Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ଧଉଳି ଚାରୁକଳା ମହାବିଦ୍ୟାଳୟରେ ପୂଜା ପାଇଲେ ପାରମ୍ପରିକ ଟେରାକୋଟା ଶୈଳୀରେ ଗଣେଶ ମୂର୍ତ୍ତି

ଭୁବନେଶ୍ୱର : ରାଜ୍ୟରେ ସବୁଆଡ଼େ କରୋନା ପାଇଁ ସିଦ୍ଧିଦାତା ବିନାୟକଙ୍କ ପୂଜାନିରାଡ଼ମ୍ବର ଭାବେ ପାଳିତ ହୋଇଅଛି। ଏହି ପରିପ୍ରେକ୍ଷୀରେ ଧଉଳି ଚାରୁକଳା ମହାବିଦ୍ୟାଳୟରେ ମଧ୍ୟବିଧି ରକ୍ଷା ପାଇଁ ନିରାଡ଼ମ୍ବର ଭାବେ ପୂଜା ପାଇଛନ୍ତି ଅଗ୍ରପୂଜ୍ୟ ବିନାୟକ। କିନ୍ତୁ ମହାବିଦ୍ୟାଳୟ ନିକଟରେରହୁଥିବା ଛାତ୍ର ପଙ୍କଜ କୁମାର ବେହେରା ନିଆରାଢଙ୍ଗ ଓ ଖୁବ୍ କମ୍ ସମୟରେ ଗଢିଛନ୍ତି ଗଣେଶଙ୍କ ମୂର୍ତ୍ତି ।

ଓଡ଼ିଶାର ପାରମ୍ପରିକ ଟେରାକୋଟା ଶୈଳୀରେ ଏହି ମୂର୍ତ୍ତି ଗଠନ କରିବାକୁ ପଙ୍କଜକୁ ମାତ୍ର ଦୁଇ ଘଣ୍ଟା ସମୟ ଲାଗିଥିଲା। ଏହି ଶୈଳୀରେ ମୂର୍ତ୍ତିଗଠନ କରି ପଙ୍କଜ ଆମ ପରମ୍ପରାକୁ ରୁଦ୍ଧିମନ୍ତକରିବା ପାଇଁ ବାର୍ତ୍ତା ଦେଇଛନ୍ତି । ଦୁଇ ଫୁଟର ଏହି ଟେରାକୋଟା ଶୈଳୀର ମୂର୍ତ୍ତିରେ ସ୍ଥାନେ ସ୍ଥାନେ ହାଲୁକା ରଙ୍ଗର ପ୍ରୟୋଗ ହୋଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ସାମଲଙ୍କ ସହ ୨ଜଣ ଅଧ୍ୟାପକସାମାଜିକ ଦୂରତା ରକ୍ଷା କରି ଗଣେଶଙ୍କୁ ଆରାଧନା କରିଥିଲେ।