Categories
ଆଜିର ଖବର ଖେଳ ଜାତୀୟ ଖବର

ଆସନ୍ତାକାଲିଠୁ ଟି-ଟ୍ୱେଣ୍ଟି ସିରିଜ: ଜାଣନ୍ତୁ କିଭଳି ରହିବ ଭାରତର ପ୍ଲେଇଙ୍ଗ୍ ଏକାଦଶ

ଅହମ୍ମଦାବାଦ: ଆସନ୍ତାକାଲିଠାରୁ  ଭାରତ-ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-ଟ୍ୱେଣ୍ଟିର ପ୍ରଥମ ମ୍ୟାଚ ଖେଳାଯିବ। ଟି-ଟ୍ୱେଣ୍ଟିର ସମସ୍ତ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଇଂଲଣ୍ଡ ଦଳ ଟି-ଟ୍ୱେଣ୍ଟି ଆଇସିସି ତାଲିକାରେ ଶ୍ରେଷ୍ଠରେ ରହିଛି। ସେଥିପାଇଁ ଇଂଲଣ୍ଡ ବିରୋଧରେ ଶ୍ରେଷ୍ଠ ଦଳକୁ ନେଇ ଭାରତ ପଡିଆକୁ ଓହ୍ଳାଇବ।

ଟି-ଟ୍ୱେଣ୍ଟି ବିଶ୍ଵକପକୁ ଧ୍ୟାନରେ ରଖି ଭାରତୀୟ ଦଳ ପାଇଁ ଏହି ସିରିଜ ଗୁରୁତ୍ୱପୂର୍ଣ୍ଣ ଅଟେ। ପ୍ରଥମ ତିନୋଟି ମ୍ୟାଚ ପାଇଁ ମଜବୁତ ଟିମକୁ ନେଇ ଖେଳିବା ଲକ୍ଷ୍ୟରେ ରହିଛି ଭାରତ। ଟେଷ୍ଟ ସିରିଜରେ ଭଲ ପ୍ରଦର୍ଶନ କରିଥିବା ରିଷଭ ପନ୍ତଙ୍କ ଟି-ଟ୍ୱେଣ୍ଟିରେ ଖେଳିବା ସମ୍ଭାବନା ଅଧିକ ରହିଛି। ପନ୍ତ ଖେଳିଲେ ଅଷ୍ଟ୍ରେଲିଆ ସିରିଜରେ ୱିକେଟ କିପିଂ କରୁଥିବା କେଏଲ ରାହୁଲଙ୍କୁ ବ୍ୟାଟ୍ସମ୍ୟାନ ରୂପେ ଖେଳା ଯାଇପାରେ।

ପ୍ରାରମ୍ଭିକ ଯୋଡି ଭାବେ ରୋହିତ ଶର୍ମାଙ୍କ ସହ ଶିଖର ଧବନ ଖେଳିପାରନ୍ତି। ତୃତୀୟ ନମ୍ବରରେ ଅଧିନାୟକ ବିରାଟ କୋହଲୀ, ଚତୁର୍ଥରେ କେଏଲ ରାହୁଲ, ପଞ୍ଚମରେ ରିଷଭ ପନ୍ତ, ଷଷ୍ଠ ଏବଂ ସପ୍ତମ ନମ୍ବର ପାଇଁ ଅଲରାଉଣ୍ଡରଙ୍କୁ ଟିମରେ ସାମିଲ କରାଯାଇପାରେ। ଷଷ୍ଠ ସ୍ଥାନରେ ହାର୍ଦିକ ପାଣ୍ଡ୍ୟା ଏବଂ ସପ୍ତମ ସ୍ଥାନରେ ୱାସିଙ୍ଗଟନ ସୁନ୍ଦରଙ୍କୁ ଜାଗା ମିଳିପାରେ।

ଏହାପରେ ବୋଲରଙ୍କ ନମ୍ବର ଆସିବ। ଅଭିଜ୍ଞ ଭୁବନେଶ୍ଵର କୁମାରଙ୍କୁ ଏକ ବର୍ଷ ପରେ ଦଳରେ ସାମିଲ ହେବେ। ଜସପ୍ରୀତ ବୁମରାଙ୍କ ଅନୁପସ୍ଥିତିରେ ବୋଲିଂ ଭାର ଭୁବନେଶ୍ବରଙ୍କ କାନ୍ଧ ଉପରେ ରହିବ। ଭୁବନେଶ୍ବରଙ୍କ ସାଥିରେ ଶାର୍ଦ୍ଦୁଳ  ଠାକୁର ଏବଂ ଦୀପକ ଚହର ବୋଲିଂ ବିଭାଗ ସମ୍ଭାଳି ପାରନ୍ତି। ସେହିପରି ସ୍ପିନର ଭାବେ ୟୁଜବେନ୍ଦ୍ର ଚହଲ ଖେଳିପାରନ୍ତି।

Categories
ଆଜିର ଖବର ଖେଳ

ଭାରତ ବନାମ ଅଷ୍ଟ୍ରେଲିଆ: ହାର୍ଦ୍ଦିକଙ୍କ ଲଢୁଆ ବ୍ୟାଟିଂ ବଳରେ ଟି-ଟ୍ୱେଣ୍ଟି ସିରିଜ କବଜା କଲା ବିରାଟ ବାହିନୀ

ସିଡନୀ: ଆଜି ଭାରତୀୟ ଦଳ ଦ୍ଵିତୀୟ ଟି-ଟ୍ୱେଣ୍ଟି ମ୍ୟାଚକୁ ଦୁଇଟି ବଲ ବାକି ଥାଇ ବିଜୟ ଲାଭ କରିଛି। ଭାରତ ଏହି ମ୍ୟାଚକୁ ୬ ୱିକେଟରେ ବିଜୟ ଲାଭ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଲଢୁଆ ବ୍ୟାଟିଂ ବଳରେ ବିରାଟ ବାହିନୀ ଏହି ସଫଳତା ପାଇଛି। ଏହା ସହିତ ଭାରତ  ଆଉ ଗୋଟିଏ ମ୍ୟାଚ ପୂର୍ବରୁ ୨-୦ ରେ ସିରିଜକୁ ଜିତି ନେଇଛି। ହାର୍ଦ୍ଦିକଙ୍କ ଦମଦାର ବ୍ୟାଟିଂ ଯୋଗୁଁ ତାଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ଘୋଷଣା କରାଯାଇଛି। ସେ ମାତ୍ର ୨୨ ଟି ବଲରେ ୪୨ ରନ ସଂଗ୍ରହ କରିଥିଲେ। ସେହିପରି ଶିଖର ଧାବନ ୩୬ ଟି ବଲରେ ଧୂଆଁଧାର ବ୍ୟାଟିଂ କରି ୫୨ରନ ସଂଗ୍ରହ କରିଥିବା ବେଳେ ଅଧିନାୟକ ବିରାଟ କୋହିଲିଙ୍କ ଉପଯୋଗୀ ୨୪ ଟି ବଲରେ ୪୦ ରନ ଦଳକୁ ବିଜୟୀ କରିବାରେ ସହାୟ ହୋଇଥିଲା।

ତେବେ ଭାରତ ଦଳରେ ଦ୍ଵିତୀୟ ପଦାର୍ପଣ ମ୍ୟାଚରେ ଖେଳୁଥିବା ଦ୍ରୁତ ବୋଲର ଟି. ନଟରାଜନ ୪ ଓଭର ବୋଲିଂ କରି ମାତ୍ର ୨୦ ରନ ଦେଇ ଦୁଇଟି ୱିକେଟ ଅକ୍ତିଆର କରିଥିଲେ।

ପୂର୍ବରୁ ଅଷ୍ଟ୍ରେଲିଆ ଦଳ ୨୦ ଓଭର ଖେଳି ୫ ଟି ୱିକେଟ ହରାଇ ୧୯୪ ରନ କରିଥିଲା। ଯାହାକି ଭାରତ ୧୯.୪ ଓଭରରେ ୪ ଟି ୱିକେଟ ହରାଇ ୧୯୫ ରନ କରି ବିଜୟ ଲାଭ କରିଛି। ଅଷ୍ଟ୍ରେଲିଆ ପକ୍ଷରୁ ମାଥ୍ୟୁ ୱାଡେ ୩୨ ଟି ବଲରେ ୫୮ ରନ କରିଥିବା ବେଳେ ଷ୍ଟିଭ ସ୍ମିଥ ୩୮ ବଲରେ ୪୬ ରନ ଏବଂ ହେନ୍ରୀକ୍ସ ୧୮ ବଲରେ ୨୬ ରନ ସଂଗ୍ରହ କରିଥିଲେ।