧର ଜେନା, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ସଚଳା ମହାନ୍ତି ଏବଂ ଡେପୁଟି ମ୍ୟାନେଜର ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ସୁକାନ୍ତ କୁମାର ପ୍ରଧାନ ଉପସ୍ଥିତ ରହି ବିଶ୍ୱ ମଧୁମେହ ଦିବସର ଶୀର୍ଷକ “ସେବା ପ୍ରଦାନକାରୀ ହିଁ ପରିବର୍ତ୍ତନର ଆଧାର” ଉପରେ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସମେତ ଆଶା କର୍ମଚାରୀମାନେ ଉପସ୍ଥିତ ଥିଲେ। ସଚେତନତା ରଥରେ ସାମାଜିକ ଶିକ୍ଷା ସାଙ୍ଗକୁ ମଧୁମେହ ରୋଗ ରୋକିବା ପାଇଁ ବାର୍ତ୍ତା ଅଡ଼ିଓ ମାଧ୍ୟମରେ ପ୍ରଚାର କରାଯାଉଛି। ଏହା ଆସନ୍ତା ୧୮ ନଭେମ୍ବର ପର୍ଯ୍ୟନ୍ତ ସମସ୍ତ ବ୍ଲକ ଏବଂ ସହରାଞ୍ଚଳ ପାରାଦ୍ବୀପ ଏବଂ ଜଗତସିଂହପୁରରେ ପ୍ରଚାର ପାଇଁ ବ୍ୟବସ୍ଥା କରାଯାଇଛି।

Related posts