Categories
ଆଜିର ଖବର ଜାତୀୟ ଖବର

ଦେଶରେ ଆଇନ ସବୁଠାରୁ ଉପରେ, ଟ୍ବିଟରକୁ ନିୟମ ମାନିବାକୁ ହେବ: ନୂଆ ଆଇଟି ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ

ନୂଆଦିଲ୍ଲୀ: ଦେଶରେ ନୂତନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ ଅଶ୍ଵିନୀ ବୈଷ୍ଣବ କାର୍ଯ୍ୟଭାର ସମ୍ଭାଳିଛନ୍ତି। ନିଜର ଦାୟିତ୍ଵ ଗ୍ରହଣ କରିବା ପରେ ସୋସିଆଲ ମିଡିଆକୁ କଡା ସନ୍ଦେଶ ଦେଇଛନ୍ତି। ଭାରତ ସରକାର ଏବଂ ଟ୍ବିଟର ମଧ୍ୟରେ ଜାରି ରହିଥିବା ବିବାଦକୁ ନେଇ ସେ କଡା ପ୍ରତିକ୍ରିୟା ରଖିଛନ୍ତି।

ଅଶ୍ଵିନୀ ବୈଷ୍ଣବ କହିଛନ୍ତି ଯେ, ଦେଶରେ ଆଇନ ସବୁଠାରୁ ଉପରେ। ତେଣୁ କେନ୍ଦ୍ର ସରକାର ଦ୍ଵାରା ଲାଗୁ କରାଯାଇଥିବା ନୂଆ ଆଇନକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ମାନିବାକୁ ବାଧ୍ୟ। ଦେଶରେ ରହିବାକୁ ହେଲେ ସମସ୍ତେ ଭାରତ ସରକାରଙ୍କ ନୂଆ ଆଇନକୁ ମାନିବା ଉଚିତ ବୋଲି ଅଶ୍ଵିନୀ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଭାରତରେ ଶେଷ ହେଲା ଟ୍ବିଟରର ସୁରକ୍ଷା କବଚ: ଗାଜିଆବାଦ ପୋଲିସ ରୁଜୁ କଲା ପ୍ରଥମ କେସ୍

ନୂଆଦିଲ୍ଲୀ: ନୂଆ ଆଇଟି ନିୟମ ଆଇନ ପାଳନ ନକରିବା ଟ୍ବିଟରକୁ ମହଙ୍ଗା ପଡିଛି। ଭାରତରେ ଟ୍ବିଟରକୁ ମିଳିବାକୁଥିବା ଆଇନ ସୁରକ୍ଷା ଶେଷ ହୋଇଯାଇଛି। ଗତ ମେ’ ୨୫ ତାରିଖରେ କେନ୍ଦ୍ର ସରକାର ନୂଆ ନିୟମ ଲାଗୁ କରିଥିଲେ। କିନ୍ତୁ ଏହି ନୂଆ ନିୟମକୁ ଟ୍ବିଟର ଏପର୍ଯ୍ୟନ୍ତ ଲାଗୁ କରିନାହିଁ। ଯାହାଫଳରେ ଟ୍ବିଟର ଉପରେ ସରକାର କାର୍ଯ୍ୟାନୁଷ୍ଠାନ ନେଇଛି।

ଉଲ୍ଲେଖ ଯୋଗ୍ୟ ଯେ, ଏହି କାର୍ଯ୍ୟାନୁଷ୍ଠାନ ଉପରେ ବର୍ତ୍ତମାନ ପର୍ଯ୍ୟନ୍ତ ସରକାର ପକ୍ଷରୁ କୌଣସି ଔପଚାରିକ ଘୋଷଣା ହୋଇନାହିଁ। କିନ୍ତୁ ଏପର୍ଯ୍ୟନ୍ତ ନୂଆ ନିୟମ ଲାଗୁ କରିନଥିବାରୁ ଟ୍ବିଟରର ସୁରକ୍ଷା ଆଇନ ଆପେ ଆପେ ସମାପ୍ତ ହୋଇଯାଇଛି।

Categories
ଆଜିର ଖବର ଜାତୀୟ ଖବର

କେନ୍ଦ୍ର ସରକାର ଏବଂ ଟ୍ବିଟର ମଧ୍ୟରେ ବଢିଲା ବିବାଦ: ସଂଘର ବଡ ନେତାଙ୍କ ଆକାଉଣ୍ଟରୁ ହଟିଲା ବ୍ଲୁ ଟିକ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏବଂ ଟ୍ବିଟର ମଧ୍ୟରେ ବିବାଦ ବେଳକୁ ବେଳ ବଢିବାରେ ଲାଗିଛି। ଉପ ରାଷ୍ଟ୍ରପତି ଭେଙ୍କେୟା ନାୟଡୁ ଓ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ବଡ ନେତାମାନଙ୍କ ଆକାଉଣ୍ଟରୁ ଟ୍ବିଟର ବ୍ଲୁ ଟିକ୍ ହଟାଇବା ପରେ ବିବାଦ ଆହୁରି ଘନୀଭୂତ ହୋଇଛି। କିନ୍ତୁ ଉପରାଷ୍ଟ୍ରପତିଙ୍କ ମାମଲାରେ ଟ୍ବିଟର କିଛି ସମୟ ପରେ ୟୁ-ଟର୍ନ ନେଇଛି। ଉପରାଷ୍ଟ୍ରପତି ଭେଙ୍କେୟା ନାୟଡୁଙ୍କ ଆକାଉଣ୍ଟକୁ ବ୍ଲୁ ଟିକ୍ ପୁଣି ଥରେ ଫେରିଆସିଛି।

ତେବେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ବଡ ନେତାମାନଙ୍କ ଆକାଉଣ୍ଟରୁ ଟ୍ବିଟର ବ୍ଲୁ ଟିକ୍ ହଟାଇଦେଇଛି। ସ୍ଵୟଂ ସେବକ ମୋହନ ଭାଗବତ, ସୁରେଶ ଯୋଶୀ, କୃଷ୍ଣଗୋପାଳ, ସୁରେଶ ସୋନୀଙ୍କ ସହ ଅଖିଳ ଭାରତୀୟ ପ୍ରଚାର ପ୍ରମୁଖ ଅରୁଣ କୁମାରଙ୍କ ଆକାଉଣ୍ଟରୁ ଟ୍ବିଟର ବ୍ଲୁ ଟିକ୍ ହଟାଇଦେଇଛି।