ମା, ଝିଅର ମୃତ ଦେହ ଉଦ୍ଧାର: ହତ୍ୟା ସନ୍ଦେହ

Published: Apr 2, 2021, 7:15 pm IST

କନ୍ଦର୍ପ ବେହେରା
ରେଢାଖୋଲ: ଗତକାଲି ଅପରାହ୍ନ ୪ ଟାରେ ମା, ଝିଅର ମୃତ ଦେହକୁ କିସିଣ୍ଡା ପୋଲିସ୍ ଜବତ କରିଛି। ଘଟଣାଟି କିସିଣ୍ଡା ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, କିସିଣ୍ଡା ଥାନା କିସିଣ୍ଡା ଗ୍ରାମର କିଶୋର ପଟେଲ ତାଙ୍କ ବଡ ଝିଅଙ୍କ ସହ ଗତ ୨୭ ତାରିଖ ଦିନ କୌଣସି କାମରେ ଭୋଜିଖାଇବାକୁ ଯାଇଥିଲେ। ଗତକାଲି ଅପରାହ୍ନ ୪ ଟାରେ ଘରକୁ ଫେରି ଦେଖନ୍ତି ତ ଘର ଭିତରେ ତାଙ୍କର ସ୍ତ୍ରୀ ସୁଜାତା ପଟେଲ ଏବଂ ଝିଅ ଉକ୍ତଳିକା ପଟେଲ ଶୋଇବା ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି। ସେ ସଙ୍ଗେ ସଙ୍ଗେ କିସିଣ୍ଡା ପୋଲିସକୁ ଖବର ଦେଇଥିଲେ।

ପୋଲିସ୍ ଆସି ଏହାର ତଦନ୍ତ କରିବା ସହ ସମ୍ବଲପୁରରୁ ସାଇଂଟିଫିକ୍ ଟିମ୍ ଆସି ତଦନ୍ତ କରୁଥିବା ପୋଲିସ୍ କହିଛି। ଏହା ହତ୍ୟା ନା ଆତ୍ମ ହତ୍ୟା ଜଣା ପଡି ନ ଥିଲେ ମଧ୍ୟ ପାରିପାଶ୍ୱିକ ସ୍ଥିତିରୁ ଯାହା ଜଣା ପଡୁଛି କେହି ବ୍ୟକ୍ତି ଶ୍ୱାସ ରୁଦ୍ଧ କରି ହତ୍ୟା କରିଥାଇ ପାରେ ବୋଲି ସନ୍ଦେହ ହେଉଛି। ଯାହା ଅନୁମାନ କରାଯାଉଛି ମଙ୍ଗଳବାରରୁ ବୁଧବାର ମଧ୍ୟରେ ମା, ଝିଅର ମୃତ୍ୟୁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।

ରେଢାଖୋଲ ଏସ୍‌ଡିପିଓ ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଥିବା ଜଣା ପଡିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ସାଇନଟିଫିକ୍ ଟିମ୍ ତଦନ୍ତ ଜାରି ରଖିଥିବା କିସିଣ୍ଡା ପୋଲିସ୍ ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି।

Related posts