Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତନ ପ୍ରଦେଶ ଯୁବ କଂଗ୍ରେସ ସଭାପତି ସ୍ୱର୍ଗତ ସଂଗ୍ରାମ ଜେନାଙ୍କର ଶ୍ରାଦ୍ଧବାର୍ଷିକୀ ପାଳିତ
ଆଜିର ଖବର

ପୂର୍ବତନ ପ୍ରଦେଶ ଯୁବ କଂଗ୍ରେସ ସଭାପତି ସ୍ୱର୍ଗତ ସଂଗ୍ରାମ ଜେନାଙ୍କର ଶ୍ରାଦ୍ଧବାର୍ଷିକୀ ପାଳିତ

August 19, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପୂର୍ବତନ ପ୍ରଦେଶ ଯୁବ କଂଗ୍ରେସ ସଭାପତି ସ୍ୱର୍ଗତ ସଂଗ୍ରାମ କେଶରୀ ଜେନାଙ୍କର ତୃତୀୟ ଶ୍ରାଦ୍ଧବାର୍ଷିକୀ ପାଳିତ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ସତ୍ୟନଗର ସ୍ଥିତ ଆର ଆର କନଭେନସନ ଠାରେ ରାଜ୍ୟସ୍ତରୀ ସଂଗ୍ରାମୀ କେଶରୀ ଜେନା ସ୍ମୃତିସଂସଦ ପକ୍ଷରୁ ସଂସଦର ଅଧ୍ୟକ୍ଷ ତଥା ଜୟପୁର ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତିଙ୍କ ସଭାପତିତ୍ୱରେ ପୂର୍ବତନ ପ୍ରଦେଶ ଯୁବ କଂଗ୍ରେସ ସଭାପତି ସ୍ୱର୍ଗତ ସଂଗ୍ରାମ କେଶରୀ ଜେନାଙ୍କର ତୃତୀୟ ଶ୍ରାଦ୍ଧବାର୍ଷିକ ପାଳିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ ସଂଗ୍ରାମ ଥିଲେ ଜଣେ ସୁଯୋଗ୍ୟ ଏବଂ ଆଦୃତ ଯୁବନେତା। ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶ୍ରୀକାନ୍ତ ଜେନା ଯୋଗଦେଇ କହିଥିଲେ ସଂଗ୍ରାମ ଜେନା ଥିଲେ ଜଣେ ଫାୟାର ବ୍ରାଣ୍ଡ ଯୁବ ନେତା । ସେ ଥିଲେ ସାହସୀ ଏବଂ ଦୁଃସାହସୀ ମଧ୍ୟ। ବିନା ମାସ୍କରେ ସେ ପିପିଲି ଉପନିର୍ବାଚନରେ ପ୍ରଚାର କରୁଥିଲେ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଯୋଗଦେଇ କହିଥିଲେ ଯେ ସଂଗ୍ରାମ ଥିଲେ ଜଣେ ଯୁଝାଡ଼ୁ ଯୁବ ନେତା। ତାଙ୍କର ବିୟୋଗରେ ଏକ ସମ୍ଭାବନାପୂର୍ଣ୍ଣ ଭବିଷ୍ୟତର ମୃତ୍ୟୁ ହେଲା। ପ୍ରଚଣ୍ଡ ପ୍ରତିଭାର ଅପମୃତ୍ୟୁ ହେଲା। ସେଥିଲେ ଯୁବକ ଓ ଛାତ୍ରମାନଙ୍କର ଆଇକନ। ଏ ରାଜ୍ୟ ଏବଂ କଂଗ୍ରେସ ଦଳ ତାଙ୍କର ରାଜନୈତିକ ଗୁରୁତ୍ୱ ଅନୁଭବ କରିଥିଲା । କଂଗ୍ରେସ ଦଳରେ ଦୀଘ ୨୦ ବର୍ଷ ଧରି ସେ ନିଶ୍ୱାର୍ଥପର ଭାବରେ ନିରନ୍ତର ସେବା କରି ଆସୁଥିଲେ।

ପରିଶେଷରେ ଅନୁଷ୍ଠାନର ସଭାପତି ଶ୍ରୀ ତାରା ପ୍ରସାଦ ବାହିନୀପତି କହିଥିଲେ ଯେ ସଂଗ୍ରାମ ଓଡ଼ିଶାରେ ଯୁବକ ଓ ଛାତ୍ରମାନଙ୍କର ଅଧିକାର ପାଇଁ ଲଢ଼େଇ କରୁଥିଲା। ଦୁଃଖି, ରଙ୍କି, ଦରିଦ୍ର, ନିଷ୍ପେସିତ, ଗରିବ ଛାତ୍ର ଓ ଅସହାୟ ବ୍ୟକ୍ତିଙ୍କୁ ସେ ମୁକ୍ତ ହସ୍ତରେ ଦାନ କରୁଥିଲେ। ସଂଗ୍ରାମ ଜେନାଙ୍କର ଅନୁଜ ତଥା ପିସିସିର ପୂର୍ବତନ ସାଧାରଣ ସମ୍ପାଦକ ଶ୍ରୀ ମନୋଜ ଜେନା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ଏବଂ ସଂଗ୍ରାମଙ୍କର ଜ୍ୟେଷ୍ଠା କନ୍ୟା ଦେବାଂଶୀ ଓ ଜାନଭୀ ସଂଗ୍ରାମଙ୍କ ଉପରେ ଇଂରାଜୀରେ ସଂକ୍ଷେପରେ ଏକ ଭାଷଣ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ କଂଗ୍ରେସ ନେତା ଓ କର୍ମି ଯୋଗଦେଇଥିଲେ।

କଂଗ୍ରେସ ଜୟଦେବ ଜେନା ଶ୍ରୀକାନ୍ତ ଜେନା
Share. Facebook Twitter LinkedIn Email WhatsApp Copy Link

Related Posts

NDAର ଅଂଶ ହେବ ଶରଦ ପାୱାରଙ୍କ ଦଳ?: ଫର୍ମୁଲା ଚୂଡ଼ାନ୍ତ 

July 17, 2026

ଅଟକି ଅଟକି ପରିସ୍ରା ହେଉଛି କି?: ଶୀଘ୍ର ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ

July 17, 2026

ଧନିଆ ଚାଷ କଲେ ୨୦ ହଜାର ଟଙ୍କା ଦେବେ ସରକାର: ଜାଣନ୍ତୁ ଲାଭ

July 17, 2026

ତୃତୀୟ ଦିନିକିଆ ପରେ ଅବସର ନେବେ ରୋହିତ ଶର୍ମା?: ଜାଣନ୍ତୁ ବିସିସିଆଇର ଯୋଜନା

July 17, 2026
Latest News

NDAର ଅଂଶ ହେବ ଶରଦ ପାୱାରଙ୍କ ଦଳ?: ଫର୍ମୁଲା ଚୂଡ଼ାନ୍ତ 

July 17, 2026

ସୋନମ ୱାଙ୍ଗଚୁକଙ୍କୁ କଂଗ୍ରେସର ସମର୍ଥନ: ଜନ୍ତର ମନ୍ତରରେ ପହଞ୍ଚିଲେ ପବନ ଖେଡ଼ା

July 17, 2026

ଅଟକି ଅଟକି ପରିସ୍ରା ହେଉଛି କି?: ଶୀଘ୍ର ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ

July 17, 2026

ଧନିଆ ଚାଷ କଲେ ୨୦ ହଜାର ଟଙ୍କା ଦେବେ ସରକାର: ଜାଣନ୍ତୁ ଲାଭ

July 17, 2026

ସବୁଜ ରେଳ ପରିବହନର ନୂଆ ଅଧ୍ୟାୟ: ଧୂଆଁମୁକ୍ତ ହାଇଡ୍ରୋଜେନ୍ ଶକ୍ତିରେ ଚାଲିବ ନୂଆ ଟ୍ରେନ୍

July 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.