Categories
ଆଞ୍ଚଳିକ

ଜୟଦେବ ଶିଶୁ ମନ୍ଦିରର ବାର୍ଷିକ କ୍ରୀଡା ଉଦଯାପିତ

ଭୁବନେଶ୍ୱର: ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଜୟଦେବ ଶିଶୁମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବ 18 ତାରିଖରୁ ଆରମ୍ଭ ହୋଇ ୨୦ ତାରିଖରେ ଶେଷ ହୋଇଯାଇଛି। ଏହି କ୍ରୀଡା ଉତ୍ସବରେ ଅବସର ପ୍ରାପ୍ତ ପ୍ରଶାସନ ଅଧିକାରୀ ତଥା ଖୋର୍ଦ୍ଧା ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ନିରଞ୍ଜନ ସାହୁ, ପ୍ରାକ୍ତନ ଓଡିଶା ଜନ ସେବା ନିୟୋଗ ଅଧିକାରୀ ସହଦେଵ ଜୟ ସିଂ, କବି ପଦ୍ମଜା ପ୍ରିୟ ଦର୍ଶିନୀ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ।

ମୁଖ୍ୟ ଅତିଥି ଛାତ୍ରଛାତ୍ରୀ ମାନଙ୍କୁ ମୋବାଇଲ ଠାରୁ ଦୂରରେ ରହିବା, ବାପା ମା’ ଙ୍କ କଥା ମାନିବା ପରି ଅନେକ ହିତ ଉପଦେଶ ଦେଇଥିଲେ। ଜୟଦେବ ଶିଶୁ ମନ୍ଦିରର ପରିଚାଳନା କମିଟି, ଗୁରୁଜୀ ଓ ଗୁରୁମା ଙ୍କ ସହଯୋଗରେ ବାର୍ଷିକ କ୍ରୀଡା ଉତ୍ସବ ଶେଷ ହୋଇଥିଲା।