କେନ୍ଦ୍ର ସରକାର ଏବଂ ଟ୍ବିଟର ମଧ୍ୟରେ ବଢିଲା ବିବାଦ: ସଂଘର ବଡ ନେତାଙ୍କ ଆକାଉଣ୍ଟରୁ ହଟିଲା ବ୍ଲୁ ଟିକ୍

Published: Jun 5, 2021, 12:10 pm IST

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏବଂ ଟ୍ବିଟର ମଧ୍ୟରେ ବିବାଦ ବେଳକୁ ବେଳ ବଢିବାରେ ଲାଗିଛି। ଉପ ରାଷ୍ଟ୍ରପତି ଭେଙ୍କେୟା ନାୟଡୁ ଓ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ବଡ ନେତାମାନଙ୍କ ଆକାଉଣ୍ଟରୁ ଟ୍ବିଟର ବ୍ଲୁ ଟିକ୍ ହଟାଇବା ପରେ ବିବାଦ ଆହୁରି ଘନୀଭୂତ ହୋଇଛି। କିନ୍ତୁ ଉପରାଷ୍ଟ୍ରପତିଙ୍କ ମାମଲାରେ ଟ୍ବିଟର କିଛି ସମୟ ପରେ ୟୁ-ଟର୍ନ ନେଇଛି। ଉପରାଷ୍ଟ୍ରପତି ଭେଙ୍କେୟା ନାୟଡୁଙ୍କ ଆକାଉଣ୍ଟକୁ ବ୍ଲୁ ଟିକ୍ ପୁଣି ଥରେ ଫେରିଆସିଛି।

ତେବେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ବଡ ନେତାମାନଙ୍କ ଆକାଉଣ୍ଟରୁ ଟ୍ବିଟର ବ୍ଲୁ ଟିକ୍ ହଟାଇଦେଇଛି। ସ୍ଵୟଂ ସେବକ ମୋହନ ଭାଗବତ, ସୁରେଶ ଯୋଶୀ, କୃଷ୍ଣଗୋପାଳ, ସୁରେଶ ସୋନୀଙ୍କ ସହ ଅଖିଳ ଭାରତୀୟ ପ୍ରଚାର ପ୍ରମୁଖ ଅରୁଣ କୁମାରଙ୍କ ଆକାଉଣ୍ଟରୁ ଟ୍ବିଟର ବ୍ଲୁ ଟିକ୍ ହଟାଇଦେଇଛି।

Related posts