ଟାଙ୍ଗି ବ୍ଲକରେ ବିଜୁ ଯୁବ ଜନତା ଦଳ ତରଫରୁ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ

Published: Jul 12, 2020, 6:16 pm IST

ସୀତାରାମ ଅଗ୍ରୱାଲ 
ଟାଙ୍ଗି: କରୋନା ମହାମାରୀ ଦେଶରେ ଏବେ ଭୟଙ୍କର ରୂପ ନେଉଛି। ଓଡିଶାରେ ଏହାର ପ୍ରଭାବ ବେଳକୁ ବେଳ ବଢିବାରେ ଲାଗିଛି। କେବେ ଏହି ମହାମାରୀର  ଅନ୍ତ ଘଟିବ କେହି ଜାଣିନାହାନ୍ତି। ତେବେ ଏନେଇ ରାଜ୍ୟରେ କରୋନାଜନୀତ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟୁଥିବା ବେଳେ ଅନ୍ୟପକ୍ଷରେ ଅନ୍ୟ ରୋଗରେ ପୀଡିତ ଥିବା ରୋଗୀଙ୍କ ପାଇଁ ରକ୍ତ ଅଭାବର ସମ୍ଭାବନା ଦେଖାଯାଉଛି। ତେଣୁ ଏପରି ଦୁର୍ଦ୍ଦିନରେ ବିଜୁ ଜନତା ଦଳ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ କରୁଛି।

ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ଅନ୍ତର୍ଗତ ବଘେଇପୁଟ ଠାରେ ଯୁବ ନେତା ସୁକାନ୍ତ କୁମାର ମଙ୍ଗରାଜଙ୍କ ନେତୃତ୍ୱରେ ବିଜୁ ଜନତା ଦଳର “ଜୀବନ ବିନ୍ଦୁ” ଆନୁକୂଲ୍ୟରେ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରକ୍ତ ଅଭାବରୁ କାହାରିକୁ ଜୀବନ ହରେଇବାକୁ ପଡ଼ିବ ନାହିଁ ସେନେଇ ଆଜି ଏହି ଶିବିରରେ ବହୁ ଯୁବକ ସ୍ବେଛାକୃତ ଭାବରେ ରକ୍ତଦାନ ପାଇଁ ଆଗେଇ ଆସିଥିଲେ। ଏହି “ଜୀବନ ବିନ୍ଦୁ” କାର୍ଯ୍ୟକ୍ରମରେ ମୋଟ ୪୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।

କରୋନା ଗାଇଡ଼ଲାଇନ ଅନୁଯାୟୀ ଉକ୍ତ ଶିବିରରେ ସାମାଜିକ ଦୂରତ୍ୱ ରକ୍ଷା, ମାସ୍କ ପିନ୍ଧିବା ଏବଂ ସାନିଟାଇଜେସନର ବ୍ୟବସ୍ଥା କରାଯାଇଥିଲା।  ଏହି ଭଳି କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଂଚଳରେ ପ୍ରଶଂସା କରାଯାଉଛି।

Related posts