Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ: ନିଖିଳ ଓଡିଶା ବିଦ୍ୟୁତ ଠିକା କର୍ମଚାରୀଙ୍କ ଧାରଣା

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ପୂର୍ବାହ୍ନରେ ନିଖିଳ ଓଡିଶା ବିଦ୍ୟୁତ ଠିକା କର୍ମଚାରୀ ମହାସଂଘ ପକ୍ଷରୁ ବାଲୁଗାଁ ଟିପିସିଓଡିଏଲ କାର୍ଯ୍ୟାଳୟ ସମ୍ମୁଖରେ ୪ଦଫା ଦାବି ନେଇ ଶତାଧିକ କର୍ମଚାରୀ ଧାରଣା ଦେଇଛନ୍ତି।ପ୍ରମୁଖ ଦାବି ମଧ୍ୟରେ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ ସୁଦ୍ଧା ଅଦ୍ୟାବଧି ସ୍ଥାୟୀ ନିଯୁକ୍ତି ମିଳିପାରିନାହିଁ, ଯାହାକି ଏସମ୍ବନ୍ଧରେ ବାରମ୍ବାର ଅଭିଯୋଗ କରିବା ଫଳରେ ଟିପିସିଓଡିଏଲ ପକ୍ଷରୁ ପ୍ରକ୍ରିୟାକରଣ ହୋଇଥିବା ସୂଚନା ଦେଉଥିବା ବେଳେ ଆଜିପର୍ଯ୍ୟନ୍ତ କୌଣସି କାର୍ଯ୍ୟକାରୀ ହୋଇପାରିନାହିଁ।

ସ୍ଥାୟୀ କର୍ମଚାରୀ ଯେଉଁ କାର୍ଯ୍ୟରେ ନିୟୋଜିତ ଅଛନ୍ତି ଠିକା କର୍ମଚାରୀ ମଧ୍ୟ ସେହି କାର୍ଯ୍ୟ କରୁଥିଲେ ସୁଦ୍ଧା ପ୍ରାପ୍ୟ ଠିକରେ ମିଳୁନଥିବାରୁ ସମାନ କାର୍ଯ୍ୟକୁ ସମାନ ଦରମା ଦେବା ପାଇଁ ଦାବି ହେଉଛି।ଏଥିସହିତ ଟିପିସିଓଡିଏଲ ପକ୍ଷରୁ ସମସ୍ତ ଠିକା କର୍ମଚାରୀଙ୍କୁ ସମସ୍ତ ସୁବିଧା ସୁଯୋଗ ଦେବାସହ ଗ୍ରୁପ ହେଲଥ ଓ ଗ୍ରୁପ ଟିମ ବୀମା ପରିସରଭୁକ୍ତ କରିବା ପାଇଁ ସଙ୍ଘ ପକ୍ଷରୁ ଦାବି କରାଯାଇଛି।

ସୁତରାଂ ଗତକାଲି ୯ଟି ଜିଲ୍ଲାରୁ ୨୦ ଡିଭିଜନର ହଜାର ହଜାର ଠିକା କର୍ମଚାରୀ ଭୁବନେଶ୍ୱର କାର୍ଯ୍ୟାଳୟ ଠାରେ ଧାରଣା ଦେଇଥିବା ବେଳେ ସମସ୍ତ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏଭଳି ପ୍ରତିବାଦ ପ୍ରତି ସବଡିଭିଜନରେ ଜାରି ରହିବା ନେଇ ନିଖିଳ ଓଡିଶା ବିଦ୍ୟୁତ ଠିକା କର୍ମଚାରୀ ମହାସଂଘ ପକ୍ଷରୁ ସୂଚନା ମିଳିଛି।

Categories
ଆଜିର ଖବର ରାଜ୍ୟ ଖବର

ଠିକା କର୍ମଚାରୀଙ୍କ ପାଇଁ ବଡ ଘୋଷଣା କଲେ ରାଜ୍ୟ ସରକାର: ପ୍ରଥମ ବର୍ଷରୁ ପାଇବେ ଏଭଳି ସୁବିଧା

ଭୁବନେଶ୍ବର: ରାଜ୍ୟର ସମସ୍ତ ଠିକା କର୍ମଚାରୀଙ୍କ ପାଇଁ କ୍ୟାବିନେଟ ବଡ ନିଷ୍ପତ୍ତି ନେଇଛି। ଏଣିକି ଠିକା କର୍ମଚାରୀଙ୍କୁ ଇନିସିଆଲ ଆପଏଣ୍ଟି କୁହାଯିବା ପାଇଁ ନିଷ୍ପତ୍ତି ହୋଇଛି। ତେବେ ରାଜ୍ୟର ସମସ୍ତ କର୍ମଚାରୀଙ୍କୁ ପ୍ରଥମ ବର୍ଷରୁ ଅଧିକ ୫୦ ପ୍ରତିଶତ ଦରମା ମିଳିବା ଲାଗି କ୍ୟାବିନେଟର ମଞ୍ଜୁରୀ ମିଳିଛି। ଏଥିପାଇଁ ବାର୍ଷିକ ୨୫୦ କୋଟି ଟଙ୍କା ଅଧିକ ଖର୍ଚ୍ଚ ହେବ। ନିୟମିତ କର୍ମଚାରୀଙ୍କ ଭଳି ନୂତନ ଭାବେ ଯୋଗ ଦେଉଥିବା କର୍ମଚାରୀମାନେ ମେଡିକାଲ ଖର୍ଚ୍ଚ ପାଇବେ। କିନ୍ତୁ ପୂର୍ବ ନିୟମାନୁସାରେ ୬ ବର୍ଷ ପରେ ଠିକା କର୍ମଚାରୀମାନେ ନିୟମିତ ହେବେ। ଏନେଇ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ: ତିନି ଦଫା ଦାବି ନେଇ ଟିପିସିଓଡ଼ିଏଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଠିକା କର୍ମଚାରୀ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ତିନି ଦଫା ଦାବି ନେଇ ଆଜି ଟିପିସିଓଡିଏଲ ଠିକା କର୍ମଚାରୀ ଧାରଣାରେ ବସିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଟିପିସିଓଡିଏଲ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଟିପିସିଓଡିଏଲ ଠିକା କର୍ମଚାରୀମାନେ ଧାରଣାରେ ବସିଛନ୍ତି।

ସୂଚନା ମୁତାବକ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ବାଲୁଗାଁ ଡିଭିଜନ ଟିପିସିଓଡିଏଲ କାର୍ଯ୍ୟାଳୟ ସମ୍ମୁଖରେ ତିନି ଦଫା ଦାବି ନେଇ ବାଣପୁର, ବାଲୁଗାଁ, ଟାଙ୍ଗୀ, ରଣପୁର ଅଞ୍ଚଳର ପାଖାପାଖି ୭୦ ରୁ ଉର୍ଦ୍ଧ୍ବ ଠିକା କର୍ମଚାରୀ ମାନେ ଧାରଣାରେ ବସିଥିଲେ। ଉକ୍ତ କର୍ମଚାରୀ ମାନେ ମିଟର ରିଡିଙ୍ଗ ଏବଂ ବିଲ କଲେକ୍ସନ ଦାଇତ୍ୱରେ ଅଛନ୍ତି।

ତେବେ କର୍ମଚାରୀମାନେ ଅଭିଯୋଗ କରିଛନ୍ତି ଯେ, ସେମାନେ ଦୀର୍ଘ ଦିନ ହେବ ଟିପିସିଓଡିଏଲ ଅଧୀନରେ କାର୍ଯ୍ୟ କରୁଥିଲେ ସୁଦ୍ଧା ବିନା ନୋଟିସରେ ସେମାନଙ୍କୁ କମ୍ପାନୀରୁ ଛଟେଇ କରିଦିଆଯିବାର ବାରମ୍ବାର ଧମକ ଦିଆଯିବା ସହ ସେମାନଙ୍କୁ ଉପଯୁକ୍ତ ବେତନ ଦିଆଯାଉନାହିଁ। ମିଟର ରିଡିଙ୍ଗ ଏବଂ ବିଲ କଲେକ୍ସନ ନିମନ୍ତେ ଟିପିସିଓଡିଏଲ ଇମ୍ପେରିଅଲ ଇଲେକ୍ଟ୍ରିକ ନାମକ ଏକ କମ୍ପାନୀ ସହ ଚୁକ୍ତି କରିଥିଲା। ହେଲେ ଉକ୍ତ ଚୁକ୍ତି ଜୁନ ମାସ ୩୦ ତାରିଖ ଯାଏଁ ବଳବତ୍ତର ଥିଲା। ଏବେ ଚୁକ୍ତି ସମାପ୍ତ ହେଲା ପରେ ଟିପିସିଓଡିଏଲ ମିଟର ରିଡିଙ୍ଗ ଏବଂ ବିଲ କଲେକ୍ସନ ନିମନ୍ତେ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ନିଯୁକ୍ତି ଦେଉଥିବାର କର୍ମଚାରୀ ମାନେ ଅଭିଯୋଗ କରିଛନ୍ତି। ଯାହାଫଳରେ ଦୀର୍ଘ ଏକ ବର୍ଷ ଧରି ଉକ୍ତ ଠିକା କର୍ମଚାରୀମାନେ ଟିପିସିଓଡିଏଲ ଅଧୀନରେ କାର୍ଯ୍ୟ କରୁଥିଲେ ସୁଦ୍ଧା ବର୍ତ୍ତମାନ କୋଭିଡ ମହାମାରି ସମୟରେ କିଛି କର୍ମଚାରୀଙ୍କୁ ଛଟେଇ କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ନିଯୁକ୍ତି ଦେବା ଟିପିସିଓଡିଏଲର ଏକ ଅମାନବୀୟ କାର୍ଯ୍ୟ ବୋଲି ଠିକା ଶ୍ରମିକ ମାନେ ଗଣମାଧ୍ୟମ ସମ୍ମୁଖରେ କୋହଭରା କଣ୍ଠରେ କହିଛନ୍ତି।

ସେହିପରି ଭାବେ ତୈଳ ଦର ଅହେତୁକ ବୃଦ୍ଧି ହେଲେ ସୁଦ୍ଧା ଉକ୍ତ କର୍ମଚାରୀମାନଙ୍କୁ କମ୍ପାନୀ ପକ୍ଷରୁ ଗସ୍ତ ଖର୍ଚ୍ଚ ଦିଆଯାଉନଥିବାର ଅଭିଯୋଗ ହୋଇଛି। ଅନୁରୂପ ଭାବେ ସମସ୍ତ ଠିକା କର୍ମଚାରୀ ମାନେ ଦୀର୍ଘ ବର୍ଷ ଧରି ଫେଡ଼କୋ ଏବଂ ବର୍ତ୍ତମାନ ଟିପିସିଓଡିଏଲ ରେ କାର୍ଯ୍ୟ କରୁଥିଲେ ସୁଦ୍ଧା ସେମାନଙ୍କୁ ଏଯାବତ କୁଶଳୀ ଶ୍ରମିକ ମାନ୍ୟତା ମିଳିନାହିଁ। ଯାହାଫଳରେ ସେମାନଙ୍କ ବେତନ ବୃଦ୍ଧି ହେଉନାହିଁ ଏବଂ ଘର ପରିବାର ଚଳାଇବାରେ ଠିକା କର୍ମଚାରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏ ସବୁ ସମସ୍ୟାର ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ନେବାକୁ କର୍ମଚାରୀ ମାନେ ବାଲୁଗାଁ ଟିପିସିଓଡିଏଲ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏକ ଦାବିପତ୍ର ଦେବା ସହ ଦୀର୍ଘ ସମୟ ଧରି ଏ ବାବଦରେ ଆଲୋଚନା ମଧ୍ୟ କରିଥିଲେ। ତେବେ ଉକ୍ତ ଆଲୋଚନାର ସକାରାତ୍ମକ ଫଳ ବାହାରିଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ଶିବପ୍ରସାଦ ବଳିୟାରସିଂହ ସୂଚନା ଦେଇଛନ୍ତି।

ନୂତନକରି ମିଟର ରିଡିଙ୍ଗ ଏବଂ ବିଲ କଲେକ୍ସନ ଦାୟିତ୍ୱ ନେଇଥିବା କମ୍ପାନୀ ମ୍ୟାନେଜର ଟିପିସିଓଡିଏଲ ବାଲୁଗାଁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ଉକ୍ତ ଠିକା ଶ୍ରମିକ ମାନଙ୍କୁ ପୁନଶ୍ଚ ସେମାନଙ୍କ କାର୍ଯ୍ୟରେ ନିଯୁକ୍ତି ଦେବା ନିମନ୍ତେ ପ୍ରତିଶୃତି ଦେଇଥିବାରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା।

Categories
PIB_NEWS ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

କେନ୍ଦ୍ର ସରକାରଙ୍କ ଘୋଷଣା, ଏଣିକି ପୌରାଞ୍ଚଳର ଠିକା, ସାମୟିକ କର୍ମଚାରୀଙ୍କୁ ମିଳିବ ଇଏସ୍‌ଆଇ ସୁବିଧା

ନୂଆଦିଲ୍ଲୀ, ଦେଶର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ପୌରସଂସ୍ଥାଗୁଡିକ କାର୍ଯ୍ୟରତ ଠିକା ଏବଂ ସାମୟିକ କର୍ମଚାରୀଙ୍କୁ କର୍ମଚାରୀ ରାଜ୍ୟ ବୀମା(ଇଏସଆଇ) ବ୍ୟବସ୍ଥାର ଅନ୍ତର୍ଭୁକ୍ତ କରାଯାଇଛି । କେନ୍ଦ୍ର ଶ୍ରମ ଓ ନିଯୁକ୍ତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାର ଆଜି ଏଠାରେ ଏହି ଘୋଷଣା କରିଛନ୍ତି।

ମନ୍ତ୍ରୀ ଗଙ୍ଗୱାର କହିଛନ୍ତି ଯେ, କର୍ମଚାରା ରାଜ୍ୟ ବୀମା ଆଇନ୧୯୪୮ (ଇଏସଆଇ ଆକ୍ଟ) ଅନୁସାରେ ଦେଶର ସବୁ ପୌରାଞ୍ଚଳର ଚୁକ୍ତିଭିତ୍ତିକ ଓ ସାମୟିକ କର୍ମଚାରୀ ବା ଶ୍ରମିକ ଏହି ସୁବିଧା ପାଇବେ । ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କ ସହ ପରାମର୍ଶକ୍ରମେ ଏହି ସୁବିଧା ଏହି ବର୍ଗର କର୍ମଚାରୀମାନଙ୍କୁ ପ୍ରଦାନ କରିବାକୁ ଇଏସ୍‌ଆଇ କର୍ପୋରେସନକୁ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ପୃକ୍ତ ଇଏସ୍‌ଆଇ ନିଗମ ନିଜ ନିଜର ଅଧିକାରଭୁକ୍ତ ଅଞ୍ଚଳ ବା ରାଜ୍ୟରେ ଏହି ମର୍ମରେ ଆବଶ୍ୟଭ ବିଜ୍ଞପ୍ତି ପ୍ରକାଶ କରିବେ । କେନ୍ଦ୍ର ସରକାରଙ୍କ ୧୯୪୮ ଇଏସ୍‌ଆଇ ଆଇନ ଅନୁସାରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ପୌର ପରିଷଦ ନିଗମ ଓ ପୌରାଞ୍ଚଳ ଚୁକ୍ତିଭିତ୍ତିକ କର୍ମଚାରୀ, ସାମୟିକ ଶ୍ରମିକଙ୍କ ସହିତ ଏହିସବୁ ପରିଷଦ ସହ ସମ୍ପୃକ୍ତ ହୋଇ କାର୍ଯ୍ୟ କରୁଥିôବା ସଂସ୍ଥା ଓ ପ୍ରତିଷ୍ଠାନର ସମାନ ଧରଣର କର୍ମଚାରୀଙ୍କୁ ମଧ୍ୟ ଇଏସ୍‌ଆଇ ସୁବିଧା ମିଳିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି ।

ଦିଲ୍ଲୀ, ଜାତୀୟ ରାଜଧାନୀ କ୍ଷେତ୍ର ଅଧୀନରେ ଆସୁଥିବାରୁ ଏହା କେନ୍ଦ୍ର ସରକାରଙ୍କ କ୍ଷମତା ପରିସରରେ ରହିଛି। ତେଣୁ ଦିଲ୍ଲୀର ପୌରନିଗମ ବା ପରିଷଦ ବା ମହାନଗର ପାଳିକାର ଚୁକ୍ତିଭିତ୍ତିକ ସାମୟିକ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାର ଏହି ନିୟମ କାର୍ଯ୍ୟକାରୀ କରିବେ। ଏଥିପାଇଁ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ୨୦୨୧ଜୁନ ୭ତାରିଖରେ ଏ ସଂକ୍ରାନ୍ତ ଆବଶ୍ୟକ  ବିଜ୍ଞପ୍ତି ପ୍ରକାଶ କରି ଇଏସ୍‌ଆଇ ନିୟମ ସମ୍ପୃକ୍ତ ବର୍ଗର କର୍ମଚାରୀଙ୍କ ପାଇଁ ଲାଗୁ କରିଛନ୍ତି । ଏହା ଦିଲ୍ଲୀର ସବୁ ପୌରନିଗମ ବା ପରିଷଦ ପାଇଁ ପ୍ରଯୁଜ୍ୟ ।

ମନ୍ତ୍ରୀ ଗଙ୍ଗୱାର କହିଛନ୍ତି ଯେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସରକାର ବହୁ ସଂଖ୍ୟାରେ ଚୁକ୍ତିଭିତିକ ଓ ସାମୟିକ କର୍ମଚାରୀ ନିଯୁକ୍ତ କରୁଛନ୍ତି । ତେବେ ଏହିସବୁ କର୍ମଚାରୀ ନିୟମିତ ହୋଇ ନ ଥିବାରୁ ସେମାନେ ସାମାଜିକ ନିରାପତ୍ତା ବ୍ୟବସ୍ଥାରୁ ବଞ୍ଚିତ ହୋଇ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ତେଣୁ ସେମାନଙ୍କ ଦୁଃଖ ଲାଘବ କରିବାକୁ ସରକାରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ଏହା ଫଳରେ ସମ୍ପୃକ୍ତ କର୍ମଚାରୀ ଓ ସେମାନଙ୍କ ପରିବାର ସାମାଜିକ ସୁରକ୍ଷା ପାଇବେ ଏବଂ ଏହି ନିଷ୍ପତି ସମ୍ପୃକ୍ତ ବର୍ଗର ଶ୍ରମିକଙ୍କ ସ୍ୱାର୍ଥ ରକ୍ଷାରେ ବିଶେଷ ସହାୟକ ହେବ ।

ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବା ମାତ୍ରେ ସବୁ ପୌରାଞ୍ଚଳ ବା ପରିଷଦର ଚୁକ୍ତିଭିତ୍ତିକ ଓ ସାମୟିକ କର୍ମଚାରୀ ଇଏସ୍‌ଆଇ ଆଇନ ଅନୁସାରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଲାଭ କରିବେ । ଏହି ସୁବିଧା ମଧ୍ୟରେ ଅସୁସ୍ଥତାଜନିତ ଲାଭ, ମାତୃତ୍ୱ କାଳୀନସୁବିଧା, ନିର୍ଭରଶୀଳଙ୍କୁ ସୁବିଧା ଯୋଗାଣ, ଶେଷକୃତ୍ୟଜନିତ ସହାୟତା ଆଦି ଅନ୍ତର୍ଭୁକ୍ତ । ଏହା ସହିତ ସମ୍ପୃକ୍ତ କର୍ମଚାରୀ ଦେଶର ୧୬୦ ଇଏସ୍‌ଆଇ ହସ୍‌ପିଟାଲ ଓ ୧୫୦୦ରୁ ଅଧିକ ଡାକ୍ତରଖାନାରେ ମାଗଣାରେ ଚିକିତ୍ସା ସୁବିଧା ପାରିପାରିବେ ।