Categories
ଆଞ୍ଚଳିକ

ନାଉଗାଁର “ଜୀବନ ବିନ୍ଦୁ” କାର୍ଯ୍ୟକ୍ରମରେ ବିଧାୟକ ପ୍ରଶାନ୍ତ ମୁଦୁଲି: ୬୦ ୟୁନିଟ ରକ୍ତ ସଂଗ୍ରହ

ରମେଶ ମହାନ୍ତି

ଜଗତସିଂହପୁର: କରୋନା ମହାମାରୀ ସମୟରେ ରକ୍ତ ସଙ୍କଟ ସମସ୍ୟାର ସମାଧାନକୁ ଦୃଷ୍ଟିରେ ରଖି ପବିତ୍ର ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ଆଜି ନାଉଗାଁ ବ୍ଲକ୍ ଅନ୍ତର୍ଗତ ତିରୁଣା ଏକତା ସ୍ପୋର୍ଟିଂ କ୍ଳବ ଏବଂ ଓଡ଼ିଆ ମୋ ପରିବାରକୁ ନେଇ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର (ଜୀବନବିନ୍ଦୁ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଫିତାକାଟି ଉକ୍ତ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏଥିସହିତ ନେହେରୁ ଯୁବକେନ୍ଦ୍ରର ସଂଯୋଜକ ନିଖିଲି କୋକୋଲା, ସହ ସଂଯୋଜକ ପବିତ୍ର ମୋହନ ସୁବୁଦ୍ଧି, ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ମଧୁସୂଦନ ସାହୁ, ନାଉଗାଁ ବ୍ଲକ ଅଧକ୍ଷ ଜଗନ୍ନାଥ ଦାସ, ନାଉଗାଁ ୨ନଂ ଜୋନ ଜିଲ୍ଲାପରିଷଦ ସଭ୍ୟ ସୁବଳ ବେହେରା, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ପ୍ରକାଶ ବସ୍ତିଆ ଏବଂ ବିଜୁ ଜନତାଦଳ ବ୍ଲକ ସଭାପତି ସୁଜିତ କୁମାର ମଲ୍ଲିକ ପ୍ରମୂଖ ଯୋଗଦେଇ ରକ୍ତ ଦାନ କରିବା ସହିତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ଶିବିରରେ ୬୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଏକତା ସ୍ପୋଟିଂ କ୍ଲବର ସଭାପତି ଜ୍ଞାନରଞ୍ଜନ ପରିଡା, ରାଧାଶ୍ୟାମ ସ୍ୱାଇଁ, କୋଷାଧ୍ୟକ୍ଷ ଆଲୋକ ସାହୁ, ଉପଦେଷ୍ଟା ମୁକେଶ ପରିଡା, ତୋଫାନ ପରିଡାଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ତିରୁଣା ଗ୍ରାମରେ ବୃକ୍ଷରୋପଣ କରାଯାଇଥିଲା।

Categories
ଆଞ୍ଚଳିକ

ଓଡିଶା ମୋ ପରିବାର ତରଫରୁ ବେଗୁନିଆପଡାରେ ରକ୍ତ ଦାନ ଶିବିର

ପିଣ୍ଟୁ ବିଷୋୟୀ

ବେଗୁନିଆପଡା: ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ବେଗୁନିଆପଡା ଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଉଦଘାଟନ କରିଥିବା ବେଳେ ବେଗୁନିଆପଡା ବିଡିଓ ବେଦବର ପ୍ରଧାନ, ଆସିକା ସେଗମେଣ୍ଟର ଓଡିଶା ମୋ ପରିବାର ସଂଯୋଜକ ନିର୍ମଳ ଚନ୍ଦ୍ର ସାହୁ, ବ୍ଲକ୍ ବିଜେଡି ସଭାପତି ବିଜୟ କୁମାର ଦୋରା, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତ୍ରିନାଥ ଭୂୟାଁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ରକ୍ତ ସଂଗ୍ରହ  ଭ୍ୟାନରେ ବ୍ରହ୍ମପୁର ଏମ୍ କେ ସି ଜି ରକ୍ତ ଭଣ୍ଡାରର କର୍ମଚାରୀ ସାମାଜିକ ଦୂରତ୍ୱ ରକ୍ଷା କରି ରକ୍ତ ସଂଗ୍ରହ କରିଥିଲେ। ଏହି ଶିବିରରେ ମୋଟ ୩୦ ଜଣ ରକ୍ତଦାନ କରିଥିଲେ।

Categories
ଆଞ୍ଚଳିକ

ଟାଙ୍ଗି ବ୍ଲକରେ ବିଜୁ ଯୁବ ଜନତା ଦଳ ତରଫରୁ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ 
ଟାଙ୍ଗି: କରୋନା ମହାମାରୀ ଦେଶରେ ଏବେ ଭୟଙ୍କର ରୂପ ନେଉଛି। ଓଡିଶାରେ ଏହାର ପ୍ରଭାବ ବେଳକୁ ବେଳ ବଢିବାରେ ଲାଗିଛି। କେବେ ଏହି ମହାମାରୀର  ଅନ୍ତ ଘଟିବ କେହି ଜାଣିନାହାନ୍ତି। ତେବେ ଏନେଇ ରାଜ୍ୟରେ କରୋନାଜନୀତ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟୁଥିବା ବେଳେ ଅନ୍ୟପକ୍ଷରେ ଅନ୍ୟ ରୋଗରେ ପୀଡିତ ଥିବା ରୋଗୀଙ୍କ ପାଇଁ ରକ୍ତ ଅଭାବର ସମ୍ଭାବନା ଦେଖାଯାଉଛି। ତେଣୁ ଏପରି ଦୁର୍ଦ୍ଦିନରେ ବିଜୁ ଜନତା ଦଳ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ କରୁଛି।

ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ଅନ୍ତର୍ଗତ ବଘେଇପୁଟ ଠାରେ ଯୁବ ନେତା ସୁକାନ୍ତ କୁମାର ମଙ୍ଗରାଜଙ୍କ ନେତୃତ୍ୱରେ ବିଜୁ ଜନତା ଦଳର “ଜୀବନ ବିନ୍ଦୁ” ଆନୁକୂଲ୍ୟରେ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରକ୍ତ ଅଭାବରୁ କାହାରିକୁ ଜୀବନ ହରେଇବାକୁ ପଡ଼ିବ ନାହିଁ ସେନେଇ ଆଜି ଏହି ଶିବିରରେ ବହୁ ଯୁବକ ସ୍ବେଛାକୃତ ଭାବରେ ରକ୍ତଦାନ ପାଇଁ ଆଗେଇ ଆସିଥିଲେ। ଏହି “ଜୀବନ ବିନ୍ଦୁ” କାର୍ଯ୍ୟକ୍ରମରେ ମୋଟ ୪୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।

କରୋନା ଗାଇଡ଼ଲାଇନ ଅନୁଯାୟୀ ଉକ୍ତ ଶିବିରରେ ସାମାଜିକ ଦୂରତ୍ୱ ରକ୍ଷା, ମାସ୍କ ପିନ୍ଧିବା ଏବଂ ସାନିଟାଇଜେସନର ବ୍ୟବସ୍ଥା କରାଯାଇଥିଲା।  ଏହି ଭଳି କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଂଚଳରେ ପ୍ରଶଂସା କରାଯାଉଛି।