ନୂଆଦିଲ୍ଲୀ: ଟାଇଟାନିକର ଧ୍ୱଂସାବଶେଷ ନିକଟରେ ଏକ ବ୍ୟବସାୟିକ ବୁଡ଼ାଜାହାଜ ନିଖୋଜ ହୋଇଯାଇଛି। ସ୍କାଏ ନ୍ୟୁଜ୍ ଏହାର ରିପୋର୍ଟରେ ଏହା ନିଶ୍ଚିତ କରିଛି। ତେବେ ନିଖୋଜ ବିମାନରେ କେତେ ଲୋକ ଅଛନ୍ତି ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ।
ଉଲ୍ଲେଖନୀୟ କଥା ହେଉଛି, ଏପ୍ରିଲ ୧୪ ତାରିଖ ୧୯୧୨ ରେ, ଟାଇଟାନିକ୍ ଜାହାଜ ଉତ୍ତର ଆଟଲାଣ୍ଟିକ୍ ମହାସାଗରରେ ଏକ ହିମଖଣ୍ଡ ସହିତ ଧକ୍କା ହେବା ପରେ ଦୁଇ ଖଣ୍ଡରେ ବିଭକ୍ତ ହୋଇ ବୁଡ଼ିଯାଇଥିଲା। ଟାଇଟାନିକ୍ ବୁଡ଼ିଯିବା କାରଣରୁ ୧୫୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଏହି ଜାହାଜଟି ବ୍ରିଟେନର ସାଉଥମ୍ପଟନ୍ ବନ୍ଦରରୁ ଏପ୍ରିଲ୍ ୧୦ ତାରିଖରେ ନ୍ୟୁୟର୍କ ଅଭିମୁଖେ ଯାତ୍ରା କରିଥିଲା, ଯାହା ଦୁର୍ଘଟଣାର ଶିକାର ହୋଇଥିଲା।