Categories
ଜାତୀୟ ଖବର ବିଶେଷ ଖବର

ନଡ୍ଡା ଗଠନ କଲେ ନୂଆ ଟିମ୍, ଅଛନ୍ତି ବୈଜୟନ୍ତ ପଣ୍ଡା, ଅରୁଣ ସିଂ, ସୁନୀଲ ବଂଶଲ ପ୍ରମୁଖ

ନୂଆଦିଲ୍ଲୀ: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କର ନୂଆ ଟିମ ଗଠନ କରିଛନ୍ତି। ଏଥିରେ ସେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ରାଷ୍ଟ୍ରୀୟ ମହାସଚିବ, ରାଷ୍ଟ୍ରୀୟ ମହାମନ୍ତ୍ରୀ, ରାଷ୍ଟ୍ରୀୟ ଉପ ମହାମନ୍ତ୍ରୀ, କୋଷାଧ୍ୟକ୍ଷ, ମହାକୋଷାଧ୍ୟକ୍ଷ ରାଷ୍ଟ୍ରୀୟ ସଚିବ ପ୍ରମୁଖ ପଦବୀରେ ନୂଆ ନିଯୁକ୍ତି ପ୍ରଦାନ କରିଛନ୍ତି।

ନୂଆ ତାଲିକାରେ ନଡ୍ଡା 13 ଜଣଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ରମଣ ସିଂ, ବସୁନ୍ଧରା ରାଜେ, ରଘୁବର ଦାସ ଏବଂ ବୈଜୟନ୍ତ ପଣ୍ଡା ପ୍ରମୁଖ ଏହି ତାଲିକାରେ ଅଛନ୍ତି। ସେହିପରି ରାଷ୍ଟ୍ରୀୟ ମହାମନ୍ତ୍ରୀ ଭାବେ ଅରୁଣ ସିଂ, ସୁନୀଲ ବଂଶଲ, ଦୁଷ୍ମନ୍ତ କୁମାର ଗୌତମ ପ୍ରମୁଖ ରହିଛନ୍ତି।

ସେହିପରି ରାଷ୍ଟ୍ରୀୟ ମହାମନ୍ତ୍ରୀ ସଂଗଠନ ଭାବେ ଜଣଙ୍କୁ ନିଯୁକ୍ତି ମିଳିଛି। ସେ ହେଲେ ବି ଏଲ ସନ୍ତୋଷ। ବିଶ୍ବପ୍ରକାଶଙ୍କୁ ରାଷ୍ଟ୍ରୀୟ ଉପମହାମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି। କୋଷାଧ୍ୟକ୍ଷ ଭାବେ ରାଜେଶ ଅଗ୍ରୱାଲଙ୍କୁ ନଡ୍ଡା ନିଯୁକ୍ତି ପ୍ରଦାନ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆଜି ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଜେ ପି ନଡ୍ଡା, ଜାଣନ୍ତୁ କେଉଁଠି ରହିଛି କାର୍ଯ୍ୟକ୍ରମ

ଭୁବନେଶ୍ବର: ଆଜି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ୍ ପ୍ରକାଶ ନଡ୍ଡା। ଆଜି ସେ ଅପରାହ୍ନ ୪ଟାରେ ଝାରସୁଗୁଡା ବିମାନ ବନ୍ଦରରେ ପହଂଚିବା ପରେ ଝାରସୁଗୁଡା ଜିଲ୍ଲା ବିଜେପି କାର୍ଯ୍ୟାଳୟକୁ ସିଧା ଗସ୍ତ କରି ବରଗଡ ଲୋକସଭା କ୍ଷେତ୍ରରେ ପ୍ରମୁଖ କାର୍ଯ୍ୟକର୍ତାଙ୍କ ସହ ବୈଠକ ଓ ଆଲୋଚନା କରିବେ। ଆଜି ସେ ବୁର୍ଲାସ୍ଥିତ ଏମସିଏଲ ଗେଷ୍ଟହାଉସଠାରେ ରାତ୍ରିଯାପନ କରିବେ।

୨୩ ତାରିଖ ଦିନ ଶ୍ରୀ ନଡ୍ଡା ବୁର୍ଲାରୁ ବାହାରି ସିଧା ଭବାନୀପାଟଣାଠାରେ ପହଂଚି ସେଠାରେ ଅଧିଷ୍ଟାତ୍ରୀ ଦେବୀ ମାଁ ମାଣିକେଶ୍ୱରୀଙ୍କୁ ଦର୍ଶନ କରିବେ। ଏହା ପରେ ସ୍ଥାନୀୟ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତୀ ଅବସରରେ ଆୟୋଜିତ ମହାଜନସମ୍ପର୍କ ସମାବେଶରେ ଯୋଗ ଦେବେ।

ଏହା ପରେ ସେ ସ୍ଥାନୀୟ ଅଂଚଳର ବିଶିଷ୍ଟ ବ୍ୟକ୍ତି ଏବଂ କଳାହାଣ୍ଡି ଲୋକସଭା କ୍ଷେତ୍ରର ପ୍ରମୁଖ କାର୍ଯ୍ୟକର୍ତାଙ୍କ ସହ ବୈଠକ ଓ ଆଲୋଚନା କରିବେ। ଅପରାହ୍ନରେ ଶ୍ରୀ ନଡ୍ଡା ଝାରସୁଗୁଡା ଫେରି ଆସି ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ।