Categories
ଆଜିର ଖବର ରାଜ୍ୟ ଖବର

ମାଣବସା ଦିନ ଟାଙ୍ଗୀରେ ଅଘଟଣ, ଅଗ୍ନିକାଣ୍ଡ ଘଟି ଜଳିଗଲା ୩ ବଖରା ଚାଳ ଘର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ମାଣ ବସା ଦିନ ଅଘଟଣ ଘଟିଛି। ସଳିତାରୁ ନିଆଁ ଲାଗି ୩ ବଖରା ଚାଳ ଘର ଜଳିଯାଇଛି। ଟାଙ୍ଗୀ ଥାନା ଚଣ୍ଡେଶ୍ୱର ପଂଚାୟତ ବଡ ପୋଖରିଆ ପାଟଣା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି।

ସୂଚନା ଅନୁଯାୟୀ, ବଡ ପୋଖରିଆ ପାଟଣା ଗ୍ରାମରେ ମାଣ ବସା ପାଇଁ ଘରେ ଘରେ ପୂଜାର୍ଚ୍ଚନା ଚାଲିଥିଲା। ମା’ ଲକ୍ଷ୍ମୀ ଦେବୀଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ମହିଳା ମାନେ ଘରେ ଘରେ ପୀଠା ପଣା ସହ ଦୀପ ଆଳତି କରୁଥିଲେ। କିନ୍ତୁ ଏହି ସମୟରେ ଗାଁର କୌଣସି ଘର ଦୁଆରେ ଲାଗିଥିବା ଜଳନ୍ତା ଦୀପ ସଳିତାକୁ କାଉ ଆଣି ଚାଳରେ ପକାଇ ଦେବାରୁ ଅଗ୍ନିକାଣ୍ଡ ଘଟିଥିଲା। ଯାହାଫଳରେ ରବିନ୍ଦ୍ର କୁମାର ସାହୁଙ୍କର ୧ ବଖରା ଓ ଦିଲିପ କୁମାର ସାହୁଙ୍କର ୨ ବଖରା ଚାଳ ଘରେ ନିଆଁ ଲାଗିଯାଇଥିଲା।

ଏହି ଅଗ୍ନିକାଣ୍ଡ ଯୋଗୁଁ ମାତ୍ର କିଛି ସମୟ ମଧ୍ୟରେ ୩ ବଖରା ଘର  ପୋଡି ପାଉଁଶ ହୋଇ ଯାଇଥିଲା। ଏହାଫଳରେ ଲକ୍ଷାଧିକ ଟଙ୍କାର ସଂପତି ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ଟାଙ୍ଗୀ ଅଗ୍ନିଶମ ବାହୀନି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀରେ ଅଘଟଣ: ମା’ କୋଳରେ ଶୋଇଥିବା ବେଳେ ନାବାଳକ ପୁତ୍ରର ପ୍ରାଣହାନୀ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗ୍ରାମ ପଂଚାୟତରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ମା’ କୋଳରେ ଶୋଇଥିବା ବେଳେ ନାବାଳକ ପୁତ୍ରର ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, ନଛିପୁର ଗ୍ରାମର ଗଗନ ମୁଦୁଲିଙ୍କ ନାବାଳକ ପୁତ୍ର ସୁମନ ମୁଦୁଲି (୭ ବର୍ଷ) ମା’ କୋଳରେ ଶୋଇଥିବା ବେଳେ ହଠାତ ଗୁରୁତର ହୋଇପଡିଥିଲା। ତାଙ୍କୁ ତୁରନ୍ତ ଗୁରୁତର ଅବସ୍ଥାରେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତରସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ମେଡିକାଲରେ ପୋଲିସ୍ ପହଂଚି ଶବ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀରେ ଅଘଟଣ: ଶୌଚ ହେବା ଲାଗି ଯାଇଥିବା ବୃଦ୍ଧଙ୍କ ପୋଖରୀରେ ବୁଡି ମୃତ୍ୟୁ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆଜି ଟାଙ୍ଗୀରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି।

ସୂଚନା ମୁତାବକ, ହଜାରୀ ସେଠ (୬୮) ନାମକ ଜଣେ ବ୍ୟକ୍ତି ଆଜି ସନ୍ଧ୍ୟା ୭ ଟା ସମୟରେ ଶୌଚ ହେବା ଲାଗି ଟାଙ୍ଗୀ କଲେଜ ନିକଟସ୍ଥ ପୋଖରୀକୁ ଯାଇଥିଲେ। ହେଲେ ଅସାବଧନତା ଯୋଗୁଁ ପୋଖରୀ କୂଳରେ ତାଙ୍କ ଗୋଡ ଖସିଯାଇଥିଲା। ସେ ପୋଖରୀ ଭିତରେ ପଡିଯାଇଥିଲେ। ପାଣି ଭିତରୁ ତାଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଙ୍କୁ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ଟାଙ୍ଗୀ ପୋଲିସ ଶବକୁ ଜବତ କରି ଆସନ୍ତାକାଲି ବ୍ୟବଚ୍ଛେଦ କରିବ ବୋଲି ଜଣାପଡିଛି। ଏବଂ ଏହି ଘଟଣାରେ କେସ ନଂ ୧୦/୨୧ରେ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି। ଏନେଇ ଟାଙ୍ଗୀ ଥାନା ଆଇଆଇସି ବିଜୟ ମଲିକ ସୂଚନା ଦେଇଛନ୍ତି।