ଲିଆନା ଫାଉଣ୍ଡେସନ ତରଫରୁ ମୋ ବ୍ରହ୍ମପୁର ଶ୍ରେଷ୍ଠ ବ୍ରହ୍ମପୁର କାର୍ଯ୍ୟକ୍ରମ

Published: Jan 29, 2021, 9:35 pm IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଲିଆନା ଫାଉଣ୍ଡେସନ ତରଫରୁ ସ୍ଥାନୀୟ ଦଳୁଆ ସାହି ଠାରେ “ମୋ ବ୍ରହ୍ମପୁର ଶ୍ରେଷ୍ଠ ବ୍ରହ୍ମପୁର” କାର୍ଯ୍ୟକ୍ରମର ଲାଗୋ ଉନ୍ମୋଚିତ ସହିତ ଗୃହଲକ୍ଷ୍ମୀ ଫଟୋ ପ୍ରତିଯୋଗିତାରେ ବିଜୟ ଲାଭ କରିଥିବା ୧୦ ଜଣ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

ଏଥିରେ ମୁଖ୍ୟଅତିଥି ରୂପେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ସମ୍ମାନିତ ଅତିଥି ବିଜେଡ଼ି ଜିଲ୍ଲା ଉପସଭାପତି ସଂଜିତ ପାଣିଗ୍ରାହୀ, ବିଜେଡ଼ି ରାଜ୍ୟ ସହ ସଂପାଦକ ତୁମ୍ଭନାଥ ପଣ୍ଡା, ବିଶିଷ୍ଟ ସମାଜସେବୀ ଆର୍‌. ମୂରଲୀ ମୋହନ, ସୁଦୀପ ସାହୁ, ଡ. ସନ୍ଧ୍ୟାରାଣୀ ପଟ୍ଟନାୟକ ଯୋଗଦାନ କରି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବା ସହ ବ୍ରହ୍ମପୁରବାସୀଙ୍କ ନିମନ୍ତେ “ମୋ ବ୍ରହ୍ମପୁର ଶ୍ରେଷ୍ଠ ବ୍ରହ୍ମପୁର” ନିଶ୍ଚିତ ରୂପେ ଏକ ନୂତନ ମନୋରଂଜନର ଧାରା ସୃଷ୍ଟି କରିବ ବୋଲି କହିଥିଲେ।

ଉକ୍ତ କାର୍ଯ୍ୟକ୍ରମକୁ ସତ୍ୟନାରାୟଣ ପାତ୍ର, ପ୍ରଶାନ୍ତ ପ୍ରତିନିଧି, ପ୍ରଭାତ କୁମାର, ତ୍ରିନାଥ କୁମାର ଏବଂ କାହ୍ନୁ ରାଉତ ପରିଚାଳନା କରିଥିବାବେଳେ ଲିଆନା ଫାଉଣ୍ଡେସନର ସଂପାଦିକା ସଂଯୁକ୍ତା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

Related posts