Categories
ଆଜିର ଖବର ଜାତୀୟ ଖବର

ଗଗନାୟନ ଅଭିଯାନ ହେଉଛି ମାନବଯୁକ୍ତ ମହାକାଶଯାନ ଉତକ୍ଷେପଣ ପାଇଁ ଇସ୍ରୋ ଯାତ୍ରାର ପ୍ରଥମ ପଦକ୍ଷେପ: କେନ୍ଦ୍ରମନ୍ତ୍ରୀ

ଦିଲ୍ଲୀ: କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ), ପିଏମଓ, କାର୍ମିକ, ଜନ ଅଭିଯୋଗ, ପେନସନ, ଆଣବିକ ଶକ୍ତି ଏବଂ ମହାକାଶ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଯେ, ଆଜି ସକାଳେ ଆବର୍ଟ ମିଶନ -୧ (ଟିଭି – ଡି୧) ର ପରୀକ୍ଷାମୂଳକ ଉଡ଼ାଣର ସଫଳତା ଚୂଡ଼ାନ୍ତ ‘ଗଗନାୟନ’ ଉତକ୍ଷେପଣ ପୂର୍ବରୁ କ୍ରମାଗତ ଉଡାଣ ପରୀକ୍ଷଣର ଆରମ୍ଭ କରିଛି। ସମଗ୍ର ଅଭ୍ୟାସ ଆଶାନୁରୂପ ଭାବେ ଶେଷ ହେବା ପରେ ତାଙ୍କର ପ୍ରଥମ ପ୍ରତିକ୍ରିୟାରେ ସେ କହିଛନ୍ତି ଯେ, ଗୋଟିଏ ଇଞ୍ଜିନ ରକେଟ୍ “ଗଗନାୟନ” କ୍ରୁ ମଡ୍ୟୁଲ୍ (ସିଏମ)ର ପ୍ରାରମ୍ଭିକ ଡିପ୍ରେସରାଇଜ୍ଡ ସଂସ୍କରଣକୁ ପ୍ରାୟ ୧୭ କିଲୋମିଟର ଉଚ୍ଚତାକୁ ନେଇ ଯାଇଥିଲା ଏବଂ ଏହା ପରେ ପାରାଚୁଟ୍ ବ୍ୟବହାର କରି ଚୂଡ଼ାନ୍ତ ଅବତରଣ କରିଥିଲା।

ମହାକାଶ ରାଷ୍ଟ୍ର ମନ୍ତ୍ରୀ କହିଛନ୍ତି, “ଗଗନାୟନ” ଅଭିଯାନ ମାଧ୍ୟମରେ ମାନବଯୁକ୍ତ ମହାକାଶଯାନ ଉତକ୍ଷେପଣ କରିବା ପାଇଁ ଇସ୍ରୋ ଯାତ୍ରାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଜିର ଅଭ୍ୟାସ ଗଗନାୟନ ମିଶନର କ୍ରୁ ମଡ୍ୟୁଲରେ କ୍ରୁ ଏସ୍କେପ୍ ସିଷ୍ଟମର କାର୍ଯ୍ୟଦକ୍ଷତା ପରୀକ୍ଷା କରିଛି। ମୂଳତଃ ଏହା ନିରାପତ୍ତା ବ୍ୟବସ୍ଥାର ପରୀକ୍ଷଣ କରିଛି , ଯାହା ” ଗଗନାୟନ” ମିଶନର ଚାଳକ ମାନଙ୍କୁ କୌଣସି ତ୍ରୁଟି କାରଣରୁ ମିଶନ ରଦ୍ଦ ହେବା ସ୍ଥିତିରେ ମହାକାଶଯାନରୁ ନିରାପଦରେ ବାହାରି ଯିବା ପାଇଁ ଅନୁମତି ଦେବ ବୋଲି ସେ ଉଲ୍ଲେଖ କରିଛନ୍ତି।

ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଯେ ଚନ୍ଦ୍ରାୟନ – ୩ ଦ୍ୱାରା ସଫଳ ଚନ୍ଦ୍ର ଅବତରଣର ଦୁଇ ମାସରୁ କମ୍ ସମୟ ପରେ ଆଜିର କାର୍ଯ୍ୟକ୍ରମ ୨୦୨୫ ମସିହାରେ ମହାକାଶକୁ ଜଣେ ଭାରତୀୟ ମହାକାଶଚାରୀଙ୍କୁ ପ୍ରେରଣ କରିବା ଉଦ୍ଦେଶ୍ୟରେ ବ୍ୟବସ୍ଥା ଏବଂ ପ୍ରକ୍ରିୟାର ଅନେକ ପରୀକ୍ଷଣ ପାଇଁ ପଥ ପ୍ରଶସ୍ତ କରିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାକାଶ କ୍ଷେତ୍ରକୁ ଅତୀତର ସ୍ୱୟଂ ନିର୍ଦ୍ଧାରିତ ନିୟମ ଓ ଶୃଙ୍ଖଳାରୁ ମୁକ୍ତ କରିବା ପର ଠାରୁ ଇସ୍ରୋ ଏବଂ ଶିଳ୍ପ ତଥା ଘରୋଇ ଅଂଶଗ୍ରହଣକାରୀମାନେ ମହାକାଶ ପ୍ରକଳ୍ପରେ ସହଯୋଗ କରିବା ପାଇଁ ପରସ୍ପର ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ବୋଲି ଡଃ ଜିତେନ୍ଦ୍ର ସିଂହ କହିଛନ୍ତି। ଏହା କେବଳ ଉତ୍ସାହ ସୃଷ୍ଟି କରିନାହିଁ ବରଂ ଉଭୟ ଜ୍ଞାନ ଏବଂ ଆର୍ôଥକ ଦୃଷ୍ଟିରୁ ବିପୁଳ ମୂଲ୍ୟ ବୃଦ୍ଧି କରିଛି ଏବଂ ଏହାର ପ୍ରମାଣ ହେଉଛି ଯେ ତିନି ବର୍ଷର ଅଳ୍ପ ସମୟ ମଧ୍ୟରେ ସଫଳ ଷ୍ଟାର୍ଟଅପ୍ ଗୁଡିକର ସଂଖ୍ୟା ୫ ରୁ କମ୍ ଥିବା ବେଳେ ୧୫୦ରୁ ଅଧିକ ହୋଇଛି।

‘ୱେଲ୍ ବିଗିନ୍ ଇଜ୍ ହାଫ୍ ଡନ୍’ / କାର୍ଯ୍ୟର ସଫଳ ଆରମ୍ଭ ହେଲା, ଅର୍ଥାତ୍ କାର୍ଯ୍ୟ ଅଧା ହୋଇଗଲା’ ଶୀର୍ଷକ ଏହି କଥାକୁ ଉଦାହରଣ ଦେଇ ଡ. ଜିତେନ୍ଦ୍ର ସିଂହ କହିଛନ୍ତି, ଆଜି ସଫଳ ହୋଇଥିବା ଟେଷ୍ଟ ଭେଇକିଲ୍ ଆବର୍ଟ ମିଶନ-୧ (ଟିଭି – ଡି – ୧) ‘ଗଗନାୟନ’ ପ୍ରକଳ୍ପର କ୍ରୁ ନିରାପଦରେ ବାହାରିଯିବାକୁ ଦର୍ଶାଉଛି।

ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଯେ, ଏହି ପରୀକ୍ଷଣ ଉଡ଼ାଣ ଅବଶିଷ୍ଟ ଯୋଗ୍ୟତା ପରୀକ୍ଷା ଏବଂ ମାନବବିହୀନ ଅଭିଯାନ ପାଇଁ ମଞ୍ଚ ପ୍ରସ୍ତୁତ କରିବ, ଯାହା ଭାରତୀୟ ମହାକାଶଚାରୀ ମାନଙ୍କ ସହିତ ପ୍ରଥମ ‘ଗଗନାୟନ’ ଅଭିଯାନରେ ପରିଣତ ହେବ।

ଗଗନାୟନ ମିଶନରେ ମାନବ ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନ୍ତ୍ରୀ କହିଛନ୍ତି। କ୍ରୁ ମଡ୍ୟୁଲ୍ (ସିଏମ୍) ଚାଳକ ଦଳ ପାଇଁ ମହାକାଶରେ ପୃଥିବୀ ପରି ପରିବେଶ ସହିତ ବାସଯୋଗ୍ୟ ସ୍ଥାନ ଅଟେ , ଯେତେବେଳେ ସର୍ଭିସ୍ ମଡ୍ୟୁଲ୍ (ଏସ୍ଏମ୍)ର ଉପଯୋଗ କକ୍ଷପଥରେ ଥିବା ସମୟରେ ସିଏମ୍କୁ ଆବଶ୍ୟକ ସହାୟତା ପ୍ରଦାନ କରିବା ପାଇଁ ବ୍ୟବହୃତ ହେବ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦକ୍ଷ ମାର୍ଗଦର୍ଶନରେ ଭାରତର ମହାକାଶ କାର୍ଯ୍ୟକ୍ରମ ପ୍ରଥମ ମାନବୀୟ ମହାକାଶ ଅଭିଯାନ ଏବଂ ପରେ ପ୍ରଥମ ଭାରତୀୟ ମହାକାଶଚାରୀଙ୍କୁ ଚନ୍ଦ୍ରରେ ଅବତରଣ କରିବାକୁ ଲକ୍ଷ୍ୟ ରଖିଛି।

ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଯେ ନିକଟରେ ଚନ୍ଦ୍ରାୟନ – ୩ ଏବଂ ଆଦିତ୍ୟ ଏଲ୍ -୧ ମିଶନ ସମେତ ଗତ ୪ ରୁ ୫ ବର୍ଷ ମଧ୍ୟରେ ଭାରତୀୟ ମହାକାଶ ଅଭିଯାନର ସଫଳତାକୁ ଆଧାର କରି ପ୍ରଧାନମନ୍ତ୍ରୀ ମୋଦୀ ନିର୍ଦ୍ଦେଶ ଦେଇଛନ୍ତି ଯେ ଭାରତକୁ ଏବେ ନୂତନ ଏବଂ ମହତ୍ୱାକାଂକ୍ଷୀ ଲକ୍ଷ୍ୟ ରଖିବା ଉଚିତ୍, ଯେଉଁଥିରେ ୨୦୩୫ ସୁଦ୍ଧା ‘ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ୍’ (ଭାରତୀୟ ମହାକାଶ ଷ୍ଟେସନ) ପ୍ରତିଷ୍ଠା ଏବଂ ୨୦୪୦ ସୁଦ୍ଧା ଚନ୍ଦ୍ରକୁ ପ୍ରଥମ ଭାରତୀୟ ପଠାଇବା ସମେତ ନୂତନ ଏବଂ ମହତ୍ୱାକାଂକ୍ଷୀ ଲକ୍ଷ୍ୟ ସାମିଲ୍ ହୋଇଛି।

ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଏହି କ୍ଷେତ୍ରକୁ ଉନ୍ମୁକ୍ତ କରାଯିବା ଫଳରେ ଉତ୍ସାହିତ ଭାରତର ମହାକାଶ ଦକ୍ଷତା କ୍ଷେତ୍ରରେ ଭାରତର ବ୍ୟାପକ ଅଗ୍ରଗତିକୁ ବିଶ୍ୱ ଆଜି ସ୍ୱୀକାର କରୁଛି।

Categories
ଆଜିର ଖବର ଜାତୀୟ ଖବର

ରଦ୍ଦି ସାମଗ୍ରୀ (ସ୍କ୍ରାପ) ବିକି ସରକାର ୧୧୭ କୋଟି ଟଙ୍କାରୁ ଅଧିକ ରାଜସ୍ୱ  ଆୟ କରିଛନ୍ତି: କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ ୩.୦ କାଳରେ ମାତ୍ର ଦୁଇ ସପ୍ତାହ ମଧ୍ୟରେ ବିଭିନ୍ନ ପ୍ରକାର ଅଦରକାରୀ ରଦ୍ଦି ସାମଗ୍ରୀ ବିକ୍ରି କରି ସରକାର ୧୧୭କୋଟିରୁ ଅଧିକ ଟଙ୍କାର ରାଜସ୍ୱ ଆୟ କରିଛନ୍ତି ବୋଲି କେନ୍ଦ୍ର ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ତଥା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କାର୍ମିକ, ଆଣବିକ ଶକ୍ତି  ଓ ସାଧାରଣ ଅଭିଯୋଗ ବିଭାଗ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି।

ଏବେ ଦେଶରେ ଚାଲିଥିବା ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ ୩.୦ କାର୍ଯ୍ୟକ୍ରମର ପ୍ରଥମ ଦୁଇ ସପ୍ତାହର କାର୍ଯ୍ୟ ସମୀକ୍ଷା କରିବା ପରେ ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ଯେ ଏହି ସଫେଇ ଓ ସ୍ୱଚ୍ଛତା ଅଭିଯାନ ମାଧ୍ୟମରେ ବିଭିନ୍ନ ସରକାରୀ ଦପ୍ତରରୁ ଅଦରକାରୀ ସାମଗ୍ରୀ ଓ ଫାଇଲ ଆଦିକୁ ହଟାଯିବା ଫଳରେ ୩୨.୫୪ ଲକ୍ଷ ବର୍ଗ ଫୁଟ ସ୍ଥାନ ମୁକ୍ତ ହୋଇଛି। ସେହି ସ୍ଥାନକୁ ଅନ୍ୟ ଗଠନମୂଳକ କାମରେ ବିନିଯୋଗ କରିହେବ।

ନୋଡାଲ ଏଜେନ୍ସି ଭାବେ ଏହି ଅଭିଯାନର ନେତୃତ୍ୱ ପ୍ରଶାସନିକ ସଂସ୍କାର ଓ ସାଧାରଣ ଅଭିଯୋଗ ବିଭାଗ-ଡିଏଆର୍‌ପିଜି ନେଇଛି। ଏହି ବିଭାଗର କାମ  ବେଶ୍ ଉଚ୍ଚକୋଟିର ବୋଲି ଦର୍ଶାଇ ଏହାକୁ ମନ୍ତ୍ରୀ ଡକ୍ଟର ସିଂହ ପ୍ରଶଂସା କରିଛନ୍ତି। ସେ ଏହି ଦୁଇ ସପ୍ତାହର ସ୍ୱଚ୍ଛତା ଅଭିଯାନର କାର୍ଯ୍ୟ ଆଜି ନୂଆଦିଲ୍ଳୀଠାରେ ସମୀକ୍ଷା କରିଥିଲେ। ସ୍ୱଚ୍ଛତାକୁ ଆନୁଷ୍ଠାନିକ ରୂପ ଦେବା ଓ ପଡି ରହିଥିବା ସରକାରୀ କାମ  ବୋଝ ହ୍ରାସ କରିବାରେ ଯେଉଁ ପ୍ରଗତି ପରିଲକ୍ଷିତ ହୋଇଛି ତାହାକୁ ସେ ପ୍ରଶଂସା କରିଥିଲେ। ସାରା ଦେଶରେ ଏ କ୍ଷେତ୍ରରେ ଅଭୂତପୂର୍ବ ଜନ ସହଯୋଗ ପ୍ରକାଶ ପାଇଥିବା ଉଲ୍ଲେଖ କରି ମନ୍ତ୍ରୀ ଡକ୍ଟର ସିଂହ କହିଛନ୍ତି ଯେ ଦେଶର ସବୁ ସରକାରୀ ଅଫିସରେ ଏହି ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକାରୀ ହେଉଛି ଏବଂ ଏଥିରେ ଭଲ ପ୍ରଗତି ପରିଲକ୍ଷିତ ହେଉଛି। ସେ ଆହୁରି କହିଛନ୍ତି ଯେ ସବୁ ମନ୍ତ୍ରଣାଳୟ, ବିଭାଗର ଉତ୍ତମ ସହଯୋଗ ମିଳୁଛି। ଏଥିରେ ସବୁ ରାଷ୍ଟ୍ରୀୟତ୍ତଉଦ୍ୟୋଗ ଓ ପ୍ରାଦେଶିକ ଦପ୍ତରଗୁଡିକୁ ସାମିଲ କରି ସ୍ୱଚ୍ଛତା ପ୍ରକ୍ରିୟାକୁ ଆହୁରି ବ୍ୟାପକ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ମନ୍ତ୍ରୀ ଡକ୍ଟର ସିଂହ ଆହୁରି କହିଛନ୍ତି ଯେ ସମଗ୍ର ଦେଶର ମୋଟ ୧. ୪୭ ଲକ୍ଷ ସ୍ଥାନକୁ ବର୍ତ୍ତମାନ ସୁଦ୍ଧା ସଫା କରାଯାଇଛି। ଏସବୁ ମୁଖ୍ୟତଃ ସରକାରୀ ଅଫିସ। ଏହା ଫଳରେ ୩୨.୫୪ ଲକ୍ଷ ବର୍ଗଫୁଟ ସ୍ଥାନ ଖାଲି ହୋଇଛି। ଦେଶର ମୋଟ ୨.୨୭ ଲକ୍ଷ ସ୍ଥାନକୁ  ସଫେଇ କରିବାକୁ ଚିହ୍ନଟ କରାଯାଇଛି। ସବୁ ବିଭାଗ ଓ ମନ୍ତ୍ରଣାଳୟର ଅଧିକାରୀ ଏବଂ କର୍ମଚାରୀମାନେ ଏଥିରେ ଉଲ୍ଲେଖନୀୟ ସହଯୋଗ ଯୋଗାଉଛନ୍ତି।

ଏହି ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନର କାର୍ଯ୍ୟକୁ ମନ୍ତ୍ରୀ ଓ ସଚିବ ଗଣ ମଧ୍ୟ ସମୀକ୍ଷା କରିଛନ୍ତି। ଏହାକୁ ଆହୁରି ଅଧିକ ସଫଳ କରିବାକୁ ସେମାନେ ପରାମର୍ଶ ଦେଇଛନ୍ତି। ସ୍ୱଚ୍ଛତା ଅଭିଯାନର ପ୍ରଗତି ସମ୍ପର୍କରେ ଡିଏଆର୍‌ପିଜି ନିୟମିତ ସମୀକ୍ଷା କରୁଛି। ନୋଡାଲ ଏଜେନ୍ସି ଭାବେ ଏହା କାର୍ଯ୍ୟ କରୁଛିଏବଂ ଏହାର ସଚିବ ନିୟମିତ ପ୍ରଗତିର ସମୀକ୍ଷା କରୁଛନ୍ତି। ଏହାର ପ୍ରଗତି ସମ୍ପର୍କରେ ସାମାଜିକ ଗଣମାଧ୍ୟମକୁ ଏହି ବିଭାଗ ୪୫୦ ଟୁଇଟ୍ କରିଥିବାବେଳେ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ପକ୍ଷରୁ ମୋଟ ୬୦୦୦ ଟୁଇଟ୍ କରାଯାଇଛି। ସ୍ୱତନ୍ତ୍ର ଅଭିଯାନରେ ୪୫୦ ଇନ୍‌ଫୋଗ୍ରାଫ ଓ ୧୫୦ ପ୍ରେସ ଇସ୍ତାହାର ଗଣମାଧ୍ୟମକୁ ଦିଆଯାଇଛି।

ବିଗତ ପନ୍ଦର ଦିନ ମଧ୍ୟରେ ୧, ୪୭, ୭୫୭ ସ୍ଥାନରେ ସଫେଇ କରାଯାଇଛି। ଏହାଛଡା ୧୭,୯୨,୬୩୦ ଫାଇଲର ସମୀକ୍ଷା  କରାଯାଇ ତାହାକୁ ହଟାଯାଇଛି। ଏହା ଫଳରେ ସରକାରୀ ଦପ୍ତରରେ ୩୨,୫୪ ଲକ୍ଷ ବର୍ଗ ଫୁଟ୍ ସ୍ଥାନ ଖାଲି ହେବା ସହିତ ରଦ୍ଦି ଓ ଟୁକୁରା ସାମଗ୍ରୀ ବିକ୍ରି ଫଳରେ ସରକାର ୧୧୭.୩୩ କୋଟି ଟଙ୍କାର ରାଜସ୍ୱ ପାଇଛନ୍ତି। ଏହି ସମୟ ମଧ୍ୟରେ ୨, ୧୨, ୪୫୯ ସାଧାରଣ ଅଭିଯୋଗର ଶୁଣାଣି କରାଯାଇ ତାହାର ସମାଧାନ କରାଯାଇଛି। ଏହାଛଡା ୧୪୦୩ ସାଂସଦଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରଦାନ କରାଯାଇଛି। ଏହି ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ ଅକ୍ଟୋବର ୩୧ତାରିଖରେ ଶେଷ ହେବ।

Categories
ବିଶେଷ ଖବର

ଭାରତର ପ୍ରଥମ ସୌର ମିଶନ ଏହା ଦେଶ ପାଇଁ ଏକ ଐତିହାସିକ ମୁହୂର୍ତ୍ତ: ଡକ୍ଟର ଜିତେନ୍ଦ୍ର ସିଂହ

ନୂଆଦିଲ୍ଲୀ: ପୋଲାର ସାଟେଲାଇଟ୍ ଲଞ୍ଚ ଭେଇକିଲ୍ (ପିଏସ୍ଏଲ୍ଭି- ଏକ୍ସଏଲ୍) ଆଜି ଶ୍ରୀହରିକୋଟା ରେଞ୍ଜରୁ ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ ଏଲ୍ – ୧କୁ ଉତକ୍ଷେପଣ କରିଛି । ଏହାକୁ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ଭାରତ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ବୋଲି କହିଛନ୍ତି । ପିଏସଏଲଭି – ସି୫୭ ଆଦିତ୍ୟ ଏଲ- ୧କୁ ଦିନ ପ୍ରାୟ ୧ଟା ପାଖାପାଖି ଲଂଚ କରିବା ପରେ ମିଶନ କଣ୍ଟ୍ରୋଲ ରୁମରେ ଇସ୍ରୋ ବୈଜ୍ଞାନିକ ଓ ଇଞ୍ଜିନିୟର ମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ସମଗ୍ର ବିଶ୍ୱ ଏହାକୁ ନିଶ୍ୱାସପ୍ରଶ୍ୱାସକୁ ରୋକି ଦେଖୁଥିବା ବେଳେ ଏହା ପ୍ରକୃତରେ ଭାରତ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ।

ଭାରତୀୟ ବୈଜ୍ଞାନିକମାନେ ବର୍ଷ ବର୍ଷ ଧରି ଦିନରାତି ପରିଶ୍ରମ କରି ଆସୁଛନ୍ତି । କିନ୍ତୁ ଏବେ ପ୍ରମାଣ ଦେବାର ମୁହୂର୍ତ୍ତ ଆସିଛି, ଦେଶ ପାଇଁ ପ୍ରତିଶ୍ରୁତି ଫେରାଇ ଦେବାର ମୁହୂର୍ତ୍ତ ଆସିଛି,’ ବୋଲି କହିଛନ୍ତି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) , ଏମ୍ଓଏସ୍ ପିଏମଓ, କାର୍ମିକ, ଜନ ଅଭିଯୋଗ, ପେନସନ, ମହାକାଶ ଏବଂ ଆଣବିକ ଶକ୍ତି ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ।

ଭାରତର ମହାକାଶ କ୍ଷେତ୍ର ପାଇଁ ନୂଆ ଦିଗ ଉନ୍ମୁକ୍ତ କରି ଆକାଶ ଆଉ ସୀମାବଦ୍ଧ ନୁହେଁ ବୋଲି କହି ଏହା ସମ୍ଭବ କରିଥିବାରୁ ଡକ୍ଟର ଜିତେନ୍ଦ୍ର ସିଂହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ନକ୍ଷତ୍ର ମାନଙ୍କ ନିକଟରେ ପହଞ୍ଚିବା ଏବଂ ବ୍ରହ୍ମାଣ୍ଡର ଅନେକ ରହସ୍ୟକୁ ଆବିଷ୍କାର କରିବା ପାଇଁ ଆମକୁ ଆତ୍ମବିଶ୍ୱାସ ପ୍ରଦାନ କରି ଥିବାରୁ, ସାହସ ଏବଂ ଦୃଢ଼ ବିଶ୍ୱାସ ଦେଇ ଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ । ଆମର ମହାକାଶ ଜଗତର ବିପୁଳ ସମ୍ଭାବନାକୁ ଉନ୍ମୋଚନ କରିବା ପାଇଁ ପ୍ରେରଣା ଯୋଗାଇଥିବାରୁ ମଧ୍ୟ ଧନ୍ୟବାଦ ବୋଲି ସେ କହିଛନ୍ତି ।

ଚନ୍ଦ୍ରଯାନ – ୩ର ଅଭିଯାନର ସଫଳ ଅବତରଣ ପରେ ଆଦିତ୍ୟ ଏଲ୍ – ୧ର ସଫଳ ଉତକ୍ଷେପଣ ଆମ ବିଶ୍ୱ ସଂସ୍କୃତିରେ ଆମେ ଯେଉଁ ‘ସମଗ୍ର ବିଜ୍ଞାନ ଓ ସମଗ୍ର ରାଷ୍ଟ୍ର’ ଆଭିମୁଖ୍ୟ ଅବଲମ୍ବନ କରିବାକୁ ଚାହୁଁଛୁ ତାହାର ପ୍ରମାଣ ବୋଲି ଡ. ଜିତେନ୍ଦ୍ର ସିଂହ ଉଲ୍ଲେଖ କରିଛନ୍ତି ।

ଏହି ପରିକଳ୍ପନାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଇସ୍ରୋକୁ ଶ୍ରେୟ ଦିଆଯାଉଥିବା ବେଳେ ଦେଶର ବିଜ୍ଞାନ ଅନୁଷ୍ଠାନ ଗୁଡ଼ିକ ଏହି ଦୃଷ୍ଟିକୋଣରେ ଛୋଟ ବଡ଼ ଉପାୟରେ କୌଣସି ନା କୌଣସି ରୂପରେ ଯୋଗଦାନ କରିବାକୁ ଆଗେଇ ଆସିଛନ୍ତି । ସେଗୁଡିକ ମଧ୍ୟରେ ରହିଛନ୍ତି ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଏଷ୍ଟ୍ରୋଫିଜିକ୍ସ, ନ୍ୟାସନାଲ ଏରୋସ୍ପେସ୍ ଲାବୋରେଟୋରି, ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ଫଣ୍ଡାମେଣ୍ଟାଲ ରିସର୍ଚ୍ଚ, ମୁମ୍ବାଇ, ଏନ୍ଜିଆର୍ଆଇ ନାଗପୁର, ଆଇଆଇଟି ଖଡ଼ଗପୁର, ଆଇଆଇଟି ମାଡ୍ରାସ, ଆଇଆଇଟି ଦିଲ୍ଲୀ, ଆଇଆଇଟି ମୁମ୍ବାଇ ଏବଂ ଏହି ତାଲିକା ବହୁତ ଲମ୍ବା ।

ଏହାକୁ ଏକ ସାମୁହିକ ପ୍ରୟାସ ବୋଲି ଅଭିହିତ କରି ଡ. ଜିତେନ୍ଦ୍ର ସିଂହ ଆଦିତ୍ୟ ଏଲ୍ – ୧ ଲଞ୍ଚ୍ କୁ ‘ଗଣନାର ଦିନ’ ବୋଲି କହିଛନ୍ତି ।

ଏହି ଦିନ, ୨୦୨୩ ସେପ୍େଟମ୍ବର ୨ ତାରିଖ, ଯେତେବେଳେ ଆମେ ଆମର ୧୪୦ କୋଟି ସନ୍ତାନ ମାନଙ୍କର ସାମୂହିକ ଇଚ୍ଛା ଶକ୍ତି ଏବଂ ସାମୂହିକ ପ୍ରୟାସରେ ଅମୃତକାଳ ଏବଂ ଭାରତ ମାତାର ସଙ୍କଳ୍ପର ଆଗାମୀ ୨୫ ବର୍ଷରେ ପ୍ରବେଶ କରିବା ଏବଂ ବିଶ୍ୱ ସ୍ତରରେ ଗୌରବର ସ୍ଥାନରେ ପହଞ୍ଚିବା ଏବଂ ଦଖଲ କରିବା ବୋଲି ପ୍ରତିଶ୍ରୁତି ଦେଉଛୁ ବୋଲି ସେ କହିଥିଲେ ।

ଏହା ପୂର୍ବରୁ ଇସ୍ରୋ ନିଶ୍ଚିତ କରିଥିଲା ଯେ ପିଏସଏଲଭି – ସି୫୭ ଦ୍ୱାରା ଆଦିତ୍ୟ – ଏଲ୧ର ଉତକ୍ଷେପଣ ସଫଳତାର ସହ ସମ୍ପନ୍ନ ହୋଇଛି ଏବଂ ଉପଗ୍ରହକୁ ଏହାର ନିର୍ଦ୍ଧାରିତ କକ୍ଷପଥରେ “ସଠିକ” ଭାବରେ ସ୍ଥାପନ କରାଯାଇଛି । ଏହା ସହିତ ଭାରତର ପ୍ରଥମ ସୌର ପର୍ଯ୍ୟବେକ୍ଷକ ସୂର୍ଯ୍ୟ- ପୃଥିବୀ ଏଲ ୧ ପଏଣ୍ଟ ଗନ୍ତବ୍ୟ ସ୍ଥଳକୁ ଯାତ୍ରା ଆରମ୍ଭ କରିଛି ।
ଇସ୍ରୋ କହିଛି ଯେ ଏହାର ସୋଲାର ପ୍ୟାନେଲ ମୁତୟନ ହେବା ପରେ ଆଦିତ୍ୟ – ଏଲ୧ ଶକ୍ତି ସୃଷ୍ଟି କରିବା ଆରମ୍ଭ କରିଛି ।

ଆଦିତ୍ୟ ଏଲ୍ ୧ ହେଉଛି ପ୍ରଥମ ମହାକାଶ ଭିତ୍ତିକ ଭାରତୀୟ ଅଭିଯାନ ଯିଏ ସୂର୍ଯ୍ୟ ଉପରେ ଅଧ୍ୟୟନ କରିବ । ଆଗାମୀ ୪ ମାସ ମଧ୍ୟରେ ବିଭିନ୍ନ କକ୍ଷପଥ ଉତ୍ତୋଳନ କୌଶଳ ଏବଂ କ୍ରୁଜ୍ ପର୍ଯ୍ୟାୟ ମାଧ୍ୟମରେ ଏହି ମହାକାଶଯାନକୁ ପୃଥିବୀ ଠାରୁ ପ୍ରାୟ ୧.୫ ନିୟୁତ କିଲୋମିଟର ଦୂର ସୂର୍ଯ୍ୟ – ପୃଥିବୀ ପ୍ରଣାଳୀର ଲାଗରେଂଜ ବିନ୍ଦୁ ୧ (ଏଲ୍ ୧) ଚାରିପାଖରେ ଏକ ହାଲୋ କକ୍ଷପଥରେ ସ୍ଥାପନ କରାଯିବ ।

ଏଲ୍- ୧ ବିନ୍ଦୁ ଚାରିପଟେ ହାଲୋ (ପ୍ରଭାମଣ୍ଡଳ) କକ୍ଷପଥରେ ରଖାଯାଇଥିବା ଉପଗ୍ରହର କୌଣସି ଗୁପ୍ତ/ଗ୍ରହଣ ବିନା କ୍ରମାଗତ ଭାବେ ସୂର୍ଯ୍ୟଙ୍କୁ ଦେଖିବାର ମୁଖ୍ୟ ଫାଇଦା ରହିଛି । ଏହା ସୌର କାର୍ଯ୍ୟକଳାପ ଏବଂ ମହାକାଶ ପାଣିପାଗ ଉପରେ ଏହାର ପ୍ରଭାବକୁ ବାସ୍ତବ ସମୟରେ ଅନୁଧ୍ୟାନ କରିବାର ଅଧିକ ଲାଭ ପ୍ରଦାନ କରିବ ।

ଏହି ମହାକାଶଯାନରେ ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ଓ କଣିକା ଓ ଚୁମ୍ବକୀୟ କ୍ଷେତ୍ର ଡିଟେକ୍ଟର ବ୍ୟବହାର କରି ସୂର୍ଯ୍ୟର ଫଟୋସ୍ଫିୟର, କ୍ରୋମୋସ୍ଫିୟର ଏବଂ ସୂର୍ଯ୍ୟ (କରୋନା)ର ବାହ୍ୟତମ ସ୍ତରକୁ ନିରୀକ୍ଷଣ କରିବା ପାଇଁ ସାତଟି ପେଲୋଡ୍ ବହନ କରାଯାଇଛି ।

ସ୍ୱତନ୍ତ୍ର ସୁବିଧା ବିନ୍ଦୁ ଏଲ୍୧ ବ୍ୟବହାର କରି, ଚାରିଟି ପେଲୋଡ୍ ସିଧାସଳଖ ସୂର୍ଯ୍ୟକୁ ଦେଖନ୍ତି ଏବଂ ଅବଶିଷ୍ଟ ତିନୋଟି ପେଲୋଡ୍ ଲାଗରେଂଜ ବିନ୍ଦୁ ଏଲ୍୧ ରେ କଣିକା ଏବଂ କ୍ଷେତ୍ରଗୁଡ଼ିକର ଇନ୍- ସିଟୁ ଅଧ୍ୟୟନ କରନ୍ତି, ଯାହା ଦ୍ୱାରା ଆନ୍ତଃଗ୍ରହୀୟ ମାଧ୍ୟମରେ ସୌର ଗତିଶୀଳତାର ପ୍ରସାରକାରୀ ପ୍ରଭାବର ଗୁରୁତ୍ୱପୂର୍ଣ୍ଣ ବୈଜ୍ଞାନିକ ଅଧ୍ୟୟନ ପ୍ରଦାନ କରାଯାଏ ।

ଆଦିତ୍ୟ ଏଲ୍ ୧ ମିଶନ କୋରୋନାଲ ହିଟିଂ, କୋରୋନାଲ ମାସ୍ ଇଜେକ୍ସନ, ପ୍ରି- ଫ୍ଲେୟାର ଏବଂ ଫ୍ଲେୟାର କାର୍ଯ୍ୟକଳାପ ଏବଂ ସେମାନଙ୍କର ବୈଶିଷ୍ଟ୍ୟ, ମହାକାଶ ପାଣିପାଗର ଗତିଶୀଳତା, କଣିକା ଏବଂ କ୍ଷେତ୍ରର ପ୍ରସାର ଇତ୍ୟାଦି ସମସ୍ୟାକୁ ବୁଝିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିବ ବୋଲି ଆଶା କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର

ପ୍ରଥମ ସୂର୍ଯ୍ୟ ଅଭିଯାନ ପାଇଁ ଇସ୍ରୋ ପ୍ରସ୍ତୁତ

ନୂଆଦିଲ୍ଲୀ: କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା (ସ୍ୱାଧୀନ ଦାୟିତ୍ୱ), ପିଏମଓ, କାର୍ମିକ, ଜନ ଅଭିଯୋଗ, ପେନସନ, ଆଣବିକ ଶକ୍ତି ଏବଂ ମହାକାଶ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଆଜି କହିଛନ୍ତି ଯେ ସଫଳ ଚନ୍ଦ୍ରଯାନ ଅଭିଯାନ ଶେଷ ହେବା ପରେ ଭାରତ ପ୍ରଥମ ସୂର୍ଯ୍ୟ ଅଭିଯାନ “ଆଦିତ୍ୟ-ଏଲ୧” ପାଇଁ ପ୍ରସ୍ତୁତ ଅଛି, ଯାହାକୁ ଇସ୍ରୋ ସେପ୍ଟେମ୍ବର ୨ରେ ଲଞ୍ଚ କରିବାକୁ ଯାଉଛି।

ମୈନପୁରୀରେ ଏକ ସାଧାରଣ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଡ. ଜିତେନ୍ଦ୍ର ସିଂହ କହିଛନ୍ତି ଯେ ସମଗ୍ର ବିଶ୍ୱ ଭାରତର ଚନ୍ଦ୍ରଯାନ ଅଭିଯାନର ସଫଳତାକୁ ପାଳନ କରୁଥିବା ବେଳେ ସୂର୍ଯ୍ୟ ଅଭିଯାନ ପ୍ରତି ଲୋକଙ୍କ ଆଗ୍ରହ ମଧ୍ୟ ବହୁଗୁଣିତ ହୋଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମ୍ପୂର୍ଣ୍ଣ ଶ୍ରେୟ ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଯଦି ପ୍ରଧାନମନ୍ତ୍ରୀ ଭାରତର ମହାକାଶ କ୍ଷେତ୍ରକୁ ଅତୀତର ବନ୍ଧନରୁ ମୁକ୍ତ କରିବା ପାଇଁ ସାହସିକ ନିଷ୍ପତ୍ତି ନେଇ ନଥାନ୍ତେ, ତେବେ ଏସବୁ ସମ୍ଭବ ହୋଇନଥାନ୍ତା, ଯାହା ଅନ୍ୟ କୌଣସି ସରକାର କରିବାକୁ ପଦକ୍ଷେପ ନେଇ ନଥିଲେ। ଫଳସ୍ୱରୂପ ଆଜି ୪ ବର୍ଷର ଅଳ୍ପ ସମୟ ମଧ୍ୟରେ ଇସ୍ରୋର ଆର୍ଥିକ ସମ୍ବଳ ବୃଦ୍ଧି ପାଇଛି, ଷ୍ଟାର୍ଟଅପ ସଂଖ୍ୟା ୪ରୁ ୧୫୦କୁ ବୃଦ୍ଧି ପାଇଛି ଏବଂ ଭାରତର ଉପଗ୍ରହ ଉତକ୍ଷେପଣ କେନ୍ଦ୍ରର ବିଶ୍ୱସନୀୟତା ହଠାତ୍ ଏତେ ବଢ଼ିଯାଇଛି ଯେ ୟୁରୋପୀୟ ଉପଗ୍ରହ ଉତକ୍ଷେପଣରୁ ଏପର୍ଯ୍ୟନ୍ତ ଭାରତ ୨୬୦ ନିୟୁତ ୟୁରୋରୁ ଅଧିକ ଆୟ କରିଛି ଏବଂ ଆମେରିକୀୟ ଉପଗ୍ରହ ଉତକ୍ଷେପଣରୁ, ଭାରତ ୧୫୦ ନିୟୁତ ଆମେରିକୀୟ ଡଲାରରୁ ଅଧିକ ରୋଜଗାର କରିଛି।

ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ବୈଜ୍ଞାନିକ ଜଗତର ସମ୍ମାନ ବଢ଼ାଇବା କାରଣରୁ ଆଜି ସୂର୍ଯ୍ୟକୁ ପ୍ରଥମ ମହାକାଶ ଯାନ ପଠାଇବାକୁ ଆମର ଦୃଢ଼ ଆତ୍ମବିଶ୍ୱାସ ରହିଛି।

ଡକ୍ଟର ଜିତେନ୍ଦ୍ର ସିଂହ କହିଥିଲେ, ସୂର୍ଯ୍ୟ ମହାକାଶ ଅଭିଯାନ ଆଦିତ୍ୟ-ଏଲ୧ ପୋଲାର ସାଟେଲାଇଟ୍ ଲଞ୍ଚ ଭେଇକିଲ (ପିଏସଏଲଭି)କୁ ସାତଟି ପେଲୋଡ୍ (ଉପକରଣ) ସହିତ ବ୍ୟବହାର କରିବ। ଏହି ମହାକାଶଯାନ ପୃଥିବୀଠାରୁ ପ୍ରାୟ ୧.୫ ନିୟୁତ କିଲୋମିଟର ଦୂର ସୂର୍ଯ୍ୟ-ପୃଥିବୀ ପ୍ରଣାଳୀର ଲାଗ୍ରାଞ୍ଜ ପଏଣ୍ଟ -୧ (ଏଲ୧) ଚାରିପାଖରେ ଏକ ପ୍ରଭାମଣ୍ଡଳ କକ୍ଷପଥରେ ରହିବ ଏବଂ ଏହି କକ୍ଷପଥରେ ରଖାଯାଇଥିବା ଉପଗ୍ରହ ବିନା କୌଣସି ଗ୍ରହଣରେ ସୂର୍ଯ୍ୟଙ୍କୁ କ୍ରମାଗତ ଭାବରେ ଦେଖିବାର ପ୍ରମୁଖ ଫାଇଦା ପାଇବ ବୋଲି ସେ କହିଛନ୍ତି।

ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି, ମଙ୍ଗଳ ଓ ଚନ୍ଦ୍ର ଅଭିଯାନ ପରେ ଆଦିତ୍ୟ ଏଲ୍-୧ ହେଉଛି ତୃତୀୟ ଅଭିଯାନ। ଏହା ସୂର୍ଯ୍ୟଙ୍କ ଶକ୍ତି ଉତ୍ସ ଉପରେ ଅଧ୍ୟୟନ କରିବ।

Categories
ବିଶେଷ ଖବର

ବିଜ୍ଞାନ ମନ୍ତ୍ରଣାଳୟ ଏବଂ ବିଭାଗଗୁଡ଼ିକର ଏକ ଉଚ୍ଚସ୍ତରୀୟ ମିଳିତ ବୈଠକରେ ଅଧ୍ୟକ୍ଷତା କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ରାଜ୍ୟ ମନ୍ତ୍ରୀ (ସ୍ୱତନ୍ତ୍ର ପ୍ରଭାର) ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା; ପିଏମଓ, କାର୍ମିକ, ଜନ ଅଭିଯୋଗ, ପେନସନ, ପରମାଣୁ ଶକ୍ତି ଏବଂ ମହାକାଶ ରାଜ୍ୟ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଆଜି କହିଛନ୍ତି ଯେ ଷ୍ଟାର୍ଟଅପ୍ସର ଅଗ୍ରଗତି ଉପରେ ଦୃଷ୍ଟି ରଖିବା ପାଇଁ ଯନ୍ତ୍ର ସ୍ଥାପନା କରାଯିବାର ଆବଶ୍ୟକତା ରହିଛି, କାରଣ ସେମାନଙ୍କ ସଂଖ୍ୟା ଏକ ଲକ୍ଷରୁ ଅଧିକ ହୋଇଯାଇଛି।

“ଏମିତି ଏକ ଯନ୍ତ୍ର ବିକଶିତ କରାଯିବାକୁ ଆବଶ୍ୟକତା ରହିଛି, ଯାହା ଏହି ଷ୍ଟାର୍ଟଅପ୍ସର ବିକାଶ ଉପରେ ନିଖୁଣ ଭାବରେ ଦୃଷ୍ଟି ରଖିବ। ଦେଖିବ ଯେ ତାକୁ କିପରି ତିଆରି କରାଯିବ ଯାହାକି ଏହା ସୁନିଶ୍ଚିତ ହେବ ଯେପରି ତାହା ହଜି ନ ଯିବ, ବିଶେଷ କରି ଷ୍ଟାର୍ଟଅପ ଯାହାକୁ ସରକାରଙ୍କ ପକ୍ଷରୁ ବୈଷୟିକ ଏବଂ ଆର୍ଥିକ ସହାୟତା ପାଇଛନ୍ତି, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ବାୟୋ ଟେକ୍ନୋଲୋଜି, ସିଆଇଏସଆର, ପୃଥିବୀ ବିଜ୍ଞାନ ଏବଂ ପରମାଣୁ ଶକ୍ତି ସହିତ ବିଭିନ୍ନ ବିଜ୍ଞାନ ମନ୍ତ୍ରଣାଳୟ ଏବଂ ବିଭାଗର ଏକ ଉଚ୍ଚସ୍ତରୀୟ ମିଳିତ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ କହିଛନ୍ତି।

ଡକ୍ଟର ଜିତେନ୍ଦ୍ର ସିଂହ କିଛି ସମୟ ପୂର୍ବରୁ ଇଚ୍ଛା ପ୍ରକାଶ କରିଥିଲେ ଯେ ନିତି ଆୟୋଗଙ୍କ ସହଯୋଗରେ ଏକ ଉପସ୍ଥାପନା ପ୍ରସ୍ତୁତ କରାଯାଉ, ଯେଉଁଥିରେ ସେହି କାରଣଗୁଡ଼ିକୁ ଚିହ୍ନଟ କରାଯାଉ ଯାହା ସମ୍ଭବତଃ କିଛି ଷ୍ଟାର୍ଟଅପ ପାଇଁ ପ୍ରତିବନ୍ଧକ ହୋଇପାରେ। ସେହି ଅନୁଯାୟୀ, ଆଜିର ବେହଠକରେ ନିତି ଆୟୋଗର ଡକ୍ଟର ଚିନ୍ତନ ବୈଷ୍ଣବଙ୍କ ଦ୍ୱାରା ଏକ ଉପସ୍ଥାପନା କରାଯାଇଥିଲା।

ଉପସ୍ଥାପନାରେ ଏହା ଆକଳନ କରାଯାଇଥିଲା ଯେ ନବସୃଜନର ଅଭାବ, କୁଶଳୀ ଶ୍ରମିକର ଅଭାବ କିମ୍ବା ଅର୍ଥର ଅଭାବ କେତେକ ଷ୍ଟାଟଅପ୍ସର ସ୍ଥାୟୀତ୍ୱ ଉପରେ ପ୍ରତିକୂଳ ପ୍ରଭାବ ପକାଇବାର ପ୍ରମୁଖ କାରଣ ହୋଇପାରେ। ସମସ୍ତ କ୍ଷେତ୍ରଗୁଡ଼ିକର ପ୍ରଭାବଶାଳୀ ମନିଟରିଂ ପାଇଁ ଷ୍ଟାର୍ଟଅପ୍ସଗୁଡ଼ିକୁ “ୟୁନିକ ଆଇଡି” ଦ୍ୱାରା ଚିହ୍ନଟ କରାଯାଇ ପାରିବ କି ନାହିଁ ତାହାର ମୂଲ୍ୟାଙ୍କନ ପାଇଁ ଏକ ଅଭ୍ୟାସ କରାଯାଇ ପାରିବ ବୋଲି ମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ।

ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି, ଏହା ହେଉଛି ନବସୃଜନ ଏବଂ ଚିନ୍ତାଧାରାର ଯୁଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧୀନରେ, ସରକାର ଚିନ୍ତାଧାରା ଏବଂ ନବାଚାରକୁ ବମାଇବା ତଥା ବଞ୍ଚାଇବା ପାଇଁ ସମସ୍ତ ପ୍ରକାରର ବୈଷୟିକ ତଥା ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଫଳସ୍ୱରୂପ ଏକ ଲକ୍ଷରୁ ଅଧିକ ଷ୍ଟାର୍ଟଅପ ଏବଂ ୧୦୦ରୁ ଅଧିକ ୟୁନିକର୍ଣ୍ଣ ସହିତ ଭାରତ ଅଗ୍ରଣୀ ଷ୍ଟାର୍ଟଅପ ଇକୋସିଷ୍ଟମ ଭାବରେ ଉଭା ହୋଇଛି। ଏବଂ ସ୍ଥିରତାର ରଣନୀତି କରିବାର ସମୟ ଆସିଛି ବୋଲି ସେ କହିଛନ୍ତି।

ଏହି ବୈଠକ ବିଜ୍ଞାନ ସଚିବମାନଙ୍କର ମାସିକ ସମୀକ୍ଷା ବୈଠକର ଏକ ଅଂଶ ଭାବରେ ଆୟୋଜିତ ହୋଇଥିଲା, ଯାହା ଡ. ଜିତେନ୍ଦ୍ର ସିଂହଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା। ଯାହାକି ବିଭିନ୍ନ ବୈଜ୍ଞାନିକ ଧାରଣାଗୁଡ଼ିକ ମଧ୍ୟରେ ସିଲୋସକୁ ଭାଙ୍ଗିବା ଏବଂ ଏକ ସକାରାତ୍ମକ ଏକୀକୃତ ଦୃଷ୍ଟିକୋଣକୁ ବିକଶିତ କରାଯାଇ ପାରିବ।

ବୈଠକରେ ଭାରତ ସରକାରଙ୍କ ପ୍ରଧାନ ବୈଜ୍ଞାନିକ ପରାମର୍ଶଦାତା ପ୍ରଫେସର ଅଜୟ କୁମାର ସୁବ୍ ଏବଂ ଅଟଳ ଇନୋଭେସନ ମିଶନର ସିଇଓ ଡକ୍ଟର ଚିନ୍ତନ ବୈଷ୍ଣବ ସମ୍ବୋଧିତ କରିଛନ୍ତି।

ସଚିବ, ଡିଏସଆଇଆର ଏବଂ ମହାନିର୍ଦେଶକ, ସିଆଇଏସଆର, ଡକ୍ଟର ଏନ. କଲାଇସେଲଭି; ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗର ସଚିବ ଡକ୍ଟର ଶୀଭାରୀ ଚନ୍ଦ୍ରଶେଖର; ସଚିବ, ଡିବିଟି, ଡ. ରାଜେଶ ଗୋଖଲେ; ସଚିବ (ପୃଥିବୀ ବିଜ୍ଞାନ), ଡକ୍ଟର ଏମ. ରବିଚନ୍ଦ୍ରନ; ଏବଂ ଅଧ୍ୟକ୍ଷ, ଏଇସି ଏବଂ ସଚିବ, ଡିଏଏଫ, ଡ. ଏ. କେ. ମୋହିନୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ଜୈବ ପ୍ରଯୁକ୍ତି ବିଦ୍ୟା, ସିଆଇଏସଆର, ପୃଥିବୀ ବିଜ୍ଞାନ ଏବଂ ପରମାଣୁ ଶକ୍ତି ସହିତ ବିଜ୍ଞାନ ମନ୍ତ୍ରଣାଳୟ ଏବଂ ବିଭାଗଗୁଡ଼ିକର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବାୟୋଟେକ ଷ୍ଟାର୍ଟଅପ ଏକ୍ସପୋ-୨୦୨୨ ଉଦଘାଟିତ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଗତି ମୈଦାନ ଠାରେ ବାୟୋଟେକ୍ ଷ୍ଟାର୍ଟଅପ ଏକ୍ସେପୋ-୨୦୨୨ ଉଦଘାଟନ କରିଛନ୍ତି। ସେ ମଧ୍ୟ ବାୟୋଟେକ ଦ୍ରବ୍ୟ ଇ-ପୋର୍ଟାଲର ଆରମ୍ଭ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ, ଧର୍ମେନ୍ଦ୍ର ପ୍ରଧାନ, ଡକ୍ଟର ଜିତେନ୍ଦ୍ର ସିଂହ, ବାୟୋଟେକ କ୍ଷେତ୍ରର ଅଂଶୀଦାର, ବିଶେଷଜ୍ଞ, ପୁଞ୍ଜି ଲଗାଣକାରୀ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

ଏଥିରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମର ଜୈବ ଅର୍ଥନୀତିରେ ଆଠ ବର୍ଷରେ ଆଠ ଗୁଣ ବୃଦ୍ଧି ଘଟିଛି। “ଆମେ ୧୦ ବିଲିୟନରୁ ୮୦ ବିଲିୟନ ଡଲାରରେ ପହଂଚିଛୁ। ବୈଶ୍ୱିକ ଜୈବ ପ୍ରଯୁକ୍ତି କ୍ଷେତ୍ରରେ ହୁଏତ ଖୁବ କମ ଦିନରେ ବିଶ୍ୱର ଶ୍ରେଷ୍ଠ ଦେଶ ମଧ୍ୟରେ ସ୍ଥାନ ପାଇବ” ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ଜୈବ ପ୍ରଯୁକ୍ତି ଶିଳ୍ପ ଗବେଷଣା ସହାୟତା ପରିଷଦ (ବିଆଇଆରଏସି)ର ଦେଶ ବିକାଶ କ୍ଷେତ୍ରରେ ଅବଦାନର ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଜୈବ ପ୍ରଯୁକ୍ତି ଶିଳ୍ପର ଅବଦାନ ଦେଶର ବିକାଶରେ ଖୁବ ଗୁରୁତ୍ୱପୂର୍ଣ୍ଣ।

ବୈଶ୍ୱିକ ଦୃଶ୍ୟପଟ୍ଟରେ ୟୁରୋପୀୟ ବୃତ୍ତିଧାରୀଙ୍କ କ୍ରମବର୍ଦ୍ଧିଷ୍ଣୁ ଖ୍ୟାତି ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆମର ଆଇଟି ବୃତ୍ତିଧାରୀଙ୍କ କୌଶଳ ଓ ନୂଆ କିଛି କରି ଦେଖାଇବାର ଦକ୍ଷତା ଆଜି ବିଶ୍ୱରେ ନୂତନ ଶିଖର ଛୁଇଁଚି। ଏହି ଦଶନ୍ଧିରେ ସେହି ଏକା ଭଳି ବିଶ୍ୱାସ ଓ କ୍ୟାତି ଦେଶର ଜୈବ ପ୍ରଯୁକ୍ତି କ୍ଷେତ୍ରରେ ଓ ବୃତ୍ତିଧାରୀଙ୍କ ମଧ୍ୟରେ ଦେଖିବାକୁ ମିଳିଲାଣି।”

ଜୈବ ପ୍ରଯୁକ୍ତି କ୍ଷେତ୍ରରେ ଭାରତ କାହିଁକି ଏକ ସୁଯୋଗ ପ୍ରାପ୍ତିର ଦେଶ ହୋଇ ପାଞ୍ଚଟି କାରଣ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପ୍ରଥମ ବିବିଧ ଜନସଂଖ୍ୟା ଓ ଜଳବାୟୁ କ୍ଷେତ୍ର, ଦ୍ୱିତୀୟ ଭାରତ ମେଧାସମ୍ପନ୍ନ ମାନବ ସମ୍ବଳ, ତୃତୀୟ ଭାରତରେ ବ୍ୟବସାୟ ପାଇଁ ଇଚ୍ଛା, ଚତୁର୍ଥ ଭାରତରେ ଜୈବ ସାମଗ୍ରୀର ଚାହିଦାରେ ଅଚାନକ ବୃଦ୍ଧି ଓ ପଞ୍ଚମରେ ଭାରତର ଜୈବ ପ୍ରଯୁକ୍ତି କ୍ଷେତ୍ର ଓ ଏହି ସଫଳତାର ରେକର୍ଡ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଭାରତୀୟ ଅର୍ଥନୀତିର ଶକ୍ତି ଓ ସାମର୍ଥ୍ୟ ବୃଦ୍ଧି ପାଇଁ ଅହରହ ଉଦ୍ୟମ କରୁଛନ୍ତି। ସମ୍ପୂର୍ଣ୍ଣ ସରକାରୀ ଦୃଷ୍ଟିଭଙ୍ଗୀ ଉପରେ ମଧ୍ୟ ଚାପ ରହିଛି। ସବକା ସାଥ, ସବକା ବିକାଶ ମନ୍ତ୍ର ଦେଶର ବିଭିନ୍ନ କ୍ଷେତ୍ରରେ ପ୍ରୟୋଗ ହେଉଛି ବୋଲି ସେ କହିଥିଲେ। ଏଥିପାଇଁ ସମଗ୍ର ଦୃଶ୍ୟପଟ ଓଲଟପାଲଟ ହୋଇଯାଇଛି। ଆଗରୁ କେତେକ ବଛା ବଛା କ୍ଷେତ୍ର ଉପରେ ଆଲୋକପାତ କରାଯାଉଥିବା ବେଳେ, ଅବଶିଷ୍ଟ କ୍ଷେତ୍ରକୁ ସେମାନେ ନିଜେ ନିଜର ଦିଗ ଦେଖିବାକୁ ଛାଡ଼ି ଦିଆ ହେଉଥିଲା। ଆଜି ପ୍ରତ୍ୟେକ କ୍ଷେତ୍ର ଦେଶର ବିକାଶ ପ୍ରତି ସେମାନଙ୍କ ଅବଦାନ ଦେଉଛନ୍ତି। ସେ ଦୃଷ୍ଟିରୁ ପ୍ରତ୍ୟେକ କ୍ଷେତ୍ରର ସାଥ ଓ ପ୍ରତ୍ୟେକ କ୍ଷେତ୍ରର ବିକାଶ ଆଜିର ଆବଶ୍ୟକତା। ଭାବନା ଓ କାର୍ଯ୍ୟରେ ପରିବର୍ତ୍ତନ ଆଜି ସଫଳତା ଆଣିଛି ବୋଲି ସେ କହିଥିଲେ। ସେ ନିକଟ ଅତୀତରେ ଅନେକ କ୍ଷେତ୍ର ପ୍ରତି ଦିଆଯାଇଥିବା ଧ୍ୟାନର ଉଦାହରଣ ଦେଇଥିଲେ।

ଜୈବ ପ୍ରଯୁକ୍ତି କ୍ଷେତ୍ରରେ ମଧ୍ୟ ନିଆଯାଇଥିବା ଅଦ୍ଭୁତପୂର୍ବ ପଦକ୍ଷେପ ଷ୍ଟାର୍ଟଅପ ପଦ୍ଧତିରେ ସ୍ପଷ୍ଟ ଭାବେ ପରିଦୃଷ୍ଟ। “ଗତ ଆଠ ବର୍ଷ ମଧ୍ୟରେ ଆମ ଦେଶରେ ଷ୍ଟାର୍ଟଅପ ସଂଖ୍ୟା ଅଳ୍ପ କେତେ ଶହରୁ ୭୦ ହଜାରରେ ପହଂଚିଛି। ଏହି ୭୦ ହଜାର ଷ୍ଟାର୍ଟଅପ ପ୍ରାୟ ୬୦ ବିଭିନ୍ନ ପ୍ରକାର ଶିଳ୍ପରେ ସୃଷ୍ଟି ହୋଇଛି। ଏଥିରେ ଜୈବ ପ୍ରଯୁକ୍ତି ମଧ୍ୟ ପାଞ୍ଚ ହଜାରରୁ ଅଧିକ ଷ୍ଟାର୍ଟଅପ ରହିଛି। ଜୈବ ପ୍ରଯୁକ୍ତି କ୍ଷେତ୍ରରେ ପ୍ରତ୍ୟେକ ୧୪ରେ ଗୋଟିଏ ଷ୍ଟାର୍ଟଅପ ରହିଥିବା ବେଳେ ୧୧୦୦ ଏହିପରି ଷ୍ଟାର୍ଟଅପ କେବଳ ଗତ ବର୍ଷରେ ହିଁ ସୃଷ୍ଟି ହୋଇଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ମେଧାର ଜୈବ ପ୍ରଯୁକ୍ତି ପ୍ରତି ପଟ୍ଟ ପରିପର୍ତ୍ତନ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜୈବ ପ୍ରଯୁକ୍ତି କ୍ଷେତ୍ରରେ ନିବେଶକଙ୍କ ସଂଖ୍ୟା ଅନ ଗୁଣ ବୃଦ୍ଧି ପାଇଥିବା ବେଳେ ଜୈବ ପ୍ରଯୁକ୍ତି କ୍ଷେତ୍ରରେ ପାଖାପାଖି ଥିବା ଉଦ୍ୟୋଗ ପ୍ରତି ପୁଞ୍ଜିଲଗାଣ ସାତ ଗୁଣ ବୃଦ୍ଧି ପାଇଛି। ଜୈବ ପ୍ରଯୁକ୍ତିରେ ନିବେଶକଙ୍କ ସଂଖ୍ୟା ୨୦୧୪ ମସିହାରେ ମାତ୍ର ଛଅ  ଥିବାବେଳେ ଏବେ ଏହା ୭୫ରେ ପହଂଚିଛି। ଜୈବ ପ୍ରଯୁକ୍ତି ସାମଗ୍ରୀ ମାତ୍ର ଦଶରୁ ବୃଦ୍ଧି ପାଇ ଏବେ ୭୦୦ରୁ ଅଧିକ ହୋଇଛି ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର କୈନ୍ଦ୍ରିକ କାର୍ଯ୍ୟର ନିକଟବର୍ତ୍ତୀ ହେବା ନିମନ୍ତେ ସରକାର ନୂତନ ଆଦାନ ପ୍ରଦାନ ସଂସ୍କୃତି ପ୍ରୋତ୍ସାହିତ କରୁଛନ୍ତି। ବିଆଇଆରଏସି ଭଳି ମଞ୍ଚକୁ ସୁଦୃଢ଼ କରାଯାଇଛି ଓ ଅନେକ କ୍ଷେତ୍ର ଏହାକୁ ଆପଣାଇଛନ୍ତି। ସେ ଷ୍ଟାର୍ଟଅପ ଇଣ୍ଡିଆ ପାଇଁ ଷ୍ଟାର୍ଟଅପର ଉଦାହରଣ ଦେଇଥିଲେ। ମହାକାଶ କ୍ଷେତ୍ର ନିମନ୍ତେ ଆଇଏନଏସପିଏସିଇ, ପ୍ରତିଶକ୍ଷା ଷ୍ଟାର୍ଟଅପ ନିମନ୍ତେ ଆଇଡିଇଏକ୍ସ, ସେମିକଣ୍ଡକ୍ଟର ପାଇଁ ଭାରତ ସେମି କଣ୍ଡକ୍ଟର ଅଭିଯାନ, ଯୁବାଶକ୍ତି ନିମନ୍ତେ ନବୋନ୍ମେଷ ପାଇଁ ସ୍ମାର୍ଟ ଇଣ୍ଡିଆ ହକାଥନ ଓ ବାୟୋଟେକ ଷ୍ଟାର୍ଟଅପ ଏକ୍ସପୋ। ସବକା ପ୍ରୟାସର ଉତ୍ସାହକୁ ଉଜ୍ଜୀବୀତ କରିବା ପାଇଁ ନୂତନ ଅନୁଷ୍ଠାନଗୁଡ଼ିକୁ ସରକାର ଏକାଠି କରି ଶିଳ୍ପର ସବୁଠାରୁ ମେଧାବୀମାନଙ୍କୁ ଗୋଟିଏ ମଞ୍ଚରେ ରଖିବାକୁ ଚେଷ୍ଟା କରୁଛନ୍ତି। ଏହା ଦେଶ ପାଇଁ ଆଉ ଗୋଟିଏ ଲାଭ। ଗବେଷଣା ଓ ଅନୁଷ୍ଠାନରୁ ସରକାର ନୂଆ କିଛି ସୂଚନା ପାଇବେ ଓ ସରକାର ଆବଶ୍ୟକ ନୀତିର ବାତାବରଣ ଓ ଭିତ୍ତିଭୂମି ଯୋଗାଇବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଜୈବ ପ୍ରଯୁକ୍ତି ହେଉଛି ଆଜିର ସବୁଠାରୁ ଚାହିଦାଯୁକ୍ତ କ୍ଷେତ୍ର। ଆମେ ଦେଶରେ ଜୀବମାନଙ୍କର ସୁଗମତା ଜୈବ ପ୍ରଯୁକ୍ତି କ୍ଷେତ୍ର ନିମନ୍ତେ ଅନେକ ସମ୍ଭାବନା ଆଣି ଦେଇଛି।”ସ୍ୱାସ୍ଥ୍ୟ, କୃଷି, ଶକ୍ତି, ପ୍ରାକୃତିକ କୃଷି ଓ ଜୈବିକ ନିରାପଦ ବିହନ ଇତ୍ୟାଦି ଏହି କ୍ଷେତ୍ର ନିମନ୍ତେ ନୂତନ ସୁଯୋଗ ଆଣି ଦେଇଛି ବୋଲି କହି ସେ ବକ୍ତବ୍ୟ ଶେଷ କରିଥିଲେ।