Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂତନ କୃଷି ବିଲକୁ ବିରୋଧ କରି କଂଗ୍ରେସର ଟ୍ରାକ୍ଟର ରାଲି ଅଧାରେ ଅଟକିଲା
ଆଜିର ଖବର

ନୂତନ କୃଷି ବିଲକୁ ବିରୋଧ କରି କଂଗ୍ରେସର ଟ୍ରାକ୍ଟର ରାଲି ଅଧାରେ ଅଟକିଲା

November 9, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର : ଚାଷୀଙ୍କ ହକ୍ ପାଇଁ କଂଗ୍ରେସ ଦେଶବ୍ୟାପୀ ଳଢେଇ ଆରମ୍ଭ କରିଛି। ଏହି କ୍ରମରେ ଆଜି ଭୁବନେଶ୍ୱରରୁ କଟକ ପର୍ଯ୍ୟନ୍ତ ଏକ ଟ୍ରାକ୍ଟର ରାଲି ଶୋଭାଯାତ୍ରା କରାଯାଇଛି । କେନ୍ଦ୍ର ସରକାରଙ୍କ ନୂତନ କୃଷି ବିଲ ବିରୋଧରେ ଏହି ଆନେ୍ଦାଳନ କରାଯାଉଛି । ଏହି ଶୋଭାଯାତ୍ରାରେ କଂଗ୍ରେସର ଓଡିଶା ପ୍ରଭାରୀ ଡ. ଏ ଚେଳ୍ଲା କୁମାର ଯୋଗ ଦେଇଥିଲେ । ଏହା ସହିତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର, ସୁରେଶ କୁମାର ରାଉତରାୟ ଏବଂ ତାରା ପ୍ରସାଦ ବାହିନୀପତି ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଛନ୍ତି । ଶୋଭାଯାତ୍ରା କଟକ ନିକଟରେ ପହଞ୍ଚିବା ପରେ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଶୋଭାଯାତ୍ରାକୁ ସ୍ୱାଗତ କରିଥିଲେ । ଏହି ଶୋଭାଯାତ୍ରା ଭୁବନେଶ୍ୱର କଂଗ୍ରେସ ଭବନ ଠାରୁ କଟକ କଂଗ୍ରେସ ଭବନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ନେଇ ସୂଚନା ରହିଥିଲା । ମାତ୍ର ଏହା ଅଧାରୁ ଅଟକ ରଖାଯାଇଛି ।

କଂଗ୍ରେସ ଭବନ ଠାରୁ ଆରମ୍ଭ ହୋଇଥିବା ଏହି ଶୋଭାଯାତ୍ରା କଟକ ଜିଲ୍ଲା ଅନ୍ତର୍ଗତ ପ୍ରତାପନଗରୀ ନିକଟସ୍ଥ ଧାକୁଲେଇ ମନ୍ଦିର, ୪୨ ମୌଜା ଓ ପ୍ରେସଛକ ଦେଇ ଶକ୍ତିନଗରସ୍ଥ କଟକ ଜିଲ୍ଲା କଂଗ୍ରେସ କାର୍ୟ୍ୟାଳୟ ଠାରେ ପଂହଚିବା ନେଇ ପ୍ରସ୍ତୁତି କରାଯାଇଥିବାବେଳେ ଏହି ରାଲିକୁ ଅଧାରୁ ଅଟକ ରଖାଯାଇଛି । କଂଗ୍ରେସର କ୍ଷେତି ବଞ୍ଚାଅ ରାଲିକୁ କଟକକୁ ପ୍ରବେଶ ଅନୁମତି ଦେଇନାହିଁ ପ୍ରଶାସନ । ଗୋପଳପୁରଠାରେ ଏହି ରାଲିକୁ ଅଟକାଯାଇଛି । ଏହାର ପ୍ରତିବାଦରେ ଗୋପଳପୁର ନିକଟରେ ରାସ୍ତାରେ କଂଗ୍ରେସ ନେତା ବସିଥିବାର ଦେଖାଯାଇଛି ।

ଟ୍ରାକ୍ଟର ରାଲି
Share. Facebook Twitter LinkedIn Email WhatsApp Copy Link

Related Posts

୨୯ ଟି ଜରୁରୀ ଗ୍ରାମୀଣ ରାସ୍ତା ଓ ପୋଲ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବ୍ରହ୍ମପୁର ସାଂସଦଙ୍କ ଚିଠି

October 2, 2026

ବିଧାନସଭାରେ ପାଳିତ ହେଲା ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ

October 2, 2026

ଇତିହାସ ରଚିଲେ ଲଭଲିନା: ମେରୀ କମଙ୍କ ପରେ ଭାରତ ପାଇଁ ଜିତିଲେ ସ୍ଵର୍ଣ୍ଣ

October 2, 2026

ଦୁର୍ଗା ମୂର୍ତ୍ତି ନେଉଥିବା ପିକ୍ଅପ୍‌କୁ ଧକ୍କା ଦେଲା ଟ୍ରକ୍‌: ୭ ମୃତ, ୧୯ ଆହତ

October 2, 2026
Latest News

ଫୋନ୍ ଯୋଗେ ପାଇଲଟ୍ ସ୍ମିତଙ୍କ ବାହାଦୂରୀକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

October 2, 2026

୨୯ ଟି ଜରୁରୀ ଗ୍ରାମୀଣ ରାସ୍ତା ଓ ପୋଲ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବ୍ରହ୍ମପୁର ସାଂସଦଙ୍କ ଚିଠି

October 2, 2026

ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେଲା ୪୪ ଦିନିଆ ‘ଶିଶୁ ଶ୍ରମ ମୁକ୍ତ ଗ୍ରାମ ପଞ୍ଚାୟତ’ ସଚେତନତା ଅଭିଯାନ

October 2, 2026

ବିଧାନସଭାରେ ପାଳିତ ହେଲା ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ

October 2, 2026

୭୫ ବର୍ଷରେ ପ୍ରଥମ ଥର: ତୀରନ୍ଦାଜୀର ‘ରାଜା’ ଦକ୍ଷିଣ କୋରିଆକୁ ପରାସ୍ତ କରି ସ୍ଵର୍ଣ୍ଣ ଜିତିଲା ଭାରତ

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.