Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ରାଜ୍ୟ ଡାସବୋର୍ଡ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜାଣନ୍ତୁ ଏହା କଣ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ଡାଟା ଏବଂ ଆନାଲିଟିକ୍ସ- ପରିଚାଳିତ ପ୍ଲାଟଫର୍ମ ରାଜ୍ୟ ଡାସବୋର୍ଡ ଲୋକାର୍ପିତ ହୋଇଛି। ଲୋକଙ୍କ ସୁବିଧା ପାଇଁ ତଥ୍ୟ ଭିତ୍ତିରେ ସରକାରୀ ଯୋଜନାଗୁଡ଼ିକର ତଦାରଖ ଏବଂ ଉତ୍ତମ ପରିଚାଳନା ଦିଗରେ ଏହା ବିଶେଷ ସହାୟକ ହେବ। ରାଜ୍ୟ ଡାସବୋର୍ଡରେ ୩ଟି ପ୍ରମୁଖ ବର୍ଗ ରହିଛି। ଯଥା- ମୁଖ୍ୟମନ୍ତ୍ରୀ ଡାସବୋର୍ଡ, ବିଭାଗ ଡାସବୋର୍ଡ ଏବଂ ପ୍ରଶାସନିକ ପଦକ୍ଷେପ ତଦାରଖ ପୋର୍ଟାଲ। ଏହି ବ୍ୟବସ୍ଥା ଦ୍ଵାରା 5T ଭିତ୍ତିରେ ବିଭିନ୍ନ ପ୍ରଶାସନିକ ବିଭାଗର କାର୍ଯ୍ୟଦକ୍ଷତା ମୂଲ୍ୟାୟନ ହେବ।

ଏହି ଡାସବୋର୍ଡର ପ୍ରମୁଖ ବୈଶିଷ୍ଟ୍ୟ ହେଉଛି KPIs (Key Performance Indicators) ପ୍ରଦର୍ଶନ ମୂଲ୍ୟାଙ୍କନ ବ୍ୟବସ୍ଥା ଏବଂ କାର୍ଯ୍ୟର ଅଗ୍ରଗତି ଦର୍ଶାଉଥିବା ଏକ ଭିଜୁଆଲ ଡିସପ୍ଲେ; ଯାହା ସମୟୋଚିତ ପଦକ୍ଷେପ ନେବାରେ ବେଶ ସହାୟକ ହେବ। ବର୍ତ୍ତମାନ ଏଥିରେ ୩୦ ଟି ଭିନ୍ନ ଭିନ୍ନ ଡାସବୋର୍ଡ ମାଧ୍ୟମରେ ୧୬ ଟି ବିଭାଗ ଯୋଡ଼ି ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଅଧିକ ବିଭାଗକୁ ଏଥିରେ ଅନ୍ତର୍ଭୁକ୍ତ କରିବାକୁ ଯୋଜନା ରହିଛି।

ବିଭାଗଗୁଡ଼ିକର କାର୍ଯ୍ୟଦକ୍ଷତା ଏବଂ ସେମାନଙ୍କ ଦ୍ଵାରା ପରିଚାଳିତ ଯୋଜନାଗୁଡ଼ିକର ମୂଲ୍ୟାୟନ କରିବା ପାଇଁ ଏଥିରେ ଭିଜୁଆଲାଇଜେସନ୍ ଏବଂ ଆଡଭାନ୍ସଡ ଆନାଲିଟିକ୍ସର ବ୍ୟବହାର କରାଯାଇଛି।

ରାଜ୍ୟ ଡାସବୋର୍ଡ ମଧ୍ୟରେ ମୁଖ୍ୟମନ୍ତ୍ରୀ ଡାସବୋର୍ଡ ରହିଛି। ଲୋକଙ୍କ ସୁବିଧା ପାଇଁ ଏଥିରେ ସମସ୍ତ ତଥ୍ୟ ଉପଲବ୍ଧ ରହିଛି। https://cmdashboard.odisha.gov.in/ ମାଧ୍ୟମରେ ସାଧାରଣ ଲୋକ ଏହି ଡାସବୋର୍ଡର ବ୍ୟବହାର କରିପାରିବେ। ଜନ ଭାଗିଦାରୀ ଦ୍ଵାରା ବିଭାଗଗୁଡ଼ିକର ଉତ୍ତରଦାୟିତ୍ଵ ବଢିବା ସହ ଲୋକଙ୍କୁ ଉତ୍ତମ ସେବା ପ୍ରଦାନ ବ୍ୟବସ୍ଥାରେ ଆହୁରି ସ୍ଵଚ୍ଛତା ଆସିବ।

5T କୁ ଭିତ୍ତିକରି ବ୍ୟବସ୍ଥାରେ ସ୍ଵଚ୍ଛତା ବଜାୟ ରଖିବା ସହ ସମୟୋଚିତ କାର୍ଯ୍ୟ ସମ୍ପାଦନ ପାଇଁ ଏଥିରେ ଅଭିନବ ଜ୍ଞାନକୌଶଳର ଉପଯୋଗ କରଯାଇଛି। ଏହି ଅତ୍ୟାଧୁନିକ ଡାସବୋର୍ଡ ଜରିଆରେ ପ୍ରଶାସନିକ ଅଧିକାରୀମାନଙ୍କୁ ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ତଥ୍ୟ ନେଇ ପୁଙ୍ଖାନୁପୁଙ୍ଖ ସୂଚନା ମିଳିପାରିବ।

ଏହି ଡାସବୋର୍ଡ ଉନ୍ମୋଚନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, “ଟେକ୍ନୋଲୋଜି ଆମ ଶାସନ ମଡେଲର ଅଧାରବିନ୍ଦୁ ପାଲଟିଛି। ଶାସନ ବ୍ୟବସ୍ଥାକୁ ଆହୁରି ପ୍ରଭାବୀ କରିବା ସହ ଜନସେବାରେ ଆହୁରି ସ୍ବଚ୍ଛତା ଆଣିବାକୁ ଆମେ ଶ୍ରେଷ୍ଠ ଟେକ୍ନୋଲୋଜିର ନିରନ୍ତର ବ୍ୟବହାର ଜାରି ରଖିବୁ।

“ ଏହି ସମନ୍ଵିତ ଡାସବୋର୍ଡର ଶୁଭାରମ୍ଭ 5T ଶାସନ ମଡେଲକୁ ଆହୁରି ଆଗକୁ ନେବ। ଆମ 5T ଶାସନ ମଡେଲ ସହ ତଥ୍ୟ ଭିତ୍ତିକ ସମୟୋଚିତ ପଦକ୍ଷେପକୁ ସୁନିଶ୍ଚିତ କରିବାରେ ସହାୟକ ହେବ।”

ସରକାରୀ ଯୋଜନାଗୁଡ଼ିକ ତଦାରଖ ବ୍ୟତୀତ, ଏହି ଡାସବୋର୍ଡ ଦ୍ଵାରା ଯୋଜନାଗୁଡ଼ିକର ଅଗ୍ରଗତି ନେଇ ଅଧିକାରୀମାନେ ପଦକ୍ଷେପ ନେଇପାରିବେ। ରାଜ୍ୟ ଡାସବୋର୍ଡରୁ ନାଗରିକମାନଙ୍କୁ ନୀତି ନିର୍ଦ୍ଧାରଣ, ବଜେଟ୍ ଆବଣ୍ଟନ ଏବଂ ସାଧାରଣ ଖର୍ଚ୍ଚ ବାବଦ ସୂଚନା ସହଜରେ ମିଳିପାରିବ। ଲୋକମାନେ ସହଜରେ ସରକାରୀ ସେବାର ଲାଭ ଉଠାଇପାରିବେ। ଏହାଦ୍ବାରା ରାଜ୍ୟ ବିକାଶରେ ଲୋକଙ୍କ ଭାଗିଦାରୀ ବୃଦ୍ଧି ପାଇବ। ଲୋକଙ୍କ କଲ୍ୟାଣ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ ଏବଂ ତଥ୍ୟ ପରିଚାଳିତ ଶାସନ ବ୍ୟବସ୍ଥାରେ ଏହି ଡାସବୋର୍ଡ ଏକ ନୂଆ ଅଧ୍ୟାୟ ଯୋଡ଼ିବ

Categories
ଆଜିର ଖବର ଜାତୀୟ ଖବର

ଖେଲୋ ଇଣ୍ଡିଆ ଡାସବୋର୍ଡର ଶୁଭାରମ୍ଭ କଲେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର

ନୂଆଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର ଆଜି ନୂଆଦିଲ୍ଲୀ ଠାରେ ଖେଲୋ ଇଣ୍ଡିଆର ନୂତନ ଡାସବୋର୍ଡର ଶୁଭାରମ୍ଭ କରିଛନ୍ତି। ଏହି ଡାସବୋର୍ଡ଼ରେ ଖେଲୋ ଇଣ୍ଡିଆ ଯୋଜନା ଏବଂ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ସହ ଜଡିତ ସମସ୍ତ ପରିସଂଖ୍ୟାନ ଓ ତଥ୍ୟ ରହିଛି। ଏହି ଅବସରରେ ଯୁବ ବ୍ୟାପାର ଏବଂ କ୍ରୀଡ଼ା ରାଷ୍ଟ୍ର ମନ୍ତ୍ରୀ ନିଶିଥ ପ୍ରାମାଣିକ ଏବଂ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ତଥା ସାଇ ର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ।

ଖେଲୋ ଇଣ୍ଡିଆ ଡ୍ୟାସବୋର୍ଡ ରିୟଲ-ଟାଇମରେ ଅପଡେଟ୍ ହେବ ଏବଂ ଏକ ସ୍ବତନ୍ତ୍ର  ୱାନ-ଷ୍ଟପ୍ ପ୍ଲାଟଫର୍ମ ହେବାକୁ ଲକ୍ଷ୍ୟ ରଖିଛି ଯାହା ମାଧ୍ୟମରେ ଦେଶର ପ୍ରତ୍ୟେକ ନାଗରିକ ଖେଲୋ ଇଣ୍ଡିଆ ସ୍କିମର ବିଭିନ୍ନ ସୁବିଧା ସମ୍ବନ୍ଧୀୟ ସମସ୍ତ ସୂଚନା ପାଇପାରିବେ।

ଡ୍ୟାସବୋର୍ଡ ବିଷୟରେ ଅନୁରାଗ ସିଂ ଠାକୁର ସୂଚନା ପ୍ରଦାନ କରି କହିଛନ୍ତି, “ଯଦି ଆପଣ ଭାରତ ସରକାର କରୁଥିବା କାର୍ଯ୍ୟକୁ ଦେଖନ୍ତି, ତେବେ ଆପଣ ଦେଖିବେ ଯେ ସୁବିଧା ଏବଂ ସ୍ୱଚ୍ଛତାକୁ ସର୍ବଦା ପ୍ରାଥମିକତା ଦିଆଯାଇଛି। ବ୍ୟବସାୟ କରିବା ସହଜ ହେଉଛି, ଜୀବନ ଯାପନର ସୁଗମତା ସହିତ ବିଭିନ୍ନ ପ୍ରକ୍ରିୟାର ଅନୁପାଳନ ମଧ୍ୟ ସରଳ ହୋଇଛି। ଏହି ଚିନ୍ତାଧାରାକୁ ଦୃଷ୍ଟିରେ ରଖି ଖେଲୋ ଇଣ୍ଡିଆ ଡ୍ୟାସବୋର୍ଡର ଶୁଭାରମ୍ଭ କରାଯାଇଛି। ଏହି ସ୍ବତନ୍ତ୍ର ପ୍ଲାଟଫର୍ମ, ପ୍ରତ୍ୟେକ ବ୍ୟକ୍ତିଙ୍କୁ ସାହାଯ୍ୟ କରିବ, ଜଣେ ସାଧାରଣ ମଣିଷ ହୁଅନ୍ତୁ କିମ୍ବା ଆଥଲେଟ୍, ଖେଲୋ ଇଣ୍ଡିଆ ସ୍କିମ୍ ସମ୍ବନ୍ଧରେ ଆବଶ୍ୟକ କରୁଥିବା ସମସ୍ତ ସୂଚନା ପାଇପାରିବେ ଏବଂ କୌଣସି ସୂଚନା ପାଇବା ପାଇଁ ସେମାନଙ୍କୁ ଏକାଧିକ ସ୍ଥାନ ପରିଦର୍ଶନ କରିବାକୁ ପଡିବ ନାହିଁ। ଏହି ଡ୍ୟାସବୋର୍ଡରେ ଜିଓଟ୍ୟାଗିଂ ସହିତ ଖେଳ ପଡିଆ ବିଷୟରେ ସୂଚନା ଉପଲବ୍ଧ ରହିଛି। ”

କେନ୍ଦ୍ର ମନ୍ତ୍ରୀଙ୍କ ବିବୃତ୍ତି ସହିତ ଶ୍ରୀ ପ୍ରାମାନିକ୍ କହିଛନ୍ତି ଯେ ଏହି ପ୍ଲାଟଫର୍ମ କେବଳ ଖେଲୋ ଇଣ୍ଡିଆ ଯୋଜନା ସମ୍ବନ୍ଧରେ ସୂଚନା ପାଇବାରେ ସାହାଯ୍ୟ କରିବ ନାହିଁ ବରଂ କ୍ରୀଡା ଭିତ୍ତିଭୂମି, ଫିଟ୍ ଇଣ୍ଡିଆ ଏବଂ ପ୍ଲେ ଫିଲ୍ଡ ବିକାଶର ଅଗ୍ରଗତି ସମ୍ବନ୍ଧରେ ସୂଚନା ପାଇବାରେ ମଧ୍ୟ ସାହାଯ୍ୟ କରିବ।

ଏହି ସ୍ବତନ୍ତ୍ର ପ୍ଲାଟଫର୍ମରେ ଖେଲୋ ଇଣ୍ଡିଆ ସେଣ୍ଟର୍ସ (କେଆଇସି), ଖେଲୋ ଇଣ୍ଡିଆ ଏକାଡେମୀଜ୍, ସାଇ ଟ୍ରେନିଂ ସେଣ୍ଟର୍ସ ଏବଂ ନ୍ୟାସନାଲ ସେଣ୍ଟର ଅଫ୍ ଏକ୍ସଲେନ୍ସ (ଏନସିଓଇ) ସମ୍ବନ୍ଧରେ ଏକ ଡାଟାବେସ୍ ରହିଛି ଯାହା ପରବର୍ତ୍ତୀ ସମୟରେ ଆଥଲେଟ ମାନଙ୍କୁ ନିକଟତମ କେନ୍ଦ୍ର ଖୋଜିବାରେ ସାହାଯ୍ୟ କରିବ ଯେଉଁଠାରେ ବିଭିନ୍ନ ବିଭାଗରେ କ୍ରୀଡା ତାଲିମ ଉପଲବ୍ଧ ରହିଛି। ଏକ ନିର୍ଦ୍ଦିଷ୍ଟ କ୍ରୀଡା ଅନୁସରଣ କରୁଥିବା କୌଣସି ଆଥଲେଟ୍ ସମଗ୍ର ଭାରତରେ ନିଜ ପସନ୍ଦର କେନ୍ଦ୍ର ଖୋଜିବାରେ ସାହାଯ୍ୟ କରିବାକୁ ଏହି କେନ୍ଦ୍ରଗୁଡ଼ିକ ଭାରତର ମାନଚିତ୍ରରେ ଜିଓଟ୍ୟାଗ୍ କରାଯାଇଛି।