Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କିଏ ଏହି ସୁନ୍ଦରୀ ଯୁବତୀ ଜୟା କିଶୋରୀ, ଯାହାଙ୍କ ପ୍ରବଚନ ଶୁଣିବା ପାଇଁ ଭକ୍ତମାନେ ହୁଅନ୍ତି ପାଗଳ
ବିଶେଷ ଖବର

କିଏ ଏହି ସୁନ୍ଦରୀ ଯୁବତୀ ଜୟା କିଶୋରୀ, ଯାହାଙ୍କ ପ୍ରବଚନ ଶୁଣିବା ପାଇଁ ଭକ୍ତମାନେ ହୁଅନ୍ତି ପାଗଳ

July 20, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Jayakishori
କିଏ ଏହି ସୁନ୍ଦରୀ ଯୁବତୀ ଜୟା କିଶୋରୀ, ଯାହାଙ୍କ ପ୍ରବଚନ ଶୁଣିବା ପାଇଁ ଭକ୍ତମାନେ ହୁଅନ୍ତି ପାଗଳ

Jaya Kishori Ji: ଜୟା କିଶୋରୀ ଜୀ, ଆଧ୍ୟାତ୍ମିକ ଜଗତ ତଥା ଭଜନ ଜଗତର ଜଣେ ପ୍ରତିଷ୍ଠିତ ଚେହେରା। ତାଙ୍କର ପ୍ରବଚନ ଶୁଣିବା ପାଇଁ ଭାରତ କାହିଁକି ବିଦେଶରେ ମଧ୍ୟ ଲୋକେ ପାଗଳ ପରି ହୋଇ ଯାଉଛନ୍ତି। ସେ ଦେଖିବାକୁ ଯେପରି, ତାଙ୍କ କଣ୍ଠ ସ୍ବର ମଧ୍ୟ ସେହିପରି। ଭାରତୀୟ ଶାସ୍ତ୍ର ପୁରାଣ ଜ୍ଞାନର ଭଣ୍ଡାର ହେଉଛନ୍ତି ଜୟା କିଶୋରୀ।

ଟେଲିଭିଜନର ଭକ୍ତି କାର୍ଯ୍ୟକ୍ରମ ହେଉ କିମ୍ବା ୟୁଟ୍ୟୁବରେ ତାଙ୍କର ପ୍ରବଚନ କିମ୍ବା ଭକ୍ତିଗୀତ। ଅପଲୋଡ କରିବା ମାତ୍ରେ ଅଳ୍ପ ସମୟରେ ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖୁଛନ୍ତି। ଲାଗୁଛି ସତେ ଯେପରି ତାଙ୍କ ଭିଡିଓ ଅପଲୋଡକୁ ଲକ୍ଷ ଲକ୍ଷ ଲୋକ ଅପେକ୍ଷା କରି ରହିଥିଲେ। ତାଙ୍କର ଗୀତ ରେକର୍ଡିଂ କରିବା ପାଇଁ ବଡ ବଡ ମ୍ୟୁଜିକ କଂପାନୀ ଲମ୍ବା ଧାଡି ଲଗାଇଛନ୍ତି।

ବର୍ତ୍ତମାନ ଭାରତର କୋଣେ ଅନୁକୋଣେ ଜୟା କିଶୋରୀ ଜୀଙ୍କୁ ପ୍ରବଚନ ଦେବାକୁ ନେବା ପାଇଁ ଲମ୍ବା ଧାଡି ଲାଗି ରହିଛି। ପ୍ରତିଦିନ ତାଙ୍କ ପାଖକୁ ଏତେ ନିମନ୍ତ୍ରଣ ଆସୁଛି ଯାହାକୁ ସେ ପାଞ୍ଚ ବର୍ଷ ଲାଗିଲେ ମଧ୍ୟ ସାରି ପାରିବେ ନାହିଁ। ଯେଉଁମାନଙ୍କୁ ପ୍ରବଚନ ଦେବା ପାଇଁ ଜୟା କିଶୋରୀ ଜୀ ରାଜି ହେଉଛନ୍ତି ସେମାନଙ୍କ ଭାଗ୍ୟ କହିଲେ ନ ସରେ। ସେମାନେ ଭଗବାନଙ୍କ ସାନିଧ୍ୟ ହାସଲ କଲେ ବୋଲି ଭାବି ନିଅନ୍ତି।

ଜୟା କିଶୋରୀ ଜୀ, ବୟସ ମାତ୍ର ୨୭ ବର୍ଷ। ସେ ୧୯୯୬ ମସିହା ଜୁଲାଇ ୧୩ ତାରିଖରେ କୋଲକାତାରେ ଜନ୍ମ ଗ୍ରହଣ କରିଛନ୍ତି। ତାଙ୍କୁ ଯେତେବେଳେ ମାତ୍ର ସାତ ବର୍ଷ ବୟସ ସେତେବେଳେ ସେ ନିଜ ପରିବାର ଲୋକଙ୍କ ପାଖରେ ଭଗବାନଙ୍କ ବାଣୀ କହିବାକୁ ଆରମ୍ଭ କରିଥିଲେ। ତାଙ୍କର ଏପରି ଆଗ୍ରହ ଦେଖି ପରିବାର ତରଫରୁ ଏକ ପ୍ରବଚନର ଆସର ମଧ୍ୟ ଆୟୋଜନ କରାଯାଇଥିଲା।

ଆଶ୍ଚର୍ଯ୍ୟର କଥା ଜୟା କିଶୋରୀ ପିଲାବେଳେ ପୁରା ସାତ ଦିନ ଧରି ଶ୍ରୀମଦ ଭାଗବତ ଗୀତା ଉପରେ ପ୍ରବଚନ ଦେଇ ସମସ୍ତଙ୍କୁ ଚମତକୃତ କରିଦେଇ ଥିଲେ। ଏହାପରେ ସେ ସେତେବେଳେ ବିଭିନ୍ନ ଟେଲିଭିଜନ ଚ୍ୟାନେଲ ତାଙ୍କୁ ପ୍ରବଚନ ଦେବା ପାଇଁ ନିମନ୍ତ୍ରଣ ମଧ୍ୟ କରିଥିଲେ। ଏହାଦ୍ବାରା ଜୟା କିଶୋରୀ ଧିରେ ଧିରେ ସାରା ଭାରତରେ ଜଣେ ପରିଚିତ ପ୍ରବଚକ ପାଲଟି ଗଲେ।

ଜୟା କିଶୋରୀ ଜୀ ଲୋକଙ୍କ ଆଗ୍ରହକୁ ଦେଖି ସେ ଏକ ୟୁଟ୍ୟୁବ ଚ୍ୟାନେଲ ମଧ୍ୟ କରିଛନ୍ତି ଯାହାର ନାମ ରହିଛି Jaya Kishori Motivation’। ଯାହାର ସବସ୍କ୍ରାଇବର ସଂଖ୍ୟା ୯ ଲକ୍ଷ। ସେହିପରି ଇନଷ୍ଟାଗ୍ରାମରେ ମଧ୍ୟ ତାଙ୍କର ଫଲୋଅର ସଂଖ୍ୟା ୫୪ ଲକ୍ଷ ଏବଂ ଟୁଇଟରରେ ପ୍ରାୟ ଲକ୍ଷେ ଫଲୋଅର ଅଛନ୍ତି।

Jaya Kishori Ji ଜୟା କିଶୋରୀ ପ୍ରବଚକ ପ୍ରବଚନ
Share. Facebook Twitter LinkedIn Email WhatsApp Copy Link

Related Posts

ମମତା ବାନାର୍ଜୀଙ୍କ ବିରୋଧରେ ବଡ଼ ବିଦ୍ରୋହ!: ୫୯ ବିଧାୟକଙ୍କ ସମର୍ଥନ ଦାବି କଲେ ରୀତବ୍ରତ ବାନାର୍ଜୀ

June 3, 2026

ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ; ସମୟୋଚିତ ପ୍ରସ୍ତୁତି ଜରୁରୀ: କେନ୍ଦ୍ର କୃଷିମନ୍ତ୍ରୀ

June 3, 2026

ରୁଦ୍ରମ୍-୨ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

June 2, 2026

ନେହେରୁଙ୍କ ରେକର୍ଡ ଭାଙ୍ଗିବେ ମୋଦି

June 2, 2026
Latest News

ମମତା ବାନାର୍ଜୀଙ୍କ ବିରୋଧରେ ବଡ଼ ବିଦ୍ରୋହ!: ୫୯ ବିଧାୟକଙ୍କ ସମର୍ଥନ ଦାବି କଲେ ରୀତବ୍ରତ ବାନାର୍ଜୀ

June 3, 2026

କମ୍ପାନୀଗୁଡ଼ିକର ଲମ୍ବା ଧାଡ଼ି: ଆକାଶଛୁଆଁ ହେଲା ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ରାଣ୍ଡ ମୂଲ୍ୟ

June 3, 2026

ଜୀ ସାର୍ଥକର ତରଫରୁ ‘କିଛି ସତ କିଛି ମିଛ’ ର ଆଲୋକ ଓ ଛବିର ବିବାହ ଉତ୍ସବ ପାଇଁ ନିମନ୍ତ୍ରଣ

June 3, 2026

ଗଞ୍ଜାମ ହାଜତ ମୃତ୍ୟୁ ମାମଲା: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

June 3, 2026

ଜନ୍ମ ମାଟିରେ ବାଣପୁର ମୁକ୍ତି ସଂଗ୍ରାମର ମହାନାୟକ ବିପ୍ଲବୀ କୃତିବାସ ପାଟ୍ଟଶାଣୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

June 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.