Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଆସନ୍ତା ୧୪ ରେ ଜୀ-ସାର୍ଥକରେ ପ୍ରସାରିତ ହେବ ‘ଗୃହଲକ୍ଷ୍ମୀ ଗ୍ରାଣ୍ଡ ଫିନାଲେ’

ଭୁବନେଶ୍ବର: ବର୍ଷ ଆରମ୍ଭରେ ଜୀ-ସାର୍ଥକର ପ୍ରତିଯୋଗିତା ମୂଳକ ରିୟଲିଟି ସୋ, ‘ଗୃହଲକ୍ଷ୍ମୀ’ ପହଞ୍ଚିଛି ତାର ଶେଷ ସୋପାନରେ ଅର୍ଥାତ ଆୟୋଜିତ ହେବାକୁ ଯାଉଛି ‘ଗୃହଲକ୍ଷ୍ମୀ ଗ୍ରାଣ୍ଡ ଫିନାଲେ’। ଆସନ୍ତା ୧୪ ତାରିଖ ସନ୍ଧ୍ୟା ୬:୩୦ରୁ କେବଳ ଓଡ଼ିଶାର ଏକ ନମ୍ବର ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକରେ ଏହା ପ୍ରସାରିତ ହେବ।

‘ଗୃହଲକ୍ଷ୍ମୀ’ ର ପ୍ରମୁଖ ଆକର୍ଷଣ ସାଜିଥିବା ଓଡିଆ ସିନେମା ଜଗତର ତିନି ଲୋକପ୍ରିୟ କଳାକାର ସିଦ୍ଧାନ୍ତ ମହାପାତ୍ର, ମାମା ମିଶ୍ର ଓ ଶ୍ରୀତମ ଦାସଙ୍କ ପରି ଜଜ୍ ମାନଙ୍କ ଛଡା ଶୈଳେନ୍ଦ୍ର, ଦିବ୍ୟା, ଶିବାନୀ ସଙ୍ଗୀତା ଓ ଜ୍ୟୋତିଙ୍କ ଦମଦାର ପ୍ରଦର୍ଶନ ଗୃହଲକ୍ଷ୍ମୀ ଗ୍ରାଣ୍ଡ ଫାଇନାଲରେ ଦର୍ଶକ ଦେଖିବାକୁ ପାଇବେ। କେବଳ ଡାନ୍ସ ନୁହେଁ ଓଡ଼ିଶାର ଲୋକପ୍ରିୟ ଗାୟକ ଓ ଗାୟିକା ମଧ୍ୟ ଶୁଣାଇବେ ଗୀତ ଯେଉଁ ମାନଙ୍କ ମଧ୍ୟରେ ଅଛନ୍ତି ଅସୀମା ପଣ୍ଡା, ବିଷ୍ଣୁ ମୋହନ କବି, ଆଶୁତୋଷ ଓ ସତ୍ୟଜିତ ପ୍ରଧାନ।

ଓଡ଼ିଶାର ବଛା ବଛା ସହରରୁ ଆସିଥିବା ପ୍ରତିଯୋଗୀଙ୍କୁ ତାଙ୍କ ଦକ୍ଷତା ଅନୁଯାୟୀ ପରଖି ସାନ ଆଉ ବଡ ଭାଉଜ ବର୍ଗରୁ ୨୦ ଜଣ ପ୍ରତିଯୋଗୀଙ୍କୁ ଗାଲା ରାଉଣ୍ଡକୁ ଜଜ୍ ମାନେ ବାଛିଥିଲେ। ପ୍ରଥମଥର ପାଇଁ ଗାଲା ରାଉଣ୍ଡରୁ ସମସ୍ତ ୨୦ ଜଣ ସାନ ଆଉ ବଡ ଭାଉଜ ମାନେ ଗ୍ରାଣ୍ଡ ଫିନାଲେ ରାଉଣ୍ଡକୁ କ୍ୱାଲିଫାଏ କରିଛନ୍ତି। ତେଣୁ ଏହି ଗ୍ରାଣ୍ଡ ଫିନାଲେ ଅତ୍ୟନ୍ତ ଚିତ୍ତାକର୍ଷକ ଓ ଦର୍ଶନୀୟ ହେବ। ସିନିଅର ଓ ଜୁନିଅର ବର୍ଗର ଦୁଇ ଜଣ ପ୍ରତିଯୋଗୀ ହେବେ ବିଜେତା। ଏହି ରିୟଲିଟି ସୋ ହେବ ଓଡିଆ ନାରୀର ଏକ ଅନନ୍ୟ ପରିଚୟ। କାରଣ ଏହି ସୋ’ ନାରୀମାନଙ୍କୁ ସେମାନଙ୍କର ସ୍ବପ୍ନ ପୂରଣ କରିବା ପାଇଁ ପ୍ରେରଣା ଯୋଗାଇବେ ବୋଲି ଜ଼ୀ ସାର୍ଥକ ଆଶା କରିଛି।

ଜୀ-ସାର୍ଥକର ଏହି ‘ଗୃହଲକ୍ଷ୍ମୀ – ସ୍ୱପ୍ନକୁ ଛୁଇଁବାର ଅଗଣା’ ସୋ ମନୋରଞ୍ଜନ ସହ ମହିଳାମାନଙ୍କ ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିବାରେ ସହାୟକ ହେବ ଓ ପରିବାର ଓ ଦାୟିତ୍ୱ ମଧ୍ୟରେ ସବୁବେଳେ ଛନ୍ଦି ହୋଇ ରହୁଥିବା ମହିଳାମାନଙ୍କ ଆତ୍ମବିଶ୍ୱାସ ବଢାଇବା ପାଇଁ ଏହି ରିୟାଲିଟି ଶୋ ଏକ ବଡ଼ ମାଧ୍ୟମ ହେବ ବୋଲି ଜୀ-ସାର୍ଥକ ଚ୍ୟାନେଲ ଅଫିସର ପ୍ରତୀକ ସିଲ୍ ଆଶା ବ୍ୟକ୍ତ କରିଛନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଆଜିଠୁ ଜୀ-ସାର୍ଥକରେ ଆରମ୍ଭ ହେବାକୁ ଯାଉଛି ଏକ ଭିନ୍ନ ଧରଣର ରିୟଲିଟି ସୋ ‘ଗୃହଲକ୍ଷ୍ମୀ’

ଭୁବନେଶ୍ଵର: ଜୀ-ସାର୍ଥକ ସବୁବେଳେ ଭିନ୍ନ ଭିନ୍ନ କାହାଣୀ ଓ ଓଡ଼ିଶା ନାରୀର ଅଦମ୍ୟ ମନୋବଳ ପ୍ରତିଫଳିତ କରିଛନ୍ତି ନିଜର ମେଗା ଧାରାବାହିକ ହେଉ କି ରିୟଲିଟି ସୋ ମାଧ୍ୟମରେ। ସେହି ପରିପ୍ରେକ୍ଷୀରେ ଓଡ଼ିଶାର ବିବାହିତ ନାରୀମାନଙ୍କୁ ନେଇ ପୁଣି ଏକ ଭିନ୍ନ ଧରଣର ରିୟଲିଟି ସୋ ‘ଗୃହଲକ୍ଷ୍ମୀ’ ଆରମ୍ଭ ହେବାକୁ ଯାଉଛି ଓଡ଼ିଶାର ଏକ ନମ୍ବର ଓଡିଆ ମନୋରଞ୍ଜନ ଚ୍ଯାନେଲ ଜୀ-ସାର୍ଥକରେ ଚଆଜିଠାରୁ ପ୍ରତ୍ୟେକ ଶନିବାର ଓ ରବିବାର ରାତି ୯:୩୦ରେ। ଏହି ସୋ ହେବ ଓଡିଆ ନାରୀର ନାରୀତ୍ଵ, ସହନଶୀଳତା ଓ ଏକତାର ଏକ ବଳିଷ୍ଠ ଉଦାହରଣ। ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମର‌ ସହ ପ୍ରାୟୋଜକ ଅଛନ୍ତି ଓଡ଼ିଶାର ସବୁଠାରୁ ବଡ଼ ଓ ପ୍ରତିଷ୍ଠିତ ସ୍ଵର୍ଣ ଅଳଙ୍କାର ବିକ୍ରେତା, ଖିମଜୀ ଜୁଏଲର୍ସ।

‘ଗୃହଲକ୍ଷ୍ମୀ’ ର ପ୍ରମୁଖ ଆକର୍ଷଣ ସାଜିବେ ଓଡିଆ ସିନେମା ଜଗତର ତିନି ଲୋକପ୍ରିୟ କଳାକାର ସିଦ୍ଧାନ୍ତ ମହାପାତ୍ର, ମାମା ମିଶ୍ର ଓ ଶ୍ରୀତମ ଦାସଙ୍କ ପରି ଜଜ୍ ମାନେ। ପ୍ରତିଯୋଗୀଙ୍କୁ ତାଙ୍କ ଦକ୍ଷତା ଅନୁଯାୟୀ ପରଖି ଆଗ ରାଉଣ୍ଡକୁ ନେବେ ଜଜ୍ ମାନେ, ତେଣୁ ଏହି ପ୍ରତିଯୋଗିତା ଅତ୍ୟନ୍ତ ଚିତ୍ତାକର୍ଷକ ଓ ଦର୍ଶନୀୟ ହେବ। ଏହି ରିୟଲିଟି ସୋ ହେବ ଓଡିଆ ନାରୀର ଏକ ଅନନ୍ୟ ପରିଚୟ କାରଣ ଏହି ସୋ ମାଧ୍ୟମରେ ଓଡ଼ିଶାର ବଛା ବଛା ସହରରୁ ଆସିଥିବା ନାରୀ ମାନେ ଦର୍ଶକମାନଙ୍କୁ ସେମାନଙ୍କର ନିଷ୍ଠା ଏବଂ ଭାବନା ସହ ଦର୍ଶକମାନଙ୍କୁ ପ୍ରେରଣା ଯୋଗାଇବେ ବୋଲି ପ୍ରଯୋଜନା ସଂସ୍ଥା ଆଶା କରିଛି।

ଏହି ଅନନ୍ୟ ପ୍ରତିଯୋଗିତାରେ ବିବାହିତ ମହିଳାମାନେ ଦୁଇଟି ଦଳରେ ବିଭକ୍ତ ହେବେ ଯେପରିକି ଯୁବବର୍ଗ ଓ ପରିପକ୍ଵ ବର୍ଗ ଏବଂ ଆରମ୍ଭ ହେବ ସେମାନଙ୍କ ମଧ୍ୟରେ ଜିତିବାର ପରାକାଷ୍ଠା। କର୍ମମୟ ଜଞ୍ଜାଳ ଭିତରେ ଗତିଶୀଳ ଜୀବନକୁ ଏହି ମଞ୍ଚରେ କରିପାରିବେ ପରିପ୍ରକାଶ। ଯାହା ସେମାନଙ୍କୁ ଦେବ ଏକ ସ୍ବତନ୍ତ୍ର ପରିଚୟ।

ଜୀ-ସାର୍ଥକର ଏହି ‘ଗୃହଲକ୍ଷ୍ମୀ’ ଶୋ ମନୋରଞ୍ଜନ ସହ ମହିଳାମାନଙ୍କ ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିବାରେ ସହାୟକ ହେବ ଓ ପରିବାର ଓ ଦାୟିତ୍ୱ ମଧ୍ୟରେ ସବୁବେଳେ ଛନ୍ଦି ହୋଇ ରହୁଥିବା ମହିଳାମାନଙ୍କ ଆତ୍ମବିଶ୍ୱାସ ବଢାଇବା ପାଇଁ ଏହି ରିୟାଲିଟି ଶୋ ଏକ ବଡ଼ ମାଧ୍ୟମ ହେବ ବୋଲି ଜୀ-ସାର୍ଥକ ଚ୍ୟାନେଲ ହେଡ ପ୍ରତୀକ ସିଲ୍ ଆଶା ବ୍ୟକ୍ତ କରିଛନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଅକ୍ଟୋବର ୨୧ରୁ ଜୀ-ସାର୍ଥକରେ ଆରମ୍ଭ ହେବାକୁ ଯାଉଛି ଏକ ଭିନ୍ନ ଧରଣର ରିୟଲିଟି ସୋ ‘ଗୃହଲକ୍ଷ୍ମୀ’

ଭୁବନେଶ୍ଵର: ଜୀ-ସାର୍ଥକ ସବୁବେଳେ ଭିନ୍ନ ଭିନ୍ନ କାହାଣୀ ଓ ଓଡ଼ିଶା ନାରୀର ଅଦମ୍ୟ ମନୋବଳ ପ୍ରତିଫଳିତ କରିଛନ୍ତି ନିଜର ମେଗା ଧାରାବାହିକ ହେଉ କି ରିୟଲିଟି ସୋ ମାଧ୍ୟମରେ। ସେହି ପରିପ୍ରେକ୍ଷୀରେ ଓଡ଼ିଶାର ବିବାହିତ ନାରୀମାନଙ୍କୁ ନେଇ ପୁଣି ଏକ ଭିନ୍ନ ଧରଣର ରିୟଲିଟି ସୋ ‘ଗୃହଲକ୍ଷ୍ମୀ’ ଆରମ୍ଭ ହେବାକୁ ଯାଉଛି ଓଡ଼ିଶାର ଏକ ନମ୍ବର ଓଡିଆ ମନୋରଞ୍ଜନ ଚ୍ଯାନେଲ ଜୀ-ସାର୍ଥକରେ ଚଳିତ ମାସ ୨୧ ତାରିଖରୁ ପ୍ରତ୍ଯେକ ଶନିବାର ଓ ରବିବାର ରାତି ୯:୩୦ରେ। ଏହି ସୋ ହେବ ଓଡିଆ ନାରୀର ନାରୀତ୍ଵ, ସହନଶୀଳତା ଓ ଏକତାର ଏକ ବଳିଷ୍ଠ ଉଦାହରଣ। ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମର‌ ସହ ପ୍ରାୟୋଜକ ଅଛନ୍ତି ଓଡ଼ିଶାର ସବୁଠାରୁ ବଡ଼ ଓ ପ୍ରତିଷ୍ଠିତ ସ୍ଵର୍ଣ ଅଳଙ୍କାର ବିକ୍ରେତା, ଖିମଜୀ ଜୁଏଲର୍ସ।

‘ଗୃହଲକ୍ଷ୍ମୀ’ ର ପ୍ରମୁଖ ଆକର୍ଷଣ ସାଜିବେ ଓଡିଆ ସିନେମା ଜଗତର ତିନି ଲୋକପ୍ରିୟ କଳାକାର ସିଦ୍ଧାନ୍ତ ମହାପାତ୍ର, ମାମା ମିଶ୍ର ଓ ଶ୍ରୀତମ ଦାସଙ୍କ ପରି ଜଜ୍ ମାନେ। ପ୍ରତିଯୋଗୀଙ୍କୁ ତାଙ୍କ ଦକ୍ଷତା ଅନୁଯାୟୀ ପରଖି ଆଗ ରାଉଣ୍ଡକୁ ନେବେ ଜଜ୍ ମାନେ, ତେଣୁ ଏହି ପ୍ରତିଯୋଗିତା ଅତ୍ୟନ୍ତ ଚିତ୍ତାକର୍ଷକ ଓ ଦର୍ଶନୀୟ ହେବ। ଏହି ରିୟଲିଟି ସୋ ହେବ ଓଡିଆ ନାରୀର ଏକ ଅନନ୍ୟ ପରିଚୟ କାରଣ ଏହି ସୋ ମାଧ୍ୟମରେ ଓଡ଼ିଶାର ବଛା ବଛା ସହରରୁ ଆସିଥିବା ନାରୀ ମାନେ ଦର୍ଶକମାନଙ୍କୁ ସେମାନଙ୍କର ନିଷ୍ଠା ଏବଂ ଭାବନା ସହ ଦର୍ଶକମାନଙ୍କୁ ପ୍ରେରଣା ଯୋଗାଇବେ ବୋଲି ପ୍ରଯୋଜନା ସଂସ୍ଥା ଆଶା କରିଛି।

ଏହି ଅନନ୍ୟ ପ୍ରତିଯୋଗିତାରେ ବିବାହିତ ମହିଳାମାନେ ଦୁଇଟି ଦଳରେ ବିଭକ୍ତ ହେବେ ଯେପରିକି ଯୁବବର୍ଗ ଓ ପରିପକ୍ଵ ବର୍ଗ ଏବଂ ଆରମ୍ଭ ହେବ ସେମାନଙ୍କ ମଧ୍ୟରେ ଜିତିବାର ପରାକାଷ୍ଠା। କର୍ମମୟ ଜଞ୍ଜାଳ ଭିତରେ ଗତିଶୀଳ ଜୀବନକୁ ଏହି ମଞ୍ଚରେ କରିପାରିବେ ପରିପ୍ରକାଶ। ଯାହା ସେମାନଙ୍କୁ ଦେବ ଏକ ସ୍ବତନ୍ତ୍ର ପରିଚୟ।

ଜୀ-ସାର୍ଥକର ଏହି ‘ଗୃହଲକ୍ଷ୍ମୀ’ ଶୋ ମନୋରଞ୍ଜନ ସହ ମହିଳାମାନଙ୍କ ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିବାରେ ସହାୟକ ହେବ ଓ ପରିବାର ଓ ଦାୟିତ୍ୱ ମଧ୍ୟରେ ସବୁବେଳେ ଛନ୍ଦି ହୋଇ ରହୁଥିବା ମହିଳାମାନଙ୍କ ଆତ୍ମବିଶ୍ୱାସ ବଢାଇବା ପାଇଁ ଏହି ରିୟାଲିଟି ଶୋ ଏକ ବଡ଼ ମାଧ୍ୟମ ହେବ ବୋଲି ଜୀ-ସାର୍ଥକ ଚ୍ଯାନେଲ ହେଡ ପ୍ରତୀକ ସିଲ୍ ଆଶା ବ୍ୟକ୍ତ କରିଛନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୀ-ସାର୍ଥକରେ ଆରମ୍ଭ ହେବାକୁ ଯାଉଛି ଏକ ଭିନ୍ନ ଧରଣର ରିୟାଲିଟି ସୋ ‘ଗୃହଲକ୍ଷ୍ମୀ’

ଭୁବନେଶ୍ଵର: ଜୀ-ସାର୍ଥକ ସବୁବେଳେ ଭିନ୍ନ ଭିନ୍ନ କାହାଣୀ ଓ ଓଡ଼ିଶା ନାରୀର ଅଦମ୍ୟ ମନୋବଳ ପ୍ରତିଫଳିତ କରିଛନ୍ତି ନିଜର ମେଗା ଧାରାବାହିକ ହେଉ କି ରିୟାଲିଟି ସୋ ମାଧ୍ୟମରେ। ସେହି ପରିପ୍ରେକ୍ଷୀରେ ଓଡ଼ିଶାର ବିବାହିତ ନାରୀମାନଙ୍କୁ ନେଇ ପୁଣି ଏକ ଭିନ୍ନ ଧରଣର ରିୟାଲିଟି ସୋ ‘ଗୃହଲକ୍ଷ୍ମୀ’ ଆରମ୍ଭ ହେବାକୁ ଯାଉଛି ଓଡ଼ିଶାର ଏକ ନମ୍ବର ଓଡିଆ ମନୋରଞ୍ଜନ ଚ୍ଯାନେଲ ଜୀ-ସାର୍ଥକରେ। ଏହି ସୋ ହେବ ଓଡିଆ ନାରୀର ନାରୀତ୍ଵ, ସହନଶୀଳତା ଓ ଏକତାର ଏକ ବଳିଷ୍ଠ ଉଦାହରଣ।

‘ଗୃହଲକ୍ଷ୍ମୀ’ ର ପ୍ରମୁଖ ଆକର୍ଷଣ ସାଜିବେ ଓଡିଆ ସିନେମା ଜଗତର ତିନି ଲୋକପ୍ରିୟ କଳାକାର ସିଦ୍ଧାନ୍ତ ମହାପାତ୍ର, ମାମା ମିଶ୍ର ଓ ଶ୍ରୀତମ ଦାସଙ୍କ ପରି ଜଜ୍ ମାନେ। ପ୍ରତିଯୋଗୀଙ୍କୁ ତାଙ୍କ ଦକ୍ଷତା ଅନୁଯାୟୀ ପରଖି ଆଗ ରାଉଣ୍ଡକୁ ନେବେ ଜଜ୍ ମାନେ, ତେଣୁ ଏହି ପ୍ରତିଯୋଗିତା ଅତ୍ୟନ୍ତ ଚିତ୍ତାକର୍ଷକ ଓ ଦର୍ଶନୀୟ ହେବ। ଏହି ରିୟାଲିଟି ସୋ ହେବ ଓଡିଆ ନାରୀର ଏକ ଅନନ୍ୟ ପରିଚୟ କାରଣ ଏହି ସୋ ମାଧ୍ୟମରେ ଓଡ଼ିଶାର ବଛା ବଛା ସହରରୁ ଆସିଥିବା ନାରୀ ମାନେ ଦର୍ଶକମାନଙ୍କୁ ସେମାନଙ୍କର ନିଷ୍ଠା ଏବଂ ଭାବନା ସହ ଦର୍ଶକମାନଙ୍କୁ ପ୍ରେରଣା ଯୋଗାଇବେ ବୋଲି ପ୍ରଯୋଜନା ସଂସ୍ଥା ଆଶା କରିଛି।

ଏଥି ପାଇଁ ଅଡିସନ ଆରମ୍ଭ ହୋଇଯାଇଛି। ଅକ୍ଟୋବର ୩ ତାରିଖରେ ଭୁବନେଶ୍ବରରେ ଓ ଅକ୍ଟୋବର ୪ ତାରିଖରେ ଭଦ୍ରକ ଠାରେ ସକାଳ ୯ରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ। ଅଡିସନ ବିଷୟରେ ସବିଶେଷ ତଥ୍ୟ ଜାଣିବା ପାଇଁ ‘ଜୀ-ସାର୍ଥକ’ର ସୋସିଆଲ ମିଡ଼ିଆ ପେଜ ସହ ଯୋଡ଼ି ହେବା ପାଇଁ ‘ଗୃହଲକ୍ଷ୍ମୀ’ ଟିମ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଅନନ୍ୟ ପ୍ରତିଯୋଗିତାରେ ବିବାହିତ ମହିଳାମାନେ ଦୁଇଟି ଦଳରେ ବିଭକ୍ତ ହେବେ ଯେପରିକି ଯୁବବର୍ଗ ଓ ପରିପକ୍ଵ ବର୍ଗ ଏବଂ ଆରମ୍ଭ ହେବ ସେମାନଙ୍କ ମଧ୍ୟରେ ଜିତିବାର ପରାକାଷ୍ଠା। କର୍ମମୟ ଜଞ୍ଜାଳ ଭିତରେ ଗତିଶୀଳ ଜୀବନକୁ ଏହି ମଞ୍ଚରେ କରିପାରିବେ ପରିପ୍ରକାଶ। ଯାହା ସେମାନଙ୍କୁ ଦେବ ଏକ ସ୍ବତନ୍ତ୍ର ପରିଚୟ।

ଜୀ-ସାର୍ଥକର ଏହି ‘ଗୃହଲକ୍ଷ୍ମୀ’ ଶୋ ମନୋରଞ୍ଜନ ସହ ମହିଳାମାନଙ୍କ ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିବାରେ ସହାୟକ ହେବ ଓ ପରିବାର ଓ ଦାୟିତ୍ୱ ମଧ୍ୟରେ ସବୁବେଳେ ଛନ୍ଦି ହୋଇ ରହୁଥିବା ମହିଳାମାନଙ୍କ ଆତ୍ମବିଶ୍ୱାସ ବଢାଇବା ପାଇଁ ଏହି ରିୟ୍ଯାଲିଟି ଶୋ ଏକ ବଡ଼ ମାଧ୍ୟମ ହେବ ବୋଲି ଜୀ-ସାର୍ଥକ ଚ୍ଯାନେଲ ହେଡ ପ୍ରତୀକ ସିଲ୍ ଆଶା ବ୍ୟକ୍ତ କରିଛନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୀ ସାର୍ଥକର ଲକ୍ଷପତି ବିଜେତା

ଭୁବନେଶ୍ବର: ଗୃହଲକ୍ଷ୍ମୀଙ୍କୁ ଲକ୍ଷପତି କରାଇଛି ଜୀ ସାର୍ଥକ। ଲୋକପ୍ରିୟ ଓଡିଆ ମନୋରଂଞ୍ଜନ ଚ୍ୟାନେଲ ଜୀ ସାର୍ଥକରେ ଆରମ୍ଭ କରାଯାଇଥିଲା ଏକ ମେଗା ପ୍ରତିଯୋଗିତା। ଯାହାର ନାଁ ରହିଥିଲା ‘ହାତରେ ରିମୋଟ୍ ଧରିଲେ ଗୃହଲକ୍ଷ୍ମୀ, ଦେଖିଲେ ଜୀ ସାର୍ଥକ ଆସିବେ ଲକ୍ଷ୍ମୀ’।

ଏହି ପ୍ରତିଯୋଗିତା ଏପ୍ରିଲ ୯ ରୁ ଆରମ୍ଭ ହୋଇ ମେ ୨୮ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ତେବେ ଜୀ ସାର୍ଥକରେ ପ୍ରତିଦିନ ସନ୍ଧ୍ୟା ୭.୩୦ ରୁ ରାତି ୧୦ଟା ଭିତରେ ପ୍ରସାରିତ ହେଉଥିବା ଧାରାବାହିକ ମଧ୍ୟରୁ କିଛି ସରଳ ପ୍ରଶ୍ନ କରାଯାଉଥିଲା। ଆଉ ଯେଉଁମାନେ ପ୍ରତିଦିନ ଜୀ ସାର୍ଥକକୁ ଭଲ ପାଉଛନ୍ତି ଏବଂ ବିଭିନ୍ନ ଧାରାବାହିକ ଦେଖୁଛନ୍ତି ସେମାନଙ୍କୁ ଏହି ସବୁ ପ୍ରଶ୍ନର ଉତ୍ତର ଦେବାକୁ କୁହାଯାଉଥିଲା। ପ୍ରତିଦିନ ସଠିକ୍ ଉତ୍ତର ଦେଉଥିବା ୧୦ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ୧୦୦୦ ଟଙ୍କାର ଭାଉଚର ମିଳିଥିଲା।

ତେବେ ଏପ୍ରିଲ ୯ ରୁ ମେ ୨୮ ତାରିଖ ଭିତରେ ପୁରା ପ୍ରତିଯୋଗିତାରେ ଜଣେ ମେଗା ବିଜେତା ହୋଇଛନ୍ତି। ମେଗା ବିଜେତାଙ୍କୁ ଲକ୍ଷେ ଟଙ୍କାର କ୍ୟାସ ପ୍ରାଇଜ ମିଳିବାକୁ ଘୋଷଣା କରାଯାଇଥିବା ବେଳେ ଏହି ପ୍ରତିଯୋଗିତାରେ ବିଜେତାଙ୍କ ନାଁ ମଧ୍ୟ ଘୋଷଣା କରାଯାଇଛି। ସେ ଭଦ୍ରକର ରଞୀବ ବିଶ୍ୱାଳ। ସେ ପ୍ରତିଦିନ ଜୀ ସାର୍ଥକରେ ପ୍ରସାରିତ ହେଉଥିବା ଧାରାବାହିକ ଦେଖୁଥିଲେ ଏବଂ ସବୁ ପ୍ରଶ୍ନର ସଠିକ୍ ଉତ୍ତର ମଧ୍ୟ ଦେଇଥିଲେ। ତେବେ ମେଗା ୱିନର ରଞ୍ଜିତଙ୍କୁ ଜୀ ସାର୍ଥକ ଅଫିସରେ ୧ଲକ୍ଷ ଟଙ୍କା ନଗଦ ଦିଆଯିବ ବୋଲି ଚ୍ୟାନେଲ ପକ୍ଷରୁ କୁହାଯାଇଛି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଲିଆନା ଫାଉଣ୍ଡେସନ ତରଫରୁ ମୋ ବ୍ରହ୍ମପୁର ଶ୍ରେଷ୍ଠ ବ୍ରହ୍ମପୁର କାର୍ଯ୍ୟକ୍ରମ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଲିଆନା ଫାଉଣ୍ଡେସନ ତରଫରୁ ସ୍ଥାନୀୟ ଦଳୁଆ ସାହି ଠାରେ “ମୋ ବ୍ରହ୍ମପୁର ଶ୍ରେଷ୍ଠ ବ୍ରହ୍ମପୁର” କାର୍ଯ୍ୟକ୍ରମର ଲାଗୋ ଉନ୍ମୋଚିତ ସହିତ ଗୃହଲକ୍ଷ୍ମୀ ଫଟୋ ପ୍ରତିଯୋଗିତାରେ ବିଜୟ ଲାଭ କରିଥିବା ୧୦ ଜଣ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

ଏଥିରେ ମୁଖ୍ୟଅତିଥି ରୂପେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ସମ୍ମାନିତ ଅତିଥି ବିଜେଡ଼ି ଜିଲ୍ଲା ଉପସଭାପତି ସଂଜିତ ପାଣିଗ୍ରାହୀ, ବିଜେଡ଼ି ରାଜ୍ୟ ସହ ସଂପାଦକ ତୁମ୍ଭନାଥ ପଣ୍ଡା, ବିଶିଷ୍ଟ ସମାଜସେବୀ ଆର୍‌. ମୂରଲୀ ମୋହନ, ସୁଦୀପ ସାହୁ, ଡ. ସନ୍ଧ୍ୟାରାଣୀ ପଟ୍ଟନାୟକ ଯୋଗଦାନ କରି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବା ସହ ବ୍ରହ୍ମପୁରବାସୀଙ୍କ ନିମନ୍ତେ “ମୋ ବ୍ରହ୍ମପୁର ଶ୍ରେଷ୍ଠ ବ୍ରହ୍ମପୁର” ନିଶ୍ଚିତ ରୂପେ ଏକ ନୂତନ ମନୋରଂଜନର ଧାରା ସୃଷ୍ଟି କରିବ ବୋଲି କହିଥିଲେ।

ଉକ୍ତ କାର୍ଯ୍ୟକ୍ରମକୁ ସତ୍ୟନାରାୟଣ ପାତ୍ର, ପ୍ରଶାନ୍ତ ପ୍ରତିନିଧି, ପ୍ରଭାତ କୁମାର, ତ୍ରିନାଥ କୁମାର ଏବଂ କାହ୍ନୁ ରାଉତ ପରିଚାଳନା କରିଥିବାବେଳେ ଲିଆନା ଫାଉଣ୍ଡେସନର ସଂପାଦିକା ସଂଯୁକ୍ତା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।