Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଜୁନ୍ ମାସରେ ଜିଏସ୍‌ଟି ସଂଗ୍ରହରେ ୫୬% ବୃଦ୍ଧି

ଦିଲ୍ଲୀ: ଜୁନ୍ ୨୦୨୨ରେ ସମୁଦାୟ ସଂଗୃହୀତ ଜିଏସ୍‌ଟି ରାଜସ୍ୱ ୧,୪୪,୬୧୬ କୋଟି ଟଙ୍କା ରହିଛି, ଯେଉଁଥିରେ ସିଜିଏସ୍‌ଟିର ପରିମାଣ ୨୫,୩୦୬ କୋଟି ଟଙ୍କା, ଏସ୍‌ଜିଏସ୍‌ଟିର ପରିମାଣ ୩୨,୪୦୬ କୋଟି ଟଙ୍କା, ଆଇଜିଏସ୍‌ଟିର ପରିମାଣ ୭୫,୮୮୭ କୋଟି ଟଙ୍କା (ମାଲ୍ ଆମଦାନୀ ଊପରେ ସଂଗୃହୀତ ୪୦,୧୦୨ କୋଟି ଟଙ୍କା ସମେତ) ଏବଂ ସେସ୍ (ମାଲ୍ ଆମଦାନୀ ଉପରେ ସଂଗୃହୀତ ୧୧୯୭ କୋଟି ଟଙ୍କା ସହିତ) ୧୧,୦୧୮ ଟଙ୍କା ରହିଛି । ଜୁନ୍ ୨୦୨୨ରେ ସମୁଦାୟ ଜିଏସ୍‌ଟି ସଂଗ୍ରହ ଏପ୍ରିଲ୍ ୨୦୨୨ର ୧,୬୭,୫୪୦ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ ପରେ ଦ୍ୱିତୀୟ ସର୍ବାଧିକ ଜିଏସ୍‌ଟି ସଂଗ୍ରହ ଅଟେ।

ସରକାର ଆଇଜିଏସ୍‌ଟିରୁ ୨୯,୫୮୮ କୋଟି ଟଙ୍କା ସିଜିଏସ୍‌ଟି ବାବଦକୁ ଏବଂ ୨୪,୨୩୫ କୋଟି ଟଙ୍କା ଏସ୍‌ଜିଏସ୍‌ଟି ବାବଦକୁ ବନ୍ଦୋବସ୍ତ କରିଛନ୍ତି। ଏହା ସହିତ, କେନ୍ଦ୍ର ସରକାର ମଧ୍ୟ ଅସ୍ଥାୟୀ ଭିତିରେ ୫୦:୫୦ ଅନୁପାତରେ ଆଇଜିଏସ୍‌ଟିର ୨୭,୦୦୦ କୋଟି ଟଙ୍କାକୁ କେନ୍ଦ୍ର ଏବଂ ରାଜ୍ୟ/କେନ୍ଦ୍ର ଶାସିତ ଅଂଚଳ ମାନଙ୍କ ମଧ୍ୟରେ ବଂଟନର ବନ୍ଦୋବସ୍ତ କରିଛନ୍ତି  ନିୟମିତ ଏବଂ ଅସ୍ଥାୟୀ ବନ୍ଦୋବସ୍ତ ପରେ ଜୁନ୍ ୨୦୨୨ରେ କେନ୍ଦ୍ର ଏବଂ ରାଜ୍ୟ ଗୁଡିକର ସମୁଦାୟ ରାଜସ୍ୱ ସିଜିଏସ୍‌ଟି ନିମନ୍ତେ ୬୮,୩୯୪ କୋଟି ଟଙ୍କା ଏବଂ ଏସ୍‌ଜିଏସ୍‌ଟି ନିମନ୍ତେ ୭୦,୧୪୧ କୋଟି ଟଙ୍କା ରହିଛି।

ଜୁନ୍ ୨୦୨୨ରେ ସଂଗୃହୀତ ରାଜସ୍ୱ ଗତ ବର୍ଷର ଏହି ମାସରେ ଆଦାୟ ହୋଇଥିବା ଜିଏସ୍‌ଟିର ପରିମାଣ ୯୨,୮୦୦ କୋଟି ଟଙ୍କା ତୁଳନାରେ ୫୬% ଅଧିକ ଅଟେ। ଏହି ମାସରେ, ଆମଦାନୀରୁ ସଂଗୃହୀତ ରାଜସ୍ୱ ୫୫% ଅଧିକ ରହିଥିଲା ଏବଂ ଘରୋଇ ଦେଣନେଣ (ସେବା ଆମଦାନୀ ସହିତ) ରାଜସ୍ୱ ଗତ ବର୍ଷର ଏହି ମାସରେ ଏହି ସ୍ରୋତ ଗୁଡିକରୁ ସଂଗୃହୀତ ରାଜସ୍ୱ ତୁଳନାରେ ୫୬% ଅଧିକ ଅଟେ।

ଜିଏସ୍‌ଟି ଲାଗୁ ହେବା ପରେ ଏହା ପଂଚମ ଥର ପାଇଁ ହୋଇଛି, ଯେତେବେଳେ ମାସିକ ଜିଏସ୍‌ଟି ସଂଗ୍ରହ ୧.୪୦ ଲକ୍ଷ କୋଟି ଟଙ୍କାକୁ ଅତିକ୍ରମ କରିଛି ଏବଂ ମାର୍ଚ୍ଚ ୨୦୨୨ ପର ଠାରୁ ଏହା ଚତୁର୍ଥ ମାସ ଅଟେ। ଜୁନ୍ ୨୦୨୨ରେ ଜିଏସ୍‌ଟି ସଂଗ୍ରହ ଦ୍ୱିତୀୟ ସର୍ବାଧିକ ହେବା ସହିତ, ଏହା ଅତୀତରେ ଦେଖିବାକୁ ମିଳୁଥିବା ସବୁଠାରୁ କମ୍ ସଂଗୃହୀତ ମାସ ହେବାର ଧାରାକୁ ଭାଙ୍ଗି ଦେଇଛି। ମେ’ ୨୦୨୨ରେ ସମୁଦାୟ ଇ – ୱେ ବିଲ୍ ଗୁଡିକର ସଂଖ୍ୟା ୭.୩ କୋଟି ଥିଲା, ଯାହା ଏପ୍ରିଲ୍ ୨୦୨୨ରେ ଉତ୍ପନ୍ନ ହୋଇଥିବା ୭.୪ କୋଟି ଇ – ୱେ ବିଲ୍ ତୁଳନାରେ ୨% କମ୍ ଅଟେ।

ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ନିମନ୍ତେ ମାସିକ ହାରାହାରି ସମୁଦାୟ ଜିଏସ୍‌ଟି ସଂଗ୍ରହ ୧.୫୧ ଲକ୍ଷ କୋଟି ଟଙ୍କା ରହିଛି, ଯାହା ଗତ ବିତୀୟ ବର୍ଷର ପ୍ରଥମ ତ୍ରୈମାସିକରେ ସଂଗୃହୀତ ୧.୧୦ ଲକ୍ଷ କୋଟି ଟଙ୍କାର ମାସିକ ସଂଗ୍ରହ ତୁଳନାରେ ୩୭% ବୃଦ୍ଧିକୁ ଦର୍ଶାଇଥାଏ। ବିତୀୟ ସଂସ୍କାର ସହିତ ଚୋରିକୁ ରୋକିବା ନିମନ୍ତେ କାର୍ଯ୍ୟକଳାପ, ବିଶେଷ ରୂପରେ ନକଲି ବିଲର୍ସ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଜିଏସ୍‌ଟିକୁ ବୃଦ୍ଧି କରିବା କ୍ଷେତ୍ରରେ ଯୋଗଦାନ ଦେଇଛି। ଏହି ମାସରେ ସମୁଦାୟ ସେସ୍ ସଂଗ୍ରହ ଜିଏସ୍‌ଟି ଲାଗୁ ହେବା ପରେ ସର୍ବାଧିକ ଅଟେ।

ନିମ୍ନରେ ଦିଆ ଯାଇଥିବା ଚାର୍ଟ ୨୦୧୭ – ୧୮ ରୁ ମାସିକ ସମୁଦାୟ ଜିଏସ୍‌ଟି ରାଜସ୍ୱ ସଂଗ୍ରହର ଧାରାକୁ ଦର୍ଶାଇ ଥାଏ। ଏହି ଟେବୁଲ୍ ଜୁନ୍ ୨୦୨୧ ତୁଳନାରେ ଜୁନ୍ ୨୦୨୨ ମଧ୍ୟରେ ପ୍ରତ୍ୟେକ ରାଜ୍ୟରେ ସଂଗ୍ରହ କରା ଯାଇଥିବା ଜିଏସ୍‌ଟିର ରାଜ୍ୟ ସ୍ତରୀୟ ସଂଖ୍ୟାକୁ ଦର୍ଶାଇଥାଏ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଜୁନ୍ ମାସରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜ୍, ଏହି ପାଞ୍ଚଟି ସହରରେ ଖେଳାଯିବ ମ୍ୟାଚ୍

ନୂଆଦିଲ୍ଲୀ: ଆଇପିଏଲ୍ ପରେ ଜୁନ୍ ମାସରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍ ପାଇଁ ସ୍ଥାନ ଘୋଷଣା କରାଯାଇଛି। ଭାରତରେ ଅନୁଷ୍ଠିତ ହେବାକୁ ଥିବା ଏହି ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ମ୍ୟାଚ୍ ଦିଲ୍ଲୀ, କଟକ, ବିଶାଖାପାଟନମ୍, ରାଜକୋଟ ଏବଂ ବାଙ୍ଗାଲୋରରେ ଖେଳାଯିବ। ବିସିସିଆଇ ଶନିବାର ଏହି ଘୋଷଣା କରିଛି।

ବର୍ତ୍ତମାନ ଭାରତ ଏବଂ ଦକ୍ଷିଣ ଆଫ୍ରିକାର ଖେଳାଳିମାନେ ଆଇପିଏଲରେ ବ୍ୟସ୍ତ ଅଛନ୍ତି। ମେ ୨୯ ତାରିଖରେ ଆଇପିଏଲ୍ ଶେଷ ହେବା ପରେ ଉଭୟ ଦଳ ଆଗାମୀ ଆନ୍ତର୍ଜାତୀୟ ସିରିଜ୍ ପାଇଁ ପ୍ରସ୍ତୁତି ହେବେ। ଉଭୟ ଦଳର ଖେଳାଳିମାନେ ସିରିଜ୍ ପାଇଁ ପ୍ରସ୍ତୁତ ହେବାକୁ ମାତ୍ର ୧୦ ଦିନର ବିରତି ପାଇବେ।

ନିକଟରେ ଭାରତ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲା, ଯେଉଁଠାରେ ଟେଷ୍ଟ ଏବଂ ଦିନିକିଆ ସିରିଜ୍ ଖେଳାଯାଇଥିଲା। ଏହି ଦୁଇଟି ସିରିଜରେ ଭାରତକୁ ଖରାପ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏଭଳି ପରିସ୍ଥିତିରେ ଆଗାମୀ ଟି-୨୦ ସିରିଜ ପାଇଁ ଦକ୍ଷିଣ ଆଫ୍ରିକୀୟ ଖେଳାଳିଙ୍କ ଆତ୍ମବିଶ୍ୱାସ ବହୁତ ଅଧିକ ରହିବ।

ଆଫ୍ରିକୀୟ ଖେଳାଳିମାନେ ମଧ୍ୟ ଆଇପିଏଲରେ ଭଲ ପ୍ରଦର୍ଶନ କରୁଛନ୍ତି। ଯୁବ ଖେଳାଳିଙ୍କ ମଧ୍ୟରେ ଡିଭାଲ୍ଡ ବ୍ରେଭିସ୍, ମାର୍କୋ ୟାନସିନ୍ ଭଳି ଖେଳାଳିମାନେ ଭଲ ପ୍ରଦର୍ଶନ କରୁଛନ୍ତି। ଏହା ସହିତ ଏଡନ ମାର୍କ୍ରାମ, କାଗିସୋ ରାବାଡା ଏବଂ ଡେଭିଡ ମିଲରଙ୍କ ପରି ବରିଷ୍ଠ ଖେଳାଳିମାନେ ମଧ୍ୟ ନିଜ ନିଜ ଦଳ ପାଇଁ ମ୍ୟାଚ୍ ଜିତିବାରେ ଏକ ବିଶେଷ ଭୂମିକା ଗ୍ରହଣ କରୁଛନ୍ତି।

ଆଗାମୀ ଟି-୨୦ ସିରିଜରେ ଦକ୍ଷିଣ ଆଫ୍ରିକା ପାଇଁ ଏକ ଭଲ କଥା ହେଉଛି ଯେ ସେମାନେ ଆଇପିଏଲରେ ଖେଳିବାର ଏକ ବଡ଼ ସୁବିଧା ପାଇବେ।

ମ୍ୟାଚ୍ କେବେ ଏବଂ କେଉଁଠାରେ ଖେଳାଯିବ?:

ପ୍ରଥମ ମ୍ୟାଚ୍: ଜୁନ୍ ୯ ତାରିଖ, ଦିଲ୍ଲୀ।
ଦ୍ୱିତୀୟ ମ୍ୟାଚ୍: ଜୁନ୍ ୧୨ ତାରିଖ, କଟକ।
ତୃତୀୟ ମ୍ୟାଚ୍: ଜୁନ୍ 1୧୩ ତାରିଖ, ବିଶାଖାପାଟନମ୍
ଚତୁର୍ଥ ମ୍ୟାଚ୍: ଜୁନ୍ ୧୭ ତାରିଖ ରାଜକୋଟ
ପଞ୍ଚମ ମ୍ୟାଚ୍: ଜୁନ୍ ୧୯, ବେଙ୍ଗାଲୁରୁ।