Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ବଡ ଆଶ୍ବସ୍ତି: ଭାରତରେ ଚୂଡ଼ାନ୍ତ ପରୀକ୍ଷା ଲାଗି ଅନୁମତି ଦେବ ୟୁକ୍ରେନ

ନୂଆଦିଲ୍ଲୀ: ଋଷ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ୟୁକ୍ରେନ ଏକ ବଡ଼ ଆଶ୍ଵସ୍ତି ପ୍ରଦାନ କରିବାକୁ ଯାଉଛି। ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ କେବଳ ଭାରତରେ ପରୀକ୍ଷା ଦେବା ଲାଗି ୟୁକ୍ରେନ ଅନୁମତି ଦେବ। ୟୁକ୍ରେନର ଉପ-ବୈଦେଶିକ ମନ୍ତ୍ରୀ ଏମିନ୍ ଝାପରୋଭା ଏପ୍ରିଲ ୧୦ ରୁ ୧୨ ତାରିଖ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିଥିଲେ। ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପ୍ରସଙ୍ଗରେ ସେ ବୁଧବାର ଦିନ କହିଥିଲେ ଯେ, ବିଦେଶୀ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଦେଶରେ ଚୂଡ଼ାନ୍ତ ପରୀକ୍ଷା ଦେବାକୁ ଅନୁମତି ଦେବ।

ଏମିନ୍ ଝାପରୋଭା କହିଛନ୍ତି ଯେ, ଗତ ବର୍ଷ ଋଷ ଆକ୍ରମଣ ପରେ ୟୁକ୍ରେନରୁ ଆସିଥିବା ହଜାର ହଜାର ଡାକ୍ତରୀ ଛାତ୍ରଛାତ୍ରୀ ବର୍ତ୍ତମାନ ଭାରତରେ ସେମାନଙ୍କର ଅନ୍ତିମ କିମ୍ବା ଯୋଗ୍ୟତା ପରୀକ୍ଷା ଦେଇ ପାରିବେ। ସେ କହିଛନ୍ତି ଯେ, ୨ ହଜାର ଭାରତୀୟ ଛାତ୍ରଛାତ୍ରୀ ୟୁକ୍ରେନକୁ ଫେରିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ଦେଶର ପଶ୍ଚିମ ଭାଗରେ ଥିବା ମେଡିକାଲ ବିଶ୍ୱବିଦ୍ୟାଳୟରେ ଅଛନ୍ତି। ଗତ ବର୍ଷ ଫେବୃଆରୀ ୨୪ ତାରିଖରେ ଋଷ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିବା ପରେ ଏମିନ୍ ଝାପରୋଭା ସେହି ଦେଶର ପ୍ରଥମ ନେତା, ଯିଏକି ଭାରତ ଗସ୍ତ କରିଥିଲେ।

ଭାରତୀୟ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତକୁ ନେଇ ଏମିନ୍ ଝାପରୋଭା ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ସଞ୍ଜୟ ବର୍ମାଙ୍କ ମଧ୍ୟରେ ଆଲୋଚନା ହୋଇଛି। ୟୁକ୍ରେନରେ ଯୁଦ୍ଧ ହେତୁ ଏହି ଛାତ୍ରଛାତ୍ରୀମାନଙ୍କ ଅଧ୍ୟୟନ ବନ୍ଦ ହୋଇଯାଇଥିଲା। ବୁଧବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ, ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପ୍ରସଙ୍ଗରେ ୟୁକ୍ରେନ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ବିଦେଶୀ ଡାକ୍ତରୀ ଛାତ୍ରମାନଙ୍କୁ ୟୁକ୍ରେନ ନିଜ ଦେଶରେପରୀକ୍ଷା ଦେବାକୁ ଅନୁମତି ଦେବ।

Categories
ଆଜିର ଖବର ଜାତୀୟ ଖବର

ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ସରକାର ଦେଲେ ଆଶ୍ଵସ୍ତି: ପରୀକ୍ଷାରେ ବସିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ସମୟରେ ଭାରତକୁ ଫେରିଥିବା ୨୦ ହଜାର ମେଡିକାଲ ଛାତ୍ରଙ୍କ ଭବିଷ୍ୟତ ବିଷୟରେ କେନ୍ଦ୍ର ସରକାର ଆଜି ଏକ ବଡ଼ ଘୋଷଣା କରିଛନ୍ତି। ୟୁକ୍ରେନରୁ ଫେରିଥିବା ଡାକ୍ତରୀ ଛାତ୍ରମାନଙ୍କୁ ବୈଦେଶିକ ମେଡିକାଲ ଗ୍ରାଜୁଏସନ ପରୀକ୍ଷାରେ ହାଜର ହେବାକୁ ସରକାର ଅନୁମତି ଦେଇଛନ୍ତି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ୨୦ ହଜାର ଭାରତୀୟ ଛାତ୍ରଛାତ୍ରୀ ୟୁକ୍ରେନରୁ ଫେରିଛନ୍ତି। ପ୍ରକାଶ ଯୋଗ୍ୟ ଯେ, କିଛି ଦିନ ପୂର୍ବେ ରାଷ୍ଟ୍ରୀୟ ଚିକିତ୍ସା ଆୟୋଗ ଏହି ନିୟମ ଦର୍ଶାଇ ଛାତ୍ରଛାତ୍ରୀମାନଙ୍କୁ ଆଶ୍ଵସ୍ତି ଦେବାକୁ ମନା କରିଦେଇଥିଲେ।

ଗତକାଲି ଜୁଲାଇ ୨୮ ତାରିଖରେ ରାଷ୍ଟ୍ରୀୟ ଚିକିତ୍ସା ଆୟୋଗ ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ମେଡିକାଲର ଶେଷ ବର୍ଷର ସେହି ଛାତ୍ରମାନେ, ଯେଉଁମାନେ କୋଭିଡ ଏବଂ ରୁଷୋ-ୟୁକ୍ରେନ ଯୁଦ୍ଧ କାରଣରୁ ଭାରତ ଫେରିଛନ୍ତି ଏବଂ ସେମାନଙ୍କୁ ବିଜ୍ଞପ୍ତି ପ୍ରକାଶ ପାଇବ ସେମାନଙ୍କୁ ଅନୁମତି ଦିଆଯିବ। ସେମାନେ FMG ପରୀକ୍ଷାରେ ଯୋଗଦେବେ। ରାଷ୍ଟ୍ରୀୟ ଚିକିତ୍ସା ଆୟୋଗ (ଏନଏମସି) ଜୁନ୍ ୨୩ ତାରିଖରେ ଏକ ଆଫିଡେଭିଟ୍ ରେ କହିଛି ଯେ, ବୈଦେଶିକ ମେଡିକାଲ୍ ଗ୍ରାଜୁଏଟ୍ (ଏଫଏମଜି) ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ଏହିପରି ବିଦେଶୀ ମେଡିକାଲ ସ୍ନାତକମାନେ ଦୁଇ ବର୍ଷ ପାଇଁ ବାଧ୍ୟତାମୂଳକ ରୋଟେଟିଂ ମେଡିକାଲ ଇଣ୍ଟର୍ନସିପ୍ (CRMI) କରିବାକୁ ପଡିବ।

ଦୁଇ ବର୍ଷ ପାଇଁ CRMI ସମାପ୍ତ କରିବା ପରେ ବିଦେଶୀ ମେଡିକାଲ ସ୍ନାତକମାନେ ପଞ୍ଜୀକରଣ ପାଇଁ ଯୋଗ୍ୟ ହେବେ ବୋଲି ଆୟୋଗ କହିଛନ୍ତି। NMC ଆଫିଡେଭିଟ୍ ରେ ଦର୍ଶାଯାଇଛି ଯେ, କ୍ଲିନିକାଲ୍ ଟ୍ରେନିଂ ପାଇଁ ଇଣ୍ଟର୍ନସିପ୍ ଅବଧି ଦୁଇଗୁଣ କରାଯାଇଛି।

ଏପ୍ରିଲ୍ ୨୯ ତାରିଖରେ ରୁଷୋ-ୟୁକ୍ରେନ୍ ଯୁଦ୍ଧ ଏବଂ ମହାମାରୀ ଦ୍ୱାରା ପ୍ରଭାବିତ MBBS ଛାତ୍ରମାନଙ୍କୁ ଏଠାରେ ମେଡିକାଲ୍ କଲେଜଗୁଡ଼ିକରେ କ୍ଲିନିକାଲ୍ ତାଲିମ ସମାପ୍ତ କରିବାକୁ ଅନୁମତି ଦେବା ପାଇଁ ଦୁଇ ମାସ ମଧ୍ୟରେ ଯୋଜନା ପ୍ରସ୍ତୁତ କରିବାକୁ କମିଶନଙ୍କୁ କହିଥିଲେ।

ଏନଏମସି ଏହି ଆଫିଡେଭିଟ୍‌ରେ କହିଛି ଯେ, ଏପ୍ରିଲ୍ ୨୯ ତାରିଖର ନିଷ୍ପତ୍ତି ପରେ ଏହାର ବୋର୍ଡ ଅଫ୍ ଗ୍ରାଜୁଏଟ୍ ମେଡିକାଲ୍ ଏଜୁକେସନ୍ (UGMEB) ଏହାର ବିଭିନ୍ନ ବୈଠକରେ ବିଦେଶୀ ମେଡିକାଲ୍ ସ୍ନାତକମାନଙ୍କ ସହ ଆଲୋଚନା କରି ଆଲୋଚନା କରିଛି।

UGMEB ର ସଦସ୍ୟ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଆଲୋଚନା ସମୟରେ ସୂଚନା ଦିଆଯାଇଥିଲା ଯେ, ୟୁକ୍ରେନର ବିଭିନ୍ନ ମେଡିକାଲ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ୨୦ ହଜାର ୬୭୨ ଭାରତୀୟ ଛାତ୍ରଛାତ୍ରୀ ନାମ ଲେଖାଉଛନ୍ତି, ଯେଉଁମାନେ ଅନଲାଇନ୍ କ୍ଲାସ ନେଉଛନ୍ତି। ବିଜ୍ଞପ୍ତି ତାରିଖରେ ଡିଗ୍ରୀ ହାସଲ କରାଯାଇଛି। ଏଥିମଧ୍ୟରେ କୋଭିଡ ହେତୁ ଚାଇନାରୁ ଫେରିଥିବା ଛାତ୍ରମାନେ ଅନ୍ତର୍ଭୁକ୍ତ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଖୁସି ଖବର: ଏହି ତାରିଖରେ ହେବ ନିଟ୍ ପିଜି କାଉନସେଲିଂ

ନୂଆଦିଲ୍ଲୀ: ବର୍ତ୍ତମାନ ଡାକ୍ତରୀ ଛାତ୍ରମାନଙ୍କ ଅପେକ୍ଷା ଶେଷ ହେବାକୁ ଯାଉଛି। ନିଟ୍ ପିଜି (NEET PG) କାଉନସେଲିଂ ଜାନୁଆରୀ 12 ତାରିଖରୁ ଆରମ୍ଭ ହେବ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି। ନିଟ୍ କାଉନସେଲିଂରେ ବିଳମ୍ବ ହେତୁ ନୂତନ ଅଧିବେଶନ ପାଇଁ ଆଡମିଶନ ଅଟକି ରହିଥିଲା, ଯେଉଁ କାରଣରୁ ଗତ ମାସରେ ରେସିଡେଣ୍ଟ ଡାକ୍ତରମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ କରିଥିଲେ ଏବଂ ଧର୍ମଘଟରେ ବସିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଯୋଗ ଶିଖିଲେ ସୋଆ‌ର ନୂତନ ଡାକ୍ତରୀ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍‌ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଚଳିତ ବର୍ଷ ନୂତନକରି ଯୋଗ ଦେଇଥିବା ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଯୋଗ ଶିକ୍ଷା ପ୍ରଦାନ କରାଯାଇଛି।

ଡକ୍ଟର୍‌ସ ଓରିଏଂଟେସନ୍ ପ୍ରୋଗ୍ରାମ୍ -୨୦୨୧ ଅବସରରେ ଗତ ଫେବୃଆରୀ ୩ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ମେଡିକାଲ୍ କଲେଜ୍‌ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଆଇଏମ୍‌ଏସ୍ ଡିନ୍ ପ୍ରଫେସର ଗଙ୍ଗାଧର ସାହୁ ଉଦ୍‌ଘାଟନ କରିଥିଲେ।

ପ୍ରତ୍ୟହ ଅପରାହ୍ଣ ୩ ଟାରୁ ୫ଟା ପର୍ଯ୍ୟନ୍ତ ନୂତନ ଭାବେ ଯୋଗ ଦେଇ ଥିବା ୨୫୦ ଜଣ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ସୂର୍ଯ୍ୟ ନମସ୍କାର, ଆସନ ଓ ପ୍ରାଣାୟାମ ଯୋଗ ଅଭ୍ୟାସ କରାଇବା ସହ ଓଁକାର ଧ୍ୱନି ମନ ଓ ଶରୀର ଉପରେ କିଭଳି ପ୍ରଭାବ ପକାଇଥାଏ ସେ ନେଇ ଶିକ୍ଷା ପ୍ରଦାନ କରିଥିଲେ ସୋଆର ଯୋଗ ଶିକ୍ଷକ ଶ୍ରୀ ଅଖିଳଚନ୍ଦ୍ର ରଣା। ତାଙ୍କର ଏହି କାର୍ଯ୍ୟକ୍ରମରେ ମନୋଜ ସିଂ ସହଯୋଗ କରିଥିଲେ।