Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ହିଂସା ଘଟଣା: ଦୀପ ଶିଦ୍ଧୁଙ୍କ ନାମରେ ଚାଷୀ ନେତା ଆଣିଲେ ଅଭିଯୋଗ, ଜାଣନ୍ତୁ କିଏ ସେ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ଟ୍ରାକ୍ଟର ରାଲିରେ ହଠାତ ହିଂସା ଘଟଣା ଘଟିଥିଲା। ଏଥିରେ ବହୁ କୃଷକ ସଡକ ଉପରେ ହଙ୍ଗାମା କରିଥିଲେ। ହେଲେ ଏହାକୁ ବିରୋଧ କରି ବହୁ କୃଷକ ନେତା ନିନ୍ଦା କରିବା ସହିତ ଅନ୍ୟ ଉପରେ ହିଂସା ଅଭିଯୋଗ ଆଣିଛନ୍ତି।

ଏମିତିକି ଏହି ଘଟଣାରେ ଦୀପ ଶିଦ୍ଧୁ ସମ୍ପୃକ୍ତ ଅଛନ୍ତି ବୋଲି ଚାଷୀ ନେତାମାନେ ଅଭିଯୋଗ କରିଛନ୍ତି। ଏହାପରେ ସାମାଜିକ ଗଣମାଧ୍ୟମରେ ଦୀପ ଶିଦ୍ଧୁ କହିଛନ୍ତି ଯେ, ମୁଁ ଗଣତାନ୍ତ୍ରିକ ଅଧିକାର ଅନୁଯାୟୀ ଲାଲ କିଲ୍ଲାରେ ନିଶାନ ଶାହିବର ପତାକା ଉଡାଇଛି। କିନ୍ତୁ ତ୍ରିରଙ୍ଗାକୁ ହଟାଇ ନାହିଁ। ସମାଜସେବୀ

ଯୋଗେନ୍ଦ୍ର ଯାଦବ କହିଛନ୍ତି ଯେ, ଗତ ରାତିରେ ଦୀପ ଶିଦ୍ଧୁ ଏବଂ ଗ୍ୟାଙ୍ଗଷ୍ଟାର ଲଖା ସିଧାନା ସିନ୍ଧୁ ସୀମାରେ କୃଷକମାନଙ୍କୁ ହିଂସା କରିବା ପାଇଁ ପ୍ରବର୍ତ୍ତାଇଥିଲେ। ତେଣୁ ଏହି ଘଟଣାରେ ତଦନ୍ତ ହେବ ଆବଶ୍ୟକ ବୋଲି ଯାଦବ କହିଛନ୍ତି।

ଜାଣନ୍ତୁ ଦୀପ ଶିଦ୍ଧୁ କିଏ?:

ଦୀପ ଶିଦ୍ଧୁ ୧୯୮୪ ମସିହାରେ ପଞ୍ଜାବର ମୁକ୍ତଶର ଜିଲ୍ଲାରେ ଜନ୍ମ ହୋଇଥିଲେ। ସେ ଜଣେ ଆଇନ ଛାତ୍ର ଥିଲେ ଏବଂ କିଛି ଦିନ ପାଇଁ ଆଇନଜୀବି ବାରର ସଦସ୍ୟ ମଧ୍ୟ ଥିଲେ। ତାପରେ ସେ କିଙ୍ଗଫିସର ମଡଲ ହଟ ଆୱାର୍ଡ ମଧ୍ୟ ଜିତିଚଳଚ୍ଚିତ୍ର ଜଗତକୁ ଆସିଥିଲେ। ୨୦୧୫ ମସିହାରେ ‘ରମତା ଯୋଗୀ’ ଥିଲା ତାଙ୍କର ପ୍ରଥମ ପଞ୍ଜାବୀ ଚଳଚ୍ଚିତ୍ର।

ତେବେ ୨୦୧୯ ଲୋକସଭା ନିର୍ବାଚନରେ ଗୁରୁଦାସପୁର ନିର୍ବାଚନମଣ୍ଡଳୀ ପାଇଁ ବିଜେପି ପ୍ରାର୍ଥୀ ତଥା ଅଭିନେତା ସନି ଦେଓଲଙ୍କର ନିର୍ବାଚନ କ୍ୟାମ୍ପେନ ଟିମରେ ସେ ସାମିଲ ଥିଲେ। ହେଲେ ସନି ଦେଓଲ କହିଛନ୍ତି, ଶିଦ୍ଧୁଙ୍କ ସହିତ ମୋର କିମ୍ବା ମୋ ପରିବାରର କୌଣସି ସମ୍ପର୍କ ନାହିଁ।

Categories
ଆଜିର ଖବର ଜାତୀୟ ଖବର

ଟ୍ରାକ୍ଟର ରାଲିକୁ ମିଳିଲା ମଞ୍ଜୁରୀ: ନିର୍ଦ୍ଧିଷ୍ଟ କେତୋଟି ରୁଟ୍ ପାଇଁ ଚାଷୀ ଏବଂ ପୋଲିସ ମଧ୍ୟରେ ହେଲା ସହମତି

ନୂଆଦିଲ୍ଲୀ: କୃଷକମାନଙ୍କ ଟ୍ରାକ୍ଟର ରାଲିକୁ ମିଳିଲା ମଞ୍ଜୁରୀ। ଆସନ୍ତା ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି କରିବେ ବୋଲି କୃଷକମାନେ ଅଡି ବସିଥିଲେ। ସେଥିପାଇଁ ଆଜି କୃଷକ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ଏକ ବୈଠକ ହୋଇଥିଲା। ଯେଉଁଥିରେ ଦିଲ୍ଲୀ ପୋଲିସ ଏନେଇ ସବୁଜ ସଂକେତ ଦେଇଛି। ହେଲେ ଏହା ପୂର୍ବରୁ କୃଷକ ନେତାଙ୍କ ପକ୍ଷରୁ ଏକ ରୁଟ ପ୍ଳାନ ଦିଲ୍ଲୀ ପୋଲିସ ନିକଟକୁ ପଠାଇଛି। ତେବେ ଟ୍ରାକ୍ଟର ରାଲି ପାଇଁ ତିନୋଟି ରୁଟକୁ ନେଇ ଉଭୟଙ୍କ ମଧ୍ୟରେ ସହମତି ହୋଇଛି।

ସୂଚନା ମୁତାବକ ସିନ୍ଧୁ ସୀମାରୁ ଟ୍ରାକ୍ଟର ପେରେଡ ସଞ୍ଜୟ ଗାନ୍ଧୀ ଟ୍ରାନ୍ଷପୋର୍ଟ, କଞ୍ଝାୱଲା, ବୱାନା, ଔଚନ୍ଦି, ସୀମା ଦେଇ ହରିୟଣା ଯିବ। ଦ୍ଵିତୀୟ ଟ୍ରାକ୍ଟର ପେରେଡ ଟିକିରୀ ସୀମାରୁ ନାଙ୍ଗଲୋଇ, ନଜଫଗଡ, ଝଦୌଡା, ବାଦଲି ରାସ୍ତା ଦେଇ କେଏମପି ଏକ୍ସପ୍ରେସ ଯିବ। ସେହିପରି ତୃତୀୟ ପେରେଡ ଗାଜୀପୁର ଉତ୍ତରପ୍ରଦେଶ ଗେଟରୁ ଅପ୍ସରା ସୀମା ଗାଜିୟାବାଦ ହୋଇ ଡାସନା ୟୁପି ଯିବ। ତେବେ ଟ୍ରାକ୍ଟର ରାଲି ପାଞ୍ଚୋଟି ସ୍ଥାନରୁ ବାହାରିବ ଏବଂ ସେହି ଦିନ ପୁଣି ମୁଖ୍ୟ ସ୍ଥାନକୁ ଫେରିବ। ଏହି ରାଲି ମୋଟ ୧୨୦ କିମି ରୁ ୧୪୦ କିମି ପର୍ଯ୍ୟନ୍ତ ରାସ୍ତାରେ ବୁଲିବ।

Categories
ଆଜିର ଖବର ଜାତୀୟ ଖବର

ସରକାରଙ୍କ ପ୍ରସ୍ତାବକୁ ଖାରିଜ କଲା କୃଷି ସଂଗଠନ: ୨୬ ଜାନୁଆରୀରେ କରିବେ ଟ୍ରାକ୍ଟର ରାଲି

ନୂଆଦିଲ୍ଲୀ: କୃଷି ଆନ୍ଦୋଳନକୁ ନେଇ ଏକ ବଡ ଖବର ଆସିଛି। ସଂଯୁକ୍ତ କିଷାନ ସଂଗଠନ ସରକାରର ପ୍ରସ୍ତାବକୁ ଖାରିଜ କରିଦେଇଛି। ନୂଆ କୃଷି ଆଇନକୁ ଦୁଇ ବର୍ଷ ପାଇଁ ସ୍ଥଗିତ ରଖି ଏକ କମିଟି ଦ୍ଵାରା ସମାଧାନ କରାଯିବ ନେଇ ସରକାର ପ୍ରସ୍ତାବ ରଖିଥିଲା। ହେଲେ ଏହି ପ୍ରସ୍ତାବକୁ କୃଷି ସଂଗଠନ ଖାରିଜ କରିଦେଇଛି। ତିନି କୃଷି ଆଇନକୁ ସଂପୂର୍ଣ୍ଣ ରଦ୍ଦ କରିବା ଲାଗି ସରକାର ନିକଟରେ ଅଡି ରହିଲା କୃଷି ସଂଗଠନ। ଏହା ସହିତ ୨୬ ଜାନୁଆରୀକୁ ରିଙ୍ଗ ରୋଡରେ ଟ୍ରାକ୍ଟର ରାଲି କରିବାକୁ କୃଷି ସଂଗଠନ ନିଷ୍ପତ୍ତି ନେଇଛି।

ଉଲ୍ଲେଖ ଯୋଗ୍ୟ ଯେ, ସରକାର ପକ୍ଷରୁ ଦଶମ ପର୍ଯ୍ୟାୟ ଆଲୋଚନାରେ ଦୁଇ ବର୍ଷ ଲାଗି ନୂତନ ଆଇନକୁ ସ୍ଥଗିତ କରିବା ସହ ଏକ କମିଟି ଗଠନ କରିବା ଲାଗି ପ୍ରସ୍ତାବ ଦିଆଯାଇଥିଲା। ଏହି କମିଟି କୃଷି ଆଇନରେ ଥିବା ସମସ୍ୟା ବାବଦରେ ବିଚାର କରି ତାହାର ସମାଧାନ କରାଯିବା ନେଇ ପ୍ରସ୍ତାବ ଥିଲା। ତେବେ ଆଜି ସଂଯୁକ୍ତ କୃଷକ ସଂଗଠନ ମଧ୍ୟରେ ଏକ ବୈଠକ ବସିଥିଲା। ଏହି ବୈଠକରେ ସରକାରଙ୍କ ପ୍ରସ୍ତାବକୁ ସଂପୂର୍ଣ୍ଣ ଖାରିଜ କରିବା ଲାଗି ନିଷ୍ପତ୍ତି ନେଇଛି ସଂଗଠନ।

Categories
ଆଜିର ଖବର

ନୂତନ କୃଷି ବିଲକୁ ବିରୋଧ କରି କଂଗ୍ରେସର ଟ୍ରାକ୍ଟର ରାଲି ଅଧାରେ ଅଟକିଲା

ଭୁବନେଶ୍ୱର : ଚାଷୀଙ୍କ ହକ୍ ପାଇଁ କଂଗ୍ରେସ ଦେଶବ୍ୟାପୀ ଳଢେଇ ଆରମ୍ଭ କରିଛି। ଏହି କ୍ରମରେ ଆଜି ଭୁବନେଶ୍ୱରରୁ କଟକ ପର୍ଯ୍ୟନ୍ତ ଏକ ଟ୍ରାକ୍ଟର ରାଲି ଶୋଭାଯାତ୍ରା କରାଯାଇଛି । କେନ୍ଦ୍ର ସରକାରଙ୍କ ନୂତନ କୃଷି ବିଲ ବିରୋଧରେ ଏହି ଆନେ୍ଦାଳନ କରାଯାଉଛି । ଏହି ଶୋଭାଯାତ୍ରାରେ କଂଗ୍ରେସର ଓଡିଶା ପ୍ରଭାରୀ ଡ. ଏ ଚେଳ୍ଲା କୁମାର ଯୋଗ ଦେଇଥିଲେ । ଏହା ସହିତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର, ସୁରେଶ କୁମାର ରାଉତରାୟ ଏବଂ ତାରା ପ୍ରସାଦ ବାହିନୀପତି ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଛନ୍ତି । ଶୋଭାଯାତ୍ରା କଟକ ନିକଟରେ ପହଞ୍ଚିବା ପରେ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଶୋଭାଯାତ୍ରାକୁ ସ୍ୱାଗତ କରିଥିଲେ । ଏହି ଶୋଭାଯାତ୍ରା ଭୁବନେଶ୍ୱର କଂଗ୍ରେସ ଭବନ ଠାରୁ କଟକ କଂଗ୍ରେସ ଭବନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ନେଇ ସୂଚନା ରହିଥିଲା । ମାତ୍ର ଏହା ଅଧାରୁ ଅଟକ ରଖାଯାଇଛି ।

କଂଗ୍ରେସ ଭବନ ଠାରୁ ଆରମ୍ଭ ହୋଇଥିବା ଏହି ଶୋଭାଯାତ୍ରା କଟକ ଜିଲ୍ଲା ଅନ୍ତର୍ଗତ ପ୍ରତାପନଗରୀ ନିକଟସ୍ଥ ଧାକୁଲେଇ ମନ୍ଦିର, ୪୨ ମୌଜା ଓ ପ୍ରେସଛକ ଦେଇ ଶକ୍ତିନଗରସ୍ଥ କଟକ ଜିଲ୍ଲା କଂଗ୍ରେସ କାର୍ୟ୍ୟାଳୟ ଠାରେ ପଂହଚିବା ନେଇ ପ୍ରସ୍ତୁତି କରାଯାଇଥିବାବେଳେ ଏହି ରାଲିକୁ ଅଧାରୁ ଅଟକ ରଖାଯାଇଛି । କଂଗ୍ରେସର କ୍ଷେତି ବଞ୍ଚାଅ ରାଲିକୁ କଟକକୁ ପ୍ରବେଶ ଅନୁମତି ଦେଇନାହିଁ ପ୍ରଶାସନ । ଗୋପଳପୁରଠାରେ ଏହି ରାଲିକୁ ଅଟକାଯାଇଛି । ଏହାର ପ୍ରତିବାଦରେ ଗୋପଳପୁର ନିକଟରେ ରାସ୍ତାରେ କଂଗ୍ରେସ ନେତା ବସିଥିବାର ଦେଖାଯାଇଛି ।