Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜୟନ୍ତୀ ପଟ୍ଟନାୟକଙ୍କ ପୁତ୍ରଙ୍କୁ ଫୋନ କରି ସମବେଦନା ଜଣାଇଲେ ରାହୁଳ ଗାନ୍ଧୀ

ଭୁବନେଶ୍ୱର: ଆଜି ପୂର୍ବତନ କଂଗ୍ରେସ ସଭାପତି ତଥା ସାଂସଦ ଶ୍ରୀ ରାହୁଲ ଗାନ୍ଧୀ କର୍ଣ୍ଣାଟକ ର ଭାରତ ଯୋଡ ଯାତ୍ରା ରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମ ରାଜ୍ୟପାଳ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ପୂର୍ବତନ ସାଂସଦ ସ୍ବର୍ଗତଃ ଜୟନ୍ତୀ ପଟ୍ଟନାୟକଙ୍କ ପୁତ୍ର ଶ୍ରୀ ପୃଥ୍ବୀବଲ୍ଲଭ ପଟ୍ଟନୟକଙ୍କୁ ଟେଲିଫୋନ ମାଧ୍ୟମରେ ସ୍ବର୍ଗତଃ ଜୟନ୍ତୀ ପଟ୍ଟନାୟକ ଙ୍କ ବିୟୋଗ ପାଇଁ ଗଭୀର ସମବେଦନା ଜଣାଇଛନ୍ତି।

ଶ୍ରୀ ଗାନ୍ଧୀ କହିଥିଲେ ଶ୍ରୀମତୀ ପଟ୍ଟନାୟକ ଙ୍କ ବିୟୋଗ କଂଗ୍ରେସ ଦଳ ପାଇଁ ଅପୂରଣୀୟ କ୍ଷତି।ମହିଳା ସଶକ୍ତିକରଣ କ୍ଷେତ୍ରରେ ତାଙ୍କର ପ୍ରଚେଷ୍ଟା ଅବିସ୍ମରଣୀୟ। ସେ ତାଙ୍କର ଆବେଗ ବ୍ୟକ୍ତ କରିଥିଲେ। ଓଡ଼ିଶା ପ୍ରଦେଶ କଂଗ୍ରେସ ର ପ୍ରଭାରୀ ତଥା ସାଂସଦ ଡ ଚେଲ୍କା କୁମାରଜୀ ପୃଥ୍ୱୀ ବଲ୍ଲଭଙ୍କ ସହିତ ରାହୁଲ ଗ।ନ୍ଧିଜୀ ଙ୍କୁ କଥା ବାର୍ତ୍ତା କରାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପଞ୍ଚଭୂତରେ ବିଲିନ ହେଲା ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ପାର୍ଥିବ ଶରୀର

ଭୁବନେଶ୍ବର: ଆଜି ଅପରାହ୍ନରେ କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ଓଡିଶାର ପ୍ରଥମ ମହିଳା ଲୋକସଭା ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ଶେଷକୃତ୍ୟ ସଂପର୍ଣ୍ଣ ହୋଇଛି। ଆଜି ଦିନ 12ଟା 30 ମିନଟରେ ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ସଂସ୍କାର କରାଯାଇଛି। ଜୟନ୍ତୀଙ୍କ ଏକମାତ୍ର ପୁତ୍ର ପୃଥୀରାଜ ପଟ୍ଟନାୟକ ମୁଖାଗ୍ନୀ ଦେଇଥିଲେ।

ଆଜି ସକାଳେ ତାଙ୍କର ପ୍ରାର୍ଥୀବ ଶରୀର ଭୁବନେଶ୍ବରସ୍ଥିତ ଫରେଷ୍ଟ ପାର୍କ ବାସଭବନରୁ ଏକ ଶୋଭାଯାତ୍ରାରେ ବାହାରିଥିଲା। ଏହି ଶୋଭାଯାତ୍ରା କଂଗ୍ରେସ ଭବନରେ ପହଞ୍ଚିଥିଲା। ସେଠାରେ ପ୍ରଦେଶ ସଭାପତି ଶରତ ପଟ୍ଟନାୟକଙ୍କ ସହିତ ବହୁ ବରିଷ୍ଠ ନେତୃବୃନ୍ଦ ଶେଷ ଦର୍ଶନ କରିଥିଲେ। ଏହାପରେ ଏହି ଶୋଭାଯାତ୍ରା ପୁରୀ ଅଭିମୁଖେ ଯାଇଥିଲା।

ପୁରୀ ସ୍ବର୍ଗଦ୍ବାରେ ଜୟନ୍ତୀ ପଟ୍ଟନାୟକଙ୍କ ଜାମାତା ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ନାତୁଣୀ ତନୟା ପଟ୍ଟନାୟକ, କଂଗ୍ରେସ ନେତା ନିରଂଜନ ପଟ୍ଟନାୟକ,ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ, ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ, ଗୋବିନ୍ଦ ଭୂୟାଁ, ଲିଙ୍ଗରାଜ ଚୌଧୁରୀ, ମାନସ ରଂଜନ ଚୌଧୁରୀ, ଗାଳ୍ପିକ ବଦ୍ରି ମିଶ୍ର, ପୁରୀ ଓକିଲ ସଂଘର ପ୍ରାକ୍ତନ ସଭାପତି ତଥା କଂଗ୍ରେସ ନେତା ପୁଷ୍କର ମହାପାତ୍ର, ଜିଲ୍ଲା କଂଗ୍ରେସ ଉପସଭାପତି ବୀରେନ୍ଦ୍ର ଭୂଷଣ ହୋତା ପ୍ରମୁଖ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟକ୍ତିତ୍ୱ

BREAKING NEWS: ବରିଷ୍ଠ କଂଗ୍ରେସ ନେତ୍ରୀ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ବର: ଆଜି ସଂଧ୍ୟାରେ ଓଡିଶା ପ୍ରଦେଶ କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପତ୍ନୀ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ 90 ବର୍ଷ ବୟସ ହୋଇଥିଲା। ସେ ବୟସାଧିକ ରୋଗରେ ପିଡିତ ହୋଇ ପରଲୋକ ଗମନ କରିଛନ୍ତି।

ଓଡିଶା ରାଜନୀତିରେ ଜଣେ ପ୍ରତିଷ୍ଠିତ ନେତ୍ରୀ ଥିଲେ ଜୟନ୍ତୀ ପଟ୍ଟନାୟକ। ସେ କଟକ ଏବଂ ବ୍ରହ୍ମପୁରରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ସେ ଜାତୀୟ ମହିଳା କମିଶନରର ପ୍ରଥମ ଅଧ୍ୟକ୍ଷା ହୋଇପାରିଥିଲେ। ୧୯୫୩ ମସିହାର ସେ ରାଜନେତା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ବିବାହ କରିଥିଲେ।

ପିଲାଦିନରୁ ପିତାଙ୍କଦ୍ୱାରା ଅନୁପ୍ରାଣୀତ ହୋଇ ସେ ରାଜନୀତିରେ ପ୍ରବେଶ କରିଥିଲେ । ସେ ୪ ଥର ସାଂସଦ ଭାବେ ଓଡ଼ିଶାରୁ ନିର୍ବାଚିତ ହୋଇଛନ୍ତି । ୧୯୮୧ ମସିହାରେ ପ୍ରଥମ ଓଡ଼ିଆ ମହିଳା ଭାବରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ପୁନର୍ବାର ୧୯୮୪ ମସିହାରେ କଟକରୁ ଓ ୧୯୯୮ରେ ବ୍ରହ୍ମପୁର ଆସନରୁ ନିର୍ବାଚିତ ହୋଇଥିଲେ ।

୧୯୯୬ ମସିହାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୭ ମସିହାରେ ପ୍ରଥମ ଓଡ଼ିଆ ମହିଳା ଭାବେ ଅଖିଳ ଭାରତ ମହିଳା କଂଗ୍ରେସ ସଭାପତି ହୋଇଥିଲେ । ୧୯୯୨ରୁ ୧୯୯୫ (୩ ଫେବୃଆରୀ ୧୯୯୨ – ୩୦ ଜାନୁଆରୀ ୧୯୯୫) ସେ ପ୍ରଥମ ଓଡ଼ିଆ ତଥା ପ୍ରଥମ ଭାରତୀୟ ଭାବେ ନବଗଠିତ ଜାତୀୟ ମହିଳା କମିସନର ଅଧ୍ୟକ୍ଷା ଥିଲେ।

କେବଳ ରାଜନେତ୍ରୀ ନୁହଁନ୍ତି ସେ ଜଣେ ସୁସାହିତ୍ୟିକା ମଧ୍ୟ ଥିଲେ। ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ୱାରା ପ୍ରତିଷ୍ଠିତ ପୌରୁଷ ପତ୍ରିକାର ସମ୍ପାଦନା ସହିତ ସେ ଜଡ଼ିତ ଥିଲେ । ସେ କେ.ଏମ୍. ମୁନ୍ସୀଙ୍କ ଇଂରାଜୀରେ ରଚିତ କୃଷ୍ଣାବତାର ଏବଂ ମହାଭାରତ ପୃଷ୍ଠାରୁ ପୁସ୍ତକକୁ ଓଡ଼ିଆରେ ଅନୁବାଦ କରିଛନ୍ତି । ଏହା ପ୍ରଥମେ ପୌରୁଷରେ ପ୍ରକାଶ ପାଇଥିଲା । ତାଙ୍କ ଜୀବନୀ ପୁସ୍ତକ ଶୀତଳ ବହ୍ନି ନାମରେ ପ୍ରକାଶିତ ହୋଇଛି ।

ଜୟନ୍ତୀ ପଟ୍ଟନାୟକ ସର୍ବଭାରତୀୟ ସ୍ତରରେ ୧୯୯୨ ମସିହା ପାଇଁ ସର୍ବଶ୍ରେଷ୍ଠ ନାରୀ ପ୍ରତିଭା ଭାବେ ମହିଳା ଶିରୋମଣି ଉପାଧି ଓ ୧୯୯୬ ମସିହାରେ ମହିଳା ଗୌରବ ସମ୍ମାନରେ ସମ୍ମାନିତ ହୋଇଛନ୍ତି।ତାଙ୍କ ବିୟୋଗରେ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି।