ଅକ୍ଟୋବର ୨୧ରୁ ଜୀ-ସାର୍ଥକରେ ଆରମ୍ଭ ହେବାକୁ ଯାଉଛି ଏକ ଭିନ୍ନ ଧରଣର ରିୟଲିଟି ସୋ ‘ଗୃହଲକ୍ଷ୍ମୀ’

Published: Oct 18, 2023, 9:51 am IST

ଭୁବନେଶ୍ଵର: ଜୀ-ସାର୍ଥକ ସବୁବେଳେ ଭିନ୍ନ ଭିନ୍ନ କାହାଣୀ ଓ ଓଡ଼ିଶା ନାରୀର ଅଦମ୍ୟ ମନୋବଳ ପ୍ରତିଫଳିତ କରିଛନ୍ତି ନିଜର ମେଗା ଧାରାବାହିକ ହେଉ କି ରିୟଲିଟି ସୋ ମାଧ୍ୟମରେ। ସେହି ପରିପ୍ରେକ୍ଷୀରେ ଓଡ଼ିଶାର ବିବାହିତ ନାରୀମାନଙ୍କୁ ନେଇ ପୁଣି ଏକ ଭିନ୍ନ ଧରଣର ରିୟଲିଟି ସୋ ‘ଗୃହଲକ୍ଷ୍ମୀ’ ଆରମ୍ଭ ହେବାକୁ ଯାଉଛି ଓଡ଼ିଶାର ଏକ ନମ୍ବର ଓଡିଆ ମନୋରଞ୍ଜନ ଚ୍ଯାନେଲ ଜୀ-ସାର୍ଥକରେ ଚଳିତ ମାସ ୨୧ ତାରିଖରୁ ପ୍ରତ୍ଯେକ ଶନିବାର ଓ ରବିବାର ରାତି ୯:୩୦ରେ। ଏହି ସୋ ହେବ ଓଡିଆ ନାରୀର ନାରୀତ୍ଵ, ସହନଶୀଳତା ଓ ଏକତାର ଏକ ବଳିଷ୍ଠ ଉଦାହରଣ। ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମର‌ ସହ ପ୍ରାୟୋଜକ ଅଛନ୍ତି ଓଡ଼ିଶାର ସବୁଠାରୁ ବଡ଼ ଓ ପ୍ରତିଷ୍ଠିତ ସ୍ଵର୍ଣ ଅଳଙ୍କାର ବିକ୍ରେତା, ଖିମଜୀ ଜୁଏଲର୍ସ।

‘ଗୃହଲକ୍ଷ୍ମୀ’ ର ପ୍ରମୁଖ ଆକର୍ଷଣ ସାଜିବେ ଓଡିଆ ସିନେମା ଜଗତର ତିନି ଲୋକପ୍ରିୟ କଳାକାର ସିଦ୍ଧାନ୍ତ ମହାପାତ୍ର, ମାମା ମିଶ୍ର ଓ ଶ୍ରୀତମ ଦାସଙ୍କ ପରି ଜଜ୍ ମାନେ। ପ୍ରତିଯୋଗୀଙ୍କୁ ତାଙ୍କ ଦକ୍ଷତା ଅନୁଯାୟୀ ପରଖି ଆଗ ରାଉଣ୍ଡକୁ ନେବେ ଜଜ୍ ମାନେ, ତେଣୁ ଏହି ପ୍ରତିଯୋଗିତା ଅତ୍ୟନ୍ତ ଚିତ୍ତାକର୍ଷକ ଓ ଦର୍ଶନୀୟ ହେବ। ଏହି ରିୟଲିଟି ସୋ ହେବ ଓଡିଆ ନାରୀର ଏକ ଅନନ୍ୟ ପରିଚୟ କାରଣ ଏହି ସୋ ମାଧ୍ୟମରେ ଓଡ଼ିଶାର ବଛା ବଛା ସହରରୁ ଆସିଥିବା ନାରୀ ମାନେ ଦର୍ଶକମାନଙ୍କୁ ସେମାନଙ୍କର ନିଷ୍ଠା ଏବଂ ଭାବନା ସହ ଦର୍ଶକମାନଙ୍କୁ ପ୍ରେରଣା ଯୋଗାଇବେ ବୋଲି ପ୍ରଯୋଜନା ସଂସ୍ଥା ଆଶା କରିଛି।

ଏହି ଅନନ୍ୟ ପ୍ରତିଯୋଗିତାରେ ବିବାହିତ ମହିଳାମାନେ ଦୁଇଟି ଦଳରେ ବିଭକ୍ତ ହେବେ ଯେପରିକି ଯୁବବର୍ଗ ଓ ପରିପକ୍ଵ ବର୍ଗ ଏବଂ ଆରମ୍ଭ ହେବ ସେମାନଙ୍କ ମଧ୍ୟରେ ଜିତିବାର ପରାକାଷ୍ଠା। କର୍ମମୟ ଜଞ୍ଜାଳ ଭିତରେ ଗତିଶୀଳ ଜୀବନକୁ ଏହି ମଞ୍ଚରେ କରିପାରିବେ ପରିପ୍ରକାଶ। ଯାହା ସେମାନଙ୍କୁ ଦେବ ଏକ ସ୍ବତନ୍ତ୍ର ପରିଚୟ।

ଜୀ-ସାର୍ଥକର ଏହି ‘ଗୃହଲକ୍ଷ୍ମୀ’ ଶୋ ମନୋରଞ୍ଜନ ସହ ମହିଳାମାନଙ୍କ ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିବାରେ ସହାୟକ ହେବ ଓ ପରିବାର ଓ ଦାୟିତ୍ୱ ମଧ୍ୟରେ ସବୁବେଳେ ଛନ୍ଦି ହୋଇ ରହୁଥିବା ମହିଳାମାନଙ୍କ ଆତ୍ମବିଶ୍ୱାସ ବଢାଇବା ପାଇଁ ଏହି ରିୟାଲିଟି ଶୋ ଏକ ବଡ଼ ମାଧ୍ୟମ ହେବ ବୋଲି ଜୀ-ସାର୍ଥକ ଚ୍ଯାନେଲ ହେଡ ପ୍ରତୀକ ସିଲ୍ ଆଶା ବ୍ୟକ୍ତ କରିଛନ୍ତି।

Related posts