Categories
ଆଞ୍ଚଳିକ

ଡିଏଭି କଳିଙ୍ଗ ନଗରରେ ୨୭ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ଡିଏଭି ପବ୍ଲିକ ସ୍କୁଲ କଳିଙ୍ଗ ନଗରରେ ୨୭ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀବିପିନ କୁମାର ସାହୁ ସ୍ୱାଗତ ଭାଷଣ ଦେଇଥିଲେ। ମହର୍ଷି ସୁଧାନନ୍ଦ ସରସ୍ୱତୀ ଏହି ଉତ୍ସବରେ ମୁଖ୍ୟବକ୍ତା ରୂପେ ଯୋଗ ଦେଇ ଡିଏଭିର ପ୍ରାଣ ପ୍ରତିଷ୍ଠାତା ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଜୀବନୀ ଉପରେ ଗଭୀର ଆଲୋକପାତ କରିବା ସହିତ ତାଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ।

ବିଦ୍ୟାଳୟର ଚେୟାରମ୍ୟାନ ଶ୍ରୀଯୁକ୍ତ ମଦନ ମୋହନ ପଣ୍ଡା ଛାତ୍ରଛାତ୍ରୀମାନଙ୍କୁ ବୈଦିକ ରୀତିନୀତିରେ ଅନୁପ୍ରେରିତ ହେବା ପାଇଁ ଉତ୍ସାହିତ କରିଥିଲେ। ଏହି ଅବସରରେ ଏକ ପବିତ୍ର ଯଜ୍ଞ ଅନୁଷ୍ଠିତ ହୋଇଥିଲା। ବନ ମହୋତ୍ସବସପ୍ତାହ ପାଳନ ପରିପ୍ରେକ୍ଷୀରେଏନ୍‌.ସି.ସି, ସ୍କାଉଟ୍‌ଗାଇଡ୍ ଓ ଜେଆର୍‌ସି ବିଭାଗ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଡିଏଭି ଆଞ୍ଚଳିକ ସହ ନିର୍ଦ୍ଦେଶିକା ତଥା ଡିଏଭି ଚନ୍ଦ୍ରଶଖରପୁରର ଅଧ୍ୟକ୍ଷା ଡ. ସୁଜାତା ସାହୁ , ମ୍ୟାନେଜର ଈପ୍‌ସିତା ଦାସ, ଏଲ. ଆର ଡିଏଭିର ଅଧ୍ୟକ୍ଷ ନିରଞ୍ଜନ ସ୍ୱାଇଁ, ଡିଏଭି ରାଜାବଗିଚାର ଅଧ୍ୟକ୍ଷା ମୌସୁମୀ ଦାସ ପ୍ରମୁଖ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ।

ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ତରଫରୁ“ପିପୁଲ ଫର୍‌ ସେବା”ଜରାଶ୍ରମର ଅନ୍ତେବାସୀଙ୍କ ମଧ୍ୟରେ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ବଣ୍ଟନ କରାଯାଇ ଥିଲା। ଆହୁରି ମଧ୍ୟ ପିଲାମାନଙ୍କମନରେ ପରିବେଶ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ବିଦ୍ୟାଳୟର “ଇକୋକ୍ଲବ” ଦ୍ୱାରା ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମକର୍ତ୍ତାଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମଟି ସୂଚାରୁ ରୂପେ ସଂପାଦିତ ହୋଇଥିଲା।

Categories
ଆଞ୍ଚଳିକ

ଡିଏଭି କଳିଙ୍ଗ ନଗରଠାରେ ସାହିତ୍ୟ ସମ୍ମିଳନୀ ଉଦ୍‌ଯାପିତ

ଭୁବନେଶ୍ୱର: ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାହିତ୍ୟ ଅନୁରାଗ ସୃଷ୍ଟି କରିବା ଉଦ୍ଦେଶ୍ୟ ନେଇ ଡି.ଏ.ଭି କଲେଜ ପରିଚାଳନା ସମିତି, ନୂଆଦିଲ୍ଲୀ ଅଧୀନରେ ସମଗ୍ର ଦେଶରେ ଆସୁଥିବା ବିଦ୍ୟାଳୟ ଗୁଡ଼ିକରେ ସାହିତ୍ୟ ସମ୍ମିଳନୀ ଆୟୋଜନର ଏକ ଅଭିନବ ପ୍ରୟାସକ୍ରମରେ ଡି,ଏ,ଭି କଳିଙ୍ଗ ନଗର ଆନୁକୁଲ୍ୟରେ ଏକ ସପ୍ତାହ ବ୍ୟାପୀ ଚାଲିଥିବା ସାହିତ୍ୟ ସମ୍ମିଳନୀ ଉଦ୍‌ଯାପିତ ହୋଇଯାଇଛି।

ଉଦ୍‌ଯାପନୀ ଉତ୍ସବରେ ବିଶିଷ୍ଟ ଗାଳ୍ପିକା ପ୍ରାଚୀତାରା ମିଶ୍ର ଯୋଗ ଦେଇ ବିଭିନ୍ନ କଳାକୌଶଳକୁ ପ୍ରୟୋଗ କରି ଚମତ୍କାର ଭାବରେ ଗଳ୍ପ ପଠନ ସହ ତାକୁ ମନେରଖିବାର ଶୈଳୀକୁ ଉପସ୍ଥାପନା କରିବା ସହ ପିଲାମନେ ଗଳ୍ପ ପଠନ ସମୟରେ ଗଳ୍ପରେ ସମ୍ପୂର୍ଣ୍ଣ ଭାବେ ମଜ୍ଜିଗଲେ ହିଁ ତାହା ଉପଭୋଗ୍ୟ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାମୂହିକ ସଙ୍ଗୀତ ସହ ଅଭିନୟ ମାଧ୍ୟମରେ ସାହିତ୍ୟକୁ ବୁଝିବାର ଶୈଳୀ ପରିବେଷଣ କରାଯାଇଥିଲା।

ଏତଦ୍‌ଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଓଡ଼ିଆ, ଇଂରାଜୀ ଏବଂ ହିନ୍ଦୀ ଭାଷାରେ ସୁନ୍ଦର ସୁନ୍ଦର ଗଳ୍ପ ଉପସ୍ଥାପନା କରାଯାଇଥିଲା। ପିଲାମାନଙ୍କ ମନରେ ଭାଷାପ୍ରୀତି ସୃଷ୍ଟି କରିବା ଲକ୍ଷ୍ୟ ନେଇ ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ମଧ୍ୟ ବିଭିନ୍ନ ଭାଷାରେ ଗଳ୍ପକଥନକୁ ଆଲୋକପାତ କରାଯାଇଥିଲା। ପ୍ରକାଶଥାଉକି ଏହି ସମ୍ମିଳନୀକୁ ବିଶିଷ୍ଟ ଲେଖକ ତଥା ମାର୍ଗଦର୍ଶକ ଡ. ଗୋପ ରଞ୍ଜନ ମିଶ୍ର ଉଦ୍‌ଘାଟନ କରି ପିଲାମାନଙ୍କର ଅତିପ୍ରିୟ ଗଳ୍ପ ଓ ସାହିତ୍ୟ ହୋଇଥିବାରୁ ପିଲାମାନେ ଏଥିରେ ମନୋନିବେଶ କରିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ।

ସପ୍ତାହ ବ୍ୟାପୀ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବକ୍ତୃତା, ପ୍ରବନ୍ଧ, ସ୍ୱରଚିତ କବିତା କ୍ଷୁଦ୍ରଗଳ୍ପ ଇତ୍ୟାଦି ପ୍ରତିଯୋଗିତା ସହ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ପାଇଁ ଏକ ପୁସ୍ତକ ମେଳାର ଆୟୋଜନ ମଧ୍ୟ କରାଯାଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ପ୍ରତ୍ୟକ୍ଷ ଭାବରେ ଏହି ସମସ୍ତ କାର୍ଯ୍ୟକ୍ରମକୁ ଅନୁଧ୍ୟାନ କରିବା ସହ ଭାଷା ଓ ସାହିତ୍ୟ ବଞ୍ଚି ରହିଲେ ଛାତ୍ରଛାତ୍ରୀମାନେ ସଫଳତା ଲାଭ କରିବେ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମଟି ବିଦ୍ୟାଳୟର ପାଠାଗାର ବିଭାଗ, ଶିକ୍ଷକଶିକ୍ଷୟିତ୍ରୀ ତଥା କର୍ମକର୍ତ୍ତାଙ୍କ ସହାଯ୍ୟ ସହଯୋଗରେ ସୁଚାରୁରୂପେ ସମ୍ପାଦିତ ହୋଇଥିଲା।