Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରେ ମହିଳା କଂଗ୍ରେସ ପକ୍ଷରୁ ମାଗଣା ଦନ୍ତଚିକିତ୍ସା ଶିବିର ଓ କମ୍ବଳ ବଂଟନ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୬୬ ନଂ ୱାର୍ଡରେ ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସର କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ବୈଜୟନ୍ତୀ ରାଣୀ ତ୍ରିପାଠୀଙ୍କ ଦ୍ୱାରା ଏକ ମାଗଣା ଦନ୍ତ ଚିକିତ୍ସା ଶିବିର ଏବଂ କମ୍ବଳ ବଂଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଏଠାରେ ୬୬ ନଂ ୱାର୍ଡ଼ ଏବଂ ଆଖପାଖ ଅଂଚଳରର ଗରିବ ଲୋକେ ଦନ୍ତ ଚିକିତ୍ସା କରାଇଥିଲେ । ଭିନ୍ନକ୍ଷମ ଏବଂ ଗରିବ ଲୋକମାନେ ମଧ୍ୟ ଏଠାରୁ କମ୍ବଳ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ ତ୍ରିପାଠୀ କହିଥିଲେ ଯେ ବେକାର ଯୁବକ ଯୁବତୀ ମାନଙ୍କୁ ଧନ୍ଦାମୂଳକ ଶିକ୍ଷାର ତାଲିମ ଦିଆଯାଇ କିପରି ସ୍ୱାବଲମ୍ବି କରାଯିବ ସେଥିପାଇଁ ଉଦ୍ୟମ ଜାରି ରହିଛି ।

ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଜୟଦେବ ଜେନା ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଥିଲେ ଯେ କଂଗ୍ରେସ ସର୍ବଦା ସାଧାରଣ ଲୋକଙ୍କ ସହିତ ଅଛି । ଲୋକଙ୍କର ନ୍ୟାର୍ଯ୍ୟଦାବୀ ପାଇଁ ଲଢ଼େଇ କରୁଛି ଏବଂ ଦୁର୍ନୀତି, ଭ୍ରଷ୍ଟାଚାର ଓ କୁଶାସନ ବିରୋଧରେ ଧାରାବାହିକ ସଂଗ୍ରାମ କରୁଛି ।

ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସହଯୋଗରେ ସେ ରଘୁନାଥ ନଗର ସ୍ଥାପନ କରିବାକୁ ସକ୍ଷମ ହୋଇପାରିଥିଲେ । ଏଠାରେ କଂଗ୍ରେସ ସରକାର ଏଠାରେ ସସ୍ତଙ୍କୁ ସ୍ଥ୍ରାୀ ଯାଗାଦେଇଛି । ମାତ୍ର ନବୀନ ସରକାର ଯେଉଁ ଜାଗାମିଶନ କଥା କହୁଛନ୍ତି ତାହା ଠିକ ଠିକ୍ ଭାବରେ କାର୍ଯ୍ୟକାରୀ ହେଉନି । ଏଠାରେ ସରକାରୀ ଯୋଜନାର ରୂପାୟନରେ ପାତର ଅନ୍ତର କଲେ ଭୟଙ୍କର ଭାବେ ବିରୋଧ କରାଯିବ ବୋଲି ସେ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ରଘୁନାଥ ନଗରର ସାଧାରଣ ଜନତାଙ୍କ ପାଇଁ ଆମେ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରୁଛୁ । ଲୋକଙ୍କ ହୃଦୟରେ ଅଛୁ । ସରକାରୀ ଅପାରଗତା, ଉଦାସୀନତା ଓ ପକ୍ଷପାତିତା ବିରୋଧରେ ଲଢ଼େଇ କରାଯିବ । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେଅସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ, ପ୍ରକାଶ ମିଶ୍ର, ମହମ୍ମଦ ଗୁଲଫାମ, ସେକ ଅପତାବ ଅଲ୍ଲୀ, ପ୍ରଭାତ ବାରିକ, ନିଆଜୁଲ ଇସଲାମ, ସମିଉଲ ହକ, ମିହିର ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ କଂଗ୍ରେସର ଭାରତ ଯୋଡ଼ୋ ପଦଯାତ୍ରା:  ୨୬ ଟି ଜିଲ୍ଲାରେ ଚାଲିବେ ୨୨୫୦ କିଲୋମିଟର

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଭାରତ ଯୋଡ଼ୋ- ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ହୋଇଥିଲା। ଏହି ପ୍ରସ୍ତୁତି ବୈଠକରେ ପୂର୍ବତନ ପିସିସି ସଭାପତି, ଏଆଇସିସି କର୍ମକର୍ତା, ପୂର୍ବତନ ଏଆଇସିସି କର୍ମକର୍ତା, ପୂର୍ବତନ କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀ, ବରିଷ୍ଠ କଂଗ୍ରେସ ନେତୃବୃନ୍ଦ, ସାଂସଦ, ବିଧାୟକ, ସାଂସଦ ପ୍ରାର୍ଥି, ବିଧାୟକ ପ୍ରାର୍ଥି, ଜିଲ୍ଲା କଂଗ୍ରେସ ସଭାପତି, ଜିଲ୍ଲା ସଂଯୋଜକ, ରାଜ୍ୟ ଛାମୁଆ ସଂଗଠନ, ବିଭାଗ ଓ ପ୍ରକୋଷ୍ଠର ମୁଖ୍ୟ ମାନେ ଅଂଶଗ୍ରହଣ କରିଥିଲେ। ଶ୍ରୀ ଜୟରାମ ରମେଶ ଭାରତ ଯୋଡ଼ୋ ଯାତ୍ରା ସଂପର୍କରେ ସୂଚନା ଦେଇଥିଲେ। ଭାରତ ଯୋଡ଼ୋ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ କହିଥିଲେ।

ଭାରତ ଯୋଡ଼ୋ ପଦଯାତ୍ରାକୁ ଓଡ଼ିଶାରେ ଆଗେଇ ନେବାପାଇଁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ତାଙ୍କ ଯୋଜନା ସଂପର୍କରେ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ। ଏହି ଯାତ୍ରା ରାଜ୍ୟର ୨୬ ଟି ଜିଲ୍ଲାର ୨୨୫୦ କି.ମି. ପଦଯାତ୍ରା ଏବଂ ପ୍ରତିଦିନ ୨୦ କି.ମି. ପଦଯାତ୍ରା ହେବ। ଏହି ପଦଯାତ୍ରା ୧୦୦ ଦିନ ଧରି ଅନୁଷ୍ଠିତ ହୋଇ ଜାନୁଆରୀ ୩୦ ତାରିଖରେ ଭୁବନେଶ୍ୱରରେ ସମାପ୍ତ ହେବ ବୋଲି ସେ ପ୍ରକାଶ କରିଥିଲେ।

ଏହି ପଦଯାତ୍ରାର ସୁପରିଚାଳନା ପାଇଁ ଜିଲ୍ଲା ସଂଯୋଜକ, ବ୍ଲକ ସଂଯୋଜକ ଏବଂ ପଂଚାୟତ ସଂଯୋଜକ, ବୁଥ ସଂଯୋଜକ, ବିଭାଗ, ପ୍ରକୋଷ୍ଠ ଓ ଛାମୁଆ ସଂଗଠନ ମାନଙ୍କର ସଂଯୋଜକ ନିଯୁକ୍ତି ହୋଇଛନ୍ତି। ପଦଯାତ୍ରା ସମୟରେ ପଂଚାୟତ ସ୍ତରରୁ ସାଧାରଣ ଜନତା ଆସି କିପରି ଏହି ଯାତ୍ରାରେ ଯୋଡ଼ି ହେବେ ତାର ଯୋଜନା ପ୍ରସ୍ତୁତ ହୋଇଛି। ପଦଯାତ୍ରା ସମୟରେ ବ୍ୟାପକ ପରିମାଣରେ ପ୍ରଚାରପତ୍ର ଜନସଚେତନା ପାଇଁ ବଂଟନ କରାଯିବ। ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପଟ୍ଟନାୟକ ପଦଯାତ୍ରା ସମୟରେ ସେ ଅଂଚଳର ସବୁବର୍ଗର ଲୋକଙ୍କ ସହିତ ଆଲୋଚନା କରିବେ।

ଏହି ବୈଠକରେ ଓଡ଼ିଶା ପ୍ରଭାରୀ ଉପସ୍ଥିତ ରହି ବିଭିନ୍ନ ପଦାଧିକାରୀ ମାନଙ୍କର ଦାୟିତ୍ୱ ସଂପର୍କରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପିଆରଓ ନିରୋଜ ଡାଙ୍ଗି, ଏଆଇସିସି ସଂପାଦକ ରୁଦ୍ର ରାଜୁ, ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଶ୍ରୀ ଜୟଦେବ ଜେନା, ଶ୍ରୀ ପ୍ରସାଦ ହରିଚନ୍ଦନ, ସୁଶ୍ରୀ ସୁଶିଳା ତିରିଆ, ଡା. ରାମଚନ୍ଦ୍ର ଖୁଂଟିଆ, ଶ୍ରୀ ଶରତ ରାଉତ, ଶ୍ରୀ ସୁରେଶ କୁମାର ରାଉତରାୟ, ଶ୍ରୀ ତାରାପ୍ରସାଦ ବାହିନୀପତି, ଶ୍ରୀ ସନ୍ତୋଷ ସିଂ ସାଲୁଜା ଯୋଗ ଦେଇଥିଲେ।

ସେହିପରି ଶ୍ରୀ ରମେଶ ଜେନା, ଶ୍ରୀ ରାଜନ ଏକା, ଶ୍ରୀ ଭୁଜବଳ ମାଝୀ, ଶ୍ରୀ ସୁରେଶ କୁମାର ମହାପାତ୍ର, ଶ୍ରୀ ଗଣେଶ୍ୱର ବେହେରା, ଶ୍ରୀ ରବିନ୍ଦ୍ର କୁମାର ସେଠୀ, ଶିବାନନ୍ଦ ରାୟ, ବିଶ୍ୱଜିତ ଦାଶ, ମନୋରଞ୍ଜନ ଦାଶ, ମାନସ ଚୌଧୁରୀ, ଲଲାଟେନ୍ଦୁ ମହାପାତ୍ର, ବିଜୟଲକ୍ଷ୍ମୀ ସାହୁ, ସୁରେନ୍ଦ୍ର ସିଂ ଭୋଇ, ନବଜ୍ୟୋତି ପଟ୍ଟନାୟକ, ଅଭିଷେକ ମହାନନ୍ଦ, ଉମବଲ୍ଲଭ ରଥ, ବନ୍ଦିତା ପରିଡ଼ା, ୟାସିର ନୱାଜ, ସ୍ମୃତି ରଞ୍ଜନ ଲେଙ୍କା, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ମନୋଜ ରାଉତ, ସୁବ୍ରତ ମହାପାତ୍ର, ଅଶୋକ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତନ ପିସିସି ସଭାପତିଙ୍କ ସହଧର୍ମିଣୀ ମମତା ମଞ୍ଜରୀ ଜେନାଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକ ପାଳିତ

ଭୁବନେଶ୍ୱର : ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଜୟଦେବ ଜେନାଙ୍କ ସହଧର୍ମିଣୀ ସ୍ୱର୍ଗତା ଶ୍ରୀମତୀ ମମତା ମଞ୍ଜରୀ ଜେନାଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ଶ୍ରୀମତୀ ଜେନାଙ୍କ ଏକ ସ୍ମୃତିସଭା ଆୟୋଜିତ ହେବା ସହ ଏକ ସ୍ମରଣିକା ମଧ୍ୟ ଉନ୍ମୋଚନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ କହିଥିଲେ ଯେ, ଜଣେ ଶିକ୍ଷକରୁ ବିଧାୟକ, ମନ୍ତ୍ରୀ, ପ୍ରଦେଶ କଂଗ୍ରେସ ସଭାପତି ଏବଂ ଅଖିଳ ଭାରତ କଂଗ୍ରେସ କମିଟିର ସମ୍ପାଦକ ହେବା ପର୍ଯ୍ୟନ୍ତ ଶ୍ରୀ ଜେନା ଯେଉଁ ସଫଳ ଯାତ୍ରା କରିଛନ୍ତି ସେହି ସଫଳତା ପଛରେ ମମତା ମଞ୍ଜରୀ ଜେନାଙ୍କ ଅମୂଲ୍ୟ ଏବଂ ଦିବ୍ୟ ପ୍ରେରଣା ରହିଥିଲା। ପୂଜାର୍ଚ୍ଚନା, ଅତିଥି ଚର୍ଚ୍ଚା, ବୃକ୍ଷରୋପଣ, ଦୁଃଖିରଙ୍କିଙ୍କୁ ସାହାଯ୍ୟ, ପରିପାରର ଦାୟିତ୍ୱକୁ ସଠିକ୍ ନିର୍ବାହ ଥିଲା ତାଙ୍କ ସୁଗୁଣର ବୈଶିଷ୍ଟ୍ୟ।

ଶ୍ରୀ ଜେନାଙ୍କ ପରିବାରରେ ମମତାଙ୍କ ଉପସ୍ଥିତି ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଅନୁପସ୍ଥିତିର ଏକ ଭାବପୂର୍ଣ୍ଣ ଫରକ ସେ ଅବତାରଣା କରିଥିଲେ। ପ୍ରତିବର୍ଷ ୧୦ ହଜାର ଗୌରଭକ୍ତଙ୍କୁ ନେଇ ଶଙ୍ଖଣାରେ ଯେଉଁ ଅଷ୍ଟପ୍ରହରୀ ହେଉଥିଲା ତାହାକୁ ଶ୍ରମତୀ ଜେନା ପରିଚାଳନା କରୁଥିଲେ।

ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଶ୍ରୀ ଚିରଞ୍ଜିବୀ ବିଶ୍ୱାଳ ଯୋଗଦେଇ କହିଥିଲେ ଯେ, ଜେନା ପରିବାରଙ୍କର ଜଣେ ଘନିଷ୍ଠ ବନ୍ଧୁ ଭାବରେ ସେ ମମତା ମଞ୍ଜରୀଙ୍କର ସ୍ନେହଭାଜନ ହୋଇଥିଲେ। ଜୟଦେବ ବାବୁଙ୍କ ପରିବାର ସହ ତାଙ୍କର ୪୦ବର୍ଷର ସମ୍ପର୍କର ସ୍ମୃତିକୁ ରୋମନ୍ଥନ କରି ସେ କହିଥିଲେ, ‘ମମତା’ ହିଁ ଜୟଦେବ ବାବୁଙ୍କ ଜୀବନ ବିକାଶର ପ୍ରେରଣାଦାୟିନୀ ଓ ପ୍ରଚ୍ଛଦପଟର ମଣିଷ ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ମୟୁରଭଞ୍ଜ ବନ୍ୟାଂଚଳ ପରିଦର୍ଶନ କଲେ ଏଆଇସିିସି ଦ୍ୱାରା ଗଠିତ ପ୍ରଦେଶ କଂଗ୍ରେସର ଏକ ଟିମ

ବାରିପଦା, ଏଆଇସିିସି ଦ୍ୱାରା ଗଠିତ ଟିମ ଆଜି ମୟୁରଭଞ୍ଜ ବନ୍ୟାଂଚଳ ପରିଦର୍ଶନ କରିବା ସହିତ କ୍ଷୟକ୍ଷତିର ଆକଳନ କରିବା ପାଇଁ ଗ୍ରସ୍ତ କରିଥିଲେ । ଏହି ଟିମ୍‌ରେ ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ଜୟଦେବ ଜେନା ଓ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଜିଲ୍ଲା ସଭାପତି ହେମନ୍ତ ଦାସ ଓ କଂଗ୍ରେସ କମିଟିର କର୍ମକତା ନେତୃମଣ୍ଡଳୀଙ୍କ ସହ ବଡ଼ସାହି ନିର୍ବାଚନ ମଣ୍ଡଳୀର ବେତନଟି ଓ ବୈଶାଙ୍ଗୀ ବ୍ଲକର ବନ୍ୟାଂଚଳ ବୁଲି ଦେଖିଥିଲେ।

ପ୍ରଭାବିତ ଲୋକମାନଙ୍କ ସହିତ ସିଧାସଳଖ ଆଲୋଚନା କରିବା ସହିତ ଚାଷ ଜମିର କ୍ଷୟକ୍ଷତି ବିଷୟରେ ଅନୁଧ୍ୟାନ କରିଥିଲେ। ତାପରେ ଦିନ ୧୨ଘଂଟା ସମରେ ଜିଲ୍ଲାପାଳ କାର‌୍ୟ୍ୟାଳୟରେ ଜିଲ୍ଲାପାଳ ନିତିକା ଭରଦ୍ୱାଜଙ୍କ ସାକ୍ଷାତ ଆଲୋଚନା କରିଥିଲେ । ଏହି ସମୟରେ ସହିତ ପ୍ରାକ୍ତନ ସାଂସଦ ସୁଶ୍ରୀ ସୁଶିଳା ତିରିଆ ମଧ୍ୟ ଆଲୋଚାନରେ ଭାଗନେଇଥିଲେ।

ତାପରେ ବାରିପଦା ସହର ତଳି ଅଂଚଳ ୱାଡ଼ ନଂ ୭,୮ ଓ ୯ ନମ୍ବର କେତେ ଅଂଚଳ ବୁଲି ଦେଖିବା ସହିତ ଲୋକମାନଙ୍କ ସହ ଆଲୋଚନା କରିଥିଲେ । ଅପରାହ୍ନରେ ଜିଲ୍ଳା କଂଗ୍ରେସ କାର‌୍ୟ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା ଉକ୍ତ ସମ୍ମିଳନୀରେ ଜୟଦେବ ଜେନା ମୟୁରଭଞ୍ଜ ଜିଲ୍ଳାରେ ବନ୍ୟାପ୍ରଭାବିତ ଲୋକଙ୍କୁ ରାଜ୍ୟ ସରକାର ଘୋଷଣା କରିଥିବା ୫୦ କେଜି ଚାଉଳ ଓ ୫୦୦ ଟଙ୍କା ଅନୁଦାର ବଂଚିତ ହୋଇଥିବାରୁ କ୍ଷୋଭ ପ୍ରକାଶ କରିଥିଲେ।