Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ: ତିନି ଦଫା ଦାବି ନେଇ ଟିପିସିଓଡ଼ିଏଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଠିକା କର୍ମଚାରୀ
ଆଞ୍ଚଳିକ

ବାଲୁଗାଁ: ତିନି ଦଫା ଦାବି ନେଇ ଟିପିସିଓଡ଼ିଏଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଠିକା କର୍ମଚାରୀ

July 13, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଲୁଗାଁ: ତିନି ଦଫା ଦାବି ନେଇ ଆଜି ଟିପିସିଓଡିଏଲ ଠିକା କର୍ମଚାରୀ ଧାରଣାରେ ବସିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଟିପିସିଓଡିଏଲ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଟିପିସିଓଡିଏଲ ଠିକା କର୍ମଚାରୀମାନେ ଧାରଣାରେ ବସିଛନ୍ତି।

ସୂଚନା ମୁତାବକ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ବାଲୁଗାଁ ଡିଭିଜନ ଟିପିସିଓଡିଏଲ କାର୍ଯ୍ୟାଳୟ ସମ୍ମୁଖରେ ତିନି ଦଫା ଦାବି ନେଇ ବାଣପୁର, ବାଲୁଗାଁ, ଟାଙ୍ଗୀ, ରଣପୁର ଅଞ୍ଚଳର ପାଖାପାଖି ୭୦ ରୁ ଉର୍ଦ୍ଧ୍ବ ଠିକା କର୍ମଚାରୀ ମାନେ ଧାରଣାରେ ବସିଥିଲେ। ଉକ୍ତ କର୍ମଚାରୀ ମାନେ ମିଟର ରିଡିଙ୍ଗ ଏବଂ ବିଲ କଲେକ୍ସନ ଦାଇତ୍ୱରେ ଅଛନ୍ତି।

ତେବେ କର୍ମଚାରୀମାନେ ଅଭିଯୋଗ କରିଛନ୍ତି ଯେ, ସେମାନେ ଦୀର୍ଘ ଦିନ ହେବ ଟିପିସିଓଡିଏଲ ଅଧୀନରେ କାର୍ଯ୍ୟ କରୁଥିଲେ ସୁଦ୍ଧା ବିନା ନୋଟିସରେ ସେମାନଙ୍କୁ କମ୍ପାନୀରୁ ଛଟେଇ କରିଦିଆଯିବାର ବାରମ୍ବାର ଧମକ ଦିଆଯିବା ସହ ସେମାନଙ୍କୁ ଉପଯୁକ୍ତ ବେତନ ଦିଆଯାଉନାହିଁ। ମିଟର ରିଡିଙ୍ଗ ଏବଂ ବିଲ କଲେକ୍ସନ ନିମନ୍ତେ ଟିପିସିଓଡିଏଲ ଇମ୍ପେରିଅଲ ଇଲେକ୍ଟ୍ରିକ ନାମକ ଏକ କମ୍ପାନୀ ସହ ଚୁକ୍ତି କରିଥିଲା। ହେଲେ ଉକ୍ତ ଚୁକ୍ତି ଜୁନ ମାସ ୩୦ ତାରିଖ ଯାଏଁ ବଳବତ୍ତର ଥିଲା। ଏବେ ଚୁକ୍ତି ସମାପ୍ତ ହେଲା ପରେ ଟିପିସିଓଡିଏଲ ମିଟର ରିଡିଙ୍ଗ ଏବଂ ବିଲ କଲେକ୍ସନ ନିମନ୍ତେ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ନିଯୁକ୍ତି ଦେଉଥିବାର କର୍ମଚାରୀ ମାନେ ଅଭିଯୋଗ କରିଛନ୍ତି। ଯାହାଫଳରେ ଦୀର୍ଘ ଏକ ବର୍ଷ ଧରି ଉକ୍ତ ଠିକା କର୍ମଚାରୀମାନେ ଟିପିସିଓଡିଏଲ ଅଧୀନରେ କାର୍ଯ୍ୟ କରୁଥିଲେ ସୁଦ୍ଧା ବର୍ତ୍ତମାନ କୋଭିଡ ମହାମାରି ସମୟରେ କିଛି କର୍ମଚାରୀଙ୍କୁ ଛଟେଇ କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ନିଯୁକ୍ତି ଦେବା ଟିପିସିଓଡିଏଲର ଏକ ଅମାନବୀୟ କାର୍ଯ୍ୟ ବୋଲି ଠିକା ଶ୍ରମିକ ମାନେ ଗଣମାଧ୍ୟମ ସମ୍ମୁଖରେ କୋହଭରା କଣ୍ଠରେ କହିଛନ୍ତି।

ସେହିପରି ଭାବେ ତୈଳ ଦର ଅହେତୁକ ବୃଦ୍ଧି ହେଲେ ସୁଦ୍ଧା ଉକ୍ତ କର୍ମଚାରୀମାନଙ୍କୁ କମ୍ପାନୀ ପକ୍ଷରୁ ଗସ୍ତ ଖର୍ଚ୍ଚ ଦିଆଯାଉନଥିବାର ଅଭିଯୋଗ ହୋଇଛି। ଅନୁରୂପ ଭାବେ ସମସ୍ତ ଠିକା କର୍ମଚାରୀ ମାନେ ଦୀର୍ଘ ବର୍ଷ ଧରି ଫେଡ଼କୋ ଏବଂ ବର୍ତ୍ତମାନ ଟିପିସିଓଡିଏଲ ରେ କାର୍ଯ୍ୟ କରୁଥିଲେ ସୁଦ୍ଧା ସେମାନଙ୍କୁ ଏଯାବତ କୁଶଳୀ ଶ୍ରମିକ ମାନ୍ୟତା ମିଳିନାହିଁ। ଯାହାଫଳରେ ସେମାନଙ୍କ ବେତନ ବୃଦ୍ଧି ହେଉନାହିଁ ଏବଂ ଘର ପରିବାର ଚଳାଇବାରେ ଠିକା କର୍ମଚାରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏ ସବୁ ସମସ୍ୟାର ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ନେବାକୁ କର୍ମଚାରୀ ମାନେ ବାଲୁଗାଁ ଟିପିସିଓଡିଏଲ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏକ ଦାବିପତ୍ର ଦେବା ସହ ଦୀର୍ଘ ସମୟ ଧରି ଏ ବାବଦରେ ଆଲୋଚନା ମଧ୍ୟ କରିଥିଲେ। ତେବେ ଉକ୍ତ ଆଲୋଚନାର ସକାରାତ୍ମକ ଫଳ ବାହାରିଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ଶିବପ୍ରସାଦ ବଳିୟାରସିଂହ ସୂଚନା ଦେଇଛନ୍ତି।

ନୂତନକରି ମିଟର ରିଡିଙ୍ଗ ଏବଂ ବିଲ କଲେକ୍ସନ ଦାୟିତ୍ୱ ନେଇଥିବା କମ୍ପାନୀ ମ୍ୟାନେଜର ଟିପିସିଓଡିଏଲ ବାଲୁଗାଁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ଉକ୍ତ ଠିକା ଶ୍ରମିକ ମାନଙ୍କୁ ପୁନଶ୍ଚ ସେମାନଙ୍କ କାର୍ଯ୍ୟରେ ନିଯୁକ୍ତି ଦେବା ନିମନ୍ତେ ପ୍ରତିଶୃତି ଦେଇଥିବାରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା।

ଠିକା କର୍ମଚାରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଜିଲ୍ଲାପାଳ, ଏସ୍‌ପି ଓ ଡିଏଫ୍‌ଓଙ୍କ ବାସଭବନ ସମ୍ମୁଖରୁ ଷ୍ଟିଲ୍‌ ଗେଟ୍‌ ନେଇଗଲେ ଦୁର୍ବୃତ୍ତ

October 2, 2026

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ପଥପ୍ରାନ୍ତ ନାଟକ

October 2, 2026

ବାଣପୁର ସେଣ୍ଟ ଜାଭିୟର ହାଇସ୍କୁଲରେ ସ୍ୱଚ୍ଛତା କାର୍ଯ୍ୟକ୍ରମ

October 2, 2026

ଗୋଦାବରୀଶ ମହାବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ

October 2, 2026
Latest News

RBIରେ ବଡ଼ ନିଯୁକ୍ତି: ସୁଧାକର ମଲ୍ଲୀ ହେଲେ ନୂଆ Executive Director, ଜାଣନ୍ତୁ କ’ଣ ରହିବ ଦାୟିତ୍ୱ

October 2, 2026

ବନ୍ଧୁକ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ ମାମଲା: ଡିସିପିଙ୍କୁ ମହିଳା କମିଶନଙ୍କ ରିପୋର୍ଟ ତଲବ

October 2, 2026

ଷ୍ଟାଲିନଙ୍କ ତୀବ୍ର ଆକ୍ରମଣ, TVK ଓ ବିଜୟଙ୍କୁ ନେଇ ତାମିଲନାଡୁରେ ବଢ଼ିଲା ଚର୍ଚ୍ଚା

October 2, 2026

ନକଲି RTO ଗିରଫ

October 2, 2026

୧୨ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ, ପୁଣି ଡରାଇଲାଣି ଅକ୍ଟାେବର

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.