Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୀ-ସାର୍ଥକରେ ଆରମ୍ଭ ହୋଇଛି “ଦେଖିବା ନିତି, ହେବା ଲକ୍ଷପତି” ମେଗା ପ୍ରତିଯୋଗିତା

ଭୁବନେଶ୍ଵର: ଲୋକପ୍ରିୟ ଓଡିଆ ମନୋରଞ୍ଜନ ଚ୍ୟାନେଲ ଜୀସାର୍ଥକରେ ଆରମ୍ଭ ହୋଇ ଯାଇଛି ମେଗା ପ୍ରତିଯୋଗିତା “ଦେଖିବା ନିତି ହେବା ଲକ୍ଷପତି”। ଏପ୍ରିଲ ୩ରୁ ଏହି ପ୍ରତିଯୋଗିତା ମେ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତିଦିନ ସନ୍ଧ୍ୟା ୭ ଟା ରୁ ରାତି ୯:୩୦ ମଧ୍ୟରେ ପ୍ରସାରିତ ହେଉଥିବା ଧାରାବାହିକରେ କିଛି ସରଳ ପ୍ରଶ୍ନର ଉତ୍ତର ମିସକଲ୍ ମାଧ୍ୟମରେ ଦେଇ ଆପଣ ହୋଇପାରିବେ ଲକ୍ଷପତି। କାର୍ଯ୍ୟକ୍ରମର  ନାଁ ରହିଛି “ଦେଖିବା ନିତି ହେବା ଲକ୍ଷପତି”। ଯେଉଁଠାରେ ବମ୍ପର ପୁରସ୍କାର ରାଶି ୧ଲକ୍ଷ ଟଙ୍କା ରଖାଯାଇଛି।

ପ୍ରତିଯୋଗିତାରେ ଭାଗ ନେବା ପାଇଁ ଧାରାବାହିକ ଦେଖୁଥିବା ସମୟରେ ଟିଭି ସ୍କ୍ରିନରେ ଦିଆ ଯାଇଥିବା ନମ୍ବରରେ ମିସଡ କଲ କରିବାକୁ ହେବ। ପ୍ରତିଦିନ ସଠିକ୍ ଉତ୍ତର ଦେଇଥିବା ୫ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ୧୦୦୦ଟଙ୍କାର ଭାଉଚର ମିଳିବ। ତେବେ ପୁରା ପ୍ରତିଯୋଗୀତାରେ ଜଣେ ମେଗା ବିଜେତାଙ୍କୁ ୧ଲକ୍ଷ ଟଙ୍କା ନଗଦ ମିଳିବ। ପ୍ରତିଦିନ ଘୋଷଣା କରାଯିବ ବିଜେତାଙ୍କ ନାମ। ଦର୍ଶକମାନେ ଏହି ପ୍ରତିଯୋଗୀତାର ସମ୍ପୂର୍ଣ୍ଣ ଲାଭ ଉଠାଇବାପାଇଁ ଜ଼ି ସାର୍ଥକର ଚାନେଲ ମୁଖ୍ୟ ପ୍ରତୀକ ସିଲ ପ୍ରକାଶ କରିଛନ୍ତି। ଜ଼ି ସାର୍ଥକ ଦେଖନ୍ତୁ ଲକ୍ଷପତି ହୁଅନ୍ତୁ।

Categories
ଆଜିର ଖବର ରାଜ୍ୟ ଖବର ସିନେମା

ଜୀ ସାର୍ଥକର ନୂଆ ଓଡିଆ ଚଳଚ୍ଚିତ୍ର “ଅଳ୍ପ ଦିନର‌ ଗଳ୍ପ ଆମର” ଅଡିଓ ଲୋକାର୍ପିତ

ଭୁବନେଶ୍ଵର: ଜୀ ସାର୍ଥକ ରେ ଆସୁଛି ନୂଆ ଓଡ଼ିଆ ସିନେମା। ସିନେମାର ନାଁ ରହିଛି “ଅଳ୍ପ ଦିନର ଗଳ୍ପ। ଏଥିରେ ନବାଗତ ଜ୍ୟୋତି ଓ ସାୟଲ୍ ନଜର ଆସିଛନ୍ତି। ଟିନ ଏଜ୍ ପ୍ରେମ କାହାଣୀକୁ ନେଇ ସିନେମା ନିର୍ମାଣ ହୋଇଛି। ଭୁବନେଶ୍ୱରରେ ଏକ ତାରକା ହୋଟେଲରେ ସିନେମାର ଅଡିଓ ରିଲିଜ୍ ହୋଇଥିବା ବେଳେ ଅକ୍ଟୋବର ୧୬ ତାରିଖ ସନ୍ଧ୍ୟା ୬.୩୦ମିନିଟ୍ ରେ ସିନେମାଟି ଜୀ ସାର୍ଥକରେ ମୁକ୍ତିଲାଭ କରିବ ବୋଲି ଜୀସାର୍ଥକ ତରଫରୁ ସୂଚନା ଦିଆ ଯାଇଛି।

ଅଜୟ ରାଉତ ପ୍ରଯୋଜିତ ଓ ଅଶୋକ ପତି ନିର୍ଦ୍ଦେଶିତ “ଅଳ୍ପ ଦିନର ଗଳ୍ପ” ସିନେମାର ଗୀତ ଗୁଡ଼ିକ ବେଶ ମନ ଛୁଆଁ ହୋଇଛି। ପୁଷ୍ପକ ପରିଡା ଗୀତ ଗୁଡ଼ିକ ରଚନା କରିଛନ୍ତି। ଆସାଦ ନିଜାମ୍ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ସତ୍ୟଜିତ, ଅସୀମା, କୁଲଦୀପ, ଆଶୁତୋଷ ପ୍ରମୁଖ କଣ୍ଠଦାନ କରିଛନ୍ତି। ସାୟାଲ ଓ ଜ୍ୟୋତି ପ୍ରଥମ ଥର ପାଇଁ ଜୀ ସାର୍ଥକ ବ୍ୟାନରରେ ଏକାଠି ନଜର ଆସିବେ। ମ୍ୟୁଜିକ ଭିଡିଓର ଲୋକପ୍ରିୟତା ପରେ ଜ୍ୟୋତିଙ୍କ ପାଇଁ ଏହା ପ୍ରଥମ ସିନେମା। ସାୟାଲ୍ ପାଇଁ ମଧ୍ୟ ଏହା ଜୀ ସାର୍ଥକରେ ସହ ପ୍ରଥମ ସିନେମା।

ଟିନ୍ ଏଜ ବୟସରେ ସମସ୍ତେ ପ୍ରେମରେ ପଡ଼ନ୍ତି। ଜଣେ ଆଉ ଜଣକୁ ଭଲ ଲାଗନ୍ତି। ଠିକ୍ ସେମିତି ଏମାନେ ବି ଜଣେ ଆଉ ଜଣଙ୍କ ସଂସ୍ପର୍ଶରେ ଆସନ୍ତି ଆଉ ଏହି ଭିତରେ ଅନେକ ଘଟଣା ଦୁର୍ଘଟଣା ଘଟିଚାଲେ। ଦୁଇ ପ୍ରେମ ପକ୍ଷୀ ପ୍ରେମ ଆକାଶରେ ଉଡ଼ି ବୁଲୁଥିବା ବେଳେ ପ୍ରେମ ରାସ୍ତାରେ ଆଗକୁ ବଢିବା ପାଇଁ କଣ ସବୁ କରିବାକୁ ପଡେ ତାହା ସିନେମାରେ ଦେଖିବାକୁ ମିଳିଛି। ଭରଦ୍ୱାଜ ପଣ୍ଡା ଏମିତି ଏକ ଲଭ୍ ଷ୍ଟୋରୀକୁ ରଚନା କରିବା ସହ ବେଶ ଚମତ୍କାର ଭାବେ ଶବ୍ଦରେ ମଧ୍ୟ‌ ସଜାଇଛନ୍ତି।

ଅକ୍ଟୋବର ୧୬ ତାରିଖ ସନ୍ଧ୍ୟା ୬ଟା ୩୦ମିନିଟ୍ ରେ ଜୀ ସାର୍ଥକରେ ଏହି ଫିଲ୍ମଟି ପ୍ରସାରଣ ହେବ । ପୂର୍ବରୁ ଅନେକ ସୁପର ହିଟ ଓଲିଉଡକୁ ଭେଟି ଦେଇଛି ଜୀ ସାର୍ଥକ। ବିଗତ କିଛି ବର୍ଷ ଧରି ଓଲିଉଡରେ ରାଜ କରୁଥିବା ଜୀ ସାର୍ଥକ ବ୍ୟାନରରେ ଏବେ ନବାଗତ ଜ୍ୟୋତି ଓ ସାୟଲଙ୍କୁ ନେଇ ଆସୁଥିବା ଏହି ସିନେମା ମଧ୍ୟ ସୁପରହିଟ ହେବ ବୋଲି ଦର୍ଶକ ଆଶା ବାନ୍ଧିଛନ୍ତି। ପୂର୍ବରୁ ଅର୍ଚ୍ଚିତା,ଶୀତଲ୍,ପୁନମ୍ ମଧ୍ୟ ଜୀସାର୍ଥକ ବ୍ୟାନରରେ ଚଳଚ୍ଚିତ୍ର କରିସାରିଛନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୀ ସାର୍ଥକର ଲକ୍ଷପତି ବିଜେତା

ଭୁବନେଶ୍ବର: ଗୃହଲକ୍ଷ୍ମୀଙ୍କୁ ଲକ୍ଷପତି କରାଇଛି ଜୀ ସାର୍ଥକ। ଲୋକପ୍ରିୟ ଓଡିଆ ମନୋରଂଞ୍ଜନ ଚ୍ୟାନେଲ ଜୀ ସାର୍ଥକରେ ଆରମ୍ଭ କରାଯାଇଥିଲା ଏକ ମେଗା ପ୍ରତିଯୋଗିତା। ଯାହାର ନାଁ ରହିଥିଲା ‘ହାତରେ ରିମୋଟ୍ ଧରିଲେ ଗୃହଲକ୍ଷ୍ମୀ, ଦେଖିଲେ ଜୀ ସାର୍ଥକ ଆସିବେ ଲକ୍ଷ୍ମୀ’।

ଏହି ପ୍ରତିଯୋଗିତା ଏପ୍ରିଲ ୯ ରୁ ଆରମ୍ଭ ହୋଇ ମେ ୨୮ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ତେବେ ଜୀ ସାର୍ଥକରେ ପ୍ରତିଦିନ ସନ୍ଧ୍ୟା ୭.୩୦ ରୁ ରାତି ୧୦ଟା ଭିତରେ ପ୍ରସାରିତ ହେଉଥିବା ଧାରାବାହିକ ମଧ୍ୟରୁ କିଛି ସରଳ ପ୍ରଶ୍ନ କରାଯାଉଥିଲା। ଆଉ ଯେଉଁମାନେ ପ୍ରତିଦିନ ଜୀ ସାର୍ଥକକୁ ଭଲ ପାଉଛନ୍ତି ଏବଂ ବିଭିନ୍ନ ଧାରାବାହିକ ଦେଖୁଛନ୍ତି ସେମାନଙ୍କୁ ଏହି ସବୁ ପ୍ରଶ୍ନର ଉତ୍ତର ଦେବାକୁ କୁହାଯାଉଥିଲା। ପ୍ରତିଦିନ ସଠିକ୍ ଉତ୍ତର ଦେଉଥିବା ୧୦ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ୧୦୦୦ ଟଙ୍କାର ଭାଉଚର ମିଳିଥିଲା।

ତେବେ ଏପ୍ରିଲ ୯ ରୁ ମେ ୨୮ ତାରିଖ ଭିତରେ ପୁରା ପ୍ରତିଯୋଗିତାରେ ଜଣେ ମେଗା ବିଜେତା ହୋଇଛନ୍ତି। ମେଗା ବିଜେତାଙ୍କୁ ଲକ୍ଷେ ଟଙ୍କାର କ୍ୟାସ ପ୍ରାଇଜ ମିଳିବାକୁ ଘୋଷଣା କରାଯାଇଥିବା ବେଳେ ଏହି ପ୍ରତିଯୋଗିତାରେ ବିଜେତାଙ୍କ ନାଁ ମଧ୍ୟ ଘୋଷଣା କରାଯାଇଛି। ସେ ଭଦ୍ରକର ରଞୀବ ବିଶ୍ୱାଳ। ସେ ପ୍ରତିଦିନ ଜୀ ସାର୍ଥକରେ ପ୍ରସାରିତ ହେଉଥିବା ଧାରାବାହିକ ଦେଖୁଥିଲେ ଏବଂ ସବୁ ପ୍ରଶ୍ନର ସଠିକ୍ ଉତ୍ତର ମଧ୍ୟ ଦେଇଥିଲେ। ତେବେ ମେଗା ୱିନର ରଞ୍ଜିତଙ୍କୁ ଜୀ ସାର୍ଥକ ଅଫିସରେ ୧ଲକ୍ଷ ଟଙ୍କା ନଗଦ ଦିଆଯିବ ବୋଲି ଚ୍ୟାନେଲ ପକ୍ଷରୁ କୁହାଯାଇଛି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୀ ସାର୍ଥକର ମେଗା ଧାରାବାହିକ ‘ଅଞ୍ଜଳି’ରେ ବାଣପୁରର ଝିଅ ଅନୀଶା

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ବାଣପୁରର ଝିଅ ଅନୀଶା ଏବେ  ଜୀ ସାଥର୍କ ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ’ଅଞ୍ଜଳି’ରେ ଅଭିନୟ କରୁଛନ୍ତି। ପିତା ଦିଲ୍ଲୀପ କୁମାର ପଟ୍ଟନାୟକ ଓ ମାତା ସଂଯୁକ୍ତା ଦାସଙ୍କ କନ୍ୟା ଅନୀଶା ଅଧୁନା ବିଜେବି ସ୍ବୟଂଶାସିତ କଲେଜର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ଦ୍ବିତୀୟ ବର୍ଷର ଛାତ୍ରୀ।  ପାଠ ପଢା ସାଙ୍ଗକୁ ଅଭିନୟ ମଧ୍ୟ କରୁଛନ୍ତି ଅନୀଶା। ଅନିଶାଙ୍କ ହାଇସ୍କୁଲ ପଢାପଢି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବାଣପୁର ରେ ସମାପ୍ତ ହୋଇଥିବାବେଳେ ଯୁକ୍ତ ଦୁଇ(ବିଜ୍ଞାନ) ଏବଂ ଯୁକ୍ତ ତିନି(ପ୍ରାଣୀ ବିଜ୍ଞାନ ସମ୍ମାନ) ଗୋଦାବରୀଶ ମହାବିଦ୍ୟାଳୟରେ ସମାପ୍ତ ହୋଇଛି। ପିଲାଟିବେଳୁ ଅନୀଶା ବହୁ ପ୍ରତିଭାର ଅଧିକାରୀ ଅଟନ୍ତି ଏବଂ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବହୁ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ଏକାଧିକ ପୁରସ୍କାର ପାଇଛନ୍ତି। ଅନୀଶା ଜୀ ସାର୍ଥକ ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା ଲୋକପ୍ରିୟ  ମେଗା ଧାରାବାହିକ ’ଅଞ୍ଜଳି’ରେ ଅମ୍ରିତା ଚରିତ୍ରରେ ଅଭିନୟ କରୁଛନ୍ତି। ତାଙ୍କ ଅଭିନୟକୁ ଦର୍ଶକେ ବେଶ୍‌ ପସନ୍ଦ କରିଛନ୍ତି।

ବାଣପୁର ଅଞ୍ଚଳର ଏକ ପ୍ରତିଷ୍ଠିତ ପରିବାରର ଝିଅ ହେଉଛନ୍ତି ଅନୀଶା। ଅନୀଶାଙ୍କ ପିତା ଗୋଦାବରୀଶ ମହାବିଦ୍ୟାଳୟର ଅବସରପ୍ରାପ୍ତ ଇତିହାସ ଅଧ୍ୟାପକ ରହିଥିବାବେଳେ ତାଙ୍କ ମା’ ବାଣପୁର ବଡହନ୍ତୁଆଡ ସ୍ଥିତ ଉର୍ଦ୍ଦୁ ସରକାରୀ ବିଦ୍ୟାଳୟର ଶିକ୍ଷୟିତ୍ରୀ। ସେହିପରି ତାଙ୍କ ପିଉସା ପ୍ରଫେସର ନଳିନକାନ୍ତ ପଟ୍ଟନାୟକ ଗୋଦାବରୀଶ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ତଥା ବାଣପୁର ଅଞ୍ଚଳର ଜଣେ ପ୍ରତିଷ୍ଠିତ ଲୋକ।

ଅନୀଶା ପାଣ୍ଟାଲୁନ୍ସ ମିସ୍‌ ରଜ ୨୦୧୯ ରେ ଫାଇନାଲିଷ୍ଟ ରହିଥିବାବେଳ ମିସ୍‌ ଟିନ୍‌ ଇଣ୍ଡିଆନ୍‌ରେ ଓଡ଼ିଶା ତରଫରୁ ମନୋନୀତ ହୋଇଥିଲେ ସୁଦ୍ଧା ସେମିଷ୍ଟାର ପରୀକ୍ଷା ପାଇଁ ଅଂଶଗ୍ରହଣ କରିପାରିନଥିଲେ।  ନାଚ, ଗୀତ, ଚିତ୍ରରେ ବିଶେଷ ରୁଚି ରଖିଥିବା ଅନୀଶା ମିମିକ୍ରି ଓ ଅଭିନୟ କରିବାକୁ  ବହୁତ ପସନ୍ଦ କରିଥାନ୍ତି।

ଗୁରୁ ହରିପ୍ରିୟାଙ୍କଠାରୁ କିଛି ଦିନର ଓଡ଼ିଶୀ ଶିଖିଥିବା ଅନୀଶା ଉଭୟ କ୍ଲାସିକାଲ ଓ ମଡର୍ଣ୍ଣ ଡ୍ୟାନ୍ସକୁ ପସନ୍ଦ କରିଥାନ୍ତି। କେବଳ ନୃତ୍ୟ, ଗୀତ ନୁହେଁ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ରେ ଯୁକ୍ତ ତିନି ପଢୁଥିବା ସମୟରେ ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ର ସକ୍ରିୟ କାର୍ଯ୍ୟକର୍ତା ଥିଲେ ଏବଂ କ୍ୟାମ୍ପସ ଛାତ୍ରୀ ପ୍ରମୁଖ ଦାୟିତ୍ୱରେ ଥିଲେ ତତ୍‌ସହିତ ବାଣପୁର-ବାଲୁଗାଁ ରେ ଏବିଭିପି ର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା ମଧ୍ୟ କରିଥିଲେ।

ବାଣପୁରର ଝିଅ ନିଜର ପ୍ରତିଭା ବଳରେ ଓଡ଼ିଶାର ଏକ ପ୍ରମୁଖ  ଟେଲିଭଜନ ଚାନେଲ୍‌ରେ ନିଜର ଅଭିନୟ ପ୍ରଦର୍ଶନ କରି ବାଣପୁରୀବାସୀଙ୍କ ପାଇଁ ଗୌରବ ଓ ଉଦାହରଣ ବିଷୟ ପାଲଟିଛନ୍ତି। ଆଗାମୀ ସମୟରେ ଅଭିନୟ ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚିତ ହାସଲ କରିବା ପାଇଁ ଅନୀଶାଙ୍କୁ ବାଣପୁରବାସୀ ଅଶେଷ ଶୁଭକାମନା ଜଣାଇଛନ୍ତି।