କଳାହାଣ୍ଡି ପୋଲିସ ପଂଝାରେ ପୋଲିସ, ବିବାହ ପ୍ରତାରଣା ଅଭିଯୋଗରେ ଡିଏସପି ଗିରଫ

Published: Dec 20, 2020, 9:36 am IST

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କେସିଙ୍ଗା ପୋଲିସ ପଂଝାରେ ମାଲକାନଗିରି ଡିଏସପି ଗିରଫ ହୋଇ କୋର୍ଟ ଚାଲାଣ ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି।

ଘଟଣାରୁ ପ୍ରକାଶ ଯେ, ଜନୈକା ମହିଳା କନେଷ୍ଟବଳଙ୍କ ଦ୍ୱାରା କଳାହାଣ୍ଡି ଏସପିଙ୍କ ପାଖରେ  ଅଭିଯୋଗ କ୍ରମେ କେସିଙ୍ଗା ଥାନାରେ କେଶ ନଂ.୧୮୮ ତା.୨୧.୦୮.୨୦୨୦ ରେ ଏକ ମାମଲା ରୁଜ୍ଜୁ ହୋଇ ଅଭିଯୁକ୍ତ ମାଲକାନଗିରି ସଦର ଡିଏସପି ଅକ୍ଷୟ ନାୟକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।

ଗତ ପାଂଚ ବର୍ଷ ତଳେ ବିବାହ କରି ପରବର୍ତ୍ତୀ ସମୟରେ ନିର୍ଯ୍ୟାତନା ଦେବା ସହିତ ଫେସବୁକରେ ନାନାପ୍ରକାର ମେସଜ ପୋଷ୍ଟ କରି ମାନସିକ ସ୍ତରରେ ଆଘାତ ଦେଉଥିବା ଏବଂ ପ୍ରତିବାଦ କଲେ ଶାରିରୀକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଥିବା ପ୍ରକାଶ। ଅଭିଯୁକ୍ତ ଅକ୍ଷୟ ନାୟକ ପୂର୍ବରୁ କଳାହାଣ୍ଡିରେ ପୋଲିସ ଇନିସ୍ପେକ୍ଟର ତଥା କେସିଙ୍ଗାରେ ଏସଡିପିଓ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ।

Related posts