Categories
ଆଜିର ଖବର ରାଜ୍ୟ ଖବର

କଂଗ୍ରେସ ତାଲିକା !! ବାଲେଶ୍ବର ଲୋକସଭାରୁ ଶ୍ରୀକାନ୍ତ ଜେନା, ପୁରୀରୁ ପ୍ରସାଦ ହରିଚନ୍ଦନ, ଭୁବନେଶ୍ବରରୁ..

ଭୁବନେଶ୍ବର: କଂଗ୍ରେସ ତାହାର ପ୍ରାର୍ଥୀ ଘୋଷଣା କରିବା ପାଇଁ ଦୀର୍ଘଦିନ ଧରି କସରତ ଆରମ୍ଭ କରିଛି। ହେଲେ ଏ ପର୍ଯ୍ୟନ୍ତ କୌଣସି ଚୁଡାନ୍ତ ନିଷ୍ପତି ହୋଇପାରୁ ନାହିଁ। ହେଲେ ବିଶେଷ ସୁତ୍ର ଅନୁସାରେ କଂଗ୍ରେସ ପ୍ରଥମେ ଲୋକସଭା ତାଲିକା ପ୍ରସ୍ତୁତ କରିଛି। ସେହି ସୁତ୍ର ଅନୁସାରେ ବାଲେଶ୍ବରରୁ କୁଆଡେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ପ୍ରାର୍ଥୀ ହେବେ ବୋଲି ଜଣାପଡିଛି।

ସେହିପରି ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ଆସନ ପୁରୀ ପାଇଁ କଂଗ୍ରେସ ପ୍ରସାଦ ହରିଚନ୍ଦନଙ୍କ ନାମକୁ ମୋହର ମାରିବ ବୋଲି ଜଣାପଡିଛି। ପୁରୀ ଲୋକସଭା ପାଇଁ ପୂର୍ବରୁ କଂଗ୍ରେସ ସୁଚରିତା ମହାନ୍ତିଙ୍କୁ ପ୍ରାର୍ଥୀ କରିବ ବୋଲି ଚିନ୍ତା କରିଥିଲା। ହେଲେ ପରବର୍ତ୍ତି ସମୟରେ ପ୍ରସାଦ ହରିଚନ୍ଦନଙ୍କ ନାମ ବିଚାରକୁ ନିଆଯାଇଛି। ସେହିପରି ଭୁବନେଶ୍ବର ଆସନ ପାଇଁ ଦଳ ଜଣେ ଯୁବ ନୂଆ ଚେହେରାକୁ ପ୍ରାର୍ଥୀ କରିବ ବୋଲି ଜଣାପଡିଛି।

Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ପୁଣି କଂଗ୍ରେସକୁ ଫେରିଲେ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା

ଭୁବନେଶ୍ବର: ପୁଣିଥରେ କଂଗ୍ରେସକୁ ଫେରିଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନା। ଆଜି ନୂଆଦିଲ୍ଲୀରେ କଂଗ୍ରେସ କାର୍ଯ୍ୟାଳୟରେ ବିଧିବଧ ଭାବେ କଂଗ୍ରେସ ସାମିଲ ହୋଇଛନ୍ତି। ଏଥିରେ କଂଗ୍ରେସ ପ୍ରଭାରୀ ଅଜୟ କୁମାର ତାଙ୍କୁ ଉତ୍ତରୀୟ ପିନ୍ଧାଇ ଦଳରେ ସାମିଲ କରାଇଥିଲେ।

ଶ୍ରକାନ୍ତ ଜେନା କଂଗ୍ରେସର ଜଣେ ପୁରୁଖା ନେତା ଥିଲେ। ସେ କଂଗ୍ରେସ ଶାସନ ସମୟରେ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଥିଲେ। ହେଲେ ଗତ ନିର୍ବାଚନ ପୂର୍ବରୁ କଂଗ୍ରେସ ତାଙ୍କୁ ଦଳରୁ ବହିସ୍କାର କରିଥିଲା। ବର୍ତ୍ତମାନ ପୁଣି ଥରେ ସେ ଆଜି କଂଗ୍ରେସକୁ ଫେରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କଣ ପୁଣି କଂଗ୍ରେସକୁ ଫେରିବେ କି ? ଚାଲିଛି ଜୋରଦାର ଚର୍ଚ୍ଚା

ଭୁବନେଶ୍ବର: ଓଡିଶାର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ପୁଣି କଂଗ୍ରେସକୁ ଫେରିବେ। ଏ ନେଇ ଓଡିଶା ରାଜନୀତିରେ ଚାଲିଛି ଜୋରଦାର ଚର୍ଚ୍ଚା। ଏହି ଚର୍ଚ୍ଚାକୁ ନା କଂଗ୍ରେସ ଦଳ ନା ନିଜେ ଶ୍ରୀକାନ୍ତ ଜେନା ଖଣ୍ଡନ କରି ନାହାଁନ୍ତି।

ତେବେ ବିଶେଷ ସୁତ୍ର ଅନୁସାରେ ଶ୍ରୀକାନ୍ତ କୁଆଡେ କଂଗ୍ରେସ ଫେରିବାକୁ ଏଆଇସିସିକୁ ଅନୁରୋଧ କରିଛନ୍ତି। କାରଣ ସେ ରାଜନୀତିରେ ଯେଉଁ ପତିୟାରା ଦେଖାଇ ଥିଲେ କଂଗ୍ରେସରୁ ବହିସ୍କାର ପରେ ତାହା ସଂପୂର୍ଣ୍ଣ ଭାଙ୍ଗିଯାଇଛି। ତେଣୁ ତାଙ୍କ ଉପରୁ ବହିସ୍କାର ଆଦେଶ ପ୍ରତ୍ୟାହାର କରିବା ପାଇଁ କୁଆଡେ ଶ୍ରୀକାନ୍ତଙ୍କ ଏକ ଗୋଷ୍ଠୀ ଦିଲ୍ଲୀରେ ଲବି କରୁଛନ୍ତି।

ତେବେ ଏ ନେଇ ଶ୍ରୀକାନ୍ତ କିଛି କହି ନ ଥିଲେ ମଧ୍ୟ ତାଙ୍କ କଥାରୁ ସ୍ପଷ୍ଟ ବାରି ହୋଇପଡୁଛି ଯେ, ସେ ପୁଣି ଥରେ କଂଗ୍ରେସକୁ ଫେରିବେ। ସେ କଂଗ୍ରେସରୁ ବହିସ୍କୃତ ହେବା ପରେ କେବେ ବି ଦଳ ବିରୋଧରେ କହି ନାହିଁ ବୋଲି ଶ୍ରୀକାନ୍ତ କହିଛନ୍ତି। ଏପରିକି ରାହୁଳ ଗାନ୍ଧି କିମ୍ବା ସୋନିଆଙ୍କ ବିରୋଧରେ ମଧ୍ୟ କିଛି କହି ନାହିଁ।

ଶ୍ରୀକାନ୍ତ ଜେନା ତିନିଥର ବିଧାୟକ ଏବଂ ଚାରିଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ସେ ଗୁଜୁରାଲ, ଦେବଗୈଡା ଏବଂ ମନମୋହନ ସିଂ ପ୍ରଧାନମନ୍ତ୍ରୀତ୍ବ ବେଳେ କେନ୍ଦ୍ରମନ୍ତ୍ରୀ ଥିଲେ। ସେ ପର୍ଯ୍ୟଟନ, ସାର ଓ ରସାୟନ, କୃଷି ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ରହିଛନ୍ତି। ସେ ଏକଦା ବିଜୁବାବୁଙ୍କର ଅତି ଘନିଷ୍ଠ ବ୍ୟକ୍ତି ଭାବେ ପରିଚିତ ଥିଲେ।