Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ଓ ଟାଙ୍ଗି ବ୍ଲକରେ ବୁଲିଲା ଅହିଂସା ରଥ

ଖୋର୍ଦ୍ଧା: ଚିଲିକା ଓ ଟାଙ୍ଗି ବ୍ଲକରେ ଆଜି ବୁଲିଛି ଅହିଂସା ରଥ। ପ୍ରଥମେ ବାଣପୁର ବ୍ଲକ ପ୍ରଶାସନ ପକ୍ଷରୁ ଚିଲିକା ବ୍ଲକକୁ ଅହିଂସା ରଥ ହସ୍ତାନ୍ତର କରାଯିବା ପରେ ବ୍ଲକ ପରିସର ମଧ୍ୟରେ ଏହାକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହାପରେ ଅହିଂସା ରଥ ହରିପୁରସ୍ଥିତ ଲକ୍ଷ୍ମୀଧର ସରକାରୀ ଉଚ୍ଚ ବିଦ୍ୟାଳୟକୁ ନିଆଯାଇଥିଲା। ଏଠାରେ ସ୍ବାଗତ କରାଯିବା ସହ ଭିଡ଼ିଓ ମାଧ୍ୟମରେ ଉପସ୍ଥିତ ଛାତ୍ର ଛାତ୍ରୀ ଓ ଜନସାଧାରଣଙ୍କୁ ସହିଦ ଲକ୍ଷଣ ନାୟକଙ୍କ ଉପରେ ଆଧାରିତ ଫିଲ୍ମ ପ୍ରଦର୍ଶନ କରାଯାଇଥିଲା। ପରେ ଚିଲିକା ବ୍ଲକର ହାଟବରଡି, ସୋରଣ ଗ୍ରାମପଞ୍ଚାୟତ ଓ କାଳୁପଡାଘାଟ ଠାରେ ମଧ୍ୟ ସ୍ବାଗତ କରାଯାଇଥିଲା।
ଏହାପରେ ରଥକୁ ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ପରିସର ଓ ବଳରାମଦେବ ବିଦ୍ୟାପୀଠରେ ମଧ୍ୟ ବିପୁଳ ସମ୍ବର୍ଦ୍ଧନା କାରଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ଚିଲିକା ବିଡିଓ ଶ୍ରୀ ଜଗଦୀଶ ଷଢଙ୍ଗୀ, ତହସିଲଦାର ଶ୍ରୀ ପ୍ରଦୀପ କୁମାର ସାହୁ, ଟାଙ୍ଗି ବିଡିଓ ସୁଶ୍ରୀ ଐଶ୍ବର୍ଯ୍ୟା ସାମନ୍ତରାୟ, ଟାଙ୍ଗି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରିସ୍ମା ମାନଧ୍ୟାତା, ଜିଲ୍ଲା ପରିଷଦ ସଦସ୍ୟ, ଜନ ପ୍ରତିନିଧି, ସାଂସଦ ଓ ବିଧାୟକଙ୍କ ପ୍ରତିନିଧି, ସିଡିପିଓ, ସଂପୃକ୍ତ ଫାଣ୍ତି ଓ ଥାନାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରତ୍ୟେକ ସ୍ଥାନରେ ହାତରେ ତ୍ରୀରଙ୍ଗା ପତାକା ଧରି ଛାତ୍ର ଛାତ୍ରୀ ମାନେ ଉତ୍ସାହର ସହ ଦେଶାତ୍ମବୋଧକ ସଂଗୀତ ତାଳରେ ନୃତ୍ୟ ପରିବେଷଣ କରିଥିଲେ। ଏଥିରେ ବୁଦ୍ଧିଜିବୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ,ଆଶା, ଅଙ୍ଗନୱାଡି କର୍ମୀ, ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା କାଲି ଏହି ରଥ ବୋଲଗଡ ଓ ବେଗୁନିଆ ଗସ୍ତ କରିବ।

Categories
ଆଞ୍ଚଳିକ

ଟାଙ୍ଗି ବ୍ଲକରେ ବିଜୁ ଯୁବ ଜନତା ଦଳ ତରଫରୁ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ 
ଟାଙ୍ଗି: କରୋନା ମହାମାରୀ ଦେଶରେ ଏବେ ଭୟଙ୍କର ରୂପ ନେଉଛି। ଓଡିଶାରେ ଏହାର ପ୍ରଭାବ ବେଳକୁ ବେଳ ବଢିବାରେ ଲାଗିଛି। କେବେ ଏହି ମହାମାରୀର  ଅନ୍ତ ଘଟିବ କେହି ଜାଣିନାହାନ୍ତି। ତେବେ ଏନେଇ ରାଜ୍ୟରେ କରୋନାଜନୀତ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟୁଥିବା ବେଳେ ଅନ୍ୟପକ୍ଷରେ ଅନ୍ୟ ରୋଗରେ ପୀଡିତ ଥିବା ରୋଗୀଙ୍କ ପାଇଁ ରକ୍ତ ଅଭାବର ସମ୍ଭାବନା ଦେଖାଯାଉଛି। ତେଣୁ ଏପରି ଦୁର୍ଦ୍ଦିନରେ ବିଜୁ ଜନତା ଦଳ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ କରୁଛି।

ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ଅନ୍ତର୍ଗତ ବଘେଇପୁଟ ଠାରେ ଯୁବ ନେତା ସୁକାନ୍ତ କୁମାର ମଙ୍ଗରାଜଙ୍କ ନେତୃତ୍ୱରେ ବିଜୁ ଜନତା ଦଳର “ଜୀବନ ବିନ୍ଦୁ” ଆନୁକୂଲ୍ୟରେ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରକ୍ତ ଅଭାବରୁ କାହାରିକୁ ଜୀବନ ହରେଇବାକୁ ପଡ଼ିବ ନାହିଁ ସେନେଇ ଆଜି ଏହି ଶିବିରରେ ବହୁ ଯୁବକ ସ୍ବେଛାକୃତ ଭାବରେ ରକ୍ତଦାନ ପାଇଁ ଆଗେଇ ଆସିଥିଲେ। ଏହି “ଜୀବନ ବିନ୍ଦୁ” କାର୍ଯ୍ୟକ୍ରମରେ ମୋଟ ୪୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।

କରୋନା ଗାଇଡ଼ଲାଇନ ଅନୁଯାୟୀ ଉକ୍ତ ଶିବିରରେ ସାମାଜିକ ଦୂରତ୍ୱ ରକ୍ଷା, ମାସ୍କ ପିନ୍ଧିବା ଏବଂ ସାନିଟାଇଜେସନର ବ୍ୟବସ୍ଥା କରାଯାଇଥିଲା।  ଏହି ଭଳି କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଂଚଳରେ ପ୍ରଶଂସା କରାଯାଉଛି।