Categories
ଆଜିର ଖବର ଜାତୀୟ ଖବର

ଆଜି ଝାଡ଼ଖଣ୍ଡର ରାଞ୍ଚିଠାରେ ଅନୁଷ୍ଠିତ ହେବ ପେସା ଆଇନ ଉପରେ ଜାତୀୟ କର୍ମଶାଳା

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଆଜି ରାଞ୍ଚିରେ ପେସା ଆଇନ ଉପରେ ଏକ ଜାତୀୟ କର୍ମଶାଳା ଆୟୋଜନ କରିବ। ପଞ୍ଚାୟତ (ଅନୁସୂଚିତ ଅଞ୍ଚଳକୁ ସଂପ୍ରସାରଣ) ଆଇନ, ୧୯୯୬ (ପେସା ଆକ୍ଟର ବ୍ୟବସ୍ଥାବଳୀ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ। ଏହି ପେସା କର୍ମଶାଳାରେ ଝାଡ଼ଖଣ୍ଡର ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ ଓ ଗ୍ରାମୀଣ ପୂର୍ତ୍ତ ବିଭାଗ ମନ୍ତ୍ରୀ ଦୀପିକା ପାଣ୍ଡେ ସିଂହ ମୁଖ୍ୟ ବକ୍ତବ୍ୟ ଦେବେ।

ପଞ୍ଚାୟତିରାଜ ମନ୍ତ୍ରଣାଳୟର ସଚିବ ବିବେକ ଭରଦ୍ୱାଜ ଜାତୀୟ କର୍ମଶାଳାକୁ ସମ୍ବୋଧିତ କରିବା ସହ ଅନୁସୂଚିତ ଅଞ୍ଚଳରେ ସ୍ବାୟତ୍ତ ଶାସନକୁ ଆଗକୁ ବଢ଼ାଇବାରେ ପେସାର ଗୁରୁତ୍ୱ ଉପରେ ଆଲୋକପାତ କରିବେ ଏବଂ ଏହି ଆଇନର ପ୍ରଭାବୀ ରୂପାୟନ ପାଇଁ ପଞ୍ଚାୟତିରାଜ ମନ୍ତ୍ରଣାଳୟର ପ୍ରତିବଦ୍ଧତା ଉପରେ ଆଲୋକପାତ କରିବେ। ପଞ୍ଚାୟତିରାଜ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଆଲୋକ ପ୍ରେମ ନାଗର, ଝାଡ଼ଖଣ୍ଡ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ଶାସନ ସଚିବ ବିନୟ କୁମାର ଚୌବେ ଏବଂ ଝାଡ଼ଖଣ୍ଡର ପଞ୍ଚାୟତିରାଜ ନିର୍ଦ୍ଦେଶକ ଶ୍ରୀମତୀ ନେସା ଓରାଓଁ ମଧ୍ୟ ପେସା କର୍ମଶାଳାରେ ଯୋଗଦାନ କରିବେ ଏବଂ ପେସା ଆଇନର ଲକ୍ଷ୍ୟକୁ ଆଗକୁ ବଢ଼ାଇବା ପାଇଁ ସେମାନଙ୍କ ମତାମତ ଓ ମାର୍ଗଦର୍ଶନ ପ୍ରଦାନ କରିବେ।

ଝାଡ଼ଖଣ୍ଡର ରାଞ୍ଚିଠାରେ ୨୪ ଡିସେମ୍ବର ୨୦୨୪ରେ ଅନୁଷ୍ଠିତ ହେବାକୁ ଥିବା ପଞ୍ଚାୟତ (ଅନୁସୂଚିତ ଅଞ୍ଚଳକୁ ସମ୍ପ୍ରସାରଣ) ଆଇନ, ୧୯୯୬ (ପେସା ଆକ୍ଟ) ସଂପର୍କିତ ଜାତୀୟ କର୍ମଶାଳା ଭାରତର ଜନଜାତି ଅଂଚଳରେ ତୃଣମୂଳ ସ୍ତରର ଗଣତନ୍ତ୍ରକୁ ସୁଦୃଢ଼ କରିବାଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ୧୯୯୬ ମସିହା ଡିସେମ୍ବର ୨୪ ତାରିଖରେ ଐତିହାସିକ ଆଇନ ପେସା ଆଇନ ପ୍ରଣୟନକୁ ସ୍ମରଣ କରି ଏହି ଜାତୀୟ କର୍ମଶାଳା ଆୟୋଜନ କରାଯାଉଛି। ଏହି ଆଇନ ଅନୁସୂଚିତ ଅଞ୍ଚଳରେ ଗ୍ରାମସଭାଗୁଡ଼ିକୁ ସ୍ବୟଂଶାସନ ଓ ପ୍ରାକୃତିକ ସମ୍ପଦ ପରିଚାଳନା ପାଇଁ କ୍ଷମତା ପ୍ରଦାନ କରିଥିଲା। ଜନଜାତି ସମ୍ପ୍ରଦାୟକୁ ଶୋଷଣରୁ ରକ୍ଷା କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଏହି ଆଇନ ଅନୁସୂଚିତ ଜନଜାତିଙ୍କ ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଏବଂ ରାଜନୈତିକ ଜୀବନ ଏବଂ କାର୍ଯ୍ୟକଳାପକୁ ସୁରକ୍ଷିତ ରଖିବା ଏବଂ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ସୂଚୀତ କରୁଛି।

ସୂଚନାଯୋଗ୍ୟ, ପେସା ଆଇନ ଅନୁଯାୟୀ ଝାଡ଼ଖଣ୍ଡ ନିଜର ପେସା ନିୟମକୁ ଚୂଡ଼ାନ୍ତ ରୂପ ଦେବାର ନିକଟବର୍ତ୍ତୀ ହୋଇଛି। ଏହି ଗୁରୁତ୍ବପୂର୍ଣ୍ଣ କର୍ମଶାଳାଟି ଏହି ଆଇନର ଉଦ୍ଦେଶ୍ୟ, ସଫଳତା ଏବଂ ଅନୁସୂଚୀତ ଅଂଚଳର ଲୋକମାନଙ୍କ ଅଧିକାରର ସୁରକ୍ଷା ସହ ସ୍ଥାନୀୟ ଶାସନକୁ ସଶକ୍ତ କରିବା ପ୍ରସଙ୍ଗରେ ଅଂଶୀଦାରମାନଙ୍କ ମଧ୍ୟରେ ଆଲୋଚନାର ଏକ ଗୁରୁତ୍ବପୂର୍ଣ୍ଣ ମଞ୍ଚ ହେବ। ଏହି ଦିନିକିଆ ପେସା କର୍ମଶାଳାଟି ଅର୍ଥପୂର୍ଣ୍ଣ ଆଲୋଚନା ଏବଂ କାର୍ଯ୍ୟକାରୀଯୋଗ୍ୟ ଫଳାଫଳ ସୃଷ୍ଟି କରିବା ପାଇଁ ଡିଜାଇନ୍ କରାଯାଇଛି ଯାହା ଇପସିତ ସମ୍ପ୍ରଦାୟକୁ ଉପକୃତ କରିବ।

ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଅଞ୍ଚଳରେ ଶାସନକୁ ସୁଦୃଢ଼ କରିବାରେ ପେସାର ଭୂମିକା ସମ୍ପର୍କରେ ବିସ୍ତୃତ ଆଲୋଚନା ହେବା ସହିତ ପେସାର ବୈଶିଷ୍ଟ୍ୟ ଏବଂ ଏହାର ପ୍ରଭାବକୁ ଦର୍ଶାଉଥିବା ଏକ କ୍ଷୁଦ୍ର ଚଳଚ୍ଚିତ୍ର ଏବଂ ଗୀତ ମଧ୍ୟ ପରିବେଷଣ ହେବ। ମୁଖ୍ୟ ଅଭିଭାଷଣ ବ୍ୟତୀତ ଏହି କାର୍ଯ୍ୟକ୍ରମରେ ଜନଜାତି ପରମ୍ପରା ଓ ଶାସନ ପ୍ରଣାଳୀ ଉପରେ ପ୍ୟାନେଲ ଆଲୋଚନାଚକ୍ର ଏବଂ ଆଦିବାସୀ ସମ୍ପ୍ରଦାୟର ସମୃଦ୍ଧ ଐତିହ୍ୟକୁ ଦର୍ଶାଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏହାଛଡ଼ା ଅଂଶୀଦାରମାନେ ପାରମ୍ପରିକ ଗ୍ରାମସଭା ପ୍ରଦ୍ଧତି ଓ ସ୍ଥାନୀୟ ସ୍ବାୟତ୍ତ ଶାସନକୁ ସଶକ୍ତ କରିବାକୁ ପଞ୍ଚାୟତ ପ୍ରଶାସନ ସହ ଏହାର ଏକୀକରଣ ଆଦି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବେ।

ଏହି କର୍ମଶାଳାର ଉଦ୍ଦେଶ୍ୟ ହେଉଛି ପେସା ଆଇନର ପ୍ରଭାବୀ ରୂପାୟନ ମାଧ୍ୟମରେ ସହଯୋଗ ବୃଦ୍ଧି, ସଚେତନତା ବୃଦ୍ଧି ଏବଂ ଅନୁସୂଚିତ ଅଞ୍ଚଳରେ ଜନଜାତି ସମ୍ପ୍ରଦାୟର ସଶକ୍ତୀକରଣ ପାଇଁ ଏକ ସ୍ପଷ୍ଟ ଗତିପଥ ପ୍ରସ୍ତୁତ କରିବା।

କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଗୁଜରାଟ, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ରାଜସ୍ଥାନ ଏବଂ ତେଲେଙ୍ଗାନା ଭଳି ୧୦ଟି ପେସା ରାଜ୍ୟକୁ ନିଜ ନିଜ ଅଞ୍ଚଳରେ ପ୍ରଭାବଶାଳୀ ସଚେତନତା ଏବଂ ଦକ୍ଷତା ବିକାଶ କାର୍ଯ୍ୟ ପାଇଁ ଆବଶ୍ୟକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପରାମର୍ଶ ଦେଇଛି। ପଞ୍ଚାୟତିରାଜ ଅନୁଷ୍ଠାନର ନିର୍ବାଚିତ ପ୍ରତିନିଧି, ଗ୍ରାମସଭାର ସଦସ୍ୟ ଏବଂ ଜଙ୍ଗଲ, ରାଜସ୍ୱ, ଗ୍ରାମ୍ୟ ଉନ୍ନୟନ, ଜନଜାତି କଲ୍ୟାଣ ଏବଂ ସାମାଜିକ ନ୍ୟାୟ ଭଳି ବିଭାଗର ଅଧିକାରୀଙ୍କ ସମେତ ପ୍ରମୁଖ ଅଂଶୀଦାରମାନଙ୍କୁ ସକ୍ରିୟ ଭାବରେ ନିୟୋଜିତ କରିବା ଏହି ପଦକ୍ଷେପର ଉଦ୍ଦେଶ୍ୟ।

ଅର୍ଥପୂର୍ଣ୍ଣ ଆଲୋଚନା ଏବଂ ଆଲୋଚନା ଚକ୍ର ମାଧ୍ୟମରେ ପେସା ଆଇନର ମୁଖ୍ୟ ବୈଶିଷ୍ଟ୍ୟ ଉପରେ ଆଲୋକପାତ କରିବା ଏବଂ ଅନୁସୂଚିତ ଅଞ୍ଚଳରେ ସ୍ଥାନୀୟ ଶାସନକୁ ସୁଦୃଢ଼ କରିବା ପାଇଁ ଏହାର ବିପୁଳ ସମ୍ଭାବନାକୁ ଉନ୍ମୋଚନ କରିବା ଉପରେ ଧ୍ୟାନ ଦିଆଯିବ। ପେସା ଆଇନ ବିଷୟରେ ସଚେତନତା ସୃଷ୍ଟି କରିବା, ଗ୍ରାମସଭାଗୁଡ଼ିକୁ ସଶକ୍ତ କରିବା ଏବଂ ତୃଣମୂଳ ସ୍ତରରେ ଏହାର ପ୍ରଭାବଶାଳୀ କାର୍ଯ୍ୟକାରିତା ସୁନିଶ୍ଚିତ କରିବାରେ ଓ ଅନୁସୂଚୀତ ଅଂଚଳରେ ସମାବେଶୀ ଓ ସ୍ଥାୟୀ ବିକାଶ କ୍ଷେତ୍ରରେ ଏହି ରାଜ୍ୟଗୁଡ଼ିକର ସାମୂହିକ ପ୍ରୟାସ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ପୃଷ୍ଠଭୂମି: ଗ୍ରାମସଭା ମାଧ୍ୟମରେ ସ୍ବାୟତ୍ତ ଶାସନକୁ ସୁଦୃଢ କରି ଅନୁସୂଚିତ ଅଞ୍ଚଳର ଆଦିବାସୀ ସମ୍ପ୍ରଦାୟକୁ ସଶକ୍ତ କରିବା ଲକ୍ଷ୍ୟରେ ପଞ୍ଚାୟତ (ଅନୁସୂଚିତ ଅଞ୍ଚଳକୁ ସମ୍ପ୍ରସାରଣ) ଆଇନ (ପେସା) ୨୪ ଡିସେମ୍ବର ୧୯୯୬ରେ ପ୍ରଣୟନ କରାଯାଇଥିଲା। ତେବେ ରାଜ୍ୟ ଭିତ୍ତିକ ନିର୍ଦ୍ଦିଷ୍ଟ ପେସା ନିୟମ ପ୍ରଣୟନରେ ବିଳମ୍ବ, ବ୍ୟାପକ ପ୍ରଶିକ୍ଷଣ ସାମଗ୍ରୀର ଅଭାବ ଏବଂ ସହାୟକ ରାଜ୍ୟ ଆଇନର ଅଭାବ ଏହାର ପ୍ରଭାବଶାଳୀ କାର୍ଯ୍ୟକାରିତା ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏସବୁ ଆହ୍ବାନର ମୁକାବିଲା ଓ ପେସା ଆଇନର ପ୍ରଭାବୀ କାର୍ଯ୍ୟକାରୀତା ପାଇଁ ପଞ୍ଚାୟତିରାଜ ମନ୍ତ୍ରଣାଳୟ ସମସ୍ତ ପେସା ରାଜ୍ୟମାନଙ୍କୁ ୨୪ ଡିସେମ୍ବର ୨୦୨୪ ରେ ଉପଯୁକ୍ତ କାର୍ଯ୍ୟକ୍ରମ, ସମାରୋହ ଆୟୋଜନ ଏବଂ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରିବାକୁ ଆହ୍ୱାନ ଦେଇଛି।

ଏପରି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଅନୁସୂଚିତ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଖରେ ପେସା ଆଇନର ଲାଭ ପହଞ୍ଚାଇବା ପାଇଁ ସାମୂହିକ ଓ ମିଳିତ ପ୍ରୟାସକୁ ସୁଦୃଢ଼ କରିବା। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନ ଅନୁଯାୟୀ, ଏହି ଅଞ୍ଚଳର ଲୋକଙ୍କ ଜୀବନକୁ ସହଜ କରିବା ଏବଂ ସେମାନଙ୍କ ର ଅଭିବୃଦ୍ଧି ଏବଂ ସମୃଦ୍ଧି ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବା ପାଇଁ ଯଥାସମ୍ଭବ ପ୍ରୟାସ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ପେସା ଆଇନ ବିଷୟରେ ସଚେତନତା ସୃଷ୍ଟି କରିବା, ଅଂଶୀଦାରମାନଙ୍କ ଦକ୍ଷତା ବୃଦ୍ଧି କରିବା ଏବଂ ଅନୁସୂଚିତ ଅଞ୍ଚଳରେ ଗ୍ରାମ ପଞ୍ଚାୟତଗୁଡ଼ିକର ଉନ୍ନତ ପ୍ରଶସାନ ଏବଂ ଉନ୍ନତ ପରିଚାଳନା ପାଇଁ ଗ୍ରାମସଭାଗୁଡ଼ିକୁ ସଶକ୍ତ କରିବା।

୨୦୨୪ରେ ଜନଜାତି ସମ୍ପ୍ରଦାୟର ସଶକ୍ତୀକରଣ ପାଇଁ ଆୟୋଜିତ ପ୍ରମୁଖ କର୍ମଶାଳା/ସମ୍ମିଳନୀ:

ପେସା ଆଇନ ଭାବେ ପରିଚିତ ପଂଚାୟତ (ଅନୁସୂଚିତ ଅଞ୍ଚଳକୁ ସମ୍ପ୍ରସାରଣ) ଆଇନ, ୧୯୯୬ର ବ୍ୟବସ୍ଥାଗୁଡ଼ିକର ପ୍ରଭାବୀ ରୂପାୟନ ପାଇଁ ପଞ୍ଚାୟତିରାଜ ମନ୍ତ୍ରଣାଳୟ ୨୦୨୪ରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀର ଆୟୋଜନ କରିଛି। ପ୍ରଥମ ଆଞ୍ଚଳିକ ସମ୍ମିଳନୀ ୧୧-୧୨ ଜାନୁଆରୀ ୨୦୨୪ରେ ମହାରାଷ୍ଟ୍ରର ପୁଣେର ଯଶାଡାଠାରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଗୁଜୁରାଟ, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ରାଜସ୍ଥାନ ଅନ୍ତର୍ଭୁକ୍ତ ଥିଲେ। ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ଓଡ଼ିଶା ଓ ତେଲେଙ୍ଗାନା ଆଜି ପେସା ରାଜ୍ୟକୁ ଦୃଷ୍ଟିରେ ରଖି ଝାଡ଼ଖଣ୍ଡର ରାଞ୍ଚିଠାରେ ୨୦୨୪ ମାର୍ଚ୍ଚ ୪-୫ ତାରିଖରେ ଦ୍ବିତୀୟ ଆଞ୍ଚଳିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

୨୬ ସେପ୍ଟେମ୍ବର ୨୦୨୪ରେ ନୂଆଦିଲ୍ଲୀର ଡ. ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟରରେ ପେସା ଉପରେ ଏକ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା (ଜିପିଡିପି) ଏବଂ ପ୍ରଶିକ୍ଷଣ ପଦକ୍ଷେପକୁ ବୃଦ୍ଧି କରିବା ପାଇଁ ପେସା-ଜିପିଡିପି ପୋର୍ଟାଲ ଏବଂ ସାତଟି ସ୍ୱତନ୍ତ୍ର ପ୍ରଶିକ୍ଷଣ ମଡ୍ୟୁଲର ଶୁଭାରମ୍ଭ କରାଯାଇଥିଲା। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପେସା ଆଇନ ଉପରେ ଏକ ବ୍ୟାପକ ପ୍ରଶିକ୍ଷଣ ମଡ୍ୟୁଲ୍ ବିକଶିତ କରିଛି। ତୃଣମୂଳ ସ୍ତରରେ ଉନ୍ନତ ପହଂଚିବା ଏବଂ ପ୍ରଭାବଶାଳୀ କାର୍ଯ୍ୟକାରିତା ପାଇଁ ଏହାକୁ ସ୍ଥାନୀୟ ଭାଷା ଏବଂ ଉପଭାଷାରେ ଅନୁବାଦ କରିବାକୁ ରାଜ୍ୟମାନଙ୍କୁ ପ୍ରୋତ୍ସାହିତ କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କାହିଁକି ପ୍ରଧାନମନ୍ତ୍ରୀଙ୍କୁ କଲେ ସାକ୍ଷାତ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ତଥା ଭାବି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ତାଙ୍କ ସହାତି ପତ୍ନୀ କଳ୍ପନା ସୋରେନ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ଉଭୟ ନେତାଙ୍କ ମଧ୍ୟରେ କଡା ଟକ୍କର ଚାଲିଥିବା ବେଳେ କଣ ପାଇଁ ହେମନ୍ତେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ସେ ନେଇ ବିଭିନ୍ନ ମହଲରେ ଆଲୋଚନା ଚାଲିଛି।

ତେବେ ସୁତ୍ର ଅନୁସାରେ ଆସନ୍ତା ୨୮ ତାରିଖରେ ହେମନ୍ତ ଝଡଖଣ୍ଡର ପରବର୍ତ୍ତି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ସେଥିପାଇଁ ସେହି ଉତ୍ସବରେ ଯୋଗଦେବାକୁ ସେ ସପତ୍ନୀକ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି ବୋଲି ଜଣାପଡିଛି। ଏଥିସହିତ ହେମନ୍ତ ରାହୁଲ, ସୋନିଆ, ପ୍ରିୟଙ୍କା ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ନିମନ୍ତ୍ରଣ କରିଥିବା ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର

ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ଋଷ ରାଷ୍ଟ୍ରପତି ପୁଟିନଙ୍କୁ ଝାଡ଼ଖଣ୍ଡର ଚିତ୍ରକଳା ଉପହାର ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଝାଡଖଣ୍ଡ ଏହାର ସମୃଦ୍ଧ ଆଦିବାସୀ କଳା ପାଇଁ ବେଶ୍ ଜଣାଶୁଣା। ଝାଡ଼ଖଣ୍ଡର ହଜାରୀବାଗ ଜିଲ୍ଲାର ସୋହରାଇ ଚିତ୍ର ଏହି ଅଞ୍ଚଳର ସ୍ୱଦେଶୀ କଳା ପରମ୍ପରାର ପ୍ରତିନିଧିତ୍ୱ କରିଥାଏ। ସୋହରାଇ ଚିତ୍ରକଳାକୁ ଓଡିଓପି (ଏକ ଜିଲ୍ଲା ଏକ ଉତ୍ପାଦ) ସାମଗ୍ରୀ ଭାବରେ ସ୍ୱୀକୃତି ଦିଆଯାଇଛି।

ସୋହରାଇ ଚିତ୍ରକଳା ଏହାର ପ୍ରାକୃତିକ ରଂଗ ଏବଂ ସରଳ ଉପକରଣର ବ୍ୟବହାର ପାଇଁ ଜଣାଶୁଣା। ଚିତ୍ରକରମାନେ ଅନେକ ସମୟରେ ଡାଳ, ଚାଉଳ ନଡ଼ା କିମ୍ବା ଆଙ୍ଗୁଠିକୁ ବ୍ରସ୍ ଭାବେ ବ୍ୟବହାର କରି ଜଟିଳ ଡିଜାଇନ୍ ପ୍ରସ୍ତୁତ କରିଥାନ୍ତି। ସେମାନେ ସେମାନଙ୍କର ସରଳ ତଥା ଭାବପ୍ରବଣ କାହାଣୀ ପାଇଁ ଜଣାଶୁଣା। ପଶୁ, ପକ୍ଷୀ ଏବଂ ପ୍ରକୃତିର ଚିତ୍ରଣ ଆଦିବାସୀ ସଂସ୍କୃତିରେ କୃଷି ଜୀବନଶୈଳୀ ଏବଂ ବନ୍ୟଜନ୍ତୁଙ୍କ ପ୍ରତି ଶ୍ରଦ୍ଧାର ପ୍ରତିଫଳନ।

ବିଶେଷକରି ପର୍ବପର୍ବାଣି ଓ ଅମଳ ଋତୁରେ ମହିଳାମାନଙ୍କ ଦ୍ୱାରା ସୋହରାଇ ଚିତ୍ର ତିଆରି କରାଯାଏ। ଏହି କଳା ଅମଳ ପାଇଁ କୃତଜ୍ଞତାର ଏକ ରୂପ ଏବଂ ଆଗାମୀ ବର୍ଷ ପାଇଁ ସୌଭାଗ୍ୟ ଆଣିବ ବୋଲି ବିଶ୍ୱାସ କରାଯାଏ।

ସୋହରାଇ ଚିତ୍ରକଳା ପ୍ରାୟତଃ ପ୍ରକୃତିଠାରୁ ପ୍ରେରଣା ନେଇଥାଏ, ଯାହା ଏଥିରେ ପତ୍ର, ଉଦ୍ଭିଦ ଏବଂ ଜୀବଜନ୍ତୁଙ୍କ ବ୍ୟବହାରୁ ସ୍ପଷ୍ଟ ହୋଇଥାଏ। ମୟୂରକୁ ଆଖପାଖରେ ଥିବା ତତ୍ତ୍ୱମାନଙ୍କ ସହିତ କଥାବାର୍ତ୍ତା କରୁଥିବା ଭାବରେ ଚିତ୍ରିତ କରାଯାଇଛି, ଏବଂ ଏହାର ମୁଦ୍ରା ଏକ ସୁନ୍ଦର ନୃତ୍ୟ ସୂଚାଇଥାଏ, ଯାହା ଛବିରେ ଜୀବନ ଯୋଡିଥାଏ। ଏହା ପ୍ରଚୁରତା, ସୌନ୍ଦର୍ଯ୍ୟ ଏବଂ ସମୃଦ୍ଧିର ପ୍ରତୀକ, ଯାହା ଅମଳ ବିଷୟବସ୍ତୁ ସହିତ ସଂଯୁକ୍ତ। ଆଖପାଖରେ ଥିବା ପ୍ରାକୃତିକ ଉପାଦାନ ଯଥା ଗଛ ଲତା, ଉର୍ବରତା ଓ ପୃଥିବୀ ସହିତ ସମ୍ପର୍କକୁ ଆହୁରି ସୁଦୃଢ଼ କରିଥାଏ।

ସୋହରାଇ ଚିତ୍ରଗୁଡ଼ିକ ଆଦିବାସୀ ସମ୍ପ୍ରଦାୟ ଏବଂ ପ୍ରକୃତି ମଧ୍ୟରେ ଗଭୀର ସମ୍ପର୍କକୁ ପ୍ରତିଫଳିତ କରେ, ସେମାନଙ୍କର କଳାତ୍ମକ ଅଭିବ୍ୟକ୍ତି ଏବଂ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରେ। ସରଳ ଶୈଳୀ, ସାହସିକ ଢାଞ୍ଚା ଏବଂ ପ୍ରାକୃତିକ ରଙ୍ଗକୌଶଳ ମାଧ୍ୟମରେ ଏହି ଚିତ୍ର ପ୍ରାକୃତିକ ଜଗତ ପ୍ରତି ଏକ ସୌହାର୍ଦ୍ଦ୍ୟ ଏବଂ ସମ୍ମାନର ଭାବନା ପ୍ରଦାନ କରିଥାଏ।

Categories
ଜାତୀୟ ଖବର ବିଶେଷ ଖବର

କିଏ ଏହି ଆଇଏଏସ ଅଫିସର ରାନୁ ସାହୁ, ଯିଏ କି ଡିଏମଏଫ ସ୍କାମ ଅଭିଯୋଗରେ ହୋଇଛନ୍ତି ଗିରଫ

IAS Ranu Sahu Arrested Issue: ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମେ ଛତିଶଗଡରେ ବହୁ କୋଟି ଜିଲ୍ଲା ଖଣିଜ ପାଣ୍ଠି ବା ଡିଏମ୍ଏଫ୍ ସ୍କାମ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ବା ଇଡି କିଛିଦନ ତଳେ ଆଇଏଏସ୍ ଅଧିକାରୀ ରାନୁ ସାହୁଙ୍କୁ ଗିରଫ କରିଛି।

ଆଦିବାସୀ ବିକାଶ ବିଭାଗର ପୂର୍ବତନ ସହକାରୀ କମିଶନର ମାୟା ଭେରଙ୍କୁ ଇଡି ଗିରଫ କରିବାର ଠିକ୍ ଗୋଟିଏ ଦିନ ପରେ ଅକ୍ଟୋବର ୧୭ ରେ ଏହି ଗିରଫ କରାଯାଇଛି। ଉଭୟ ଅଧିକାରୀ ଦୁର୍ନୀତି ଯୋଜନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଅଭିଯୋଗ ହୋଇଛି, ଯେଉଁଥିରେ ଜିଲ୍ଲା ବିକାଶ ପାଇଁ ଉଦ୍ଦିଷ୍ଟ ଡିଏମ୍ଏଫ୍ ପାଣ୍ଠିକୁ ଏମାନେ ହେରଫେର କରିଥିଲେ।

ଦୁର୍ନୀତି ଅଭିଯୋଗ ଏବଂ ରିମାଣ୍ଡ

ଏହି ସ୍କାମର ଇଡି ଅନୁସନ୍ଧାନରୁ ଜଣାପଡିଛି ଯେ ବରିଷ୍ଠ ସରକାରୀ କର୍ମଚାରୀମାନେ ନିଯୁକ୍ତ କଣ୍ଟ୍ରାକ୍ଟରଙ୍କ ସହ ମିଶି କୋରବା ଜିଲ୍ଲାର ବିକାଶ ପାଇଁ ଡିଏମଏଫରୁ ବେଆଇନ ଭାବେ ୧୦୦୦ କୋଟିରୁ ଅଧିକ ଟଙ୍କା ଆବଣ୍ଟନ କରିଥିଲେ। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ନିର୍ମିତ ଏହି ଅର୍ଥ ଜିଲ୍ଲାର ଅଭିବୃଦ୍ଧି ତଥା କଲ୍ୟାଣ ପାଇଁ ଉଦ୍ଦିଷ୍ଟ ଥିଲା। ତେବେ ଏହି ଅର୍ଥର ଏକ ବଡ଼ ଅଂଶ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଦ୍ୱାରା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।

ଇଡି ଅନୁଯାୟୀ, ମେ ୨୦୨୧ ରୁ ଜୁନ୍ ୨୦୨୨ ପର୍ଯ୍ୟନ୍ତ କୋରବା ଜିଲ୍ଲା ଜିଲ୍ଲାପାଳ ଭାବରେ କାର୍ଯ୍ୟ କରିଥିବା ରାନୁ ସାହୁ ଏହି ଯୋଜନାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ସମୟ ମଧ୍ୟରେ ଆଦିବାସୀ ବିକାଶ ବିଭାଗରେ ଏକ ପ୍ରମୁଖ ପଦବୀରେ ଅବସ୍ଥାପିତ ମାୟା ଭେରର୍ ଅର୍ଥର ଅପବ୍ୟବହାରକୁ ସହଜ କରିଥିବା ଅଭିଯୋଗ ହୋଇଛି। ତଦନ୍ତ ପ୍ରକ୍ରିୟା ଚାଲିଥିବାରୁ ଉଭୟଙ୍କୁ ଇଡି ହେପାଜତକୁ ପଠାଯାଇଛି।

ବେଆଇନ କମିଶନ ଏବଂ କିକବ୍ୟାକ୍

ଏହି ଘୋଟାଲା ଏକ ସଂଗଠିତ ବ୍ୟବସ୍ଥା ମାଧ୍ୟମରେ କରାଯାଇଛି ବୋଲି କୁହାଯାଉଛି। ଯେଉଁଠାରେ କଣ୍ଟ୍ରାକ୍ଟରମାନେ ଚୁକ୍ତିନାମା ମୂଲ୍ୟର ୨୫ ରୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ସରକାରୀ କର୍ମଚାରୀଙ୍କୁ ପ୍ରଦାନ କରିଥିଲେ। ଏହି ଦେୟଗୁଡିକ ନଗଦ ଆକାରରେ କରାଯାଇଥିଲା ଏବଂ ବିକ୍ରେତା ଏବଂ କଣ୍ଟ୍ରାକ୍ଟରଙ୍କ ଦ୍ୱାରା ନକଲି କାଗଜ ପତ୍ରର ସୁବିଧା କରାଯାଇଥିଲା।

ଛତିଶଗଡ ପୋଲିସ ଦ୍ବାରା ପଞ୍ଜୀକୃତ ହୋଇଥିବା ତିନିଟି ଏଫଆଇଆର ସମୀକ୍ଷା କରିବା ପରେ ଇଡି ଏହାର ମନି ଲଣ୍ଡରିଂ ଯାଞ୍ଚ ଆରମ୍ଭ କରିଥିଲା, ଯେଉଁଥିରେ ଡିଏମଏଫ ପାଣ୍ଠି ସହ ଜଡିତ ବ୍ୟାପକ ଦୁର୍ନୀତିର ଆଭାସ ମିଳିଥିଲା। ଇଡିର ରାୟପୁର ଜୋନାଲ କାର୍ଯ୍ୟାଳୟ ଏହି ଅନୁସନ୍ଧାନର ନେତୃତ୍ୱ ନେଉଛି, ଯାହା ଜିଲ୍ଲାର ପ୍ରଶାସନିକ ଢାଞ୍ଚାରେ ବ୍ୟାପକ ଦୁର୍ନୀତିର ପ୍ରମାଣ ଉନ୍ମୋଚନ କରିଛି। ଟଙ୍କା ରୋଟେସନ ଏବଂ ଅଭିଯୁକ୍ତଙ୍କ ଦ୍ୱାରା ଜମା ହୋଇଥିବା ସମ୍ପତ୍ତି ସବୁ ଇଡି ଅନୁସନ୍ଧାନ କରୁଛି।

ଆହୁରି ବଡ ମାଛ ହେବେ ଗିରଫ

ତଦନ୍ତ ଜାରି ରହିଥିବାରୁ ଅଧିକ ଗିରଫ ହେବାର ଆଶଙ୍କା ରହିଛି ବୋଲି ଇଡିର ବରିଷ୍ଠ ଅଧିକାରୀମାନେ ସୂଚନା ଦେଇଛନ୍ତି। ଏହି ଘୋଟାଲା କେବଳ ବିକାଶ ପାଣ୍ଠିର ତଦାରଖରେ ଗୁରୁତ୍ୱପୂର୍ଣ୍ଣ ଫାଟ ସୃଷ୍ଟି କରିନାହିଁ ବରଂ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ହୋଇଥିବା ଗଭୀର ଦୁର୍ନୀତିକୁ ମଧ୍ୟ ଦର୍ଶାଇଛି।

ଆଗାମୀ ଦିନରେ ନୂତନ ପ୍ରମାଣ ପ୍ରକାଶ ପାଇବ ବୋଲି ଅନେକ ଉଚ୍ଚ-ପ୍ରୋଫାଇଲ୍ ରାଜନୈତିକ ଏବଂ ପ୍ରଶାସନିକ ବ୍ୟକ୍ତି ବିଶେଷଙ୍କ ଭୂମିକା ସନ୍ଦେହରେ ରହିଛି।

Categories
ଜାତୀୟ ଖବର ବିଶେଷ ଖବର

ଝାଡ଼ଖଣ୍ଡରେ ୮୦,୦୦୦ କୋଟିରୁ ଊର୍ଦ୍ଧ୍ଵ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାଡ଼ଖଣ୍ଡର ହଜାରୀବାଗରେ ୮୦,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ଶ୍ରୀ ମୋଦୀ ଧର୍ତି ଆବା ଜନଜାତିୟ ଗ୍ରାମ ଉତ୍କର୍ଷ ଅଭିଯାନର ଶୁଭାରମ୍ଭ କରିଥିଲେ, ୪୦ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (ଇଏମ୍ଆରଏସ)ର ଉଦଘାଟନ କରିଥିଲେ ଏବଂ ୨୫ଟି ଇଏମ୍ଆରଏସ ଶିଳାନ୍ୟାସ କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ (ପିଏମ୍-ଜନମନ) ଅଧୀନରେ ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ।

ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଝାଡ଼ଖଣ୍ଡର ବିକାଶ ଯାତ୍ରାର ଅଂଶ ହୋଇଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ ଏବଂ ଶହ ଶହ କୋଟି ଟଙ୍କାର ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ପାଇଁ କିଛି ଦିନ ତଳେ ଜାମସେଦପୁର ଗସ୍ତ କରିଥିବା କଥା ମନେ ପକାଇଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଝାଡ଼ଖଣ୍ଡର ହଜାର ହଜାର ଗରିବଙ୍କୁ ପକ୍କା ଘର ହସ୍ତାନ୍ତର କରିବା ବିଷୟରେ ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ। ୮୦,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଆଦିବାସୀ ସମ୍ପ୍ରଦାୟର ସଶକ୍ତୀକରଣ ଏବଂ କଲ୍ୟାଣ ସମ୍ବନ୍ଧୀୟ ଆଜିର ପ୍ରକଳ୍ପଗୁଡିକ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଆଦିବାସୀ ସମ୍ପ୍ରଦାୟ ପ୍ରତି ସରକାରଙ୍କ ପ୍ରାଥମିକତାର ପ୍ରମାଣ । ପ୍ରଧାନମନ୍ତ୍ରୀ ମୋଦୀ ଆଜିର ପ୍ରକଳ୍ପ ପାଇଁ ଝାଡ଼ଖଣ୍ଡ ଏବଂ ଭାରତବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ମହାତ୍ମା ଗାନ୍ଧୀଜୀଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଦିବାସୀ କଲ୍ୟାଣ ଦିଗରେ ତାଙ୍କର ଦୃଷ୍ଟିକୋଣ ଏବଂ ଚିନ୍ତାଧାରା ହେଉଛି ଭାରତର ରାଜଧାନୀ । ମହାତ୍ମା ଗାନ୍ଧୀ ବିଶ୍ୱାସ କରିଥିଲେ ଯେ ଆଦିବାସୀ ସମାଜ ଦ୍ରୁତ ଗତିରେ ଅଗ୍ରଗତି କଲେ ହିଁ ଭାରତ ପ୍ରଗତି କରିପାରିବ । ବର୍ତ୍ତମାନର ସରକାର ଆଦିବାସୀ ଉନ୍ନତି ଦିଗରେ ସର୍ବାଧିକ ଧ୍ୟାନ ଦେଉଥିବାରୁ ଶ୍ରୀ ମୋଦୀ ସନ୍ତୋଷ ବ୍ୟକ୍ତ କରିବା ସହ ଆଜି ଧର୍ତି ଆବା ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନର ଶୁଭାରମ୍ଭ କରିଛନ୍ତି ଯେଉଁଥିରେ ପାଖାପାଖି ୮୦ ହଜାର କୋଟି ଟଙ୍କା ବ୍ୟୟରେ ପାଖାପାଖି ୫୫୦ ଟି ଜିଲ୍ଲାର ୬୩,୦୦୦ ଆଦିବାସୀ ଅଧ୍ୟୁଷିତ ଗ୍ରାମର ବିକାଶ କରାଯିବ। ଏହି ଆଦିବାସୀ ଅଧ୍ୟୁଷିତ ଗ୍ରାମଗୁଡ଼ିକର ସାମାଜିକ-ଅର୍ଥନୈତିକ ଜୀବନରେ ଉନ୍ନତି ଆଣିବା ପାଇଁ କାର୍ଯ୍ୟ କରାଯିବ ଏବଂ ଏହାର ସୁଫଳ ଦେଶର ୫ କୋଟିରୁ ଅଧିକ ଆଦିବାସୀ ଭାଇ ଭଉଣୀଙ୍କ ପାଖରେ ପହଞ୍ଚିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ସୂଚନା ଦେଇଥିଲେ। ଏହାଦ୍ୱାରା ଝାଡ଼ଖଣ୍ଡର ଆଦିବାସୀ ସମାଜ ମଧ୍ୟ ବହୁତ ଉପକୃତ ହେବ ବୋଲି ସେ କହିଛନ୍ତି।

ଭଗବାନ ବିର୍ସା ମୁଣ୍ଡାଙ୍କ ଭୂମିରୁ ଧାର୍ତି ଆବା ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନ ଆରମ୍ଭ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ । ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ଝାଡ଼ଖଣ୍ଡରୁ ପିଏମ-ଜନମନ ଯୋଜନାର ଶୁଭାରମ୍ଭ କରାଯାଇଥିଲା ବୋଲି ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ । ସେ ଘୋଷଣା କରିଥିଲେ ଯେ ୧୫ ନଭେମ୍ବର ୨୦୨୪ରେ, ଜନଜାତି ଗୌରବ ଦିବସରେ, ଭାରତ ପିଏମ-ଜନମନ ଯୋଜନାର ପ୍ରଥମ ବାର୍ଷିକୀ ପାଳନ କରିବ । ପ୍ରଧାନମନ୍ତ୍ରୀ-ଜନମନ ଯୋଜନା ଜରିଆରେ ବିକାଶର ସୁଫଳ ଦେଶର ସେହି ଆଦିବାସୀ ଅଂଚଳରେ ପହଞ୍ଚୁଛି ଯାହା ପଛରେ ପଡିଯାଇଛି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ-ଜନମନ ଯୋଜନା ଅଧୀନରେ ଆଜି ପ୍ରାୟ ୧୩୫୦ କୋଟି ଟଙ୍କାର ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ କରାଯାଇଛି ବୋଲି ଶ୍ରୀ ମୋଦୀ ଆଲୋକପାତ କରିଥିଲେ। ଏହି ଯୋଜନା ସମ୍ପର୍କରେ ସେ କହିଥିଲେ ଯେ ଅତି ପଛୁଆ ଆଦିବାସୀ ଅଂଚଳରେ ଉନ୍ନତ ଜୀବନ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ ଓ ସଡକ ଭଳି ସୁବିଧା ନିର୍ମାଣ କରାଯିବ ।

ଝାଡ଼ଖଣ୍ଡରେ ପିଏମ-ଜନମନ ଯୋଜନାର ପ୍ରଥମ ବର୍ଷରେ ହିଁ ଏକାଧିକ ସଫଳତା ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ ୯୫୦ରୁ ଅଧିକ ଅତ୍ୟନ୍ତ ପଛୁଆ ଗ୍ରାମରେ ପ୍ରତ୍ୟେକ ଘରକୁ ଜଳ ଯୋଗାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ରାଜ୍ୟରେ ୩୫ଟି ବନଧନ ବିକାଶ କେନ୍ଦ୍ରକୁ ମଧ୍ୟ ଅନୁମୋଦନ ମିଳିଛି। ଦୁର୍ଗମ ଆଦିବାସୀ ଅଂଚଳକୁ ମୋବାଇଲ୍ ସଂଯୋଗ ସହ ଯୋଡ଼ିବା ପାଇଁ କରାଯାଉଥିବା କାର୍ଯ୍ୟ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯାହା ପ୍ରଗତିର ସମାନ ସୁଯୋଗ ପ୍ରଦାନ କରି ଆଦିବାସୀ ସମାଜରେ ପରିବର୍ତ୍ତନ ଆଣିବାରେ ସହାୟକ ହେବ ।

ଆଦିବାସୀ ଯୁବକଯୁବତୀମାନେ ଶିକ୍ଷା ଓ ସୁଯୋଗ ପାଇଲେ ଆଦିବାସୀ ସମାଜର ପ୍ରଗତି ହେବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଏଥିପାଇଁ ସରକାର ଆଦିବାସୀ ଅଂଚଳରେ ଏକଲବ୍ୟ ଆବାସିକ ବିଦ୍ୟାଳୟ ନିର୍ମାଣ ଅଭିଯାନରେ ଲାଗିଛନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ। ଆଜି ୪୦ଟି ଏକଲବ୍ୟ ଆବାସିକ ବିଦ୍ୟାଳୟର ଉଦଘାଟନ ଏବଂ ୨୫ଟି ନୂତନ ବିଦ୍ୟାଳୟର ଶିଳାନ୍ୟାସ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକଲବ୍ୟ ବିଦ୍ୟାଳୟଗୁଡ଼ିକୁ ସମସ୍ତ ଆଧୁନିକ ସୁବିଧାସୁଯୋଗ ରେ ସଜ୍ଜିତ କରାଯିବା ଉଚିତ ଏବଂ ଉଚ୍ଚମାନର ଶିକ୍ଷା ପ୍ରଦାନ କରାଯିବା ଉଚିତ । ଏଥିପାଇଁ ସରକାର ପ୍ରତ୍ୟେକ ସ୍କୁଲର ବଜେଟ୍ କୁ ପ୍ରାୟ ଦ୍ୱିଗୁଣିତ କରିଛନ୍ତି ବୋଲି ସେ କହିଛନ୍ତି।

ସଠିକ ପ୍ରୟାସ କରାଗଲେ ସକାରାତ୍ମକ ଫଳାଫଳ ମିଳିଥାଏ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଆଦିବାସୀ ଯୁବକମାନେ ଆଗକୁ ବଢ଼ିବେ ଏବଂ ସେମାନଙ୍କ ସାମର୍ଥ୍ୟରୁ ଦେଶ ଉପକୃତ ହେବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଝାଡ଼ଖଣ୍ଡ ରାଜ୍ୟପାଳ ସନ୍ତୋଷ ଗଙ୍ଗୱାର ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଉପସ୍ଥିତ ଥିଲେ।

ପୃଷ୍ଠଭୂମି

ସମଗ୍ର ଦେଶରେ ଆଦିବାସୀ ସମ୍ପ୍ରଦାୟର ବ୍ୟାପକ ଏବଂ ସାମଗ୍ରିକ ବିକାଶ ସୁନିଶ୍ଚିତ କରିବା ପାଇଁ ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଟ ୮୦,୦୦୦ କୋଟି ଟଙ୍କାରୁ ଅଧିକ ବ୍ୟୟ ଅଟକଳରେ ଧାର୍ତି ଆବା ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନର ଶୁଭାରମ୍ଭ କରିଥିଲେ । ଏହି ଅଭିଯାନରେ ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୫୪୯ ଟି ଜିଲ୍ଲା ଏବଂ ୨୭୪୦ଟି ବ୍ଲକର ୫ କୋଟିରୁ ଅଧିକ ଆଦିବାସୀ ଲୋକ ଉପକୃତ ହେଉଥିବା ପ୍ରାୟ ୬୩,୦୦୦ ଗ୍ରାମକୁ ଅନ୍ତର୍ଭୁକ୍ତ କରାଯିବ। ଭାରତ ସରକାରଙ୍କ ବିଭିନ୍ନ ୧୭ ଟି ମନ୍ତ୍ରଣାଳୟ ଏବଂ ବିଭାଗ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ୨୫ଟି  ହସ୍ତକ୍ଷେପ ମାଧ୍ୟମରେ ସାମାଜିକ ଭିତ୍ତିଭୂମି, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଜୀବିକାକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ବ୍ୟବଧାନକୁ ପୂରଣ କରିବା ଏହାର ଲକ୍ଷ୍ୟ ।

ଆଦିବାସୀ ସମ୍ପ୍ରଦାୟର ଶିକ୍ଷା ଭିତ୍ତିଭୂମିକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ୪୦ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (ଇଏମ୍ଆରଏସ)ର ଉଦଘାଟନ କରିବା ସହ ୨,୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୨୫ଟି ଇଏମ୍ଆରଏସ୍ ର ଶିଳାନ୍ୟାସ କରିଥିଲେ।

ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ଜନଜାତି ନ୍ୟାୟ ମହା ଅଭିଯାନ (ପିଏମ-ଜନମନ) ଅଧୀନରେ ୧୩୬୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଥିଲେ । ଏଥିରେ ୧୩୮୦ କିଲୋମିଟରରୁ ଅଧିକ ରାସ୍ତା, ୧୨୦ଟି ଅଙ୍ଗନବାଡ଼ି, ୨୫୦ଟି ବହୁମୁଖୀ କେନ୍ଦ୍ର ଓ ୧୦ଟି ସ୍କୁଲ ହଷ୍ଟେଲ ରହିଛି। ଏହାବ୍ୟତୀତ ସେ ପ୍ରଧାନମନ୍ତ୍ରୀ ଜନମନଙ୍କ ଅଧୀନରେ ଅନେକ ଐତିହାସିକ ସଫଳତାର ଶୁଭାରମ୍ଭ କରିଛନ୍ତି, ଯେଉଁଥିରେ ପ୍ରାୟ ୩୦୦୦ ଗ୍ରାମରେ ୭୫,୮୦୦ରୁ ଅଧିକ ବିଶେଷ ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀ (ପିଭିଟିଜି) ପରିବାରକୁ ବିଦ୍ୟୁତୀକରଣ, ୨୭୫ଟି ଭ୍ରାମ୍ୟମାଣ ଚିକିତ୍ସା ୟୁନିଟ୍ କାର୍ଯ୍ୟକ୍ଷମ କରିବା, ୫୦୦ଟି ଅଙ୍ଗନବାଡ଼ି କେନ୍ଦ୍ର କାର୍ଯ୍ୟକ୍ଷମ କରିବା, ୨୫୦ଟି ବନ ଧନ ବିକାଶ କେନ୍ଦ୍ର ପ୍ରତିଷ୍ଠା ଏବଂ ‘ନଲ ସେ ଜଳ’ ସହିତ ୫,୫୫୦ରୁ ଅଧିକ ପିଭିଟିଜି ଗ୍ରାମକୁ ସାମିଲ କରିବା ଅନ୍ତର୍ଭୁକ୍ତ ।

Categories
ଆଜିର ଖବର ଜାତୀୟ ଖବର

୨୦ ଟି ରାଜ୍ୟର ୧୧ ହଜାରରୁ ଅଧିକ ସକ୍ଷମ ଅଙ୍ଗନବାଡି କେନ୍ଦ୍ର ଉଦଘାଟିତ

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ରାଞ୍ଚିଠାରେ ଆଜି ଝାଡ଼ଖଣ୍ଡ ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗୱାର,  କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଏବଂ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଏବଂ ଝାଡ଼ଖଣ୍ଡ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସପ୍ତମ ରାଷ୍ଟ୍ରୀୟ ପୋଷଣ ମାସ ୨୦୨୪ର ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି।

ମାସେ ଧରି ଚାଲିଥିବା ଏହି ଉତ୍ସବରେ ଦେଶବ୍ୟାପୀ ହୋଇଥିବା ବିଭିନ୍ନ ଜନସଚେତନତା ମୂଳକ କାର୍ଯ୍ୟକ୍ରମକୁ ପ୍ରଦର୍ଶିତ କରୁଥିବା ପୋଷଣ ମାସ ଉପରେ ଏକ ଚଳଚ୍ଚିତ୍ର ଦର୍ଶକଙ୍କ ସମ୍ମୁଖରେ ପ୍ରଦର୍ଶିତ କରାଯାଇଥିଲା। ଏହାପରେ ଶିଶୁମାନଙ୍କର ଅନ୍ନପ୍ରାସନ ଉତ୍ସବ ଓ ଗର୍ଭବତୀ ମହିଳାଙ୍କ ଗୋଦ୍‍ ଭରାଇ ଅନୁଷ୍ଠିତ ହୋଇଥିଲା।

ଏହା ପରେ ଶିଶୁ, କିଶୋରୀ ଏବଂ ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମା’ମାନଙ୍କ ମଧ୍ୟରେ ପୋଷଣ ସ୍ଥିତିରେ ଉନ୍ନତି ଆଣିବା ଦିଗରେ ଝାଡ଼ଖଣ୍ଡର ଜୀବନଚର୍ଯ୍ୟା ଆଭିମୁଖ୍ୟ ଉପରେ ଆଲୋକପାତ କରି ଏକ ପ୍ରେରଣାଦାୟୀ କ୍ଷୁଦ୍ର ଚଳଚ୍ଚିତ୍ର ଆଓ ତୋଡେ: କୁପୋଷଣ ଚକ୍ର” ପ୍ରକାଶ ପାଇଥିଲା। ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ଆଜି ଦେଶର ୨୦ଟି ରାଜ୍ୟରେ ୧୧ ହଜାରରୁ ଅଧିକ ସକ୍ଷମ ଅଙ୍ଗନବାଡିର ଭର୍ଚୁଆଲ ମାଧ୍ୟମରେ ଉଦ୍‍ଘାଟନ। ସକ୍ଷମ ଅଙ୍ଗନୱାଡି କିପରି ଉନ୍ନତ ପୋଷଣ ଏବଂ ପ୍ରାରମ୍ଭିକ ଶିଶୁ ଯତ୍ନ ଏବଂ ଶିକ୍ଷା ପ୍ରଦାନ (ଇସିସିଇ) କରିପାରିବ ତାହାର ଧାରଣାକୁ ପ୍ରଦର୍ଶିତ କରୁଥିବା ଏକ କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟ ପ୍ରଦର୍ଶିତ ହୋଇଥିଲା।

ଏହାପରେ ଝାଡ଼ଖଣ୍ଡ ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗୱାର, କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଏବଂ ବିହାରର ଜାମୁଇ ଜିଲ୍ଲା ଏବଂ ଛତିଶଗଡ଼ର ରାଜନାନ୍ଦଗାଓଁ ଜିଲ୍ଲାର ସକ୍ଷମ ଅଙ୍ଗନବାଡି କେନ୍ଦ୍ରର ଅଙ୍ଗନବାଡି କର୍ମୀଙ୍କମଧ୍ୟରେ ଅନଲାଇନ୍ ଆଲୋଚନା ହୋଇଥିଲା।

କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ ତାଙ୍କ ଅଭିଭାଷଣରେ କହିଲେ, ପୋଷଣ ମାସରେ ସମସ୍ତ ଅଂଶୀଦାରମାନେ ଯେଉଁଭଳି ବ୍ୟାପକ ଅଂଶଗ୍ରହଣ ଓ ଉତ୍ସାହ ଦେଖାଇଛନ୍ତି ସେଥିରେ ମୁଁ ଅଭିଭୂତ। ପୋଷଣ ମାସରେ ବିଭିନ୍ନ ପୋଷଣ ସମ୍ବନ୍ଧୀୟ ବିଷୟବସ୍ତୁ ଉପରେ ପୋଷଣ ମାସରେ ୧୩.୯୫ ଲକ୍ଷ ଏଡବ୍ଲ୍ୟୁସିରେ ସମୁଦାୟ ୧୨.୮୬ କୋଟି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମଗ୍ର ଦେଶକୁ ସଚେତନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଏହି ପୋଷଣ କେନ୍ଦ୍ରୀତ ଜନ ଆନ୍ଦୋଳନ ବ୍ୟତୀତଏକ ପେଡ୍ ମା କେ ନାମମାଧ୍ୟମରେ ପରିବେଶ ସ୍ଥାୟୀତା ଉପରେ ସ୍ୱତନ୍ତ୍ର ଅଭିଯାନ ଅନୁଷ୍ଠିତ ହୋଇଥିଲା। ପୋଷଣ ମାସରେ ଏକ ପେଡ୍ ମା କେ ନାମ ସହ ଜଡ଼ିତ ସମୁଦାୟ ୮୬ ଲକ୍ଷ କାର୍ଯ୍ୟକଳାପ ଅନୁଷ୍ଠିତ ହୋଇଥିଲା।

ସେ ଆହୁରି ମଧ୍ୟ କହିଥିଲେ ଯେ “ହିତାଧିକାରୀ ଏବଂ ସମ୍ପ୍ରଦାୟକୁ ସଚେତନ କରିବା ପାଇଁ କେତେକ ରାଜ୍ୟ ଏହି ମାସରେ ଅନନ୍ୟ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ଆସାମରେ ଉନ୍ନତ ହିମୋଗ୍ଲୋବିନ୍ ସ୍ତର ଥିବା କିଶୋରୀମାନଙ୍କୁ ‘ହିମୋଗ୍ଲୋବିନ୍ କୁଇନ୍ସ’ ଭାବରେ ସ୍ୱୀକୃତି ଦିଆଯାଇଛି। ଏହା କେବଳ କିଶୋରମାନଙ୍କୁ ନୁହେଁ, ବରଂ ସମଗ୍ର ସମ୍ପ୍ରଦାୟକୁ ପ୍ରେରଣା ଓ ସଚେତନ କରିଛି। ନିଜର ସ୍ୱତନ୍ତ୍ର ଅଭିଭାଷଣ ଶେଷ କରି ସେ କହିଥିଲେ, “ମୁଁ ସକ୍ଷମ ଅଙ୍ଗନୱବାଡ଼ି ମାଧ୍ୟମରେ ଅଧିକ ବେଗରେ ବହୁବିଧ ବିକାଶକୁ ଆକଳନ କରିପାରିବି, ଯାହା ଭାରତକୁ ଏକ ସୁପୋଷିତ ରାଷ୍ଟ୍ର ରେ ପରିଣତ କରିବାର ମିଶନ ସହିତ ପୋଷଣ ୨.୦ର ପଦକ୍ଷେପରେ ଅଂଶଗ୍ରହଣ, ସଂପୃକ୍ତି ଏବଂ ମାଲିକାନା କରିବାକୁ ଗୋଷ୍ଠିମାନଙ୍କୁ ଉତ୍ସାହିତ କରିବ।”

ଝାଡ଼ଖଣ୍ଡ ରାଜ୍ୟପାଳ ସନ୍ତୋଷ ଗଙ୍ଗୱାର ତାଙ୍କ ମୁଖ୍ୟ ବକ୍ତବ୍ୟରେ ପୁଷ୍ଟିହୀନତା ମୁକ୍ତ ଭାରତ ଦିଗରେ ଏକ ସାମଗ୍ରିକ ପରିବେଶ ସୃଷ୍ଟି କରିବା ପାଇଁ ସମସ୍ତ ବିଭାଗ ଏବଂ ଅନ୍ୟ ଅଂଶୀଦାରଙ୍କ ମଧ୍ୟରେ ସମନ୍ୱୟ ଏବଂ ଭାଗିଦାରୀର ଗୁରୁତ୍ୱ ଉପରେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅଙ୍ଗନବାଡ଼ି କର୍ମୀଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରି ସେ କହିଥିଲେ, “ମୁଁ ଖୁସି ଯେ ଏହି ଆଗଧାଡ଼ିର କର୍ମୀ, ସକ୍ଷମ ଅଙ୍ଗନବାଡି ଏବଂ ପୋଷଣ ବି ପଢ଼େଇ ଭି ଭଳି ଧାରଣାମାନଙ୍କ ସହାୟତାରେ ଆମେ ଏକ ଶକ୍ତିଶାଳୀ ଏବଂ ଆତ୍ମ ନିର୍ଭରଶୀଳ ଦେଶ ଆଡକୁ ଅଗ୍ରସର ହେଉଛୁ। ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଆମେ ସମସ୍ତେ ଆମର ଦୈନନ୍ଦିନ ଖାଦ୍ୟରେ ସବୁଜ ପନିପରିବା, ସମ୍ପୂର୍ଣ୍ଣ ଶସ୍ୟ ଏବଂ ମିଲେଟକୁ ପ୍ରୋତ୍ସାହିତ କରିବା ଉଚିତ୍।

ପୋଷଣ ଭି ପଢ଼େଇ ଭି, ଇସିସିଇ, ପାଲନା ଗୃହ, ଟେକ୍ ହୋମ୍ ରାସନ/ ଖାଦ୍ୟ ଓ ପୋଷଣ, ସ୍ୱାସ୍ଥ୍ୟ ଶିବିର ଓ ରକ୍ତହୀନତା ପରୀକ୍ଷା, ଶିଶୁ ସୁରକ୍ଷା, ସ୍ୱୟଂ ସହାୟକ ଗୋଷ୍ଠୀ, ସାମାଜିକ ସୁରକ୍ଷା ଯୋଜନା ଏବଂ ସିଏମ୍ଏଏମ ପ୍ରୋଟୋକଲ ଭଳି ବିଭିନ୍ନ ବିଷୟବସ୍ତୁ ଉପରେ କେନ୍ଦ୍ରିତ ବିଭିନ୍ନ ଷ୍ଟଲ୍ ବିଶିଷ୍ଟ ଏକ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଝାଡ଼ଖଣ୍ଡକୁ ପୁଷ୍ଟିହୀନତା ମୁକ୍ତ ରାଜ୍ୟରେ ପରିଣତ କରିବା ପାଇଁ ପ୍ରମୁଖ ରଣନୀତି ଉପରେ ଗୁରୁତ୍ୱ ଦେଇ ପୋଷଣ ଧାରା ପତ୍ରିକାର ତୃତୀୟ ସଂସ୍କରଣ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉନ୍ମୋଚନ କରାଯାଇଥିଲା।”

​ପୋଷଣ ମାସରେ ଏକ ମାସ ବ୍ୟାପୀ ପାଳନ ଅବସରରେ ସମସ୍ତ ୩୬ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ପୋଷଣ ସମ୍ପର୍କରେ ୧୨.୮୬ କୋଟିରୁ ଅଧିକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବିଭିନ୍ନ ବିଷୟବସ୍ତୁ ଦୃଷ୍ଟିରୁ ରକ୍ତହୀନତା ଏବଂ ଅଭିବୃଦ୍ଧି ନିରୀକ୍ଷଣ ଉପରେ ଯଥାକ୍ରମେ ୨.୪ କୋଟି କାର୍ଯ୍ୟକଳାପ ଏବଂ ୨ କୋଟି କାର୍ଯ୍ୟକଳାପ କରାଯାଇଛି।

ପୋଷଣ ମାସ ୨୦୨୪ ଏକ ସୁସ୍ଥ ଏବଂ ପୁଷ୍ଟିହୀନ ଭାରତ ଦିଗରେ ବିଭିନ୍ନ ଅଂଶୀଦାରଙ୍କ ସାମୂହିକ ପ୍ରୟାସକୁ ପାଳନ କରୁଛି। ଏହା କେବଳ ସମସ୍ତ ଅଂଶଗ୍ରହଣକାରୀ ରାଜ୍ୟର ସମର୍ପଣକୁ ସ୍ୱୀକୃତି ଦେଇନାହିଁ ବରଂ ନିରନ୍ତର ଜନ ଆନ୍ଦୋଳନ ମାଧ୍ୟମରେ ତୃଣମୂଳ ସ୍ତରର ଆନ୍ଦୋଳନକୁ ସୁଦୃଢ଼ କରିବା ଏବଂ ସକ୍ଷମ ଅଙ୍ଗନବାଡି କେନ୍ଦ୍ର ମାଧ୍ୟମରେ ଅଂଶୀଦାରମାନଙ୍କୁ ଉନ୍ନତ ପ୍ରଦର୍ଶନ ସୁନିଶ୍ଚିତ କରିବାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ମଧ୍ୟ ଆଲୋକପାତ କରେ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ୱରରେ ହେବ ପୂର୍ବାଞ୍ଚଳ ରାଜ୍ୟମାନଙ୍କ ସହ ଆଞ୍ଚଳିକ ବୈଠକ: ନିଯୁକ୍ତି ଉପରେ ହେବ ଆଲୋଚନା

ନୂଆଦିଲ୍ଲୀ: ଓଡ଼ିଶା, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ଛତିଶଗଡ଼ର ଆଞ୍ଚଳିକ ବୈଠକ ଆସନ୍ତା ୨୦.୦୯.୨୦୨୪ (ଶୁକ୍ରବାର) ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଭାରତ ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ଶ୍ରମ ସଂସ୍କାର, ଅଣସଂଗଠିତ ଶ୍ରମିକମାନଙ୍କର ଇଶ୍ରମ-ନ୍ୟାସନାଲ ଡାଟାବେସ୍ (ଏନ୍ ଡିୟୁଡବ୍ଲ୍ୟୁ), କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ (ବିଓସିଡବ୍ଲୁ), କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍ଆଇସି) ଏବଂ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଏହି ବୈଠକ ଆୟୋଜନ କରାଯାଉଛି।

କର୍ଣ୍ଣାଟକର ବେଙ୍ଗାଲୁରୁ ଠାରେ କର୍ଣ୍ଣାଟକ, ତାମିଲନାଡ଼ୁ, ତେଲଙ୍ଗାନା, କେରଳ, ପୁଡୁଚେରୀ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଭଳି ଦକ୍ଷିଣ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ସହିତ ପ୍ରଥମ ଆଞ୍ଚଳିକ ବୈଠକ ଆୟୋଜନ ସହିତ ଭାରତ ସରକାରଙ୍କ ଦ୍ୱାରା ଦେଶବ୍ୟାପୀ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ମାନଙ୍କ ସହିତ ଚାଲିଥିବା ଏହି ଆଞ୍ଚଳିକ ଆଲୋଚନା ଆରମ୍ଭ ହୋଇଥିଲା । ଏହାପରେ ଚଣ୍ଡିଗଡ଼ରେ ଉତ୍ତରାଞ୍ଚଳ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପଞ୍ଜାବ, ଚଣ୍ଡିଗଡ଼, ହିମାଚଳ ପ୍ରଦେଶ, ଲଦାଖ ଏବଂ ରାଜସ୍ଥାନ ସହ ଦ୍ବିତୀୟ ଆଞ୍ଚଳିକ ବୈଠକ ଅନୁଷ୍ଠିତ ହୋଇଥିଲା। ପଶ୍ଚିମ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ମହାରାଷ୍ଟ୍ର, ଗୋଆ, ଗୁଜରାଟ, ଦାମନ ଓ ଦିଉ ଏବଂ ଦାଦରା ଓ ନଗର ହାଭେଳି ଓ ଲାକ୍ଷାଦ୍ୱୀପ ସହିତ ତୃତୀୟ ଆଞ୍ଚଳିକ ବୈଠକ ଗୁଜରାଟର ରାଜକୋଟଠାରେ ଅନୁଷ୍ଠିତ ହୋଇଥିଲା।

ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟର ସଚିବ ସୁମିତା ଦାୱରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଭାରତ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗଦେବେ।

ଶ୍ରମ କୋଡ୍ ଅଧୀନରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଚିଠା ନିୟମାବଳୀରେ ସମନ୍ୱୟ, ନିଯୁକ୍ତି ତଥ୍ୟ ସମ୍ବନ୍ଧୀୟ ପ୍ରସଙ୍ଗ ଏବଂ ପ୍ରସ୍ତାବିତ ନିଯୁକ୍ତି ସଂଯୁକ୍ତ ପ୍ରୋତ୍ସାହନ (ଇଏଲଆଇ) ଯୋଜନା ଉପରେ ପରାମର୍ଶ, ପ୍ରବାସୀ ଶ୍ରମିକଙ୍କ ସମେତ ଅଣସଂଗଠିତ ଶ୍ରମିକମାନଙ୍କ ପାଇଁ ସାମାଜିକ ସୁରକ୍ଷା ସୁବିଧା ସହଜରେ ଉପଲବ୍ଧ କରାଇବା ପାଇଁ ଇ-ଶ୍ରମ ପୋର୍ଟାଲ୍ ‘ୱାନ୍-ଷ୍ଟପ୍ ସଲ୍ୟୁସନ୍‘ ପ୍ରତିଷ୍ଠା, ବିଓସି ଶ୍ରମିକମାନଙ୍କୁ ବିଭିନ୍ନ କେନ୍ଦ୍ରୀୟ କଲ୍ୟାଣକାରୀ ଯୋଜନାର ସୁବିଧାର ସମ୍ପ୍ରସାରଣ ଏବଂ ନ୍ୟାସନାଲ କ୍ୟାରିୟର ସର୍ଭିସ (ଏନସିଏସ) ଆଦି ପ୍ରମୁଖ ଶ୍ରମ ଓ ନିଯୁକ୍ତି ପ୍ରସଙ୍ଗ ଏହି ବୈଠକରେ ଆଲୋଚନା ହେବ।

Categories
ଆଜିର ଖବର ଜାତୀୟ ଖବର

ସେପ୍ଟେମ୍ବର ୧୭ରେ ଓଡ଼ିଶାରୁ ପିଏମ୍‌ ଗ୍ରାମୀଣ ଆବାସ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ହସ୍ତାନ୍ତର କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଏବଂ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ନୂଆଦିଲ୍ଲୀର ପୁସାଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଝାଡ଼ଖଣ୍ଡର ଜାମସେଦପୁର ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଶ୍ରୀ ଚୌହାନ ସୂଚନା ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫ ସେପ୍ଟେମ୍ବର ୨୦୨୪ରେ ଝାଡ଼ଖଣ୍ଡ ରାଜ୍ୟର ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା – ଗ୍ରାମୀଣର ପ୍ରଥମ କିସ୍ତି ହସ୍ତାନ୍ତର କରିବେ। ଏହାପରେ ସେପ୍ଟେମ୍ବର ୧୬ ତାରିଖରେ ଗୁଜରାଟ ରାଜ୍ୟର ହିତାଧିକାରୀଙ୍କୁ ଏବଂ ୧୭ ତାରିଖରେ ଆଚରଣ ବିଧି ଲାଗୁ ହୋଇନଥିବା ଓଡ଼ିଶା ସମେତ ଅନ୍ୟ ସମସ୍ତ ରାଜ୍ୟର ହିତାଧିକାରୀଙ୍କୁ  ପିଏମ ଆବାସ ସହାୟତା ହସ୍ତାନ୍ତର କରିବେ। ଖାଦ୍ୟ, ବସ୍ତ୍ର ଓ ବାସଗୃହ ଗରିବଲୋକଙ୍କ ମୌଳିକ ଆବଶ୍ୟକତା ବୋଲି ସେ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାଡ଼ଖଣ୍ଡ ରାଜ୍ୟର ପ୍ରାୟ ୨୦,୦୦୦ ହିତାଧିକାରୀଙ୍କୁ ଆବାସ ମଞ୍ଜୁରୀ ପତ୍ର ବଣ୍ଟନ କରିବେ। ଏଥିସହିତ ଗୋଟିଏ କ୍ଲିକ୍ ଜରିଆରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ୫ କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରାଯିବ। ଏହାବ୍ୟତୀତ ୪୬ ହଜାର ହିତାଧିକାରୀଙ୍କ ନବନିର୍ମିତ ଆବାସର ଗୃହପ୍ରବେଶ ସମାରୋହ ଅନୁଷ୍ଠିତ ହେବ। ଏହା ଏକ ପ୍ରମୁଖ କାର୍ଯ୍ୟକ୍ରମ ଯାହା ଆଗାମୀ ଦିନରେ ଏହି ଯୋଜନାକୁ ଅଧିକ କାର୍ଯ୍ୟକାରୀ କରିବା ପାଇଁ ଅଧିକ ପ୍ରୋତ୍ସାହନ ହେବ। ଚଳିତ ଆର୍ଥିକ ବର୍ଷରେ ଝାଡ଼ଖଣ୍ଡରେ ୧,୧୩,୧୯୫ ଘର ନିର୍ମାଣ ପାଇଁ ଲକ୍ଷ୍ୟ ଦିଆଯାଇଥିବା ବେଳେ ୧୮୭.୭୯ କୋଟି ଟଙ୍କା ପ୍ରଦାନ କରାଯାଇଛି।

ଶ୍ରୀ ଚୌହାନ ସୂଚନା ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୬ ସେପ୍ଟେମ୍ବର ୨୦୨୪ରେ ଗୁଜରାଟ ଗସ୍ତରେ ରହିବେ। ଗୁଜରାଟରେ ଗତ ୧୦ ବର୍ଷ ମଧ୍ୟରେ ୬.୫୦ ଲକ୍ଷରୁ ଅଧିକ ଘର ନିର୍ମାଣ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ଗୁଜରାଟକୁ ୫୪,୧୩୫ ଟି ଘର ନିର୍ମାଣ ପାଇଁ ଟାର୍ଗେଟ ଦିଆଯାଇଛି ଏବଂ ଏଥିପାଇଁ ୯୯.୧ କୋଟି ଟଙ୍କା ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମରେ ରାଜ୍ୟର ୩୧ ହଜାର ହିତାଧିକାରୀଙ୍କ ଆକାଉଣ୍ଟକୁ ପ୍ରାୟ ୯୩ କୋଟି ଟଙ୍କା ହସ୍ତାନ୍ତର କରାଯିବ ଏବଂ ୩୫ ହଜାର ଅବାସର ଗୃହପ୍ରବେଶ ସମାରୋହ ପାଳନ କରାଯିବ।

କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ସୂଚନା ଦେଇଛନ୍ତି ଯେ ୧୭ ସେପ୍ଟେମ୍ବର ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରେ ଏକ ଜାତୀୟ ସ୍ତରର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏଥିରେ ବିଭିନ୍ନ ରାଜ୍ୟର ୧୦ ଲକ୍ଷ ହିତାଧିକାରୀଙ୍କୁ ମଞ୍ଜୁରୀ ପତ୍ର ବଣ୍ଟନ କରାଯିବ, ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପ୍ରଥମ କିସ୍ତିର ଡିଜିଟାଲ ହସ୍ତାନ୍ତର ଆକାରରେ ୩୧୮୦ କୋଟି ଟଙ୍କା ପ୍ରଦାନ କରାଯିବ। ୨୬ ଲକ୍ଷ ହିତାଧିକାରୀ ପରିବାର ସେମାନଙ୍କ ନୂତନ ଘରେ ପ୍ରବେଶ କରିବେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ‘‘ଆବାସ + ୨୦୨୪’’ ଆପ୍ ଉନ୍ମୋଚନ କରାଯିବ, ଯାହାର ଲକ୍ଷ୍ୟ ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରି ପକ୍କା ଘର ଆବଣ୍ଟନ ସୁନିଶ୍ଚିତ କରିବା। ଚଳିତ ଆର୍ଥିକ ବର୍ଷରେ ଓଡ଼ିଶାରେ ୨୨,୫୭୨ ଆବାସ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏଥିପାଇଁ ୪୧.୩୨ କୋଟି ଟଙ୍କା ପ୍ରଦାନ କରାଯାଇଛି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନା (ପିଏମଜିଏସୱାଇ)ର ଚତୁର୍ଥ ପର୍ଯ୍ୟାୟର ଶୁଭାରମ୍ଭ କରିବାକୁ ଯାଉଛନ୍ତି। ଏହି ଯୋଜନା ଅଧୀନରେ ୨୫,୦୦୦ ଯୋଗ୍ୟ ସଂଯୋଗ ବିହୀନ ଜନବସତିକୁ ସଡ଼କ ସଂଯୋଗ ଯୋଗାଇବା ପାଇଁ ୬୨,୫୦୦ କିଲୋମିଟର ସବୁଦିନିଆ ସଡ଼କ ନିର୍ମାଣ କରାଯିବ। ରାସ୍ତା ସହିତ ଆବଶ୍ୟକତା ଅନୁଯାୟୀ ପୋଲ ମଧ୍ୟ ନିର୍ମାଣ କରାଯିବ। ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ରେ ୭୦ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ଏବଂ ଏଥିପାଇଁ ପାଣ୍ଠିର ବ୍ୟବସ୍ଥା କରାଯାଇଛି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (ପିଏମଏୱାଇ-ଜି) ହେଉଛି ଭାରତ ସରକାରଙ୍କ ଅନ୍ୟତମ ପ୍ରମୁଖ କାର୍ଯ୍ୟକ୍ରମ ଯାହା ଅନ୍ୟାନ୍ୟ ଯୋଜନା ସହିତ ସମନ୍ୱୟ ରକ୍ଷା କରି ଗ୍ରାମାଞ୍ଚଳରେ କଚ୍ଚା ଏବଂ ଜରାଜୀର୍ଣ୍ଣ ଘରେ ରହୁଥିବା ସମସ୍ତ ବାସହୀନ ପରିବାର ଏବଂ ହିତାଧିକାରୀଙ୍କୁ ମୌଳିକ ସୁବିଧା ସହିତ ୨.୯୫ କୋଟି ପକ୍କା ଘର ପ୍ରଦାନ କରି ୨୦୨୪ ସୁଦ୍ଧା ‘‘ସମସ୍ତଙ୍କ ପାଇଁ ଘର’’ ଲକ୍ଷ୍ୟ ହାସଲ କରିବାକୁ ଯୋଜନା କରିଛି।

ଗ୍ରାମୀଣ ଭାରତର ଉନ୍ନତି ଦିଗରେ ୨୦୧୬ ମସିହାରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ଏହି ଯୋଜନାର ଲକ୍ଷ୍ୟ କେବଳ ଆବାସ ନୁହେଁ ବରଂ ଆବାସ ସହିତ ସମସ୍ତ ମୌଳିକ ସୁବିଧା ସୁନିଶ୍ଚିତ କରିବା। ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ଅଧୀନରେ ହିତାଧିକାରୀମାନେ ସ୍ୱଚ୍ଛ ଭାରତ ମିଶନ, ଉଜ୍ଜ୍ୱଳା ଯୋଜନା ଭଳି ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନା ସହିତ ସମନ୍ୱୟ ରକ୍ଷା କରି ମନରେଗା ଅଧୀନରେ ସେମାନଙ୍କ ଘର ନିର୍ମାଣ ପାଇଁ ୯୦-୯୫ ଦିନର ମଜୁରି ଏବଂ ପିଏମଏୱାଇ-ଜି ଘରେ ଶୌଚାଳୟର ଲାଭ ମଧ୍ୟ ପାଇଥାନ୍ତି । ସ୍ୱଚ୍ଛ ଇନ୍ଧନ ଓ ବିଜୁଳି ସୁବିଧା ସୁନିଶ୍ଚିତ କରାଯାଉଛି। ଏହି ଯୋଜନା ଅଧୀନରେ ପିଏମଏୱାଇ-ଜି ପରିବାରର ମହିଳା ସଦସ୍ୟମାନଙ୍କୁ ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଏନଆରଏଲଏମ) ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ରେ ଅନ୍ତର୍ଭୁକ୍ତ କରାଯାଉଛି, ଯାହାଦ୍ୱାରା ଗ୍ରାମୀଣ ମହିଳାମାନେ ଉନ୍ନତ ଜୀବିକା ସୁଯୋଗ ପାଇପାରିବେ। ଆଗାମୀ ୫ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁକ୍ତ ବିଜୁଳି ଯୋଜନା ସହ ସମନ୍ୱୟ ମାଧ୍ୟମରେ ହିତାଧିକାରୀଙ୍କୁ ସୋଲାର୍‌ ରୁଫ୍‌ ଟପ୍‌ ସଂଯୋଗ ବା ସୌରଶକ୍ତି ସଂଯୁକ୍ତ ବିଦ୍ୟୁତ ଉତ୍ପାଦନ ବ୍ୟବସ୍ଥା କରାଯିବ।

ଏହି ଯୋଜନା ଅଧୀନରେ ପୂର୍ବରୁ ୨.୯୫ କୋଟି ପକ୍କା ଘର ନିର୍ମାଣ ଲକ୍ଷ୍ୟ ରଖାଯାଇଥିବା ବେଳେ ୧୦୦ ପ୍ରତିଶତ ଘର ଠିକ୍ ସମୟରେ ମଞ୍ଜୁର ହୋଇଛି ଏବଂ ୨.୬୬ କୋଟି ଘର ନିର୍ମାଣ ସରିଛି। ଗତ ୧୦ ବର୍ଷ ରେ ଗ୍ରାମୀଣ ଆବାସ ଯୋଜନାରେ ୩.୪୨ କୋଟି ଘର ନିର୍ମାଣ କରାଯାଇଛି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣର ସଫଳତା ଏବଂ ଅଧିକ ଗ୍ରାମୀଣ ପରିବାରର ଆବଶ୍ୟକତାକୁ ଅନୁଭବ କରି ଏହି ଯୋଜନା ଜାରି ରଖାଯାଇଛି ଏବଂ ଆଗାମୀ ୫ ବର୍ଷ ମଧ୍ୟରେ ଅତିରିକ୍ତ ୨ କୋଟି ଘର ନିର୍ମାଣକୁ ଅନୁମୋଦନ ମିଳିଛି। ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୩.୦୬ ଲକ୍ଷ କୋଟି ଟଙ୍କାରୁ ଅଧିକ ବ୍ୟୟରେ ଏହି ୨ କୋଟି ନୂଆ ଘର ନିର୍ମାଣ କରାଯିବ। ନୂତନ ଅନୁମୋଦିତ ୨ କୋଟି ଲକ୍ଷ୍ୟ ମଧ୍ୟରୁ ମନ୍ତ୍ରଣାଳୟ ପକ୍ଷରୁ ୧୬ଟି ରାଜ୍ୟକୁ ୩୧, ୭୩, ୦୧୬ କୋଟି ଟଙ୍କା ପ୍ରଦାନ କରାଯାଇଛି।

ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା କେବଳ ଏକ ଯୋଜନା ନୁହେଁ ବରଂ ସାଧାରଣ ନାଗରିକଙ୍କ ପାଇଁ ଏକ ଆଶା। ଏହା ସମ୍ମାନ, ସଶକ୍ତୀକରଣ ଏବଂ ଉନ୍ନତ ଭବିଷ୍ୟତ ଗଠନର ଆଧାର। ଏହି ଯୋଜନା ଗ୍ରାମୀଣ ଭାରତର ବିକାଶ ପ୍ରତି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।

Categories
ଆଜିର ଖବର ଜାତୀୟ ଖବର

ଶେଷରେ ଗିରଫ ହେଲେ ହେମନ୍ତ ସୋରେନ, ସାତଘଣ୍ଟା ଧରି ଇଡି କଲା ଜେରା

ନୂଆଦିଲ୍ଲୀ: ଶେଷରେ ଗିରଫ ହେଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ଆଜି ଇଡି ସାତ ଘଣ୍ଟା ଧରି ଜେରା କରିବା ପରେ ତାଙ୍କୁ ଗିରଫ କରାଯାଇଛି। ଇଡି ତାଙ୍କୁ ପଚାରାଉଚୁରା କରିବା ପରେ ସେ ସିଧା ରାଜଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏହାପରେ ତାଙ୍କୁ ଇଡି ଗିରଫ କରିଥିବାର ଜଣାପଡିଛି।

ଜମି ଦୁର୍ନିତି ମାମଲାରେ ଇଡି ହେମନ୍ତଙ୍କୁ 10 ଥର ନୋଟିସ ଜାରୀ କରିଥିଲେ ମଧ୍ୟ ସେ ହାଜର ହୋଇ ନ ଥିଲେ। ହେଲେ ଗତକାଲି ତାଙ୍କର ନୂଆଦିଲ୍ଲୀ ଏବଂ ରାଞ୍ଚି ଘରେ ଚଢାଉ କରିଥିଲା ଇଡି ଟିମ୍। ହେଲେ ସେଠାରେ ତାଙ୍କୁ ପାଇ ନ ଥିବାର ସୂଚନା ଦେଇଥିଲା। ସୋରେନ ଇସ୍ତପା ଦେବା ପରେ ବର୍ତ୍ତମାନ ଚମ୍ପାଇ ସୋରେନ ମୁଖ୍ୟମନ୍ତ୍ରୀ ହେବେ ବୋଲି ରାଜ୍ୟପାଳଙ୍କୁ ଦାବୀ ପତ୍ର ଦେଇଥିବାର ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର

ଲକ୍ଷ ଲକ୍ଷ ଲୋକଙ୍କୁ ସଶକ୍ତ କଲା ବିକଶିତ ଭାରତ ସଂକଳ୍ପ ଯାତ୍ରା

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନା ଗୁଡ଼ିକର ଶତ ପ୍ରତିଶତ ଲାଭ ଲୋକମାନଙ୍କ ନିକଟରେ ପହଞ୍ଚାଇବା ଏବଂ ସେ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ସମଗ୍ର ଦେଶରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜୋର ଧରିଛି। ୨୦୨୩ ନଭେମ୍ବର ୧୫ ତାରିଖରେ ଝାଡ଼ଖଣ୍ଡର ଖୁଣ୍ଟି ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ବିଭିନ୍ନ ସ୍ଥାନରୁ ଏକକାଳୀନ ଏକାଧିକ ସୂଚନା, ଶିକ୍ଷା ଓ ଯୋଗାଯୋଗ (ଆଇଇସି) ଭ୍ୟାନ୍ ଯୋଗେ ଏହି ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ୨୦୨୪ ଜାନୁଆରୀ ୨୫ ସୁଦ୍ଧା ସାରା ଦେଶରେ ୨.୬୦ ଲକ୍ଷରୁ ଅଧିକ ଗ୍ରାମ ପଞ୍ଚାୟତ ଏବଂ ୪୦୦୦ ରୁ ଅଧିକ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାକୁ ଯାତ୍ରା ସହ ଯୋଡ଼ିବା ଲକ୍ଷ୍ୟ ରଖାଯାଇଛି।

ସମଗ୍ର ଭାରତରେ ସଚେତନତା ସୃଷ୍ଟି କରୁଛି ବିକଶିତ ଭାରତ ସଂକଳ୍ପ ଯାତ୍ରା 

ସରକାରଙ୍କ କଲ୍ୟାଣକାରୀ ଯୋଜନା ଗୁଡ଼ିକ ବିଷୟରେ ସଚେତନତା ସୃଷ୍ଟି କରି ଏହି ଯାତ୍ରା ଦେଶର ସୁଦୂର ଅଂଚଳର କୋଣଅନୁକୋଣରେ ପହଞ୍ଚିଛି। ଏହି ପଦକ୍ଷେପ ଏହା ସୁନିଶ୍ଚିତ କରେ, ଯେପରି ଏହି ସାମାଜିକ କଲ୍ୟାଣକାରୀ କାର୍ଯ୍ୟକ୍ରମ ଗୁଡିକ ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ, ଏପରିକି ଅତି ଦୁର୍ଗମ ଅଂଚଳର ଲୋକ ମାନଙ୍କ ପାଖରେ ମଧ୍ୟ ପହଞ୍ଚି ପାରିବ।

ଏହି ଯାତ୍ରାରେ ପିଏମ୍ ଉଜ୍ଜ୍ୱଳା ଯୋଜନା ପଞ୍ଜୀକରଣ, ମାଇଁ ଭାରତ ସ୍ୱେଚ୍ଛାସେବୀ ପଞ୍ଜୀକରଣ, ଆୟୁଷ୍ମାନ କାର୍ଡ ବଣ୍ଟନ ଭଳି ସେବା ଯୋଗାଇ ଦିଆଯାଉଛି। ଏହା ଯାତ୍ରା ସମୟରେ ବହୁ ସଂଖ୍ୟକ ନାଗରିକ ବିଭିନ୍ନ ସରକାରୀ ଯୋଜନାରେ ପଞ୍ଜୀକୃତ ହେଉଛନ୍ତି। ଏହି ଯାତ୍ରାରେ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କର ଅଧିକାର ପରିସରରେ ଆସୁଥିବା ସୁବିଧାକୁ ବ୍ୟବହାର କରିବାକୁ ପ୍ରୋତ୍ସାହିତ କରାଯାଉଛି।

ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମୟୁୱାଇ) ଅଧୀନରେ ୯.୪୭ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ୱଚ୍ଛ ରୋଷେଇ ଇନ୍ଧନ ସଂଯୋଗ ଯୋଗାଇ ଦିଆଯାଇଛି, ଯାହା ଫଳରେ ସେମାନଙ୍କ ପରିବାରକୁ ଧୂଆଁ ଭର୍ତ୍ତି ରୋଷେଇ ଘରରୁ ମୁକ୍ତି ମିଳିବ। ୧.୬୪ କୋଟିରୁ ଅଧିକ ଆୟୁଷ୍ମାନ କାର୍ଡ ବଣ୍ଟନ ସୁନିଶ୍ଚିତ କରୁଛି ଯେ ନାଗରିକ ମାନଙ୍କୁ ପ୍ରତି ବର୍ଷ ପରିବାର ପିଛା ୫ ଲକ୍ଷ ଟଙ୍କାର ବ୍ୟାପକ ସ୍ୱାସ୍ଥ୍ୟ ବୀମା ମିଳିବ।

ଯାତ୍ରାର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (ପିଏମଏସ୍‌ବିୱାଇ) ୧୮.୧୫ ଲକ୍ଷରୁ ଅଧିକ ନାଗରିକଙ୍କ ପାଇଁ ଦୁର୍ଘଟଣା ବୀମା ପ୍ରଦାନ କରିଛି । ଜୀବନ ବୀମା ପ୍ରଦାନ କରୁଥିବା ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (ପିଏମଜେଜେବିୱାଇ) ର ଲାଭ ୧୦.୮୬ ଲକ୍ଷରୁ ଅଧିକ ଲୋକ ପାଇଛନ୍ତି। ଏହି ଦୁଇଟି ଯୋଜନା ସମଗ୍ର ଭାରତରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ଆଗକୁ ବଢ଼ାଉଛି।

ଏହା ସହିତ, ସଙ୍କଳ୍ପ ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍ ଭେଣ୍ଡର ଆତ୍ମନିର୍ଭର ନିଧି (ପିଏମ୍ ସ୍ୱନିଧି) ଅଧୀନରେ ୬.୭୯ ଲକ୍ଷରୁ ଅଧିକ ବୁଲା ବିକାଳିଙ୍କୁ କାର୍ଯ୍ୟକାରୀ ପୁଞ୍ଜି ଋଣ ପ୍ରଦାନ କରାଯାଇଛି। ‘ମାଇଁ ଭାରତ’ କୁ ଗ୍ରହଣ କରି ୨୭.୩୧ ଲକ୍ଷରୁ ଅଧିକ ଯୁବକ ନାମ ପଞ୍ଜୀକରଣ କରିଛନ୍ତି, ଯାହା ବିକଶିତ ଭାରତ ସଂକଳ୍ପ ଯାତ୍ରା ପରିସରରେ ଏକ ନୂତନ ଉନ୍ମାଦନା ସୃଷ୍ଟି କରିଛି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଜବତ ନୋଟ୍ ଗୁଡ଼ିକୁ ଗଣିବା ପାଇଁ ମଗା ଗଲା ଅଧିକ ମେସିନ୍: ବଢିଲା କର୍ମଚାରୀଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଆୟକର ବିଭାଗ ଝାଡଖଣ୍ଡରୁ କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ଘରେ ଚଢାଉ କରି ୩୦୦ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରିଛି। ଜବତ ହୋଇଥିବା ନଗଦ ଗଣନାକୁ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ, ଆୟକର ବିଭାଗ ଆଜି ଅଧିକ ନୋଟ୍ ଗଣନା ମେସିନ୍ ପାଇଁ ନିର୍ଦ୍ଦେଶ ଦେଇଛି।

ସବୁଠୁ ବଡ ଅପରେସନ୍:

ଆଇଟି ଅଧିକାରୀଙ୍କ କହିବାନୁସାରେ, ଧୀରଜ ସାହୁଙ୍କ ନିକଟରୁ ଜବତ ହୋଇଥିବା ନଗଦ ପ୍ରାୟ ୩୦୦ କୋଟି ଟଙ୍କା ହେବାର ସମ୍ଭାବନା ରହିଛି, ଯାହା ଏପର୍ଯ୍ୟନ୍ତ କୌଣସି ଅନୁସନ୍ଧାନକାରୀ ସଂସ୍ଥା ଦ୍ୱାରା ହୋଇଥିବା ଏକ ଅପରେସନରେ ସର୍ବାଧିକ ଜବତ ଟଙ୍କା।

ପ୍ରଥମେ ଜବତ ହୋଇଥିବା ନଗଦ ଗଣିବା ପାଇଁ ବ୍ୟାଙ୍କ କର୍ମଚାରୀଙ୍କ ସହ ୩୦ରୁ ଅଧିକ ଅଧିକାରୀ ଜଡିତ ଥିଲେ। ଜବତ ହୋଇଥିବା ନଗଦ ଗଣନାକୁ ଶୀଘ୍ର ସମାପ୍ତ କରିବାକୁ ଆଇଟି ବିଭାଗ ପ୍ରାୟ ୪୦ ଟି ବଡ ଏବଂ ଛୋଟ ମେସିନ ତଥା ଅଧିକ କର୍ମଚାରୀଙ୍କୁ ଡାକିଛି। ସେପଟେ ଏତେ ପରିମାଣର ନଗଦ ଟଙ୍କା ଜବତ ହେବା ପରେ କଂଗ୍ରେସ ନିଜ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କଠାରୁ ଦୂରେଇ ଯାଇଛି।

ଏହି ପ୍ରସଙ୍ଗରେ କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ଟ୍ୱିଟରରେ କହିଛନ୍ତି ଯେ, “ସାଂସଦ ଧୀରଜ ସାହୁଙ୍କ ବ୍ୟବସାୟ ସହ ଭାରତୀୟ ଜାତୀୟ କଂଗ୍ରେସର କୌଣସି ସମ୍ପର୍କ ନାହିଁ।

Categories
ଆଜିର ଖବର ଜାତୀୟ ଖବର

ଦେଓଘର ଜନ ଔଷଧି କେନ୍ଦ୍ର ପରିଚାଳକ ଓ ହିତାଧିକାରୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମହିଳା କିଷାନ ଡ୍ରୋନ କେନ୍ଦ୍ରର ଶୁଭାରମ୍ଭ ମଧ୍ୟ କରାଯାଇଛି। ଏହି  କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଆଜି ଝାଡଖଣ୍ଡର ଦେଓଘରସ୍ଥିତ ଏମ୍ସରେ ଦେଶର ୧୦ ହଜାରତମ ଜନଔଷଧୀ କେନ୍ଦ୍ରକୁ ଉଦ୍‌ଘାଟନ କରିଛନ୍ତି। ଦେଶରେ ଜନ ଔଷଧି କେନ୍ଦ୍ର ସଂଖ୍ୟା ୧୦ ହଜାରରୁ ୨୫ ହଜାରକୁ ବୃଦ୍ଧି କରିବା ସଂକ୍ରାନ୍ତ କାର୍ଯ୍ୟକ୍ରମ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି।

ପ୍ରଧାନମନ୍ତ୍ରୀ ଗତ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଦେଇଥିବା ଭାଷଣରେ ଦେଶରେ ଜନ ଔଷଧି କେନ୍ଦ୍ର ସଂଖ୍ୟା ୨୫ ହଜାର କରିବା ଏବଂ ମହିଳା କିଷାନ ଡ୍ରୋନ କେନ୍ଦ୍ର  ସ୍ଥାପନ ସମ୍ପର୍କରେ ଘୋଷଣା କରିଥିଲେ। ସେହି ପ୍ରତିଶ୍ରୁତି ପାଳନ ପର୍ବ ଆଜିଠାରୁ ଆରମ୍ଭ ହୋଇଛି।

ଦେଓଘର ଠାରେ  ଖୋଲିଥିବା ଜନ ଔଷଧି କେନ୍ଦ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଏହି କେନ୍ଦ୍ରର ପରିଚାଳକ ରୁଚି କୁମାରୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଆଲୋଚନା କରିଥିଲେ। ରୁଚି କହିଥିଲେ ଯେ ବଜାର ଦରଠାରୁ ଯଥେଷ୍ଟ ଶସ୍ତାରେ ଜନଔଷଧି କେନ୍ଦ୍ରରୁ ଉନ୍ନତ ମାନର ଔଷଧ ମିଳୁଥିବାରୁ ଗରିବ ଓ ମଧ୍ୟବିତ୍ତ ବର୍ଗର ଲୋକେ ବିଶେଷ ଉପକୃତ ହେବେ। ଏସବୁ କେନ୍ଦ୍ରରେ ୧୦୦ ଟଙ୍କାର ବଜାର ମୂଲ୍ୟ ଔଷଧ ୧୦ ରୁ ୫୦ଟଙ୍କା ମଧ୍ୟରେ ମିଳୁଛି। ବାବା ଧାମରେ ଦେଶର ୧୦ହଜାରତମ ଜନ ଔଷଧି କେନ୍ଦ୍ର ଖୋଲିବା ଖୁସିର ବିଷୟ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜନ ଔଷଧି କେନ୍ଦ୍ର ଓ ଏହାର ବିଶେଷତ୍ୱ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଲୋକଙ୍କୁ ସଚେତନ କରାଯିବା ଉଚିତ। ରୁଚି କୁମାରୀଙ୍କୁ ଏହି କାମ କରିବାକୁ ସେ ପରାମର୍ଶ ଦେଇଥିଲେ।

ପ୍ରଧାନମନ୍ତ୍ରୀ ମଧ୍ୟ ଜନଔଷଧି ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ସୋନା ମିଶ୍ର ନାମକ ଜଣେ ଦୋକାନୀ  ତଥା ହିତାଧିକାରୀ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ ଆଗରୁ ସେ ଯେଉଁ ଔଷଧ ବଜାରରୁ କିଣୁଥିଲେ, ସେଥି ପାଇଁ ଯେତେ ଟଙ୍କା ଖର୍ଚ୍ଚ ହେଉଥିଲା ଜନ ଔଷଧି କିଣିବା ପରେ ତାଙ୍କ ମାସିକ ପ୍ରାୟ ୧୦ହଜାର ଟଙ୍କା କମ୍ ପଡୁଛି। ଶସ୍ତା ଔଷଧ ମିଳିବା ଘେନି ଲୋକଙ୍କୁ ସଚେତନ କରିବାକୁ ନିଜ ଦୋକାନରେ ଏକ ବୋର୍ଡ ଲଗାଇବାକୁ ପ୍ରଧାନମନ୍ତ୍ରୀ ଏହି ହିତାଧିକାରୀ ଶ୍ରୀ ମିଶ୍ରଙ୍କୁ ପରାମର୍ଶ ଦେଇଥିଲେ।

ସ୍ଥାନୀୟ ଲୋକ ଜନ ଔଷଧି ଯୋଜନା ସମ୍ପର୍କରେ ଅବଗତ ଥିବା ପ୍ରଧାନମନ୍ତ୍ରୀ ଜାଣିବା ପରେ ସନ୍ତୋଷ ପ୍ରକାଶ କରିଥିଲେ। ଲୋକଙ୍କୁ ଉତ୍ତମ ମାନର ଓ ସୁଲଭ ମୂଲ୍ୟରେ ଔଷଧ ଯୋଗାଇବା ଏକ ବଡ ସେବା ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ।

Categories
ବିଶେଷ ଖବର

‘ପଣ୍ଡିତ ନେହେରୁଙ୍କ ଆଦିବାସୀ ପତ୍ନୀ’, ଯିଏ କି ସାରା ଜୀବନ ବହିଷ୍କାରର ଶିକାର ହୋଇଥିଲେ

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଆଦିବାସୀ ପତ୍ନୀ ବୁଦ୍ଧନୀ ମାଝୀଁଙ୍କ ପାଇଁ ସାନ୍ଥାଲିରେ ଏକ ସ୍ମାରକୀ ନିର୍ମାଣ ପାଇଁ ଦାବି ହୋଇଛି। ଶୁକ୍ରବାର ରାତିରେ ୮୦ ବର୍ଷୀୟା ବୁଧନୀ ମାଝୀଁଙ୍କର ଏହି ଦୁନିଆରୁ ବିଦାୟ ହୋଇଯାଇଛି। ଗତ ୬୪ ବର୍ଷ ଧରି ସେ ନିଜ ଜାତି ଓ ସମାଜରେ ବହିଷ୍କାରର ଶିକାର ହୋଇ ଆସୁଥିଲେ। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଉପସ୍ଥିତିରେ ଦାମୋଦର ଭ୍ୟାଲି କର୍ପୋରେସନର ପଞ୍ଚେତ ଡ୍ୟାମ ଓ ଜଳ ବିଦ୍ୟୁତ ପ୍ଲାଣ୍ଟକୁ ବୁଦ୍ଧନି ଉଦଘାଟନ କରିଥିଲେ। ସେହି ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ସମ୍ମାନରେ ମିଳିଥିବା ମାଳ ଉଠାଇ ବୁଧନୀ ମାଝୀଁଙ୍କୁ ପିନ୍ଧାଇଥିଲେ। ସେତେବେଳେ ବୁଧନୀଙ୍କୁ ୧୬ ବର୍ଷ ହୋଇଥିଲା।

ପଣ୍ଡିତ ନେହେରୁ ପଞ୍ଚେତ ବନ୍ଧ ଉଦଘାଟନ ଅବସରରେ ବୁଧନୀଙ୍କୁ ମାଲ୍ୟାର୍ପଣ କରିଥିବା ମାଳ ତାଙ୍କ ପାଇଁ ଆଜୀବନ ଯନ୍ତ୍ରଣା ପାଲଟିଥିଲା। ବାସ୍ତବରେ ସାନ୍ଥାଲ ଆଦିବାସୀ ଅଞ୍ଚଳରେ ଜଣେ ପୁରୁଷ ଜଣେ ମହିଳା କିମ୍ବା ଝିଅଙ୍କୁ ମାଲ୍ୟାର୍ପଣ କରିବାକୁ ବିବାହଭାବେ ବିବେଚନା କରୁଥିଲେ। ସେହି ସମୟରେ ସମ୍ପ୍ରଦାୟ ବାହାରେ ବିବାହ କରିବା ଲୋକ ସମାଜରୁ ବହିଷ୍କୃତ ହେଉଥିଲା। ଆଦିବାସୀ ସମ୍ପ୍ରଦାୟ ତତ୍କାଳୀନ ପ୍ରଧାନମନ୍ତ୍ରୀ ନେହେରୁଙ୍କ ମାଳପିନ୍ଧାକୁ ବିବାହ ବୋଲି ବିବେଚନା କରିଥିଲେ। ସମ୍ପ୍ରଦାୟ ବାହାରେ ଜଣେ ଅଣ ଆଦିବାସୀ ବ୍ୟକ୍ତିଙ୍କୁ ‘ବିବାହ’ କରିଥିବାରୁ ବୁଦ୍ଧି ମାଝୀଁଙ୍କୁ ସମାଜରୁ ବହିଷ୍କାର କରାଯାଇଥିଲା। ବୁଦ୍ଧନୀଙ୍କୁ ତାଙ୍କ ଗାଁକୁ ପ୍ରବେଶ କରିବାକୁ ବାରଣ କରାଯାଇଥିଲା। ନଭେମ୍ବର ୧୭ ତାରିଖରେ ବୁଦ୍ଧନୀ ମାଝୀଁଙ୍କ ଏହି କାହାଣୀ ସାମ୍ନାକୁ ଆସିଥିଲା, ଯେତେବେଳେ ବୁଦ୍ଧନୀଙ୍କ ପଞ୍ଚେତ ଏକ କୁଡ଼ିଆରେ ମୃତ୍ୟୁବରଣ କରିଥିଲେ। ଏଠାରେ ଥିବା କୁଡ଼ିଆରେ ସେ ତାଙ୍କ ଝିଅ ରତ୍ନାଙ୍କ ସହ ରହୁଥିଲେ।

ଏହିପରି ଆରମ୍ଭ ହୋଇଥିଲା ବୁଦ୍ଧନୀଙ୍କ ଜୀବନର ଉତ୍‍ଥାନ-ପତନ

କୁହାଯାଏ ଯେ ବୁଦ୍ଧନୀଙ୍କ ଜୀବନରେ ଉତ୍‍ଥାନ-ପତନ ୧୯୫୨ ମସିହାରୁ ଆରମ୍ଭ ହୋଇଥିଲା। ଡ୍ୟାମ୍ ନିର୍ମାଣ ସମୟରେ ତାଙ୍କ ପୈତୃକ ଜମି ଜଳମଗ୍ନ ହୋଇଯାଇଥିଲା। ଜମି ବ୍ୟତୀତ ତାଙ୍କର ରୋଜଗାରର ଅନ୍ୟ କୌଣସି ଉତ୍ସ ନ ଥିଲା। ତେବେ ଏହାପରେ ବି ବୁଦ୍ଧନୀ ହାର ମାନିନଥିଲେ। ଡ୍ୟାମ୍ ନିର୍ମାଣ ସମୟରେ ସେ ଶ୍ରମିକଭାବେ କାମ କରୁଥିଲେ। ବୁଦ୍ଧନୀ ପ୍ରଥମ ଠିକା ଶ୍ରମିକଙ୍କ ମଧ୍ୟରେ ଥିଲେ।

ତା’ପରେ ୧୯୫୯ ଡିସେମ୍ବର ୫ ତାରିଖରେ ଉଦଘାଟନୀ ଉତ୍ସବରେ ନେହେରୁ ତାଙ୍କୁ ମାଲ୍ୟାର୍ପଣ କରିବା ପରେ ସମସ୍ୟା ପୁଣି ସାମ୍ନାକୁ ଆସିଥିଲା। ନେହେରୁଙ୍କୁ ସ୍ୱାଗତ କରିବା ପାଇଁ ଡିଭିସି ମ୍ୟାନେଜମେଣ୍ଟ ସାନ୍ଥାଲିମାନ ରାବଣ ମାଝୀଙ୍କ ସହ ମିଶି ବୁଦ୍ଧନୀଙ୍କୁ ବାଛିଥିଲେ। ସ୍ଥାନୀୟ ଲୋକଙ୍କ ବିଶ୍ୱାସ ରହିଛି ଯେ ବୁଦ୍ଧନୀ ଡ୍ୟାମ୍ ଆରମ୍ଭ କରିବା ପାଇଁ ବଟନ ଦବାଇଥିଲେ।

୧୯୬୨ମସିହାରେ ବୁଦ୍ଧନୀଙ୍କୁ ଅନ୍ୟ କେତେକ ଡିଭିସି ଠିକା କର୍ମଚାରୀଙ୍କ ସହ ହଟାଇ ଦିଆଯାଇଥିଲା। ସେ ପଡ଼ୋଶୀ ବଙ୍ଗଳାର ପୁରୁଲିଆର ସାଲଟୋରାକୁ ଚାଲି ଆସି ଦିନ ମଜୁରିଆ ଭାବେ କାମ କରିବା ଆରମ୍ଭ କରିଥିଲେ। ସେଠାରେ ବୁଦ୍ଧନୀ ଏକ କୋଲିୟରିର ଠିକା କର୍ମଚାରୀ ସୁଧୀର ଦତ୍ତଙ୍କୁ ଭେଟିଥିଲେ, ଯିଏ ତାଙ୍କୁ ଆଶ୍ରୟ ଦେଇଥିଲେ ଏବଂ ପରେ ତାଙ୍କୁ ବିବାହ କରିଥିଲେ।

୧୯୮୫ ମସିହାରେ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀଭାବେ ବଙ୍ଗଳାର ଆସାନସୋଲ ଯାଇଥିବାବେଳେ ଜଣେ ସ୍ଥାନୀୟ କଂଗ୍ରେସ ନେତା ତାଙ୍କୁ ବୁଦ୍ଧନୀଙ୍କ ସହ ପରିଚିତ କରାଇ ତାଙ୍କର ଦୁଃଖ ଦୃଶ୍ୟ ବର୍ଣ୍ଣନା କରିଥିଲେ। ଏହାପରେ ବୁଦ୍ଧନୀଙ୍କୁ ଡିଭିସିରେ ଚାକିରି ମିଳିଥିଲା, ଯେଉଁଠାରୁ ସେ ୨୦୦୫ରେ ଅବସର ନେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାଡ଼ଖଣ୍ଡର ଖୁଣ୍ଟି ଠାରେ ଜନଜାତୀୟ ଗୌରବ ଦିବସ, ୨୦୨୩ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ ଏବଂ ପ୍ରଧାନମନ୍ତ୍ରୀ ବିଶେଷ ରୂପେ ଦୁର୍ବଳ ଆଦିବାସୀ ଗୋଷ୍ଠୀ ବିକାଶ ମିଶନର ଶୁଭାରମ୍ଭ କରିଥିଲେ। ସେ ପିଏମ୍ – କିଷାନର ୧୫ତମ କିସ୍ତି ମଧ୍ୟ ପ୍ରଦାନ କରିଛନ୍ତି। ଶ୍ରୀ ମୋଦୀ ଝାଡ଼ଖଣ୍ଡ ରାଜ୍ୟରେ ରେଳ, ସଡ଼କ, ଶିକ୍ଷା, କୋଇଲା, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଭଳି ଏକାଧିକ କ୍ଷେତ୍ର ସହିତ ସମ୍ପର୍କିତ ୭୨୦୦ କୋଟି ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡିକର ଶିଳାନ୍ୟାସ କରିଥିଲେ ଓ ସେଗୁଡିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ପ୍ରଦର୍ଶନୀକୁ ସେ ବୁଲି ଦେଖିଥିଲେ।

ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏକ ଭିଡିଓ ବାର୍ତ୍ତା ପ୍ରସାରିତ ହୋଇଥିଲା।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଜନତାଙ୍କୁ ବିକଶିତ ଭାରତ ସଂକଳ୍ପ  ପ୍ରଦାନ କରିଥିଲେ।

ପ୍ରଧାନମନ୍ତ୍ରୀ ଆଜି ପରିଦର୍ଶନ କରିଥିବା ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥାନ ଉଲିହାଟୁ ଗ୍ରାମ ଏବଂ ରାଞ୍ଚି ଠାରେ ଥିବା ବିର୍ସା ମୁଣ୍ଡା ମେମୋରିଆଲ ପାର୍କ ତଥା ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ସମ୍ପର୍କରେ ମନେ ପକାଇ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ। ଦୁଇ ବର୍ଷ ପୂର୍ବେ ଆଜିର ଦିନରେ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟର ଉଦଘାଟନ କରିବା ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ । ଜନଜାତୀୟ ଗୌରବ ଦିବସ ଅବସରରେ ଶ୍ରୀ ମୋଦୀ ପ୍ରତ୍ୟେକ ନାଗରିକଙ୍କୁ ଅଭିନନ୍ଦନ ଜଣାଇବା ସହ ଶୁଭେଚ୍ଛା ଜଣାଇଛନ୍ତି।

ଝାଡଖଣ୍ଡର ପ୍ରତିଷ୍ଠା ଦିବସ ଅବସରରେ ସେ ଶୁଭେଚ୍ଛା ଜଣାଇବା ସହ ଏହାର ଗଠନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ। ରେଳ, ସଡ଼କ, ଶିକ୍ଷା, କୋଇଲା, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଭଳି ବିଭିନ୍ନ କ୍ଷେତ୍ର ସହିତ ସମ୍ପର୍କିତ ଆଜିର ବିକାଶମୂଳକ ପ୍ରକଳ୍ପ ଗୁଡିକ ପାଇଁ ସେ ଝାଡ଼ଖଣ୍ଡର ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଖୁସି ବ୍ୟକ୍ତ କରିଥିଲେ ଯେ ଝାଡ଼ଖଣ୍ଡ ରାଜ୍ୟରେ ଏବେ ଶତ ପ୍ରତିଶତ ବିଦ୍ୟୁତିକରଣ ହୋଇଥିବା ରେଳ ପଥ ରହିଛି।

ଆଦିବାସୀ ଗୌରବ ପାଇଁ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରେରଣାଦାୟୀ ସଂଘର୍ଷ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଅସଂଖ୍ୟ ଆଦିବାସୀ ନାୟକଙ୍କ ସହ ଝାଡ଼ଖଣ୍ଡ ମାଟିର ସମ୍ପର୍କ ବିଷୟରେ ଉଲ୍ଲେଖ କରିଥିଲେ। ତିଲକା ମାନ୍‌ଝୀ, ସିଦ୍ଧୁ କାହ୍ନୁ, ଚାନ୍ଦ ଭୈରବ, ଫୁଲୋ ଝାନୋ, ନୀଳାମ୍ବର, ପୀତାମ୍ବର, ଯାତ୍ରା ତାନା ଭଗତ ଓ ଆଲବର୍ଟ ଏକ୍କାଙ୍କ ଭଳି ଅନେକ ବୀର ଏହି ଭୂମିକୁ ଗର୍ବିତ କରିଛନ୍ତି ବୋଲି ସେ କହିଥିଲେ। ଦେଶର କୋଣ ଅନୁକୋଣରେ ଆଦିବାସୀ ଯୋଦ୍ଧାମାନେ ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିଲେ ଏବଂ ମାନଗଡ଼ ଧାମର ଗୋବିନ୍ଦ ଗୁରୁ, ମଧ୍ୟପ୍ରଦେଶର ତାନ୍ତ୍ୟା ଭିଲ, ଛତିଶଗଡ଼ର ଭୀମା ନାୟକ, ସହିଦ ବୀର ନାରାୟଣ ସିଂହ, ମଣିପୁରର ବୀର ଗୁଣ୍ଡାଧୂର, ରାଣୀ ଗାଇଦିନଲିଉ , ତେଲଙ୍ଗାନାର ବୀର ରାମଜୀ ଗୋଣ୍ଡ, ଆନ୍ଧ୍ରପ୍ରଦେଶର ଆଲୁରୀ ସୀତାରାମ ରାଜୁ, ଗୋଣ୍ଡ ପ୍ରଦେଶର ରାଣୀ ଦୁର୍ଗାବତୀଙ୍କ ବିଷୟରେ ସେ ଉଲ୍ଲେଖ କରିଥିଲେ । ଏଭଳି ବ୍ୟକ୍ତିତ୍ୱ ମାନଙ୍କ  ପ୍ରତି ଅବହେଳା ପାଇଁ ଦୁଃଖ ପ୍ରକାଶ କରି ପ୍ରଧାନମନ୍ତ୍ରୀ ଅମୃତ ମହୋତ୍ସବ ସମୟରେ ଏହି ବୀରମାନଙ୍କୁ ମନେ ପକାଯାଇଥିବାରୁ ସନ୍ତୋଷ ବ୍ୟକ୍ତ କରିଥିଲେ ।

ଝାଡ଼ଖଣ୍ଡ ସହିତ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ ଯେ ଆୟୁଷ୍ମାନ ଯୋଜନା ଝାଡ଼ଖଣ୍ଡରୁ ଆରମ୍ଭ ହୋଇଥିଲା । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଝାଡ଼ଖଣ୍ଡରୁ ଦୁଇଟି ଐତିହାସିକ ପଦକ୍ଷେପର ଶୁଭାରମ୍ଭ କରାଯାଉଛି । ପ୍ରଥମଟି ହେଉଛି ବିକଶିତ ଭାରତ ସଂକଳ୍ପ ଯାତ୍ରା , ଯାହା ସରକାରଙ୍କ ଲକ୍ଷ୍ୟ ଏବଂ ପ୍ରଧାନମନ୍ତ୍ରୀ ଜନଜାତି ନ୍ୟାୟ ମହା ଅଭିଯାନର ଏକ ମାଧ୍ୟମ ହେବ ଯାହା ବିଲୁପ୍ତ ହେବାକୁ ଯାଉଥିବା ଜନଜାତି ମାନଙ୍କୁ ସୁରକ୍ଷା ପ୍ରଦାନ କରିବ ଏବଂ ସେମାନଙ୍କୁ ପରିପୁଷ୍ଟ କରିବ ।

ବିକଶିତ ଭାରତର ଚାରିଟି ‘ଅମୃତ ସ୍ତମ୍ଭ’ ବା ଖୁଣ୍ଟ ଯଥା ନାରୀ ଶକ୍ତି, ଭାରତର ଖାଦ୍ୟ ଉତ୍ପାଦନକାରୀ ଅର୍ଥାତ୍ କୃଷକ , ଦେଶର ଯୁବକ ଏବଂ ଶେଷରେ ଭାରତର ନବ – ମଧ୍ୟବିତ୍ତ ଓ ଗରିବ ଲୋକମାନଙ୍କ ଉପରେ ଧ୍ୟାନ ଦେବାର ଆବଶ୍ୟକତା ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ବିକାଶର ଏହି ସ୍ତମ୍ଭ ଗୁଡ଼ିକୁ ସୁଦୃଢ଼ କରିବା ପାଇଁ ଭାରତରେ ବିକାଶର ପରିମାଣ ଆମର ସାମର୍ଥ୍ୟ ଉପରେ ନିର୍ଭର କରେ ବୋଲି ସେ କହିଥିଲେ । ବର୍ତ୍ତମାନର ସରକାରଙ୍କ ବିଗତ ୯ ବର୍ଷର ଶାସନ କାଳରେ ଚାରୋଟି ସ୍ତମ୍ଭକୁ ସୁଦୃଢ଼ କରିବା ପାଇଁ ଯେତିକି ପ୍ରୟାସ ଏବଂ କାର୍ଯ୍ୟ କରାଯାଇଛି ସେଥିରେ ପ୍ରଧାନମନ୍ତ୍ରୀ ମୋଦୀ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ୧୩ କୋଟିରୁ ଅଧିକ ଲୋକଙ୍କୁ ଦାରିଦ୍ର‌୍ୟମୁକ୍ତ କରିବାରେ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ସଫଳତା ଉପରେ ଆଲୋକପାତ କରିଥିଲେ । “୨୦୧୪ରେ ଆମ ସରକାର କ୍ଷମତାକୁ ଆସିବା ପରେ ଆମର ସେବା କାଳ ଆରମ୍ଭ ହୋଇଥିଲା”, ବୋଲି ସେ କହିବା ସହିତ ଏହା ଉଲ୍ଲେଖ କରିଥିଲେ ଯେ ଦେଶର ଏକ ବିଶାଳ ଜନସଂଖ୍ୟା ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଥିଲେ । ତତ୍କାଳୀନ ସରକାରଙ୍କ ବେପରୁଆ ଆଭିମୁଖ୍ୟ ଯୋଗୁଁ ଗରିବ ଲୋକମାନେ ସମସ୍ତ ଆଶା ହରାଇଥିଲେ ବୋଲି ସେ କହିଛନ୍ତି । “ବର୍ତ୍ତମାନର ସରକାର ସେବା ଭାବନା ସହିତ କାର୍ଯ୍ୟ ଆରମ୍ଭ କରିଛନ୍ତି” ବୋଲି ସେ କହିଥିଲେ ଏବଂ ଗରିବ ଏବଂ ବଞ୍ଚିତ ଲୋକମାନେ  ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ପାଲଟିବା ସହିତ ସେମାନଙ୍କ ଦ୍ୱାରରେ ସୁବିଧା ପହଞ୍ଚାଇ ଦିଆଯାଇଛି । ପରିବର୍ତ୍ତନ ପାଇଁ ସରକାରଙ୍କ ଆଭିମୁଖ୍ୟକୁ ସେ ଶ୍ରେୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ୨୦୧୪ ପୂର୍ବରୁ ଗାଁରେ ସ୍ୱଚ୍ଛତାର ପରିସର ମାତ୍ର ୪୦ ପ୍ରତିଶତ ଥିବା ବେଳେ ଆଜି ଦେଶ ଏଥିରେ ସଂତୃପ୍ତି ପାଇଁ ଲକ୍ଷ୍ୟ ରଖିଛି । ୨୦୧୪ ପରେ ଅନ୍ୟାନ୍ୟ ଉପଲବ୍ଧି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସ୍ୱାଧୀନତା ପରବର୍ତ୍ତୀ ଦଶ ଦଶନ୍ଧି ମଧ୍ୟରେ ଆଜି ଗ୍ରାମର ୫୦ – ୫୫ ପ୍ରତିଶତରୁ ପ୍ରାୟ ୧୦୦ ପ୍ରତିଶତକୁ ଏଲ୍‌ପିଜି ସଂଯୋଗ ବୃଦ୍ଧି ପାଇବା, ୫୫ ପ୍ରତିଶତରୁ ୧୦୦ ପ୍ରତିଶତ ପିଲାଙ୍କୁ ଜୀବନ ରକ୍ଷାକାରୀ ଟିକା ପ୍ରଦାନ କରାଯିବା, ୧୭ ପ୍ରତିଶତରୁ ବୃଦ୍ଧି ପାଇ ୭୦ ପ୍ରତିଶତ ପରିବାରକୁ ଜଳ ସଂଯୋଗ ଯୋଗାଇ ଦିଆ ଯାଉଥିବା ବିଷୟରେ ସୂଚନା ଦେଇଥିଲେ । ମୋଦି ବଞ୍ଚିତ ମାନଙ୍କୁ ପ୍ରାଥମିକତା ଦେଇଛନ୍ତି ବୋଲି ସେ କହିଛନ୍ତି । ଦାରିଦ୍ର‌୍ୟ ଏବଂ ବଞ୍ଚିତ ହେବା ଭଳି ପ୍ରସଙ୍ଗ ସହିତ ତାଙ୍କର ବ୍ୟକ୍ତିଗତ ଅଭିଜ୍ଞତା କାରଣରୁ ବଞ୍ଚିତ ଲୋକଙ୍କ ପ୍ରତି ତାଙ୍କର ଆକର୍ଷଣ ବିଷୟରେ ପ୍ରଧାନମନ୍ତ୍ରୀ ଜଣାଇଥିଲେ ଏବଂ କହିଥିଲେ ଯେ ସେମାନେ ସରକାରଙ୍କ ପାଇଁ ପ୍ରାଥମିକତା ପାଲଟିଛନ୍ତି । “ମୁଁ ଭଗବାନ ବିର୍ସା ମୁଣ୍ଡାଙ୍କ ଏହି ଭୂମିକୁ ଆସିଛି, ଯେଉଁଠାରେ ବଞ୍ଚିତ ମାନଙ୍କ ଉପରେ ମୋର ଋଣ ପରିଶୋଧ କରିବାକୁ ଅଛି”, ବୋଲି ସେ କହିଥିଲେ ।

ଶ୍ରୀ ମୋଦୀ କହିଛନ୍ତି ଯେ , ସରକାର ନିମ୍ନ ମାନର ଫଳକୁ ଆପଣାଇବାର ପ୍ରଲୋଭନକୁ ପ୍ରତିହତ କରିଛନ୍ତି ଏବଂ ଦୀର୍ଘ ଦିନ ଧରି ଅଟକି ରହିଥିବା ସମସ୍ୟାର ସମାଧାନ କରିଛନ୍ତି । ସେ ଅନ୍ଧାର ଯୁଗରେ ବଞ୍ଚିବା ପାଇଁ ଅଭିଶାପିତ ହୋଇଥିବା ୧୮,୦୦୦ ଗାଁର ବିଦ୍ୟୁତିକରଣର ଉଦାହରଣ ଦେଇଥିଲେ । ଲାଲକିଲ୍ଲା ପ୍ରାଚୀରରୁ କରାଯାଇଥିବା ଘୋଷଣା ଅନୁଯାୟୀ ନିର୍ଦ୍ଧାରିତ ସମୟରେ ବିଦ୍ୟୁତିକରଣ କରାଯାଇଥିଲା । ପଛୁଆ ମାନ୍ୟତା ପାଇଥିବା ୧୧୦ଟି ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ସହଜ ଜୀବନଶୈଳୀର ପ୍ରମୁଖ ମାନଦଣ୍ଡ ସୃଷ୍ଟି କରାଯାଇଥିଲା । ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଏହି ଜିଲ୍ଲା ଗୁଡ଼ିକରେ ଅନେକ ପରିବର୍ତ୍ତନ ଆଣିଛି । ଏହି ଜିଲ୍ଲା ଗୁଡ଼ିକରେ ସର୍ବାଧିକ ଆଦିବାସୀ ଜନସଂଖ୍ୟା ରହିଛି ବୋଲି ସେ ସୂଚନା ଦେଇଛନ୍ତି । “ଆକାଂକ୍ଷୀ ବ୍ଲକ୍ କାର୍ଯ୍ୟକ୍ରମ ମାଧ୍ୟମରେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ସଫଳତାକୁ ବ୍ୟାପକ କରାଯାଉଛି” ବୋଲି ସେ କହିଥିଲେ ।

ଦେଶର କୌଣସି ନାଗରିକଙ୍କ ପ୍ରତି ଭେଦଭାବର ସମସ୍ତ ସମ୍ଭାବନା ଦୂର ହେଲେ ହିଁ ପ୍ରକୃତ ଧର୍ମନିରପେକ୍ଷତା ଆସିଥାଏ ବୋଲି ପ୍ରଧାନମନ୍ତ୍ରୀ ଦୋହରାଇ ଥିଲେ ଏବଂ ସମସ୍ତ ସରକାରୀ ଯୋଜନାର ଲାଭ ସମସ୍ତଙ୍କ ପାଖରେ ସମାନ ପରିମାଣରେ ପହଞ୍ଚିଲେ ହିଁ ସାମାଜିକ ନ୍ୟାୟ ସୁନିଶ୍ଚିତ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ପୁଣି ଥରେ କହିଥିଲେ । ଆଜି ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ଆରମ୍ଭ ହୋଇ ଆସନ୍ତା ବର୍ଷ ଜାନୁଆରି ୨୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ ପଛରେ ଏହି ଭାବନା ରହିଛି । ସରକାର ମିଶନ ମୋଡରେ ଦେଶର ପ୍ରତ୍ୟେକ ଗାଁକୁ ଯିବେ ଏବଂ ପ୍ରତ୍ୟେକ ଗରିବ ଓ ବଞ୍ଚିତ ବ୍ୟକ୍ତିଙ୍କୁ ସରକାରୀ ଯୋଜନାର ହିତାଧିକାରୀ କରିବେ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।

ପ୍ରଧାନମନ୍ତ୍ରୀ ୨୦୧୮ରେ ଗ୍ରାମ ସ୍ୱରାଜ ଅଭିଯାନର ଆୟୋଜନକୁ ମନେ ପକାଇଥିଲେ ଯେଉଁଥିରେ ୭ଟି ପ୍ରମୁଖ ସରକାରୀ ଯୋଜନା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ହଜାର ସରକାରୀ ଅଧିକାରୀଙ୍କୁ ଗାଁକୁ ପଠାଯାଇଥିଲା ଏବଂ ବିକଶିତ ଭାରତ ସଂକଳ୍ପ ଯାତ୍ରା ସମାନ ଭାବରେ ସଫଳ ହେବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ । “ମୁଁ ସେହି ଦିନକୁ ଅପେକ୍ଷା କରିଛି ଯେତେବେଳେ ପ୍ରତ୍ୟେକ ଗରିବ ଲୋକଙ୍କ ପାଖରେ ମାଗଣାରେ ରାସନ କାର୍ଡ, ଉଜ୍ଜ୍ୱଳା ଯୋଜନାରୁ ଗ୍ୟାସ ସଂଯୋଗ, ଘରେ ବିଜୁଳି ଯୋଗାଣ, ଟ୍ୟାପ୍ ପାଣି ସଂଯୋଗ, ଆୟୁଷ୍ମାନ କାର୍ଡ ଏବଂ ପକ୍କା ଘର ରହିବ” । ପ୍ରଧାନମନ୍ତ୍ରୀ ମୋଦୀ ପେନସନ ଯୋଜନାରେ ପ୍ରତ୍ୟେକ କୃଷକ ଏବଂ ଶ୍ରମିକ ଯୋଗ ଦେବା ଏବଂ ଯୁବକ ମାନଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ ମୁଦ୍ରା ଯୋଜନାର ଲାଭ ଉଠାଇବା ବିଷୟରେ ତାଙ୍କର ଦୃଷ୍ଟିକୋଣ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ । ଭାରତର ଗରିବ, ବଞ୍ଚିତ, ମହିଳା, ଯୁବକ ଓ କୃଷକ ମାନଙ୍କ ପାଇଁ ବିକଶିତ ଭାରତ ସଂକଳ୍ପ ଯାତ୍ରା ମୋଦିଙ୍କ ଗ୍ୟାରେଣ୍ଟି ବୋଲି ସେ କହିଛନ୍ତି ।

ଏକ ବିକଶିତ ଭାରତ ପାଇଁ ସଂକଳ୍ପର ଏକ ପ୍ରମୁଖ ଭିତ୍ତିଭୂମି ହେଉଛି ପିଏମ ଜନମନ ବା ପିଏମ୍ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ । ଅଟଳଜୀଙ୍କ ସରକାର ହିଁ ଆଦିବାସୀ ସମାଜ ପାଇଁ ଏକ ଅଲଗା ମନ୍ତ୍ରଣାଳୟ ଗଠନ କରି ଅଲଗା ବଜେଟ ଆବଣ୍ଟନ କରିଥିଲେ ବୋଲି ସେ ଉଲ୍ଲେଖ କରିଥିଲେ । ଆଦିବାସୀ କଲ୍ୟାଣ ପାଇଁ ବଜେଟ୍ ପୂର୍ବ ତୁଳନାରେ ୬ ଗୁଣା ବୃଦ୍ଧି କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ପିଏମ୍ ଜନମନ ଅଧୀନରେ ସରକାର ଆଦିବାସୀ ଗୋଷ୍ଠୀ ଏବଂ ଆଦିମ ଜନଜାତିଙ୍କ ପାଖରେ ପହଞ୍ଚିବେ, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଏବେ ବି ଜଙ୍ଗଲରେ ବାସ କରନ୍ତି । ଦେଶର ୨୨ ହଜାରରୁ ଅଧିକ ଗ୍ରାମରେ ବସବାସ କରୁଥିବା ଲକ୍ଷାଧିକ ଜନସଂଖ୍ୟା ବିଶିଷ୍ଟ ୭୫ଟି ଆଦିବାସୀ ସମ୍ପ୍ରଦାୟ ଓ ଆଦିମ ଜନଜାତିଙ୍କୁ ସରକାର ଚିହ୍ନଟ କରିଛନ୍ତି । “ପୂର୍ବ ସରକାରମାନେ ତଥ୍ୟକୁ ଯୋଡ଼ିବା କାମ କରୁଥିଲେ, କିନ୍ତୁ ମୁଁ ତଥ୍ୟ ନୁହେଁ, ଜୀବନକୁ ଯୋଡ଼ିବାକୁ ଚାହୁଁଛି । ଏହି ଲକ୍ଷ୍ୟ ନେଇ ପିଏମ୍ ଜନମନ ଆଜି ଠାରୁ ଆରମ୍ଭ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହି ବୃହତ୍ ଅଭିଯାନ ପାଇଁ କେନ୍ଦ୍ର ସରକାର ୨୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି ବୋଲି ସେ ସୂଚନା ଦେଇଛନ୍ତି ।

ଜନଜାତି ସମ୍ପ୍ରଦାୟ ଗୁଡିକର ବିକାଶ ପାଇଁ ରାଷ୍ଟ୍ରପତି ଦ୍ରୁପଦୀ ମୁର୍ମୁଙ୍କ ଦୃଢ଼ ପ୍ରତିବଦ୍ଧତା ନିମନ୍ତେ ପ୍ରଧାନମନ୍ତ୍ରୀ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ସେ ତାଙ୍କୁ ମହିଳାଙ୍କ ନେତୃତ୍ୱାଧୀନ ବିକାଶର ପ୍ରେରଣାଦାୟୀ ପ୍ରତୀକ ବୋଲି କହିଥିଲେ । ସାମ୍ପ୍ରତିକ ବର୍ଷ ଗୁଡ଼ିକରେ ମହିଳା ମାନଙ୍କର ନେତୃତ୍ୱାଧୀନ ବିକାଶ ସୁନିଶ୍ଚିତ କରିବା ପାଇଁ ନିଆଯାଇଥିବା ଅନେକ ପଦକ୍ଷେପ ବିଷୟରେ ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ । “ଆମ ସରକାର ମହିଳା ମାନଙ୍କ ଜୀବନର ପ୍ରତ୍ୟେକ ପର୍ଯ୍ୟାୟକୁ ଦୃଷ୍ଟିରେ ରଖି ସେମାନଙ୍କ ପାଇଁ ଯୋଜନା କରିଛନ୍ତି”, ବୋଲି  ସେ କହିବା ସହିତ ଏହା ଉଲ୍ଲେଖ କରିଥିଲେ ଯେ , ବେଟି ବଚାଓ ବେଟି ପଢ଼ାଓ, ବିଦ୍ୟାଳୟରେ ଝିଅ ମାନଙ୍କ ପାଇଁ ପୃଥକ ଶୌଚାଳୟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସୈନିକ ସ୍କୁଲ ଏବଂ ପ୍ରତିରକ୍ଷା ଏକାଡେମୀ ଖୋଲିବା, ୭୦ ପ୍ରତିଶତ ମୁଦ୍ରା ହିତାଧିକାରୀ ମହିଳା ହେବା, ସ୍ୱୟଂ ସହାୟକ ଗୋଷ୍ଠୀକୁ ରେକର୍ଡ ପରିମାଣର ସହାୟତା ଏବଂ ନାରୀ ଶକ୍ତି ବନ୍ଦନ ଅଧିନିୟମ ପରି ପଦକ୍ଷେପ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିଛି ।. ଆଜି ଭାଇ ଦୂଜ ଭଳି ଏକ ପବିତ୍ର ପର୍ବର ଦିନ । ଏହି ଭାଇ ଦେଶର ସମସ୍ତ ଭଉଣୀମାନଙ୍କୁ ଗ୍ୟାରେଣ୍ଟି ଦେଉଛି ଯେ ଆମ ସରକାର ଆମ ଭଉଣୀମାନଙ୍କ ବିକାଶରେ ଥିବା ପ୍ରତ୍ୟେକ ପ୍ରତିବନ୍ଧକକୁ ଦୂର କରିବା ପାଇଁ କାର୍ଯ୍ୟ ଜାରି ରଖିବେ । ମହିଳା ଶକ୍ତିର ଅମୃତ ସ୍ତମ୍ଭ ଏକ ବିକଶିତ ଭାରତ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଶ୍ରୀ ମୋଦୀ କହିଥିଲେ ଯେ ପିଏମ୍ ବିଶ୍ୱକର୍ମା ଯୋଜନା ଏହି ସୂଚନା ପ୍ରଦାନ କରୁଛି ଯେ ଏକ ବିକଶିତ ଭାରତର ଯାତ୍ରାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ସାମର୍ଥ୍ୟକୁ ଉପଯୋଗ କରିବାକୁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ । ଏହି ଯୋଜନା ବିଶ୍ୱକର୍ମା ବନ୍ଧୁମାନଙ୍କୁ ଆଧୁନିକ ପ୍ରଶିକ୍ଷଣ ଏବଂ ଉପକରଣ ପ୍ରଦାନ କରିବ ବୋଲି ସେ କହିଛନ୍ତି । ଏହି ଯୋଜନାରେ ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି ।

ଆଜି ଜାରି ହୋଇଥିବା ପିଏମ୍ କିଷାନ ସମ୍ମାନ ନିଧିର ୧୫ତମ କିସ୍ତି ବିଷୟରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ସୁଦ୍ଧା କୃଷକ ମାନଙ୍କ ଆକାଉଣ୍ଟକୁ ୨,୭୫,୦୦୦ କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର  କରାଯାଇଛି । ସେ ଗୋପାଳନକାରୀ ଓ ମତ୍ସ୍ୟଜୀବୀ ମାନଙ୍କ ପାଇଁ କିଷାନ କ୍ରେଡିଟ୍ କାର୍ଡ, ପଶୁ ମାନଙ୍କର ମାଗଣା ଟିକାକରଣ ପାଇଁ ୧୫,୦୦୦ କୋଟି ଟଙ୍କାର ସରକାରୀ ଖର୍ଚ୍ଚ, ମତ୍ସ୍ୟ ଚାଷକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ମତ୍ସ୍ୟ ସମ୍ପଦ ଯୋଜନା ଅଧୀନରେ ଆର୍ôଥକ ସହାୟତା ଏବଂ ଦେଶରେ ୧୦ ହଜାର ନୂତନ କୃଷକ ଉତ୍ପାଦନ ସଂଘ ଗଠନ କରି ବଜାରକୁ ଅଧିକ ସୁଗମ କରି କୃଷକମାନଙ୍କ ପାଇଁ ଖର୍ଚ୍ଚ ହ୍ରାସ କରିବା ବିଷୟରେ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ୨୦୨୩ ମସିହାକୁ ଆନ୍ତର୍ଜାତିକ ମିଲେଟ୍ ବର୍ଷ ଭାବରେ ପାଳନ କରିବା ଏବଂ ଶ୍ରୀ ଅନ୍ନକୁ ବିଦେଶୀ ବଜାରକୁ ନେବା ପାଇଁ ସରକାରଙ୍କ ପ୍ରୟାସ ବିଷୟକୁ  ମଧ୍ୟ ସ୍ପର୍ଶ କରିଥିଲେ ।

ଝାଡ଼ଖଣ୍ଡରେ ନକ୍ସଲ ହିଂସା ହ୍ରାସ ପାଇଁ ପ୍ରଧାନମନ୍ତ୍ରୀ ଝାଡ଼ଖଣ୍ଡର ସାମଗ୍ରିକ ବିକାଶକୁ ଶ୍ରେୟ ଦେଇଛନ୍ତି । ଖୁବ୍ ଶୀଘ୍ର ରାଜ୍ୟ ଗଠନର ୨୫ ବର୍ଷ ପୂରଣ ହେବ ବୋଲି ଆକଳନ କରି ପ୍ରଧାନମନ୍ତ୍ରୀ ଝାଡ଼ଖଣ୍ଡରେ ୨୫ଟି ଯୋଜନାର ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ଏହା ରାଜ୍ୟର ବିକାଶକୁ ନୂଆ ପ୍ରୋତ୍ସାହନ ଦେବା ସହ ସହଜ ଜୀବନଧାରଣକୁ ପ୍ରୋତ୍ସାହିତ କରିବ ବୋଲି ସେ କହିଛନ୍ତି । ଆଧୁନିକ ଜାତୀୟ ଶିକ୍ଷା ନୀତି ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ, “ଶିକ୍ଷାର ପ୍ରସାର ଏବଂ ଯୁବକ ମାନଙ୍କୁ ସୁଯୋଗ ପ୍ରଦାନ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ”, ଯାହା ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ମାତୃଭାଷାରେ ଡାକ୍ତରୀ  ଏବଂ ଇଞ୍ଜିନିୟରିଂ ପଢ଼ିବାରେ ସକ୍ଷମ କରେ ।  ଗତ ୯ ବର୍ଷ ମଧ୍ୟରେ ଦେଶରେ ୩୦୦ରୁ ଅଧିକ ବିଶ୍ୱବିଦ୍ୟାଳୟ ଓ ୫୫୦୦ ନୂଆ କଲେଜ ପ୍ରତିଷ୍ଠା ହୋଇଛି ବୋଲି ସେ ସୂଚନା ଦେଇଛନ୍ତି । ସେ ଡିଜିଟାଲ ଇଣ୍ଡିଆ ଅଭିଯାନ ଏବଂ ଏକ ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍ ସହିତ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟ ଅପ୍ ପାରିବେଶିକ ବ୍ୟବସ୍ଥାରେ ପରିଣତ ହେବା ବିଷୟରେ ମଧ୍ୟ ଆଲୋକପାତ କରିଥିଲେ ।  ରାଞ୍ଚିର ଆଇଆଇଏମ୍ କ୍ୟାମ୍ପସ୍ ଏବଂ ଧାନବାଦସ୍ଥିତ ଆଇଆଇଟି – ଆଇଏସ୍‌ଏମ୍‌ରେ ନୂତନ ହଷ୍ଟେଲ୍‌ର ଉଦଘାଟନ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଥିଲେ ।

ଅଭିଭାଷଣ ଶେଷ କରି ପ୍ରଧାନମନ୍ତ୍ରୀ ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ଅମୃତ କାଳର ଚାରିଟି ଅମୃତ ସ୍ତମ୍ଭ ଅର୍ଥାତ୍ ଭାରତର ନାରୀ ଶକ୍ତି, ଯୁବ ଶକ୍ତି, କୃଷି ଶକ୍ତି ଏବଂ ଆମର ଗରିବ ଓ ମଧ୍ୟବିତ୍ତଙ୍କ ଶକ୍ତି ଭାରତକୁ ଏକ ନୂତନ ଉଚ୍ଚତାକୁ ନେଇଯିବ ଏବଂ ଭାରତକୁ ଏକ ବିକଶିତ ଭାରତରେ ପରିଣତ କରିବ ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଝାଡ଼ଖଣ୍ଡ ରାଜ୍ୟପାଳ ସି. ପି. ରାଧାକ୍ରିଷ୍ଣନ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଏବଂ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି

ବିକଶିତ ଭାରତ ସଂକଳ୍ପ ଯାତ୍ରା

ଏହି ଯୋଜନା ଗୁଡ଼ିକର ସୁଫଳ ଯେପରି ନିର୍ଦ୍ଧାରିତ ସମୟରେ ସମସ୍ତ ହିତାଧିକାରୀ ମାନଙ୍କ ପାଖରେ ପହଂଚି ପାରିବ ସେଥିପାଇଁ ସରକାରଙ୍କ ପ୍ରମୁଖ ଯୋଜନା ଗୁଡ଼ିକୁ ଉପଲବ୍ଧ କରାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରୟାସ ରହିଛି । ଯୋଜନାର ଏହି ଲକ୍ଷ୍ୟ ହାସଲ ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ଜନଜାତୀୟ ଗୌରବ ଦିବସ ଅବସରରେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ ର ଶୁଭାରମ୍ଭ କରିଥିଲେ ।

ଲୋକଙ୍କ ପାଖରେ ପହଞ୍ଚିବା, ସଚେତନତା ସୃଷ୍ଟି କରିବା, ପରିମଳ ସୁବିଧା ଯୋଗାଇ ଦେବା, ଅତ୍ୟାବଶ୍ୟକ ଆର୍ଥିକ ସେବା ପ୍ରଦାନ କରିବା, ବିଜୁଳି ସଂଯୋଗ, ଏଲ୍‌ପିଜି ସିଲିଣ୍ଡର, ଗରିବ ଲୋକଙ୍କ ପାଇଁ ବାସଗୃହ ଯୋଗାଣ, ଖାଦ୍ୟ ସୁରକ୍ଷା, ଉପଯୁକ୍ତ ପୋଷଣ, ନିର୍ଭରଯୋଗ୍ୟ ସ୍ୱାସ୍ଥ୍ୟସେବା, ବିଶୁଦ୍ଧ ପାନୀୟ ଜଳ ଇତ୍ୟାଦି କଲ୍ୟାଣକାରୀ ଯୋଜନାର ଲାଭ ପ୍ରଦାନ ଉପରେ ଯାତ୍ରାରେ ଗୁରୁତ୍ୱ ଦିଆଯିବ । ସମ୍ଭାବ୍ୟ ହିତାଧିକାରୀ ମାନଙ୍କ ପଞ୍ଜୀକରଣ ଯାତ୍ରା ସମୟରେ ହୋଇଥିବା ବିବରଣୀ ମାଧ୍ୟମରେ କରାଯିବ ।

‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ ର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ଝାଡ଼ଖଣ୍ଡର ଖୁଣ୍ଟି ଠାରେ ଆଇଇସି (ସୂଚନା, ଶିକ୍ଷା ଓ ଯୋଗାଯୋଗ) ଭ୍ୟାନ୍‌କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ ଏବଂ ୨୦୨୪ ଜାନୁଆରି ୨୫ ତାରିଖ ସୁଦ୍ଧା ବହୁ ସଂଖ୍ୟାରେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରୁ ଯାତ୍ରା ଆରମ୍ଭ ହେବ ଏବଂ ଏହା ଦେଶର ସମସ୍ତ ଜିଲ୍ଲାକୁ ପରିକ୍ରମା କରିବ ।

ପିଏମ୍ ପିଭିଟିଜି ମିଶନ

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପ୍ରଥମ ପଦକ୍ଷେପ – ‘ପ୍ରଧାନମନ୍ତ୍ରୀ ବିଶେଷ ଭାବେ ଦୁର୍ବଳ ଜନଜାତି ଗୋଷ୍ଠୀ (ପିଏମ୍ ପିଭିଟିଜି) ବିକାଶ ମିଶନ’ ର ଶୁଭାରମ୍ଭ କରିଥିଲେ । ପ୍ରାୟ ୨୮ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ୨୨,୫୪୪ଟି ଗାଁ (୨୨୦ଟି ଜିଲ୍ଲା) ରେ ୧୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୭୫ ପିଭିଟିଜି ବସବାସ କରୁଛନ୍ତି ।

ଏହି ଜନଜାତିମାନେ ବିଚ୍ଛିନ୍ନ, ଦୁର୍ଗମ ଏବଂ ଅପହଞ୍ଚ ବସ୍ତିରେ ରୁହନ୍ତି, ପ୍ରାୟତଃ ଜଙ୍ଗଲ ଅଞ୍ଚଳରେ ରୁହନ୍ତି ଏବଂ ତେଣୁ ପ୍ରାୟ ୨୪,୦୦୦ କୋଟି ଟଙ୍କାର ବଜେଟରେ ପିଭିଟିଜି ପରିବାର ଏବଂ ବସ୍ତିଗୁଡ଼ିକୁ ସଡ଼କ ଏବଂ ଟେଲିକମ୍ ଯୋଗାଯୋଗ, ବିଜୁଳି, ସୁରକ୍ଷିତ ବାସଗୃହ, ବିଶୁଦ୍ଧ ପାନୀୟ ଜଳ ଏବଂ ପରିମଳ, ଶିକ୍ଷାର ଉନ୍ନତ ଉପଲବ୍ଧତା, ସ୍ୱାସ୍ଥ୍ୟ ଏବଂ ପୋଷଣ ଏବଂ ସ୍ଥାୟୀ ଜୀବିକା ସୁଯୋଗ ଭଳି ମୌଳିକ ସୁବିଧା ପ୍ରଦାନ କରିବା ପାଇଁ ଏକ ମିଶନ ଯୋଜନା କରାଯାଇଛି ।

ଏହା ବ୍ୟତୀତ ପିଏମ୍‌ଜେଏୱାଇ, ସିକେଲ ସେଲ ରୋଗ ନିରାକରଣ, ଯକ୍ଷ୍ମା ନିରାକରଣ, ଶତ ପ୍ରତିଶତ ଟିକାକରଣ, ପିଏମ୍ ସୁରକ୍ଷିତ ମାତୃତ୍ୱ ଯୋଜନା, ପିଏମ୍ ମାତୃ ବନ୍ଦନା ଯୋଜନା, ପିଏମ୍ ପୋଷଣ, ପିଏମ୍ ଜନ ଧନ ଯୋଜନା ଇତ୍ୟାଦି ପାଇଁ ପୃଥକ ଭାବେ ସଂତୃପ୍ତି ସୁନିଶ୍ଚିତ କରାଯିବ ।

ପିଏମ୍ – କିଷାନ ଏବଂ ଅନ୍ୟାନ୍ୟ ବିକାଶମୂଳକ ପଦକ୍ଷେପର ୧୫ତମ କିସ୍ତି

କୃଷକଙ୍କ କଲ୍ୟାଣ ଦିଗରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାର ଆଉ ଏକ ଉଦାହରଣ ପ୍ରଦର୍ଶିତ କରୁଥିବା ଏହି ପଦକ୍ଷେପରେ ୮ କୋଟିରୁ ଅଧିକ ହିତାଧିକାରୀ ମାନଙ୍କୁ ସିଧାସଳଖ ଲାଭ ହସ୍ତାନ୍ତର ମାଧ୍ୟମରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍ – କିଷାନ) ଅଧୀନରେ ପାଖାପାଖି ୧୮,୦୦୦ କୋଟି ଟଙ୍କାର ପଞ୍ଚଦଶ କିସ୍ତି ରାଶି ପ୍ରଦାନ କରାଯାଇଛି । ଏହି ଯୋଜନା ଅଧୀନରେ , ବର୍ତ୍ତମାନ ସୁଦ୍ଧା ୧୪ଟି କିସ୍ତିରେ ୨.୬୨ ଲକ୍ଷ କୋଟିରୁ ଅଧିକ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଇଛି ।

ପ୍ରଧାନମନ୍ତ୍ରୀ ରେଳ, ସଡ଼କ, ଶିକ୍ଷା, କୋଇଲା, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଭଳି ଏକାଧିକ କ୍ଷେତ୍ର ସହିତ ସମ୍ପର୍କିତ ପ୍ରାୟ ୭୨୦୦ କୋଟି ଟଙ୍କାର ପ୍ରକଳ୍ପ ଗୁଡିକର ଉଦଘାଟନ କରିଥିଲେ, ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ ଏବଂ ଶିଳାନ୍ୟାସ କରିଥିଲେ ।

ପ୍ରଧାନମନ୍ତ୍ରୀ ଯେଉଁ ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସ କରିଥିଲେ, ସେଗୁଡ଼ିକ ମଧ୍ୟରେ ଜାତୀୟ ରାଜପଥ ୧୩୩ର ମହାଗାମା – ହଂସଡିହା ସେକ୍ସନର ୫୨ କିଲୋମିଟର ଅଂଶକୁ ୪ ଲେନ୍ କରିବା : ୧୧୪ ଏ ନମ୍ବର ଜାତୀୟ ରାଜପଥର ବାସୁକିନାଥ – ଦେଓଘର ସେକ୍ସନର ୪୫ କିଲୋମିଟର ରାସ୍ତାକୁ ୪ ଲେନ୍ କରିବା ; କେଡିଏଚ୍ – ପୂର୍ଣ୍ଣଡିହା କୋଇଲା ପରିଚାଳନା କାରଖାନା ; ଆଇଆଇଆଇଟି ରାଞ୍ଚିର ନୂତନ ଶୈକ୍ଷିକ ଏବଂ ପ୍ରଶାସନିକ କୋଠା ନିର୍ମାଣ ଅନ୍ତର୍ଭୁକ୍ତ ।

ଉଦ୍‌ଘାଟିତ ହୋଇଥିବା  ଓ ଦେଶ ଉଦ୍ଦେଶ୍ୟରେ ସମର୍ପିତ ହେବାକୁ ଥିବା ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ଆଇଆଇଏମ୍ ରାଞ୍ଚିର ନୂତନ କ୍ୟାମ୍ପସ୍‌; ଆଇଆଇଟି ଆଇଏସ୍‌ଏମ୍ ଧାନବାଦର ନୂଆ ହଷ୍ଟେଲ; ବୋକାରୋରେ ପେଟ୍ରୋଲିୟମ ତୈଳ ଓ ଲୁବ୍ରିକାଂଟସ୍ (ପିଓଏଲ୍‌) ଡିପୋ ; ହଟିଆ – ପାକ୍ରା ସେକ୍ସନର ଦୋହରୀକରଣ, ତାଳଗଡ଼ିଆ – ବୋକାରୋ ସେକ୍ସନ ଏବଂ ସାରଙ୍ଗଡିହ – ପତ୍ରାତୁ ସେକ୍ସନ ଭଳି ଅନେକ ରେଳ ପ୍ରକଳ୍ପ ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ଝାଡ଼ଖଣ୍ଡ ରାଜ୍ୟରେ ଶତ ପ୍ରତିଶତ ରେଳ ବିଦ୍ୟୁତିକରଣର ସଫଳତାକୁ ମଧ୍ୟ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ ।

Categories
ଆଜିର ଖବର ଜାତୀୟ ଖବର

ଆସନ୍ତାକାଲି ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଝାଡ଼ଖଣ୍ଡର ଖୁଣ୍ଟି ଠାରେ ଆୟୋଜିତ ହେବାକୁ ଥିବା ଏକ ସମାରୋହରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ଶୁଭାରମ୍ଭ କରିବେ। କେନ୍ଦ୍ର ସରକାରଙ୍କ ବିଭିନ୍ନ ଫ୍ଲାଗଶିପ୍‌ ଯୋଜନାର ଶତପ୍ରତିଶତ ଲାଭ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଲାଗି ପ୍ରଧାନମନ୍ତ୍ରୀ ଲଗାତାର ପ୍ରୟାସ କରି ଆସୁଛନ୍ତି। ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସରକାରୀ ଯୋଜନାର ସୁଫଳ ଯେପରି ସବୁ ହିତାଧିକାରୀଙ୍କୁ ମିଳିପାରିବ ସେଥିପ୍ରତି ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି।

ଯୋଜନାର ଶତପ୍ରତିଶତ ପ୍ରସାର ଲକ୍ଷ୍ୟ ହାସଲ ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ଆସନ୍ତାକାଲି ତୃତୀୟ ଜନଜାତୀୟ ଗୌରବ ଦିବସ ଉପଲକ୍ଷେ ଶ୍ରୀ ମୋଦୀ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ର ଶୁଭାରମ୍ଭ କରିବେ। ସ୍ୱଚ୍ଛତା ସୁବିଧା, ଜରୁରି ଆର୍ଥିକ ସେବା, ବିଦ୍ୟୁତ ସଂଯୋଗ, ଏଲପିଜି ସିଲିଣ୍ଡର ଯୋଗାଣ, ଗରିବଙ୍କୁ ପକ୍କା ଆବାସ, ଖାଦ୍ୟ ସୁରକ୍ଷା, ଉପଯୁକ୍ତ ପୁଷ୍ଟିସାଧନ, ଭରସାଯୋଗ୍ୟ ସ୍ୱାସ୍ଥ୍ୟସେବା, ସ୍ୱଚ୍ଛ ପାନୀୟ ଜଳ ଆଦି ବିଭିନ୍ନ କଲ୍ୟାଣମୂଳକ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ହିତାଧିକାରୀଙ୍କୁ ଏସବୁ ଯୋଜନାର ଅଧିକରୁ ଅଧିକ ଲାଭ ଯୋଗାଇ ଦେବା ନିମନ୍ତେ ଜନସମ୍ପର୍କ ସ୍ଥାପନ ଲାଗି ଯାତ୍ରାରେ ଗୁରୁତ୍ୱ ଦିଆଯିବ। ଯାତ୍ରା ଆୟୋଜନ ସମୟରେ ସଂଗ୍ରହ କରାଯାଇଥିବା ବିବରଣୀ ଆଧାରରେ ସମ୍ଭାବ୍ୟ ହିତାଧିକାରୀଙ୍କ ପଞ୍ଜୀକରଣ କରାଯିବ।

‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ ଉପଲକ୍ଷେ ପ୍ରଧାନମନ୍ତ୍ରୀ ଝାଡ଼ଖଣ୍ଡର ଖୁଣ୍ଟିରୁ ଆଇଇସି (ସୂଚନା, ଶିକ୍ଷା ଓ ଯୋଗାଯୋଗ) ବାହନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଅଧିକ ଆଦିବାସୀ ବହୁଳ ଜନସଂଖ୍ୟା ଥିବା ଜିଲ୍ଲାରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଯାତ୍ରା ଆରମ୍ଭ ହେବ ଏବଂ ୨୫ ଜାନୁଆରୀ ୨୦୨୪ ସୁଦ୍ଧା ଦେଶର ସବୁ ଜିଲ୍ଲାରେ ଯାତ୍ରା ପହଞ୍ଚିବ।

ସୂଚନାଯୋଗ୍ୟ ଯେ, ଆସନ୍ତାକାଲି ସକାଳ ପ୍ରାୟ ସାଢ଼େ ୯ଟାରେ ପ୍ରଧାନମନ୍ତ୍ରୀ ରାଞ୍ଚିସ୍ଥିତ ଭଗବାନ ବିର୍ସା ମୁଣ୍ଡା ସ୍ମାରକୀ ଉଦ୍ୟାନ ତଥା ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ପରିଦର୍ଶନ କରିବେ। ଏହାପରେ ସେ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥାନ ଉଲିହାଟୁ ଗ୍ରାମରେ ପହଞ୍ଚି ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ। ଶ୍ରୀ ମୋଦୀ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମସ୍ଥାନ ଉଲିହାଟୁ ଗାଁକୁ ଗସ୍ତ କରିବେ। ଏହାପରେ ପ୍ରଧାନମନ୍ତ୍ରୀ ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ଖୁଣ୍ଟିଠାରେ ତୃତୀୟ ଜନଜାତୀୟ ଗୌରବ ଦିବସ, ୨୦୨୩ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ସେ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ ଏବଂ ‘ପିଏମ୍‌ ପିଭିଟିଜି ମିଶନର ଶୁଭାରମ୍ଭ କରିବେ। ସେ ପିଏମ-କିଷାନର ୧୫ତମ କିସ୍ତି ମଧ୍ୟ ଜାରି କରିବେ ଏବଂ ଝାଡ଼ଖଣ୍ଡରେ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ ତଥା ଶିଳାନ୍ୟାସ କରିବେ।

Categories
ଆଜିର ଖବର ଜାତୀୟ ଖବର

୭ ଟି ବିଧାନସଭା ଆସନ ଉପ-ନିର୍ବାଚନରେ ​​ଜିତିଲେ ଏକମାତ୍ର ମୁସଲିମ ପ୍ରାର୍ଥୀ, ବିଜେପି ଦେଇଥିଲା ଟିକେଟ

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ଡୁମ୍ରି, କେରଳର ପୁଥୁପଲ୍ଲୀ, ତ୍ରିପୁରାର ଧନପୁର, ବକ୍ସନଗର, ୟୁପିରେ ଘୋଷୀ, ଉଉତ୍ତରାଖଣ୍ଡର ବାଗେଶ୍ୱର ଏବଂ ପଶ୍ଚିମବଙ୍ଗର ଧୁପଗୁଡୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ଉପ-ନିର୍ବାଚନର ଫଳାଫଳ ଶୁକ୍ରବାର ଦିନ ଘୋଷଣା କରାଯାଇଛି।

ଏହି ସାତୋଟି ଆସନ ମଧ୍ୟରୁ ୩ ଟି ବିଜେପି ଜିତିଛି। ସମାଜବାଦୀ ପାର୍ଟି, କଂଗ୍ରେସ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରାନଙ୍କ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଏବଂ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟିଏମସି ଗୋଟିଏ ଲେଖାଏଁ ଆସନ ଜିତିଛନ୍ତି। ଏହି ସାତୋଟି ଆସନ ମଧ୍ୟରୁ ଗୋଟିଏରେ ଜଣେ ମୁସଲମାନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ଏବଂ ସେ ବିଜେପି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

ତ୍ରିପୁରାର ବକ୍ସନଗର ଆସନରେ ଉପ-ନିର୍ବାଚନରେ ​​ତଫଜଲ ହୁସେନ୍ ଏକ ବଡ଼ ବିଜୟ ପଞ୍ଜିକରଣ କରିଛନ୍ତି। ତଫଜଲ ହୁସେନ୍ ୩୪ ହଜାର ୧୪୬ ଭୋଟ୍ ପାଇଥିବାବେଳେ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ ମାର୍କ୍ସବାଦୀ (ସିପିଏମ୍) ପ୍ରାର୍ଥୀ ମିଜାନ୍ ହୁସେନ୍ ୩ ହଜାର ୯୦୯ ଭୋଟ୍ ପାଇଛନ୍ତି। ମିଜାନକୁ ତଫଜଲ ୩୦ ହଜାର ୨୩୭ ଭୋଟରେ ପରାସ୍ତ କରିଛନ୍ତି।

ଧନପୁରରୁ ବିଜେପି ମଧ୍ୟ ଜିତିଛି:

ତ୍ରିପୁରାର ଦ୍ୱିତୀୟ ଆସନ ଧନପୁର ଉପ-ନିର୍ବାଚନରେ ​​ମଧ୍ୟ ବିଜେପି ଜିତିଛି। ବିନ୍ଦୁ ଦେବନାଥ ଏଠାରେ ୧୮,୮୭୧ ଭୋଟ ବ୍ୟବଧାନରେ ଜିତିଛନ୍ତି। ଦେବନାଥଙ୍କୁ ୩୦ ହଜାର ୧୭ ଭୋଟ୍ ଏବଂ କୌଶିକ ଚନ୍ଦ୍ର ୧୧ ହଜାର ୧୪୮ ଭୋଟ୍ ପାଇଛନ୍ତି। ସାତ ମାସ ପୂର୍ବରୁ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​ବିଜେପି ପ୍ରଥମ ଥର ପାଇଁ ଧନପୁର ଆସନ ଜିତିଥିଲା। ଧନପୁରର ବିଧାୟକ ପଦରୁ କେନ୍ଦ୍ର ମନ୍ତ୍ରୀ ପ୍ରତୀମା ଭୌମିକଙ୍କ ଇସ୍ତଫା କାରଣରୁ ଏଠାରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ତ୍ରିପୁରାରେ ବର୍ତ୍ତମାନ କେତେ ସିଟ୍ ଅଛି?:

ତ୍ରିପୁରାର ୬୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ବିଜେପି ବିଧାୟକଙ୍କ ସଂଖ୍ୟା ବର୍ତ୍ତମାନ ୩୩ କୁ ବୃଦ୍ଧି ପାଇଛି। ଏହାର ସହଯୋଗୀ ଆଇପିଡିଟି ର ଜଣେ ବିଧାୟକ ଅଛନ୍ତି। ଟିପ୍ରା ମୋଥାରୁ ୧୩ ଜଣ ବିଧାୟକ, ସିପିଆଇଏମରୁ ୧୦ ଜଣ ଏବଂ କଂଗ୍ରେସରୁ ତିନିଜଣ ଅଛନ୍ତି।

କେଉଁଠାରୁ କେଉଁ ଦଳ ନିର୍ବାଚନରେ ​​ଜିତିଲେ?:

କେରଳରେ କଂଗ୍ରେସ ପ୍ରାର୍ଥୀ ଚଣ୍ଡି ଓମନ ପୁଥୁପଲୀ ଆସନରୁ ନିର୍ବାଚନରେ ​​ବିଜୟୀ ହୋଇଥିବା ବେଳେ ୟୁପିର ଘୋସିରୁ ସମାଜବାଦୀ ପାର୍ଟିର ସୁଧାକର ସିଂ, ଧୁପଗୂଢରୁ ଟିଏମସିର ନିର୍ମଳ ଚନ୍ଦ୍ର ରୟ, ଉତ୍ତରାଖଣ୍ଡର ବାଗେଶ୍ୱରରୁ ବିଜେପି ର ପାର୍ବତୀ ଦାସ ଏବଂ ଝାଡଖଣ୍ଡର ଡୁମ୍ରିରୁ ଜେଏମଏମ ପ୍ରାର୍ଥୀ ବେବି ଦେବୀ ଜିତିଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଆରଏସଏସ କାର୍ଯ୍ୟକର୍ତ୍ତାଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ଝାଡଖଣ୍ଡର ଧନବାଦ୍ ଜିଲ୍ଲାରେ ଜଣେ ଆରଏସଏସ କାର୍ଯ୍ୟକର୍ତ୍ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସାମ୍ନାରୁ ୬ ଟି ଗୁଳି ଚାଳନା କରାଯାଇଛି। ଏହି ଘଟଣା ମଙ୍ଗଳବାର ଦିନ ବିଳମ୍ବିତ ରାତିରେ ଘଟିଛି। ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛି।

Categories
ଆଜିର ଖବର ଜାତୀୟ ଖବର

ବଜ୍ରପାତ ଯୋଗୁଁ ଅତି କମରେ ୧୨ ମୃତ

ରାଞ୍ଚି: ଝାଡଖଣ୍ଡର ବିଭିନ୍ନ ସ୍ଥାନରେ ବଜ୍ରପାତ ହେତୁ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ଶୁକ୍ରବାର ଦିନ ଧନବାଦ୍ ଜିଲ୍ଲାର ବାରୱାଡା ଅଞ୍ଚଳରେ ବଜ୍ରପାତରେ ଜଣେ ମହିଳା ଏବଂ ତାଙ୍କ ଝିଅଙ୍କର ମୃତ୍ୟୁ ଘଟିଥିବା ବେଳେ ଶୁକ୍ରବାର ଦିନ ଜାମସେଦପୁରର ବେହେରାଗୌଡା ଏବଂ ଗୁମଲା ଜିଲ୍ଲାର ଚିରୋଡିହରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ବୋଲି ଅଧିକାରୀ କହିଛନ୍ତି। ଲୋହରଦାଗାରୁ ଆଉ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଗୁରୁବାର ବଜ୍ରପାତରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ଚତରା, ହଜରିବାଗ, ରାଞ୍ଚି, ବୋକାରୋ ଏବଂ ଖୁଣ୍ଟି ଜିଲ୍ଲାରେ ଜଣେ ଏବଂ ପଲାମୁ ହୁସେନାବାଦରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ସଂପୃକ୍ତ ଜିଲ୍ଲାମାନଙ୍କୁ ମୃତକଙ୍କ ସମ୍ପର୍କୀୟଙ୍କୁ କ୍ଷତିପୂରଣ ଦେବା ପାଇଁ କେତେ କ୍ଷୟକ୍ଷତି ଆକଳନ କରିବାକୁ କୁହାଯାଇଛି। ବଜ୍ରପାତରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ଝାଡଖଣ୍ଡ ସରକାର ଚାରି ଲକ୍ଷ ଟଙ୍କା ପ୍ରଦାନ କରିଥାଏ।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ସରକାରୀ ଜମି ଦଖଲ ଅଭିଯୋଗରେ ଝାଡଖଣ୍ଡ ଓ ପଶ୍ଚିମବଙ୍ଗରେ ଇଡି ର ଚଢାଉ: ୭ ଗିରଫ

ନୂଆଦିଲ୍ଲୀ: ଗୁରୁବାର ଦିନ ଝାଡଖଣ୍ଡ ଓ ପଶ୍ଚିମବଙ୍ଗର ୨୦ ଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢାଉ କରିଥିଲା। ଯେଉଁଥିରେ ୭ ଜଣଙ୍କୁ ଗିରଫ କରାଯାଇଥିଲା। ସମସ୍ତେ ସରକାରୀ ଏବଂ ପ୍ରତିରକ୍ଷା ଜମି ଅକ୍ତିଆର କରିଥିବା ଅଭିଯୋଗ ହୋଇଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଫସର ଅଲି, ଇମତିଆଜ ଅହମ୍ମଦ, ପ୍ରଦୀପ ବାଗଚି, ଏମଡି ସଦ୍ଦାମ ହୁସେନ୍, ତଲହା ଖାନ୍, ଭାନୁ ପ୍ରତାପ ପ୍ରସାଦ ଏବଂ ଫୟାଜ ଖାନ ଅଛନ୍ତି। ଆଇଏଏସ୍ ଅଧିକାରୀ (୨୦୧୧ ବ୍ୟାଚ୍) ଛବି ରଂଜନଙ୍କ ପରିସରରେ ଚଢାଉ କରାଯାଇଥିଲା। ଏହା ହେଉଛି ଦ୍ୱିତୀୟ ମାମଲା, ଯେତେବେଳେ ଝାଡଖଣ୍ଡ କ୍ୟାଡରର ଜଣେ ଆଇଏଏସ୍ ଅଧିକାରୀ ଇଡି ସ୍କାନରରେ ଆସିଛନ୍ତି। ଗତ ବର୍ଷ ଅର୍ଥ ହେରଫେର ମାମଲାରେ ଚଢାଉ କରିବା ପରେ ଇଡି ଆଇଏଏସ୍ ଅଧିକାରୀ ପୂଜା ସିଙ୍ଗଲଙ୍କୁ ଗିରଫ କରିଥିଲା।

ସର୍ବଶେଷ ଇଡି କାର୍ଯ୍ୟ ପରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କ’ଣ ପଦକ୍ଷେପ ନେବେ ତାହା ଜାଣିବାକୁ ବିଜେପି ନେତା ବାବୁଲାଲ ମାରାଣ୍ଡି ଜାଣିବାକୁ ଚାହୁଁଥିଲେ। ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମାରାଣ୍ଡି କହିଛନ୍ତି ଯେ, “ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, କ’ଣ ଆପଣ ଜମି ସ୍କାମର ଆଇଏଏସ୍ ଛବି ରଂଜନଙ୍କ ତଦନ୍ତ ରିପୋର୍ଟ ଉପରେ କାର୍ଯ୍ୟାନୁଷ୍ଠାନ ନେବେ, ତାଙ୍କୁ ନିଲମ୍ବନ କରିବେ ଏବଂ କୋର୍ଟ ଚାଲାଣ କରିବେ କିମ୍ବା ଆପଣ ମଧ୍ୟ ଏହି ମାମଲାରେ ଧରା ପଡ଼ିବା ପର୍ଯ୍ୟନ୍ତ ଅପେକ୍ଷା କରିବେ?”

Categories
ଅପରାଧ ଆଜିର ଖବର ଜାତୀୟ ଖବର

ଝାଡଖଣ୍ଡରେ ନକ୍ସଲମାନଙ୍କ ଆତଙ୍କ, ବୋମାରେ ଉଡେଇଦେଲେ ପଞ୍ଚାୟତ ଭବନ

ନୂଆଦିଲ୍ଲୀ: ଝାଡଖଣ୍ଡରେ ନକ୍ସଲମାନେ ଆତଙ୍କ ସୃଷ୍ଟି କରିଛନ୍ତି। ନକ୍ସଲମାନଙ୍କ ବିରୁଦ୍ଧରେ ଲଗାତାର ଅପରେସନ ପରେ ଚାଇବାସା ଜିଲ୍ଲାର ଚକ୍ରଧରପୁର ପରି ବହୁ ଜନବହୁଳ ସହରାଞ୍ଚଳ ନିକଟରେ ଥିବା ଗୋଇଲକେରା ପୋଲିସ୍ ଷ୍ଟେସନ ଅଞ୍ଚଳର କଦମଡିହାରେ ଅବସ୍ଥିତ ପଞ୍ଚାୟତ ଭବନକୁ ବିସ୍ଫୋରଣ କରାଯାଇଛି। ନକ୍ସଲମାନେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନାମ ନେଇ ପଞ୍ଚାୟତର ଦ୍ୱାରରେ ନିଜର ଦାବି ରଖିଛନ୍ତି।

ଗୋଇଲକେରା ପଞ୍ଚାୟତ ଭବନରେ ବିସ୍ଫୋରଣ ପରେ ନକ୍ସଲମାନେ ୧୨ ରୁ ୨୧ ଫେବୃଆରୀ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପ୍ରତିରୋଧ ଦିବସ ବିଷୟରେ ସୂଚନା ଦେଇଥିବାବେଳେ ସେମାନେ ସିପିଆଇ ମାଓବାଦୀ ଜିନ୍ଦବାଦ୍ ଏବଂ ପିଏନଜିଇଏ ଜିନ୍ଦାବାଦର ସ୍ଲୋଗାନ ମଧ୍ୟ ଲେଖିଛନ୍ତି। ସେମାନେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନାମ ଲେଖିଛନ୍ତି ଏବଂ ମାଓବାଦୀଙ୍କୁ ଘଉଡାଇବା ନାମରେ କୋହ୍ଲାନ ଆଦିବାସୀଙ୍କୁ ପୋଲିସ ଓ ସାମରିକ ବାହିନୀ କାହିଁକି ନିର୍ଯାତନା ଦେଉଛନ୍ତି ଏବଂ କୋହ୍ଲାନର ଗ୍ରାମ ଓ ଜଙ୍ଗଲକୁ କାହିଁକି ବୋମାମାଡ଼ କରାଯାଉଛି ବୋଲି ପଚାରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଧନବାଦର ନର୍ସିଂହୋମରେ ଅଗ୍ନିକାଣ୍ଡ: ଦୁଇ ଡାକ୍ତରଙ୍କ ସମେତ ୫ ମୃତ

ଧନବାଦ୍: ଶୁକ୍ରବାର ବିଳମ୍ବିତ ରାତିରେ ଝାଡଖଣ୍ଡର ଧନବାଦରେ ଏକ ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଦୁଇ ଡାକ୍ତରଙ୍କ ସମେତ ଅତି କମରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ମୃତ ବ୍ୟକ୍ତିଙ୍କ ମଧ୍ୟରେ ମେଡିକାଲ ପ୍ରତିଷ୍ଠାନର ମାଲିକ ଡକ୍ଟର ବିକାଶ ହାଜରା, ତାଙ୍କ ପତ୍ନୀ ଡକ୍ଟର ପ୍ରେମା ହାଜରା, ମାଲିକଙ୍କ ପୁତୁରା ସୋହାନ ଖମାରି ଏବଂ ଘରୋଇ ସହାୟିକା ତାରା ଦେବୀ ଅଛନ୍ତି।

ଅଧିକାରୀଙ୍କ କହିବାନୁସାରେ, ରାଞ୍ଚିଠାରୁ ପ୍ରାୟ ୧୭୦ କିଲୋମିଟର ଦୂରରେ ଧନବାଦର ବ୍ୟାଙ୍କ ମୋଡ ଅଞ୍ଚଳରେ ଅବସ୍ଥିତ ନର୍ସିଂହୋମର ଷ୍ଟୋର ରୁମରେ ରାତି ପ୍ରାୟ ୨ ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଧନବାଦ୍ ସବ୍-ଡିଭିଜନାଲ ମାଜିଷ୍ଟ୍ରେଟ୍ ପ୍ରେମ କୁମାର ତିୱାରୀ କହିଛନ୍ତି ଯେ, ଷ୍ଟୋର ରୁମରେ ନିଆଁ ଲାଗିବା ପରେ ନର୍ସିଂହୋମର ମାଲିକ ଏବଂ ତାଙ୍କ ପତ୍ନୀଙ୍କ ସମେତ ଅତି କମରେ ପାଞ୍ଚ ଜଣଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି।

ଏକ ଘରୋଇ ନର୍ସିଂହୋମରେ ନିଆଁ ଲାଗି ଜଣେ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି। ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ବର୍ତ୍ତମାନ ଏହି ଘଟଣାରେ ଅଧିକ ତଦନ୍ତ ଚାଲିଛି। ” ଧନବାଦ୍ ସବ୍-ଡିଭିଜନାଲ ମାଜିଷ୍ଟ୍ରେଟ୍ ପ୍ରେମ ତିୱାରୀଙ୍କ ଅନୁଯାୟୀ ମୃତକଙ୍କ ମଧ୍ୟରୁ ୪ ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳେ ପଞ୍ଚମ ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡି ନାହିଁ।