Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନବୀନଙ୍କୁ ସ୍ବାଗତ କରିବା ପାଇଁ ବିମାନବନ୍ଦର ଛକ ପାଲଟିଲା ଜନ ସମୁଦ୍ର, ବିରୋଧୀଙ୍କ ମୁଣ୍ଡ ବିନ୍ଧା

ଭୁବନେଶ୍ବର: ଆଜି ନୂଆଦିଲ୍ଲୀରୁ ଭୁବନେଶ୍ବର ଫେରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କୁ ସ୍ବାଗତ କରିବା ପାଇଁ ବିଜେଡି ତରଫରୁ କରାଯାଇଥିଲା ବ୍ୟାପକ ଆୟୋଜନ। ଯାହା ବିରୋଧୀଙ୍କର ମୁଣ୍ଡ ବିନ୍ଧା ହୋଇଯାଇଛି। କାରଣ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ଆଜି ବିମାନ ବନ୍ଦର ପାଲଟିଥିଲା ଏକ ଜନ ସମୁଦ୍ର। ବିମାନ ବନ୍ଦରରୁ ନବୀନ ନିବାସ ପର୍ଯ୍ୟନ୍ତ ହଜାର ହଜାର କର୍ମିଙ୍କ ହୋଇଥିଲା ସମାଗମ।

ଆଜି ମୁଖ୍ୟମନ୍ତ୍ରୀ ପ୍ରାୟ ଦିନ ବାରଟା ବେଳେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଞ୍ଚିଥିଲେ। ସେଠାରୁ ସେ କାର ଯୋଗେ ନିକଟରେ ଥିବା ଏକ ବସକୁ ଆସିଥିଲେ। ଚାରିପଟୁ ଲୋକଙ୍କ ସମାଗମ ନବୀନଙ୍କୁ ମଧ୍ୟ ବସ ନିକଟକୁ ଆସିବା ନାକେଦମ ହେବାକୁ ପଡିଥିଲା। ସେହି ବସ ଯୋଗେ ସେ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ଦେଇ ନବୀନ ନିବାସ ଫେରିଥିଲେ।

ବସ ଆଗରେ ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ବିଧାୟକ ଅନନ୍ତ ଜେନା, ସାଂସଦ ସସ୍ମିତ ପାତ୍ର, ସୁଲତା ଦେଓ, ପ୍ରଣବ ବଳବନ୍ତରାୟ ପ୍ରମୁଖ ବହୁ ନେତା ଆଗରେ ଆଗରେ ଚାଲିଥାନ୍ତି। ମଝିରେ ମଝିରେ ବସରେ କରାଯାଇଥିବା ସ୍ବାତନ୍ତ୍ର ବ୍ୟବସ୍ଥାରେ ଓପରକୁ ଉଠି ନବୀନ ଲୋକଙ୍କୁ ହାତ ହଲାଇ ସ୍ବାଗତ କରୁଥାନ୍ତି।

ବସଠାରୁ ଏକ ଲମ୍ବା ଜନ ସମୁଦ୍ର ବହୁ ଦୂର ପର୍ଯ୍ୟନ୍ତ ଲମ୍ବି ଯାଇଥିଲା। ଦୁଇପଟେ ଘୋଡା ନାଚ, ଆଦିବାସୀ ନାଚ, ପାଇକ ନାଚ, ଶଙ୍ଖବାଦ୍ୟରେ ପ୍ରକମ୍ପିତ ହେଉଥିଲା ବିମାନ ବନ୍ଦର ଛକ। ସମସ୍ତେ ନବୀନ ପଟ୍ଟନାୟକ ଜିନ୍ଦାବାଦ ଧ୍ବନୀରେ ପ୍ରକମ୍ପିତ ହେଉଥିଲା ପୁରା ଭୁବନେଶ୍ବର। ମଝିରେ ମଝିରେ ବସରେ ଥିବା ହାଇଡ୍ରୋଲିକ ବ୍ୟବସ୍ଥାରେ ଉପରକୁ ଆସି ଭାଷଣ ଦେଉଥିଲେ ନବୀନ।

ନବୀନଙ୍କ ସେହି ପୁରୁଣା କଥା- ଆପଣମାନେ ଖୁସି ତ..ମୁଁ ବି ଖୁସି.. ଶୁଣି ଲୋକେ ବେଶ ଉତଫୁଲିତ ହୋଇ ଯାଉଥିଲେ। ଭିଡ ଏପରି ହୋଇଥିଲା ଯେ ପୋଲିସକୁ ନିୟନ୍ତ୍ରଣ କରିବା ମଧ୍ୟ କାଠିକର ବ୍ୟାପାର ହୋଇଯାଇଥିଲା। ରାସ୍ତାଘାଟ ପୁରା ଗାଡି ଆଉ ଲୋକଙ୍କ ଦ୍ବାରା ଭର୍ତ୍ତି ହୋଇ ଯାଇଥିଲା। ଏଥିରୁ ସ୍ପଷ୍ଟ ହୋଇଥିଲା ଯେ, ନବୀନଙ୍କ ସେହି ଲୋକପ୍ରିୟତା ଏବେ ବି ବଜାଇ ରହିଛି।

ସେପଟେ ବିଜେଡିର ଏପରି ଆୟୋଜନ ଦେଖି ବିରୋଧୀଙ୍କ ଅକଲଗୁଡୁମ। ସେମାନେ ଏହାକୁ ବିରୋଧ କରିବା ପାଇଁ ବିଭିନ୍ନ ପ୍ରଶ୍ନବାଣ ଛାଡିବାରେ ଲାଗିଲେ। ରାଜଭବନ ସମ୍ମଖରେ ବିଜେପି ପ୍ରତିବାଦ ସଭା କଲା। କଂଗ୍ରେସ ମଧ୍ୟ ନିଜ ଢଙ୍ଗରେ ବିଜେଡିର ଏହି ଆୟୋଜନକୁ ବିରୋଧ କଲା। ହେଲେ ନବୀନଙ୍କ ଭାବମୂର୍ତ୍ତି ନିକଟରେ ଏହାର କୌଣସି ମୂଲ୍ୟ ରହିଲା ନାହିଁ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନୂଆଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଭୁବନେଶ୍ବର ବିମାନ ବନ୍ଦରରେ ହଜାର ହଜାର କର୍ମିଙ୍କ ଭିଡ

ଭୁବନେଶ୍ବର: କିଛି ସମୟ ପୂର୍ବରୁ ନୂଆଦିଲ୍ଲୀ ବିମାନ ବନ୍ଦର ଛାଡିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଚିବା ପରେ ସେଠାରେ ତାଙ୍କୁ ବିପୁଳ ସ୍ବାଗତ କରାଯିବ। ସେଥିପାଇଁ ବିଜେଡି ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସେଠାରେ ବିଭିନ୍ନ ଲୋକନୃତ୍ୟ ସହିତ ହଜାର ହଜାର କର୍ମି ଅପେକ୍ଷା କରି ରହିଛନ୍ତି।

ଆଜି ସକାଳୁ ଭୁବନେଶ୍ବରକୁ ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ହଜାର ହଜାର କର୍ମି ଆସି ପହଞ୍ଚିବାରେ ଲାଗିଛନ୍ତି। ଭୁବନେଶ୍ବର ବିମାନ ବନ୍ଦର ବାହାରେ ଥିବା ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ନିକଟରେ ଏକ ମଞ୍ଚ କରାଯାଇଛି। ସେଠାରେ ତାଙ୍କୁ ସ୍ବାଗତ ସମ୍ବଦ୍ଧନା ପ୍ରଦାନ କରାଯିବ। ଏହାପରେ ତାଙ୍କୁ ଏକ ଶୋଭାଯାତ୍ରାରେ ନବୀନ ନିବାସକୁ ନିଆଯିବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆସନ୍ତାକାଲି ଦୁଲୁକିବ ଭୁବନେଶ୍ବର, ଯୋଗ ଦେବେ ଲକ୍ଷେ କର୍ମି, ସୁରକ୍ଷା ପାଇଁ ୩୦ ପ୍ଲାଟୁନ ପୋଲିସ

ଭୁବନେଶ୍ବର: ଆସନ୍ତାକାଲି ମଙ୍ଗଳବାରରେ ସାରା ଭୁବନେଶ୍ବର ଦୁଲୁକିବ। ବିଭିନ୍ନ ସ୍ଥାନରୁ ବିମାନବନ୍ଦରରେ ଏକଜୁଟ ହେବେ ପ୍ରାୟ ଲକ୍ଷେ ଲୋକ। ଏହାକୁ ନେଇ ପୋଲିସ ନାକେଦନ ହେବ। ସେଥିପାଇଁ କରାଯାଇଛି କଡା ସୁରକ୍ଷା ବ୍ୟବସ୍ଥା। ଲୋକମାନଙ୍କ ଗାଡି ରଖିବା ପାଇଁ ମଧ୍ୟ ତିନୋଟି ସ୍ଥାନରେ ହୋଇଛି ବ୍ୟବସ୍ଥା।

ଏହା ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ବାଗତ କରିବା ପାଇଁ ବିଜେଡିର ଏକ ବଡ ପ୍ରସ୍ତୁତି। ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀରେ ଜୀବନବ୍ୟାପି ଲୋକସେବା ପାଇଁ ପୁରସ୍କୃତ ହେବା ପରେ ତାଙ୍କୁ ବିମାନ ବନ୍ଦରରେ ସ୍ବାଗତ କରିବା ପାଇଁ ବିଜେଡି କରିଛି ଏକ ବଡ ପ୍ରୟାସ। ବିମାନ ବନ୍ଦର ନିକଟରେ ଥିବା ବିଜୁପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ କରାଯାଇଛି ଏକ ମଞ୍ଚ।

ମୁଖ୍ୟମନ୍ତ୍ରୀ ବିମାନ ବନ୍ଦରରେ ପହଁଞ୍ଚିବା ପରେ ତାଙ୍କୁ ସେଠାରୁ ନବୀନ ନିବାସ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ନିଆଯିବ। ତା ପୂର୍ବରୁ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ନିକଟରେ କିଛି ସମୟ ପାଇଁ କର୍ମିମାନେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବେ। ସେଠାରେ ଏକ ମଞ୍ଚ କରାଯିବା ସହିତ ବଡ କଟଆଉଟ ଲାଗିଛି। ଏହାପରେ ଏକ ବିରାଟ ପଟୁଆର କରାଯାଇ ନବୀନ ପଟ୍ଟନାୟକଙ୍କୁ ବିମାନ ବନ୍ଦରରୁ ନବୀନ ନିବାସ ନିଆଯିବ।

ମଙ୍ଗଳବାର ଦିନ ଏପରି ଲୋକ ସମାଗମକୁ ନଜରରେ ରଖି ପୋଲିସ ପ୍ରଶାସନ ତରଫରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସ୍ୱାଗତ ସମାରୋହ କାର୍ଯ୍ୟକ୍ରମ ପ୍ରାୟ ୧ ଘଣ୍ଟା ଧରି ଚାଲିବ। ସେଥିପାଇଁ କମିସନରେଟ୍ ପୁଲିସ ତରଫରୁ ସବୁ ଛକରେ ପୁଲିସ ଫୋର୍ସ ମୂତୟନ ରହିବେ। ଏହାର ସୁରକ୍ଷା ପାଇଁ ୧୦୦ରୁ ଅଧିକ ବରିଷ୍ଠ ପୁଲିସ ଅଧିକାରୀ ଏବଂ ୩୦ ପ୍ଲାଟୁନ୍ ଫୋର୍ସ ନିଯୋଜିତ ରହିବେ।

ଏହି ସ୍ବାଗତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଜେଡି ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମୁଖ୍ୟତଃ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ବରେ ଏହି କାର୍ଯ୍ୟକୁ ତଦାରଖ କରାଯାଉଛି। ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିର ଏହା ଏକ ଶକ୍ତି ପରୀକ୍ଷା ବୋଲି ସାଧାରଣରେ କୁହାଯାଉଛି।