ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ପାର୍ବଣ ଋତୁ ପାଖେଇ ଆସୁଥିବାବେଳେ ପୁରୁଷୋତ୍ତମପୁର ବ୍ଲକ୍ର ପ୍ରତି ଗାଁର ନିଛାଟିଆ ସ୍ଥାନ, କୋଠଘରେ ବର୍ତ୍ତମାନ ଜୁଆଡ଼ିମାନଙ୍କର ଆଡ୍ଡାସ୍ଥଳ ପାଲଟିଛି। ପୁରୁଷୋତ୍ତମପୁର ପୋଲିସ୍ ମଧ୍ୟ ଜୁଆଆଡ୍ଡା ବିରୋଧରେ ସ୍ପେଶାଲ୍ ଡ଼୍ରାଇଭ ଆରମ୍ଭ କରିଛି। ଏହିକ୍ରମରେ ଏହି ବ୍ଲକ୍ର ଶିଖରପୁର ଅଂଚଳରେ ଏକ ଜୁଆଆଡ୍ଡା ଚାଲିଥିବା ନେଇ ପୋଲିସ୍ କୌଣସି ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା। ପୋଲିସ୍ ୬ ଜଣ ଜୁଆଡ଼ିକୁ ଧରିଥିବାବେଳେ ଜୁଆଆଡ୍ଡାରୁ ୩ ମୁଠା ତାସ୍, ୨୫୩୦୦ ଟଙ୍କା, ଗୋଟିଏ ବାଇକ୍ ଜବତ କରିଥିବା ଥାନାଧିକାରୀ ଜଗନ୍ନାଥ ମଲିକ ସୂଚନା ଦେଇଛନ୍ତି।
Categories