Categories
ଜାତୀୟ ଖବର ବିଶେଷ ଖବର

ଲାଇନ ଦୋହରୀକରଣ କାର୍ଯ୍ୟ ପାଇଁ ଏହି ସବୁ ଟ୍ରେନକୁ ବାତିଲ କଲା ରେଳବାଇ

ଭୁବନେଶ୍ବର: ଅନୁଗୁଳ-ସମ୍ବଲପୁର ରେଳ ମାର୍ଗରେ ମାନେଶ୍ୱର-ହାତିବାରୀ-ଜୁଜୋମୁରା ମଧ୍ୟରେ ଦୋହରୀକରଣ କାର୍ଯ୍ୟକ୍ଷମ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଏବଂ ଲାଖୋଲି-ଟିଟିଲାଗଡ-ଥେରୁବାଲି ରେଳ ସେକ୍ସନରେ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ନିମ୍ନଲିଖିତ ଟ୍ରେନଗୁଡ଼ିକୁ ବାତିଲ, ଆଂଶିକ ବାତିଲ, ମାର୍ଗ ପରିବର୍ତ୍ତନ ଏବଂ ସମୟ ପରିବର୍ତ୍ତନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

ଟ୍ରେନର ବାତିଲ୍:

A. 18125/18126 ରାଉରକେଲା-ପୁରୀ-ରାଉରକେଲା ଏକ୍ସପ୍ରେସ 2 ରୁ 8 ଅଗଷ୍ଟ, 2022 ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ବାତିଲ ରହିବ।

B. 08527/08528 ରାୟପୁର-ବିଶାଖାପାଟନମ୍-ରାୟପୁର ସ୍ୱତନ୍ତ୍ର ଏକ୍ସପ୍ରେସ 11 ଏବଂ 14 ଅଗଷ୍ଟ, 2022 ରେ ଉଭୟ ପାର୍ଶ୍ୱରୁ ବାତିଲ ରହିବ।

C. 08301/08302 ସମ୍ବଲପୁର-ରାୟଗଡା-ସମ୍ବଲପୁର ଏକ୍ସପ୍ରେସ 14.08.2022 ରେ ଉଭୟ ପାର୍ଶ୍ୱରୁ ବାତିଲ ରହିବ।

ଆଂଶିକ ବାତିଲ୍:

12893/12894 ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ଏକ୍ସପ୍ରେସ 2 ରୁ 5 ଅଗଷ୍ଟ 2022 ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ଭୁବନେଶ୍ୱର ଏବଂ ରେଢ଼ାଖୋଲ ମଧ୍ୟରେ ଚଳାଚଳ କରିବ ଓ ରେଢ଼ାଖୋଲ ଏବଂ ବଲାଙ୍ଗୀର ମଧ୍ୟରେ ବାତିଲ ରହିବ।

ମାର୍ଗ ପରିବର୍ତ୍ତନ :

20808/20807 ଅମୃତସର-ବିଶାଖାପାଟନମ୍-ଅମୃତସର ହିରାକୁଦ୍ ଏକ୍ସପ୍ରେସ ଅମୃତସରରୁ 03.08.2022 ରେ ଏବଂ ବିଶାଖାପାଟନମ୍ ଠାରୁ 05.08.2022 ଦିନ ଉଭୟ ଦିଗରୁ ସମ୍ବଲପୁର-ଟିଟିଲାଗଡ-ବିଜୟନଗରମ ମାର୍ଗ ଦେଇ ଚଳାଚଳ କରିବ। ଉପରୋକ୍ତ ଦିନରେ ଏହି ଟ୍ରେନ ସମ୍ବଲପୁର-ଭୁବନେଶ୍ୱର-ବିଜୟନଗରମ ମାର୍ଗରେ ବାତିଲ ରହିବ।

ସମୟ ପରିବର୍ତ୍ତନ :

13.08.2022 ରେ ନିଜାମୁଦ୍ଦିନରୁ ଛାଡିବାକୁ ଥିବା 12808 ନିଜାମୁଦ୍ଦିନ-ବିଶାଖାପାଟନମ୍ ସମତା ଏକ୍ସପ୍ରେସ ସକାଳ 7 ଘଟିକା ପରିବର୍ତ୍ତେ ପୂର୍ବାହ୍ନ ୧୧ଘ.୩୦ମି.ରେ ଛାଡିବ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପଶ୍ଚିମ ବଙ୍ଗକୁ ଯାତ୍ରା କରୁଥିବା ଟ୍ରେନ ଯାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା

ଭୁବନେଶ୍ବର, ଜୁଲାଇ ମାସ ୨୫ ତାରିଖ ଓ ୨୯ ତାରିଖ କୁ ପଶ୍ଚିମ ବଙ୍ଗ ସରକାର ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି।ଏଥିପାଇଁ କେତେକ ଟ୍ରେନ କୁ ବାତିଲ କରାଯାଇଥିବା ବେଳେ କେତେକର ଆଂଶିକ ବାତିଲ ଓ ରହଣି ଅପସାରଣ କରାଯାଇଅଛି।

ବାତିଲ ହେଉଥିବା ଟ୍ରେନଗୁଡିକ ହେଲା

1-୦୨୨୦୧/୦୨୨୦୨ ସିଆଲଦା-ଭୁବନେଶ୍ୱର-ସିଆଲଦା (କଲିକତା) ଦୁରନ୍ତ ସ୍ୱତନ୍ତ୍ର ଟ୍ରେନ ସିଆଲଦା ଠାରୁ ଜୁଲାଇ ମାସ ୨୭ ତାରିଖ (ସୋମବାର) ଦିନ ଏବଂ ଭୁବନେଶ୍ୱର ରୁ ଜୁଲାଇ ମାସ ୨୮ ତାରିଖ (ମଙ୍ଗଳବାର) ଦିନ ବାତିଲ ରହିବ ଓ

2-ସେହିପରି, ୦୨୦୭୪/୦୨୦୭୩ ଭୁବନେଶ୍ୱର-ହାଓଡ଼ା-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଜୁଲାଇ ମାସ ୨୫ ଓ ୨୯ ତାରିଖ ଦିନ ଉଭୟ ଦିଗରୁ ବାତିଲ ରହିବ ଓ

3-୦୨୨୪୬/୦୨୨୪୫ ଯଶୋବନ୍ତପୁର-ହାଓଡ଼ା-ଯଶୋବନ୍ତପୁର ଦୁରନ୍ତ ସ୍ୱତନ୍ତ୍ର ଟ୍ରେନ ଯଶୋବନ୍ତପୁର ଠାରୁ ୨୮ ତାରିଖ ଦିନ ଏବଂ ହାଓଡ଼ା ଠାରୁ ୨୯ ତାରିଖ ଦିନ ଯାତ୍ରା ବାତିଲ କରିବ ଓ

ଆଂଶିକ ବାତିଲ …

1-୦୨୭୦୩/୦୨୭୦୪ ହାଓଡ଼ା-ସିକନ୍ଦରାବାଦ-ହାଓଡ଼ା ଫଲକନାମା ଏକ୍ସପ୍ରେସ ୨୯ ଜୁଲାଇ ଦିନ ଉଭୟ ଦିଗରୁ ଭୁବନେଶ୍ୱର ଓ ହାଓଡ଼ା ମଧ୍ୟରେ ବାତିଲ ରହିବ …

2-ଜୁଲାଇ ମାସ ୨୮ ତାରିଖ ଦିନ ସିକନ୍ଦରାବାଦ ରୁ ଛାଡ଼ିବାକୁଥିବା ୦୨୭୦୪ ସିକନ୍ଦରାବାଦ-ହାଓଡ଼ା ସ୍ୱତନ୍ତ୍ର ଟ୍ରେନ ଭୁବନେଶ୍ୱର ପର‌୍ୟ୍ୟନ୍ତ ଚଳାଚଳ କରିବ ଓଏବଂ ଭୁବନେଶ୍ୱର ଓ ହାଓଡ଼ା ମଧ୍ୟରେ ୨୯ ତାରିଖ ଦିନ ବାତିଲ ରହିବ ଓ

3-ଜୁଲାଇ ମାସ ୨୯ ତାରିଖ ଦିନ ହାଓଡ଼ା ରୁ ଛାଡ଼ିବାକୁଥିବା ୦୨୭୦୩ ହାଓଡ଼ା-ସିକନ୍ଦରାବାଦ ସ୍ୱତନ୍ତ୍ର ଟ୍ରେନ ହାଓଡ଼ା ଓ ଭୁବନେଶ୍ୱର ମଧ୍ୟରେ ବାତିଲ ରହିବ ଏବଂ ଏହା ହାଓଡ଼ା ପରିବର୍ତ୍ତେ ଭୁବନେଶ୍ୱର ଠାରୁ ଛାଡି ସିକନ୍ଦରାବାଦ କୁ ଯାତ୍ରା କରିବ ଓ

ପଶ୍ଚିମ ବଙ୍ଗ ମଧ୍ୟରେ ଦୁଇଟି ଟ୍ରେନ ପାଇଁ ୨୯ ତାରିଖ ଦିନ ରହଣି ଅପସାରଣ …

1-୦୨୮୦୧/୦୨୮୦୨ ଭୁବନେଶ୍ୱର-ନୂଆ ଦିଲ୍ଲୀ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଉଭୟ ପାର୍ଶ୍ୱରୁ ୨୯ ଜୁଲାଇ ଦିନ ପୁରୁଲିଆ ଠାରେ ରହଣି କରିବ ନାହିଁ ଓ

2-ସେହିପରି, ୦୨୮୨୩/୦୨୮୨୪ ଭୁବନେଶ୍ୱର-ନୂଆ ଦିଲ୍ଲୀ-ଭୁବନେଶ୍ୱର ଏସି ସ୍ୱତନ୍ତ୍ର ଟ୍ରେନ ଉଭୟ ପାର୍ଶ୍ୱରୁ ୨୯ ଜୁଲାଇ ଦିନ ହିଜଲୀ ଠାରେ ରହଣି କରିବ ନାହିଁ ଓ

ଉପରୋକ୍ତ ଟ୍ରେନ ମାନଙ୍କର ଯାତ୍ରୀମାନେ ପରିସ୍ଥିତିକୁ ଧ୍ୟାନରେ ରଖି ସେମାନଙ୍କର ଯାତ୍ରା ଯୋଜନା ସ୍ଥିର କରିବାକୁ ପରାମର୍ଶ ଦିଆଯାଊଅଛି ଓ