Categories
ଅପରାଧ ଆଜିର ଖବର ଜାତୀୟ ଖବର

ପୁଣି ଚର୍ଚ୍ଚାରେ ଡିଏସପି: ସଠିକ ତଦନ୍ତ ଯୋଗୁଁ ଗୋଟିଏ ବର୍ଷରେ ୧୨ ଟି ମାମଲାର ରାୟ ଶୁଣାଇଲେ କୋର୍ଟ

ଆସିକା (ମାନସ ପୂର୍ଣ୍ଣ ଆଚାର୍ଯ୍ୟ): ପୁଣି ଚର୍ଚ୍ଚାରେ ତତ୍କାଳୀନ ଆସିକା ଥାନା ଅଧିକାରୀ ତଥା ବର୍ତ୍ତମାନର ପୁରୀ ସଦର ଡିଏସପି ପ୍ରଶାନ୍ତ କୁମାର ସାହୁ। ଶ୍ରୀ ସାହୁଙ୍କ ସଠିକ ତଦନ୍ତ ଓ ଉଚିତ କାର୍ଯ୍ୟାନୁଷ୍ଠାନ ହେତୁ ଅପରାଧିକଙ୍କ ବିରୋଧରେ କୋର୍ଟ ଶୀଘ୍ର ରାୟ ଶୁଣାଇପାରିଛନ୍ତି। ଗୋଟିଏ ବର୍ଷ ମଧ୍ୟରେ ୧୨ ଟି ଅପରାଧିକ ମାମଲାର ଦଣ୍ଡବିଧାନ ହୋଇ ପାରିଛି।

୨୦୨୨ ମସିହାରେ ଆସିକା ବଜାର ସାହି ସ୍ଥିତ ମହାଲକ୍ଷ୍ମୀ ସୁନା ଦୋକାନରୁ ସୁନା ଅଳଙ୍କାର ଲୁଟ ଘଟଣାରେ ମଧ୍ୟ ଆଜି ରାୟ ପ୍ରକାଶ ପାଇଛି। ୫ ଜଣ ଅଭିଯୁକ୍ତଙ୍କୁ ଦଶ ବର୍ଷ କାରାଦଣ୍ଡାଦେଶ ଶୁଣାଇଲେ ଆସିକା ଜିଲ୍ଲା ଦୌରାଜଜ।

ଓଡ଼ିଶା ପୋଲିସ ପାଇଁ ପୁଣି ଗର୍ବ ଆଣିଲେ ତତ୍କାଳୀନ ଥାନା ଅଧିକାରୀ ତଥା ବର୍ତ୍ତମାନର ପୁରୀ ସଦର ଡିଏସପି ପ୍ରଶାନ୍ତ କୁମାର ସାହୁ।

Categories
ଆଜିର ଖବର ରାଜ୍ୟ ଖବର

କଳାହାଣ୍ଡି ପୋଲିସ ପଂଝାରେ ପୋଲିସ, ବିବାହ ପ୍ରତାରଣା ଅଭିଯୋଗରେ ଡିଏସପି ଗିରଫ

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କେସିଙ୍ଗା ପୋଲିସ ପଂଝାରେ ମାଲକାନଗିରି ଡିଏସପି ଗିରଫ ହୋଇ କୋର୍ଟ ଚାଲାଣ ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି।

ଘଟଣାରୁ ପ୍ରକାଶ ଯେ, ଜନୈକା ମହିଳା କନେଷ୍ଟବଳଙ୍କ ଦ୍ୱାରା କଳାହାଣ୍ଡି ଏସପିଙ୍କ ପାଖରେ  ଅଭିଯୋଗ କ୍ରମେ କେସିଙ୍ଗା ଥାନାରେ କେଶ ନଂ.୧୮୮ ତା.୨୧.୦୮.୨୦୨୦ ରେ ଏକ ମାମଲା ରୁଜ୍ଜୁ ହୋଇ ଅଭିଯୁକ୍ତ ମାଲକାନଗିରି ସଦର ଡିଏସପି ଅକ୍ଷୟ ନାୟକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।

ଗତ ପାଂଚ ବର୍ଷ ତଳେ ବିବାହ କରି ପରବର୍ତ୍ତୀ ସମୟରେ ନିର୍ଯ୍ୟାତନା ଦେବା ସହିତ ଫେସବୁକରେ ନାନାପ୍ରକାର ମେସଜ ପୋଷ୍ଟ କରି ମାନସିକ ସ୍ତରରେ ଆଘାତ ଦେଉଥିବା ଏବଂ ପ୍ରତିବାଦ କଲେ ଶାରିରୀକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଥିବା ପ୍ରକାଶ। ଅଭିଯୁକ୍ତ ଅକ୍ଷୟ ନାୟକ ପୂର୍ବରୁ କଳାହାଣ୍ଡିରେ ପୋଲିସ ଇନିସ୍ପେକ୍ଟର ତଥା କେସିଙ୍ଗାରେ ଏସଡିପିଓ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ।