Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କିଏ ଏହି ସୁନ୍ଦରୀ ଯୁବତୀ ଜୟା କିଶୋରୀ, ଯାହାକୁ ପ୍ରଧାନମନ୍ତ୍ରୀ କଲେ ପୁରସ୍କୃତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଭାରତ ମଣ୍ଡପମରେ ପ୍ରଥମ ଥର ପାଇଁ ଜାତୀୟ କ୍ରିଏଟର ସମ୍ମାନ ପ୍ରଦାନ କରିଛନ୍ତି। ଏଥିରେ ଦେଶର ବିଭିନ୍ନ ସମାଜିକ ଗଣମାଧ୍ୟମ କିମ୍ବା ୟୁଟୁବରେ ନିଜର ଦକ୍ଷତା ପ୍ରତିପାଦନ କରାଇ ସାମାଜିକ ପରିବର୍ତ୍ତନ କରିଛନ୍ତି ସେମାନଙ୍କୁ ପୁରସ୍କୃତ କରାଯାଇଛି। ପ୍ରଧାନମନ୍ତ୍ରୀ ଗତକାଲି ୨୩ ଜଣ ବିଜେତାଙ୍କୁ ପୁରସ୍କୃତ କରିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ହେଉଛି ଜୟା କିଶୋରୀ।

ଜୟା କିଶୋରୀ ଜୀ, ଆଧ୍ୟାତ୍ମିକ ଜଗତ ତଥା ଭଜନ ଜଗତର ଜଣେ ପ୍ରତିଷ୍ଠିତ ଚେହେରା। ତାଙ୍କର ପ୍ରବଚନ ଶୁଣିବା ପାଇଁ ଭାରତ କାହିଁକି ବିଦେଶରେ ମଧ୍ୟ ଲୋକେ ପାଗଳ ପରି ହୋଇ ଯାଉଛନ୍ତି। ସେ ଦେଖିବାକୁ ଯେପରି, ତାଙ୍କ କଣ୍ଠ ସ୍ବର ମଧ୍ୟ ସେହିପରି। ଭାରତୀୟ ଶାସ୍ତ୍ର ପୁରାଣ ଜ୍ଞାନର ଭଣ୍ଡାର ହେଉଛନ୍ତି ଜୟା କିଶୋରୀ।

ଟେଲିଭିଜନର ଭକ୍ତି କାର୍ଯ୍ୟକ୍ରମ ହେଉ କିମ୍ବା ୟୁଟ୍ୟୁବରେ ତାଙ୍କର ପ୍ରବଚନ କିମ୍ବା ଭକ୍ତିଗୀତ। ଅପଲୋଡ କରିବା ମାତ୍ରେ ଅଳ୍ପ ସମୟରେ ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖୁଛନ୍ତି। ଲାଗୁଛି ସତେ ଯେପରି ତାଙ୍କ ଭିଡିଓ ଅପଲୋଡକୁ ଲକ୍ଷ ଲକ୍ଷ ଲୋକ ଅପେକ୍ଷା କରି ରହିଥିଲେ। ତାଙ୍କର ଗୀତ ରେକର୍ଡିଂ କରିବା ପାଇଁ ବଡ ବଡ ମ୍ୟୁଜିକ କଂପାନୀ ଲମ୍ବା ଧାଡି ଲଗାଇଛନ୍ତି।

ବର୍ତ୍ତମାନ ଭାରତର କୋଣେ ଅନୁକୋଣେ ଜୟା କିଶୋରୀ ଜୀଙ୍କୁ ପ୍ରବଚନ ଦେବାକୁ ନେବା ପାଇଁ ଲମ୍ବା ଧାଡି ଲାଗି ରହିଛି। ପ୍ରତିଦିନ ତାଙ୍କ ପାଖକୁ ଏତେ ନିମନ୍ତ୍ରଣ ଆସୁଛି ଯାହାକୁ ସେ ପାଞ୍ଚ ବର୍ଷ ଲାଗିଲେ ମଧ୍ୟ ସାରି ପାରିବେ ନାହିଁ। ଯେଉଁମାନଙ୍କୁ ପ୍ରବଚନ ଦେବା ପାଇଁ ଜୟା କିଶୋରୀ ଜୀ ରାଜି ହେଉଛନ୍ତି ସେମାନଙ୍କ ଭାଗ୍ୟ କହିଲେ ନ ସରେ। ସେମାନେ ଭଗବାନଙ୍କ ସାନିଧ୍ୟ ହାସଲ କଲେ ବୋଲି ଭାବି ନିଅନ୍ତି।

ଜୟା କିଶୋରୀ ଜୀ, ବୟସ ମାତ୍ର ୨୭ ବର୍ଷ। ସେ ୧୯୯୬ ମସିହା ଜୁଲାଇ ୧୩ ତାରିଖରେ କୋଲକାତାରେ ଜନ୍ମ ଗ୍ରହଣ କରିଛନ୍ତି। ତାଙ୍କୁ ଯେତେବେଳେ ମାତ୍ର ସାତ ବର୍ଷ ବୟସ ସେତେବେଳେ ସେ ନିଜ ପରିବାର ଲୋକଙ୍କ ପାଖରେ ଭଗବାନଙ୍କ ବାଣୀ କହିବାକୁ ଆରମ୍ଭ କରିଥିଲେ। ତାଙ୍କର ଏପରି ଆଗ୍ରହ ଦେଖି ପରିବାର ତରଫରୁ ଏକ ପ୍ରବଚନର ଆସର ମଧ୍ୟ ଆୟୋଜନ କରାଯାଇଥିଲା।

ଆଶ୍ଚର୍ଯ୍ୟର କଥା ଜୟା କିଶୋରୀ ପିଲାବେଳେ ପୁରା ସାତ ଦିନ ଧରି ଶ୍ରୀମଦ ଭାଗବତ ଗୀତା ଉପରେ ପ୍ରବଚନ ଦେଇ ସମସ୍ତଙ୍କୁ ଚମତକୃତ କରିଦେଇ ଥିଲେ। ଏହାପରେ ସେ ସେତେବେଳେ ବିଭିନ୍ନ ଟେଲିଭିଜନ ଚ୍ୟାନେଲ ତାଙ୍କୁ ପ୍ରବଚନ ଦେବା ପାଇଁ ନିମନ୍ତ୍ରଣ ମଧ୍ୟ କରିଥିଲେ। ଏହାଦ୍ବାରା ଜୟା କିଶୋରୀ ଧିରେ ଧିରେ ସାରା ଭାରତରେ ଜଣେ ପରିଚିତ ପ୍ରବଚକ ପାଲଟି ଗଲେ।

ଜୟା କିଶୋରୀ ଜୀ ଲୋକଙ୍କ ଆଗ୍ରହକୁ ଦେଖି ସେ ଏକ ୟୁଟ୍ୟୁବ ଚ୍ୟାନେଲ ମଧ୍ୟ କରିଛନ୍ତି ଯାହାର ନାମ ରହିଛି Jaya Kishori Motivation’। ଯାହାର ସବସ୍କ୍ରାଇବର ସଂଖ୍ୟା ୯ ଲକ୍ଷ। ସେହିପରି ଇନଷ୍ଟାଗ୍ରାମରେ ମଧ୍ୟ ତାଙ୍କର ଫଲୋଅର ସଂଖ୍ୟା ୫୪ ଲକ୍ଷ ଏବଂ ଟୁଇଟରରେ ପ୍ରାୟ ଲକ୍ଷେ ଫଲୋଅର ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ସୁସ୍ଥ ଏବଂ ସୁନ୍ଦର ଜୀବନ ସହ ସଫଳତା ପାଇବା ପାଇଁ ଏସବୁ କରିବା ଜରୁରୀ: ରହସ୍ୟ କହିଲେ ଜୟା କିଶୋରୀ

ଭୁବନେଶ୍ଵର: ଆପଣଙ୍କର ତ୍ରୁଟିକୁ ସୁଧାର କରନ୍ତୁ, ଆପଣଙ୍କୁ ନିଶ୍ଚିତ ଭାବରେ ସଫଳତା ମିଳିବ। ପ୍ରବଚକ ଜୟା କିଶୋରୀ କୋଟାରେ ଏକ କାର୍ଯ୍ୟକ୍ରମ ସମୟରେ ଏହା କହିଛନ୍ତି। ଜୟା କିଶୋରୀ ମୋଟିଭେସନାଲ ଟକ୍ ସୋ ସମୟରେ ଛାତ୍ରମାନଙ୍କୁ ସମ୍ବୋଧିତ କରିଥିଲେ ଏବଂ ସେମାନଙ୍କର ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ। ଜୟା କିଶୋରୀ କହିଛନ୍ତି ଯେ, ଯଦି ଆପଣମାନଙ୍କ ଜାଣନ୍ତି ଯେ ଆପଣଙ୍କ ଭିତରେ କିଛି ଖରାପ ଗୁଣ ବା ଅଭାବ ଅଛି ଏବଂ ଆପଣ ଏହାକୁ ସଂଶୋଧନ କରୁନାହାଁନ୍ତି, ତେବେ ଏହାଠାରୁ ଖରାପ କିଛି ହୋଇପାରିବ ନାହିଁ। ଏହା ଆପଣଙ୍କୁ ସଫଳତା ଠାରୁ ଦୂରେଇ ନେଇଥାଏ ଏବଂ ଯଦି ଆପଣ ଆପଣଙ୍କର ଅଭାବକୁ ସଂଶୋଧନ କରନ୍ତି ନାହିଁ ତେବେ ଆପଣ କଦାପି ସଫଳତା ହାସଲ କରିବେ ନାହିଁ।

ଯେତେବେଳେ ବି ଆପଣମାନେ କୌଣସି କାମ କରନ୍ତି, ଏହାକୁ ଏପରି ଭାବେ କରନ୍ତୁ ଯେପରି ସମସ୍ତ ଧ୍ୟାନ ଏହା ଉପରେ ରହିବ। ଏତେ ଅଭ୍ୟାସ କରନ୍ତୁ, ଯେଭଳି ଆପଣ ସେହି କ୍ଷେତ୍ରର ରାଜା ହୋଇଯିବ। ସେ କହିଥିଲେ ଯେ କେବଳ ଆମର ଶିକ୍ଷା ଜୀବନରେ ଉପଯୋଗୀ ହେବ। ତେଣୁ ଶିଖିବା ଗୁରୁତ୍ୱପୂର୍ଣ୍ଣ। ସଂଖ୍ୟା ଗୁରୁତ୍ୱପୂର୍ଣ୍ଣ ନୁହେଁ। ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ, ଏଥିପାଇଁ ଶାରୀରିକ କାର୍ଯ୍ୟକଳାପ ଏବଂ ସୁସ୍ଥ ଖାଦ୍ୟ ଆବଶ୍ୟକ।

ମାନସିକ ସ୍ୱାସ୍ଥ୍ୟ ପାଇଁ ଭଲ ଚିନ୍ତାଧାରା ଗୁରୁତ୍ୱପୂର୍ଣ୍ଣ:

ମାନସିକ ସ୍ୱାସ୍ଥ୍ୟ ପାଇଁ ଭଲ ଚିନ୍ତାଧାରା ଗୁରୁତ୍ୱପୂର୍ଣ୍ଣ। ଆଧ୍ୟାତ୍ମିକତା ଆଡକୁ ଯାଅନ୍ତୁ। ପ୍ରକୃତି, ଇଶ୍ୱରୀୟ ଶକ୍ତି ସହିତ ସଂଯୁକ୍ତ ହୁଅନ୍ତୁ। ଏହା ଆପଣଙ୍କୁ ଶକ୍ତି ଦେବ। ଆପଣ ଚେତନା ଲାଭ କରିବେ, ଆପଣ ଉତ୍ସାହ ଲାଭ କରିବେ। ନାମ ଏବଂ ଖ୍ୟାତି ବିଜୟ ନୁହେଁ। ମୋ କହିବାନୁସାରେ, ବିଜେତା ସେ ଅଟେ, ଯେ ଖୁସି ରୁହେ। ଆପଣମାନେ କାମ କରନ୍ତୁ ଓ କଠିନ ପରିଶ୍ରମ କରନ୍ତୁ, ଏହା ପରେ ଯାହା ଘଟିବ ତାହା ଭଲ ହେବ। ଜୟା କିଶୋରୀ ଏହା ମଧ୍ୟ କହିଛନ୍ତି ଯେ, ସଂଗ୍ରାମ ଏପରି କିଛି ଯାହା ଆପଣଙ୍କୁ ସବୁବେଳେ ସଫଳତା ଆଡକୁ ନେଇଥାଏ। ମୁଁ ଭାବୁନାହିଁ ଆପଣମାନେ ସଂଗ୍ରାମ ବିନା ସ୍ଥାୟୀ ସଫଳତା ହାସଲ କରିପାରିବ। ସର୍ଟକଟ୍ ପଥଗୁଡିକ ମଧ୍ୟ ଆପଣଙ୍କୁ ସଫଳତା ଆଣିପାରେ କିନ୍ତୁ ଏହା କେବଳ କିଛି ସମୟ ପାଇଁ ଆଣିଥାଏ। ଏହି ସମୟରେ ଜୟା କିଶୋରି କୋଚିଂ ଛାତ୍ରମାନଙ୍କ ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ।

ଛାତ୍ରଙ୍କ ପ୍ରଶ୍ନ, ଅଧ୍ୟୟନ ଚାପକୁ କିପରି ପରିଚାଳନା କରିବେ?:

ଜୟା କିଶୋରୀ କହିଛନ୍ତି ଯେ, ନିଜକୁ କାହା ସହିତ ତୁଳନା କରିବା ଉଚିତ୍ ନୁହେଁ ଏବଂ ଯଥାସମ୍ଭବ ନିଜର ପୂର୍ଣ୍ଣ ଚେଷ୍ଟା କରିବା ଉଚିତ୍। ଯେତେବେଳେ ଇଚ୍ଛା ନଥିବା କାମକୁ କରନ୍ତି, ସେତେବେଳେ ଚାପ ଆସେ। ତେଣୁ, ବୁଝାମଣା ସହିତ ଅଧ୍ୟୟନ କରନ୍ତୁ ଯେ ଯଦି ଆପଣ ଆଜି ଅଧ୍ୟୟନ କରନ୍ତି, ତେବେ ଆଗାମୀ ଜୀବନ ସହଜ ହେବ ଏବଂ ଯଦି ଆପଣ ଆଜି ମଜା କରନ୍ତି, ତେବେ ଆପଣ ଭବିଷ୍ୟତରେ ସଂଘର୍ଷ କରିବେ।

Categories
ଆଜିର ଖବର ଧର୍ମ

କିଏ ସେହି ଜୟା କିଶୋରୀ, ଯାହାଙ୍କ ପ୍ରବଚନ ଶୁଣିବା ପାଇଁ ଭକ୍ତମାନେ ହୁଅନ୍ତି ପାଗଳ

Jaya Kishori Ji: ଜୟା କିଶୋରୀ ଜୀ, ଆଧ୍ୟାତ୍ମିକ ଜଗତ ତଥା ଭଜନ ଜଗତର ଜଣେ ପ୍ରତିଷ୍ଠିତ ଚେହେରା। ତାଙ୍କର ପ୍ରବଚନ ଶୁଣିବା ପାଇଁ ଭାରତ କାହିଁକି ବିଦେଶରେ ମଧ୍ୟ ଲୋକେ ପାଗଳ ପରି ହୋଇ ଯାଉଛନ୍ତି। ସେ ଦେଖିବାକୁ ଯେପରି, ତାଙ୍କ କଣ୍ଠ ସ୍ବର ମଧ୍ୟ ସେହିପରି। ଭାରତୀୟ ଶାସ୍ତ୍ର ପୁରାଣ ଜ୍ଞାନର ଭଣ୍ଡାର ହେଉଛନ୍ତି ଜୟା କିଶୋରୀ।