Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମା, ଝିଅର ମୃତ ଦେହ ଉଦ୍ଧାର: ହତ୍ୟା ସନ୍ଦେହ

କନ୍ଦର୍ପ ବେହେରା
ରେଢାଖୋଲ: ଗତକାଲି ଅପରାହ୍ନ ୪ ଟାରେ ମା, ଝିଅର ମୃତ ଦେହକୁ କିସିଣ୍ଡା ପୋଲିସ୍ ଜବତ କରିଛି। ଘଟଣାଟି କିସିଣ୍ଡା ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, କିସିଣ୍ଡା ଥାନା କିସିଣ୍ଡା ଗ୍ରାମର କିଶୋର ପଟେଲ ତାଙ୍କ ବଡ ଝିଅଙ୍କ ସହ ଗତ ୨୭ ତାରିଖ ଦିନ କୌଣସି କାମରେ ଭୋଜିଖାଇବାକୁ ଯାଇଥିଲେ। ଗତକାଲି ଅପରାହ୍ନ ୪ ଟାରେ ଘରକୁ ଫେରି ଦେଖନ୍ତି ତ ଘର ଭିତରେ ତାଙ୍କର ସ୍ତ୍ରୀ ସୁଜାତା ପଟେଲ ଏବଂ ଝିଅ ଉକ୍ତଳିକା ପଟେଲ ଶୋଇବା ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି। ସେ ସଙ୍ଗେ ସଙ୍ଗେ କିସିଣ୍ଡା ପୋଲିସକୁ ଖବର ଦେଇଥିଲେ।

ପୋଲିସ୍ ଆସି ଏହାର ତଦନ୍ତ କରିବା ସହ ସମ୍ବଲପୁରରୁ ସାଇଂଟିଫିକ୍ ଟିମ୍ ଆସି ତଦନ୍ତ କରୁଥିବା ପୋଲିସ୍ କହିଛି। ଏହା ହତ୍ୟା ନା ଆତ୍ମ ହତ୍ୟା ଜଣା ପଡି ନ ଥିଲେ ମଧ୍ୟ ପାରିପାଶ୍ୱିକ ସ୍ଥିତିରୁ ଯାହା ଜଣା ପଡୁଛି କେହି ବ୍ୟକ୍ତି ଶ୍ୱାସ ରୁଦ୍ଧ କରି ହତ୍ୟା କରିଥାଇ ପାରେ ବୋଲି ସନ୍ଦେହ ହେଉଛି। ଯାହା ଅନୁମାନ କରାଯାଉଛି ମଙ୍ଗଳବାରରୁ ବୁଧବାର ମଧ୍ୟରେ ମା, ଝିଅର ମୃତ୍ୟୁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।

ରେଢାଖୋଲ ଏସ୍‌ଡିପିଓ ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଥିବା ଜଣା ପଡିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ସାଇନଟିଫିକ୍ ଟିମ୍ ତଦନ୍ତ ଜାରି ରଖିଥିବା କିସିଣ୍ଡା ପୋଲିସ୍ ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଝିଅର ତଣ୍ଟି ଚିପି ମାରିଲା ବାପା

କେନ୍ଦୁଝର : ଜଣେ ଶିଶୁ ନିଜ ପିତାମାତାଙ୍କ ପାଖରେ ସୁରକ୍ଷିତ ରହିଥାଏ ।  ସନ୍ତାନକୁ ସମସ୍ତ ବିପଦରୁ ତା’ର ପିତା ତାକୁ ରକ୍ଷା କରିଥାଏ । କିନ୍ତୁ ରକ୍ଷକ ଏବେ ଭକ୍ଷକ ସାଜିଛି । ଜଣେ ଶିଶୁ କନ୍ୟାର ସୁରକ୍ଷା ଢାଲ ହୋଇଥାଏ ତା’ର ପିତା । କିନ୍ତୁ ସେହି ପିତା ଆଜି ନିରୀହ ଶିଶୁର ହତ୍ୟା କରିବାକୁ ବି ପଛଉ ନାହିଁ । ଏହିପରି ଏକ ଘଟଣା କେନ୍ଦୁଝର ଘଟଣାକୁ ଦେଖିବାକୁ ମିଳିଛି ।

8 ବର୍ଷ ଝିଅର ତଣ୍ଟି ଚିପି ବାପା ହତ୍ୟା କରିଥିବାର ଅଭିଯୋଗ ହୋଇଛି । ରାଙ୍କି ମୁଣ୍ଡାସାହି ନିକଟ ପଡିଆରୁ ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରାଯାଇଛି । ବାପା ଶିଶୁ କନ୍ୟାଟିର ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ଝିଅର ମାମୁଁ। ଅଭିଯୋଗ ପରେ ଶିଶୁ କନ୍ୟାର ବାପାକୁ ଟାଉନ୍‌ ଥାନାରେ ଅଟକ ରଖାଯାଇଛି ।