ଜୀ ସାର୍ଥକର ଲକ୍ଷପତି ବିଜେତା

Published: Sep 16, 2022, 6:40 pm IST

ଭୁବନେଶ୍ବର: ଗୃହଲକ୍ଷ୍ମୀଙ୍କୁ ଲକ୍ଷପତି କରାଇଛି ଜୀ ସାର୍ଥକ। ଲୋକପ୍ରିୟ ଓଡିଆ ମନୋରଂଞ୍ଜନ ଚ୍ୟାନେଲ ଜୀ ସାର୍ଥକରେ ଆରମ୍ଭ କରାଯାଇଥିଲା ଏକ ମେଗା ପ୍ରତିଯୋଗିତା। ଯାହାର ନାଁ ରହିଥିଲା ‘ହାତରେ ରିମୋଟ୍ ଧରିଲେ ଗୃହଲକ୍ଷ୍ମୀ, ଦେଖିଲେ ଜୀ ସାର୍ଥକ ଆସିବେ ଲକ୍ଷ୍ମୀ’।

ଏହି ପ୍ରତିଯୋଗିତା ଏପ୍ରିଲ ୯ ରୁ ଆରମ୍ଭ ହୋଇ ମେ ୨୮ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ତେବେ ଜୀ ସାର୍ଥକରେ ପ୍ରତିଦିନ ସନ୍ଧ୍ୟା ୭.୩୦ ରୁ ରାତି ୧୦ଟା ଭିତରେ ପ୍ରସାରିତ ହେଉଥିବା ଧାରାବାହିକ ମଧ୍ୟରୁ କିଛି ସରଳ ପ୍ରଶ୍ନ କରାଯାଉଥିଲା। ଆଉ ଯେଉଁମାନେ ପ୍ରତିଦିନ ଜୀ ସାର୍ଥକକୁ ଭଲ ପାଉଛନ୍ତି ଏବଂ ବିଭିନ୍ନ ଧାରାବାହିକ ଦେଖୁଛନ୍ତି ସେମାନଙ୍କୁ ଏହି ସବୁ ପ୍ରଶ୍ନର ଉତ୍ତର ଦେବାକୁ କୁହାଯାଉଥିଲା। ପ୍ରତିଦିନ ସଠିକ୍ ଉତ୍ତର ଦେଉଥିବା ୧୦ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ୧୦୦୦ ଟଙ୍କାର ଭାଉଚର ମିଳିଥିଲା।

ତେବେ ଏପ୍ରିଲ ୯ ରୁ ମେ ୨୮ ତାରିଖ ଭିତରେ ପୁରା ପ୍ରତିଯୋଗିତାରେ ଜଣେ ମେଗା ବିଜେତା ହୋଇଛନ୍ତି। ମେଗା ବିଜେତାଙ୍କୁ ଲକ୍ଷେ ଟଙ୍କାର କ୍ୟାସ ପ୍ରାଇଜ ମିଳିବାକୁ ଘୋଷଣା କରାଯାଇଥିବା ବେଳେ ଏହି ପ୍ରତିଯୋଗିତାରେ ବିଜେତାଙ୍କ ନାଁ ମଧ୍ୟ ଘୋଷଣା କରାଯାଇଛି। ସେ ଭଦ୍ରକର ରଞୀବ ବିଶ୍ୱାଳ। ସେ ପ୍ରତିଦିନ ଜୀ ସାର୍ଥକରେ ପ୍ରସାରିତ ହେଉଥିବା ଧାରାବାହିକ ଦେଖୁଥିଲେ ଏବଂ ସବୁ ପ୍ରଶ୍ନର ସଠିକ୍ ଉତ୍ତର ମଧ୍ୟ ଦେଇଥିଲେ। ତେବେ ମେଗା ୱିନର ରଞ୍ଜିତଙ୍କୁ ଜୀ ସାର୍ଥକ ଅଫିସରେ ୧ଲକ୍ଷ ଟଙ୍କା ନଗଦ ଦିଆଯିବ ବୋଲି ଚ୍ୟାନେଲ ପକ୍ଷରୁ କୁହାଯାଇଛି।

Related posts