ପଞ୍ଚଭୂତରେ ବିଲିନ ହେଲା ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ପାର୍ଥିବ ଶରୀର

Published: Sep 29, 2022, 10:13 pm IST

ଭୁବନେଶ୍ବର: ଆଜି ଅପରାହ୍ନରେ କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ଓଡିଶାର ପ୍ରଥମ ମହିଳା ଲୋକସଭା ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ଶେଷକୃତ୍ୟ ସଂପର୍ଣ୍ଣ ହୋଇଛି। ଆଜି ଦିନ 12ଟା 30 ମିନଟରେ ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ସଂସ୍କାର କରାଯାଇଛି। ଜୟନ୍ତୀଙ୍କ ଏକମାତ୍ର ପୁତ୍ର ପୃଥୀରାଜ ପଟ୍ଟନାୟକ ମୁଖାଗ୍ନୀ ଦେଇଥିଲେ।

ଆଜି ସକାଳେ ତାଙ୍କର ପ୍ରାର୍ଥୀବ ଶରୀର ଭୁବନେଶ୍ବରସ୍ଥିତ ଫରେଷ୍ଟ ପାର୍କ ବାସଭବନରୁ ଏକ ଶୋଭାଯାତ୍ରାରେ ବାହାରିଥିଲା। ଏହି ଶୋଭାଯାତ୍ରା କଂଗ୍ରେସ ଭବନରେ ପହଞ୍ଚିଥିଲା। ସେଠାରେ ପ୍ରଦେଶ ସଭାପତି ଶରତ ପଟ୍ଟନାୟକଙ୍କ ସହିତ ବହୁ ବରିଷ୍ଠ ନେତୃବୃନ୍ଦ ଶେଷ ଦର୍ଶନ କରିଥିଲେ। ଏହାପରେ ଏହି ଶୋଭାଯାତ୍ରା ପୁରୀ ଅଭିମୁଖେ ଯାଇଥିଲା।

ପୁରୀ ସ୍ବର୍ଗଦ୍ବାରେ ଜୟନ୍ତୀ ପଟ୍ଟନାୟକଙ୍କ ଜାମାତା ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ନାତୁଣୀ ତନୟା ପଟ୍ଟନାୟକ, କଂଗ୍ରେସ ନେତା ନିରଂଜନ ପଟ୍ଟନାୟକ,ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ, ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ, ଗୋବିନ୍ଦ ଭୂୟାଁ, ଲିଙ୍ଗରାଜ ଚୌଧୁରୀ, ମାନସ ରଂଜନ ଚୌଧୁରୀ, ଗାଳ୍ପିକ ବଦ୍ରି ମିଶ୍ର, ପୁରୀ ଓକିଲ ସଂଘର ପ୍ରାକ୍ତନ ସଭାପତି ତଥା କଂଗ୍ରେସ ନେତା ପୁଷ୍କର ମହାପାତ୍ର, ଜିଲ୍ଲା କଂଗ୍ରେସ ଉପସଭାପତି ବୀରେନ୍ଦ୍ର ଭୂଷଣ ହୋତା ପ୍ରମୁଖ ଉପସ୍ଥିତ ଥିଲେ।

Related posts