Categories
ଆଜିର ଖବର ଜାତୀୟ ଖବର

ଦରଦାମ ବୃଦ୍ଧି ନେଇ ବିମାନ ଭିତରେ ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଘେରିଲେ କଂଗ୍ରେସ ନେତ୍ରୀ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ମୁଦ୍ରାସ୍ଫୀତି ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ମହିଳା କଂଗ୍ରେସ ସଭାପତି ନେତା ଡି’ସୁଜାଙ୍କ ସହ ମୁହାଁମୁହିଁ ହେବାର ଏକ ଭିଡିଓ ଭାଇରାଲ ହୋଇଛି। ଦୁହେଁ ଗୁଆହାଟୀ ଅଭିମୁଖେ ଯାଉଥିବା ବିମାନ ଭିତରେ ଏହି ଯୁକ୍ତିତର୍କ ହୋଇଥିଲେ। ବିମାନଟି ଯେତେବେଳେ ଅବତରଣ କରି ଯାତ୍ରୀମାନେ ବାହାରୁଥିଲେ ସେତେବେଳେ ଏହି କଥାବାର୍ତ୍ତା ହୋଇଥିଲା।

ଏଙି ଭିଡିଓରେ କଂଗ୍ରେସ ନେତ୍ରୀ ଡି’ସୁଜା କେନ୍ଦ୍ର ମନ୍ତ୍ରୀଙ୍କୁ LPG ର ମୂଲ୍ୟ ବୃଦ୍ଧି ବିଷୟରେ ପଚାରୁଛନ୍ତି। ଯେଉଁଥିରେ ଇରାନୀ ଉତ୍ତର ଦେଇଛନ୍ତି ଯେ ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟକ୍ରମ ମାଧ୍ୟମରେ କେନ୍ଦ୍ର ଗରୀବ ଲୋକଙ୍କୁ ସାହାଯ୍ୟ କରୁଛି। ମହିଳା କଂଗ୍ରେସ ସଭାପତି ପ୍ରଶ୍ନ ପଚାରିଥିବା ବେଳେ ମନ୍ତ୍ରୀ କହିଛନ୍ତି ଯେ ଆପଣ ସମସ୍ତ ଯାତ୍ରୀଙ୍କ ରାସ୍ତା ଅବରୋଧ କରୁଛନ୍ତି।

ଏହା ପରେ ଡି’ସୁଜା କହିଥିଲେ ଯେ ସମସ୍ତେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଇରାନୀ ଉତ୍ତର ଦେଇଛନ୍ତି ଯେ ସରକାର ଦେଶବାସୀଙ୍କୁ ମାଗଣା ରାସନ, 1.83 ବିଲିୟନ ଲୋକଙ୍କୁ ମାଗଣା ଟିକା” ଦେଉଛନ୍ତି।

ବାର୍ତ୍ତାଳାପ ଚାଲିଥିବାବେଳେ ଇରାନି ଏବଂ ଡି’ସୁଜା ଉଭୟ ଏହାକୁ ମୋବାଇଲ୍ ଫୋନରେ ରେକର୍ଡିଂ କରିବା ଆରମ୍ଭ କରିଥିଲେ। ମନ୍ତ୍ରୀ ନିଜେ ଏହି ଘଟଣାର ରେକର୍ଡ ମଧ୍ୟ କରିଛନ୍ତି। ଡି’ସୁଜା ଅଭିଯୋଗ କରିଛନ୍ତି ଯେ ତାଙ୍କୁ ପୁରା ଘଟଣା ରେକର୍ଡ କରିବାକୁ ଅନୁମତି ଦିଆଯାଇ ନାହିଁ।

ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, ସାର ଏବଂ ଅତ୍ୟାବଶ୍ୟକ ଔଷଧର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ନେଇ କେନ୍ଦ୍ର ବିରୋଧରେ କଂଗ୍ରେସ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରିଛି। ପ୍ରଦେଶ କଂଗ୍ରେସ କମିଟିଙ୍କ ତତ୍ତ୍ବାବଧାନରେ ସାରା ଦେଶର ରାଜ୍ୟ ମୁଖ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର

ହୁ ହୁ ହୋଇ ବଢିବାରେ ଲାଗିଛି ତୈଳ୍ୟଦର, ପ୍ରଧାନମନ୍ତ୍ରୀଙ୍କୁ ରାହୁଳ ଗାନ୍ଧୀ କଲେ କଡା କଟାକ୍ଷ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ହୁହୁ ହୋଇ ବଢିବାରେ ଲାଗିଛି ପେଟ୍ରୋଲ ଡିଜେଲ ଦର। ଯାହା ଲୋକଙ୍କୁ ହନ୍ତସନ୍ତ କରିସାରିଲାଣି। ଗତ ୧୪ ଦିନ ମଧ୍ୟରେ ଆଜି ୧୨ଥର ପାଇଁ ବଢିଛି ତୈଳଦର। ସୋମବାର ପେଟ୍ରୋଲ ଡିଜେଲ ଲିଟର ପିଛା ୪୦ ପଇସା ବୃଦ୍ଧି ପାଇଛି। ଏହାକୁ ମିଶାଇ ୨ ସପ୍ତାହ ମଧ୍ୟରେ ଉଭୟ ପେଟ୍ରୋଲ ଓ ଡିଜେଲ ପ୍ରାୟ ୮.୪୦ ଟଙ୍କା ବଢିଲାଣି।

ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୩. ୮୧ ଟଙ୍କା ଓ ଡିଜେଲ ଲିଟର ପିଛା ୯୫.୦୭ ଟଙ୍କାରେ ବିକ୍ରି ହେଉଛି । ମୁମ୍ବାଇରେ ସୋମବାର ପେଟ୍ରୋଲ ଲିଟର ପିଛା ୪୨ ପଇସା ବଢିଛି । ଫଳରେ ଏଠାରେ ପେଟ୍ରୋଲ ଲିଟର ୧୧୮.୮୩ ଟଙ୍କାରେ ପହଞ୍ଚିଛି । ସେହିପରି ଡିଜେଲ ଲିଟର ପିଛା ୪୩ ପଇସା ବଢିବାରୁ ଏହାର ଦାମ ୧୦୩.୦୭ ଟଙ୍କା ଛୁଇଁଛି।

ସେହିପରି ଚେନ୍ନାଇରେ ପେଟ୍ରୋଲର ଲିଟର ପିଛା ଦାମ ୧୦୯.୩୪ ଟଙ୍କା ଓ ଡିଜେଲ ୯୯.୪୨ ଟଙ୍କା ରହିଛି । କୋଲକାତାରେ ପେଟ୍ରୋଲ ୪୨ ପଇସା ଓ ଡିଜେଲ ୪୦ ପଇସା ବଢିଛି । ବର୍ଦ୍ଧିତ ଦର ପରେ କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୧୩.୪୫ ଟଙ୍କା ଓ ଡିଜେଲ ୯୩.୨୩ ଟଙ୍କା ହୋଇଛି ।

ଆଜି ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ୨ ପଇସା ଲେଖାଏ ବଢିଛି । ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୧୦.୭୮ ଟଙ୍କା ଓ ଡିଜେଲ ଲିଟର ପିଛା ୧୦୦.୫୩ ଟଙ୍କାରେ ବିକ୍ରି ହେଉଛି । ତେଲ ଦର ହୁ ହୁ ହୋଇ ବଢୁଥିବାରୁ ସବୁ ଜିନିଷ ଉପରେ ଏହାର ପ୍ରଭାବ ପଡୁଛି ।

ତେବେ ଦୀର୍ଘଦିନ ଧରି ଦେଶରେ ତୈଳ୍ୟ ଦର ବଢୁଥିବାରୁ ଏହାକୁ ନେଇ କଂଗ୍ରେସ ନେତା ରାହୁଳ ଗାନ୍ଧି ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ, ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ‘ଜନଧନ ଲୁଟ ଯୋଜନା‘। ସେତେକି ନୁହେଁ ସେ କେଉଁ ଗାଡିରେ ତେଲ ଭର୍ତ୍ତି କଲେ ବର୍ତ୍ତମାନ କେତେ ପଡିବ ଏବଂ ପୂର୍ବେ କେତେ ଥିଲା ତାହାର ଏକ ହିସାବ ଦେଇଛନ୍ତି।

ରାହୁଳ ଗାନ୍ଧୀ ଏ ସବୁ ନିଜ ଟୁଇଟରେ ଉଲ୍ଲେଖ କରିଛନ୍ତି। ଏହାକୁ ନେଇ ବିଜେପି ଟ୍ରୋଲ ବାହିନୀ ଜବାବ ଦେବା ପାଇଁ ଲାଗିପଡିଛନ୍ତି। କେତେକ ବର୍ତ୍ତମାନ ବିଜେପି ଶାସିତ ରାଜ୍ୟରେ ତେଲ ଦର କେତେ ଅଛି ଆଉ କଂଗ୍ରେସ ଶାସିତ ରାଜ୍ୟରେ କେତେ ତାହାର ହିସାବ ଦେଇଛନ୍ତି।

Categories
ବିଶେଷ ଖବର ବ୍ୟବସାୟ

BREAKING: ଓଡିଶା ସରକାର ମଧ୍ୟ ପେଟ୍ରୋଲ ଓ ଡିଜେଲରୁ ହ୍ରାସ କଲେ ଭାଟ

ଭୁବନେଶ୍ବର: ଗତକାଲି କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲରୁ ଟାକ୍ସ ହ୍ରାସ କରିବା ପରେ ଆଜି ଓଡିଶା ମଧ୍ୟ ସେ ଦିଗରେ ପଦକ୍ଷେପ ନେଇଛି। ଓଡିଶାରେ ମଧ୍ୟ ପେଟ୍ରୋଲ ଓ ଡିଜେଲରେ 3 ଟଙ୍କା ଲେଖାଏଁ ଭାଟ ହ୍ରାସ କରାଯାଇଛି। ଏ ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହି ହ୍ରାସ ମୂଲ୍ୟ 5 ତାରିଖ ମଧ୍ୟ ରାତ୍ରୀରୁ ଲାଗୁ ହେବ ବୋଲି ଘୋଷଣା କରାଯାଇଛି।

ଗତକାଲି କେନ୍ଦ୍ର ସରକାର ପେଟ୍ରୋଲରେ 5 ଟଙ୍କା ଏବଂ ଡିଜେଲରେ 10 ଟଙ୍କ ଟାକ୍ସ ଛାଡ କରିଥିଲେ। ଏହାପରେ ପରେ ଆଜି ବିଭିନ୍ନ ରାଜ୍ୟ ସରକାର ମଧ୍ୟ ସେମାନଙ୍କର ଟାକ୍ସ ହ୍ରାସ ଦିଗରେ ପଦକ୍ଷେପ ଗ୍ରହଣ କରିଥିଲେ। ବିଶେଷ କରି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏହି ଟାକ୍ସ ହ୍ରାସ କରିଥିଲେ। ଏହାପରେ ଆଜି ନବୀନ ମଧ୍ୟ ଏ ଦିଗରେ ପଦକ୍ଷେପ ନେଇଛନ୍ତି।

ରାଜ୍ୟରେ ଏହି ଭାଟ ହ୍ରାସ ହେଲେ ପ୍ରତିବର୍ଷ ରାଜସ୍ୱର କ୍ଷତି 1400 କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହା ସହିତ ଭ୍ୟାଟ୍ ସଂଗ୍ରହରେ କ୍ଷତି ହେଉଛି ଲିଟର ପିଛା 1 ଟଙ୍କା 6 ପଇସା ପେଟ୍ରୋଲ ଉପରେ ଏବଂ  ଲିଟର ପିଛା 2 ଟଙ୍କା 8 ପଇସା ଡିଜେଲ ଉପରେ ରହିଛି। ସେହିପରି ଭାରତ ସରକାରଏକ୍ସାଇଜ୍ ଡ୍ୟୁଟି ହ୍ରାସ କଲେ ରାଜ୍ୟ ସମୁଦାୟ 700 କୋଟି ଟଙ୍କା କ୍ଷତି ସହିବ। ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରାୟ 2000 କୋଟି ଟଙ୍କା ବହନ କରିବାର ସମ୍ଭାବନା ରହିଛି। ଏହି ହ୍ରାସ ସହିତ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଦେଶରେ ସର୍ବନିମ୍ନତମ ହେବାର ସମ୍ଭାବନା ରହିଛି।

ଅର୍ଥବ୍ୟବସ୍ଥାକୁ ଆହୁରି ପ୍ରୋତ୍ସାହନ ଦେବା ଲାଗି ଭାରତ ସରକାର ଗତକାଲି ଡିଜେଲ ଏବଂ ପେଟ୍ରୋଲ ଉପରୁ ଉତ୍ପାଦ ଶୁଳ୍କରେ ଜରୁରି ହ୍ରାସ ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ ପାଇବା ଫଳରେ ତୈଳ ଇନ୍ଧନର ଉପଯୋଗ ବୃଦ୍ଧି ପାଇବ ଏବଂ ମୁଦ୍ରାସ୍ଫିତୀ ଚାପ ହ୍ରାସ ପାଇବ।

ଏହାଦ୍ବାରା ଗରିବ ଏବଂ ମଧ୍ୟବିତ୍ତ ବର୍ଗ ଲାଭବାନ ହେବେ। ଆଜିର ନିଷ୍ପତ୍ତି ଦେଶର ସାମଗ୍ରିକ ଆର୍ଥିକ ଚକ୍ରକୁ ଆହୁରି ଗତିଶୀଳ କରିବ ବୋଲି ଆଶା କରାଯାଉଛି। ଉପଭୋକ୍ତାମାନଙ୍କୁ ଆଶ୍ବସ୍ତି ପ୍ରଦାନ ପାଇଁ ପେଟ୍ରୋଲ ଓ ଡିଜେଲ ଉପରେ ଭାଟ୍ ହ୍ରାସ କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟମାନଙ୍କୁ ନିବେଦନ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ପେଟ୍ରୋଲ, ଡିଜେଲ ଶହେ ଟପିଲା, ସିଲିଣ୍ଡର ହଜାରେ କେବେ ଟପିବ ? କେନ୍ଦ୍ରମନ୍ତ୍ରୀଙ୍କୁ କଂଗ୍ରେସର ପ୍ରଶ୍ନ

ଭୁବନେଶ୍ୱର, ଗତ ୨୦୧୪ ରେ କେନ୍ଦ୍ରରେ ମୋଦୀଙ୍କ ନେତୃତ୍ୱରେ ବିଜେପି ସରକାର ଆସିବା ପରଠାରୁ ଗତ ସାତ ବର୍ଷର ଶାସନ ଭିତରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୧୦୦ ଟଙ୍କା ବସିଲା । ଦୁଇଗୁଣ ହେଲା । ଫଳରେ ଦରବୃଦ୍ଧି ୮୦% ଘଟିଛି । ମୁଦ୍ରାସ୍ଥିତି
ଅସ୍ଥିର। ଯାହାଫଳରେ ସବୁବର୍ଗର ଲୋକ ଆଜିର ମହାମାରୀ ସମୟରେ ଖୁବ କଷ୍ଟ ପାଉଛନ୍ତି।

ସେହି ସମୟରେ ଜାଳେଣୀ ଗ୍ୟାସ ସିଲିଣ୍ଡର ପିଛା ଗତ ସାତ ବର୍ଷରେ ୧୦୦% ଅଧିକ ବୃଦ୍ଧି ପାଇଛି । ୧୪ କେଜିଆ ସିଲିଣ୍ଡର ପିଛା ୮୬୧ ଟଙ୍କା ହେଲାଣି । ଚୁଲି ମୁଣ୍ଡରେ ଗୃହିଣୀ ମହିଳାମାନେ ଆଖୁରୁ ଲୁହ ଝରାଇଛନ୍ତି । ଏକଥା କଣ କେନ୍ଦ୍ର ସରକାରରେ ଥିବା ଭାଜାପାର କାହାରି ଆଖିରେ ପଡୁନାହିଁ ? ହୁଏତ ବଡ଼ ଲୋକ, ମନ୍ତ୍ରୀ ଓ ନେତାମାନଙ୍କୁ ବାଧୁ ନଥୁବ ବା ତାଙ୍କ ଆଖିରେ ପଡ଼ୁନଥିବ । ଏବେ ପ୍ରଶ୍ନ ହେଉଛି କେନ୍ଦ୍ର ମନ୍ତ୍ରୀ ଓ ଭା.ଜ.ପାର ନେତାମାନଙ୍କୁ ସିଲିଣ୍ଡର ପିଛା କେବେ ହଜାର ଟଙ୍କା ଟପିବ ?ଏହିପରି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ପଞ୍ଚାନନ କାନୁନଗୋ।

ପେଟ୍ରୋଲ ଟାଙ୍କିରେ ମରାଯାଇଥିବା ବିଜ୍ଞାପନରେ ହସୁଥିବା ମହିଳା ବାଇଗଣ ଟୋକେଇ ଧରି ଛିଡ଼ା ହୋଇଛି । ତା’ଠାରୁ କେବେ ବୁଝିଲେଣି, ମହିଳାଙ୍କ ଘରେ ବାଇଗଣ ରୋଷେଇ ପାଇଁ କେତେ ଅଧିକ ଦେବାକୁ ପଡ଼ୁଛି ? ତା’ ଆଖୁରୁ ଲୁହ ଝରିଲାଣି। ସେହି ଲୁହ କେନ୍ଦ୍ର ସରକାରଙ୍କର ନେତାମାନେ ଘର ଘର ବୁଲି ଭୋଟ ମାଗିଲା ବେଳେ ନିଶ୍ଚୟ ଦେଖିବେ ଓ ଜବାବ ମଧ୍ୟ ପାଇବେ।

କାନୁନ୍‌ଗୋ ରାଜ୍ୟ ସରକାରଙ୍କୁ ମଧ୍ୟ ପ୍ରଶ୍ନ କରିଛନ୍ତି । କେଉଁ ସ୍ବାର୍ଥରେ ରାଜ୍ୟ ସରକାର ହାଣ୍ଡିଶାଳର ଗୃହିଣୀମାନଙ୍କ ଦୁଃଖ ଲାଘବ କରିବା ନିମନ୍ତେ ଯଦକ୍ଷେପ ନେଇନାହାନ୍ତି । କେନ୍ଦ୍ର ବିରୋଧରେ ପଦୁଟିଏ ସ୍ୱର ଉଠାଇନାହାନ୍ତି। ଯେତେବେଳେ ମନମୋହନ ସିଂହଙ୍କ ନେତୃତ୍ବରେ କେନ୍ଦ୍ରରେ ସରକାର ଚାଲିଥିଲା ସବୁ ଦର ଏହାର ଅଧା ହେଲା, ସେ ସମୟରେ ଯେଉଁମାନେ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ, ମୁଣ୍ଡରେ ସିଲିଣ୍ଡର ବୁଲେଇ ପ୍ରଧାନମନ୍ତ୍ରୀଙ୍କ ମୁର୍ଦାବାଦ କରୁଥିଲେ, ସେମାନେ ଆଜି କାହାନ୍ତି ?

ଦିନେ ବି.ଜେ.ଡି, ବି.ଜେ.ପି ୪୦୦ ଟଙ୍କିଆ ସିଲିଣ୍ଡର ମୁଣ୍ଡେଇ ରାସ୍ତାଉପରେ କଂଗ୍ରେସର ପ୍ରଧାନମନ୍ତ୍ରୀଙ୍କ ମୁର୍ଦାବାଦ କରୁଥିଲେ । ଏକଥା କ’ଣ ସେମାନଙ୍କର ମନେ ନାହିଁ ? କେନ୍ଦ୍ର ସରକାର ଏ ମଧ୍ୟରେ ଶୁକ୍ଳ ଓ ସେସ୍ ବାବଦରେ ପେଟ୍ରୋଲିୟମ ପଦାର୍ଥର ବିକ୍ରୟରୁ ପାଖାପାଖି ୭ ଲକ୍ଷ କୋଟି ଟଙ୍କାରୁ ଅଧିକ ଆୟ କରିଛି । ସରକାରୀ କମ୍ପାନୀ କେତେ କଲା, ଆଉ ବନ୍ଧୁ କମ୍ପାନୀ ଆଦାନି, ଅମ୍ବାନୀ କେତେ ନେଲେ ଏ କଥା କେନ୍ଦ୍ର ସରକାର ସାଧାରଣରେ ପ୍ରକାଶ କରିବା ଉଚିତ୍ ଏବଂ ଏହି କମ୍ପାନୀମାନେ ନିର୍ବାଚନ ଦଣ୍ଡ ଜରିଆରେ ଦଳିୟ ପାଣ୍ଠିକୁ କେତେ ଦେଲେ ଏ ସବୁ ସ୍ପଷ୍ଟ ଭାବରେ ଜଣାଇଲେ ଭା,ଜ.ପା ନେତାଙ୍କର ସ୍ଵଚ୍ଛତା ପ୍ରମାଣିତ ହେବ ।

ପଞ୍ଚାନନ କହିଛନ୍ତି ଯେ, ହାଣ୍ଡିଶାଳର ଗୃହିଣୀଙ୍କ ଦୁଃଖ ନ ବୁଝି ଯେଉଁମାନେ ଏ ସବୁ ଦରବୃଦ୍ଧି ଘଟାଇ ଚାଲିଛନ୍ତି ଏବଂ ମହିଳାମାନଙ୍କୁ ଭଣ୍ଡେଇ ଚାଲିଛନ୍ତି ଖୁବ ଶୀଘ୍ର ତା’ର ଉତ୍ତର ପାଇବେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଓଡିଶାରେ ଡିଜେଲ ଦର କେତେ, ତାହା ଜାଣିଲେ ଆପଣଙ୍କର ମୁଣ୍ଡ ଖରାପ ହୋଇଯିବ

ଭୁବନେଶ୍ବର, ହୁହୁ ହୋଇ ବଢିବାରେ ଲାଗିଛି ତୈଳ୍ୟ ଦର। ଏହି କ୍ଷେତ୍ରରେ ଓଡିଶାରେ ମଧ୍ୟ ଅନୁରୂପ ଭାବେ ତେଲ ଦର ବଢିବାରେ ଲାଗିଛି। ଆପଣ ଆଶ୍ଚର୍ଯ୍ୟ ହେବେ ବର୍ତ୍ତମାନ ଓଡିଶାରେ ଡିଜେଲ ଦର ମଧ୍ୟ ଆକାଶ ଛୁଆଁ ହୋଇଯାଇଛି। ସୋମବାର ଦିନ କୋରାପୁଟରେ ଡିଜେଲ ଦର ୧୦୨ ଟଙ୍କା ୧୩ ପଇସା ରହିଛି।

ତା ପୂର୍ବ ଦିନ ଡିଜେଲ ଦର ୯୯ ଟଙ୍କା ୯୩ ପଇସା ରହିଥିବାବେଳେ ସୋମବାରରେ ଏକାଥରେ ୨ ଟଙ୍କା ୨୦ ପଇସା ବଢିଯାଇଛି। ପୂର୍ବରୁ କୋରାପୁଟରେ ଡିଜେଲ ଦର ସବୁବେଳେ ଶହେ ତଳକୁ ରହୁଥିଲା ହେଲେ ହଠାତ ଏତେ ପଇସା ବଢିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଓଡିଶାରେ ପେଟ୍ରୋଲ ପରି ଡିଜେଲ ମଧ୍ୟ ଶତକ ମାରିଛି।

ସେହିପରି ପେଟ୍ରୋଲ ଦର ମଧ୍ୟ ବୃଦ୍ଧି ପାଇଛି। ପୂର୍ବରୁ ପେଟ୍ରୋଲ ୧୦୨ ଟଙ୍କା ରହିଥିବା ବେଳେ ସୋମବାରରେ ୧୦୨ ଟଙ୍କା ୪୩ ପଇସାରେ ପହଞ୍ଚିଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଦେଶରେ ବଢିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର, ହେଲେ 4ଟି ରାଜ୍ୟରେ ହେଲା ଶସ୍ତା, କିପରି ?

ନୂଆଦିଲ୍ଲୀ, ବର୍ତ୍ତମାନ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହୁହୁ ହୋଇ ବଢିବାରେ ଲାଗିଛି। ଯାହାଫଲରେ କେନ୍ଦ୍ର ସରକାର ତାହାକୁ ନିୟନ୍ତ୍ରଣ କରିବାରେ ସମର୍ଥ ହୋଇପାରୁ ନାହାଁନ୍ତି। ଗତ 2 ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ରହିଛି। ହେଲେ ବିଗତ 12 ଦିନ ଧରି ଏହି ଦର ହୁହୁ ହୋଇ ବଢିବାରେ ଲାଗିଛି। ଏପରିକି କେତେକ ସ୍ଥାନରେ ପେଟ୍ରୋଲ ଲିଟର ପିଛା 100 ଟଙ୍କାରେ ପହଁଚିଛି। ତେବେ ବର୍ତ୍ତମାନ ଏହି ବିଭିନ୍ନ ସ୍ଥାନରେ ପ୍ରାୟ 96 ଟଙ୍କାରେ ବିକ୍ରି ହେଉଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ନ ଥିଲେ ମଧ୍ୟ ଭାରତରେ ଏହି ବୃଦ୍ଧି ପାଇବା ଉଦବେଗଜନକ ସ୍ଥିତି ସୃଷ୍ଟି ହୋଇଛି।

ଏହାକୁ ନେଇ ରାଜନୈତିକ ବୟାନବାଜି ଚାଲିଥିଲେ ମଧ୍ୟ ତୈଳ ଦରର ହ୍ରାସ ପାଇବାକୁ ନାଁ ଧରୁ ନାହଁ। ଏହାକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଏବଂ ପେଟ୍ରୋଲିୟମ ମନ୍ତ୍ରୀ ନିଜ ଉପରୁ ଦୋଷ ତୁଟାଇବା ବୟାନ ବାଜି ଦେଉଛନ୍ତି ସିନା ତୈଳ ଦର ହ୍ରାସ କରିବାରେ ପଦକ୍ଷେପ ଗ୍ରହଣ କରୁ ନାହିଁନ୍ତି। ତୈଳ ଦର ବଢିବା ସହିତ ଅନ୍ୟାନ ଦର ମଧ୍ୟ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି ଫଳରେ ସାଧାରଣ ଖାଉଟି ବର୍ତ୍ତମାନ ହନ୍ତସନ୍ତ ହେବାରେ ଲାଗିଛନ୍ତି।

ଦେଶରେ ଏପରି ତୈଳ ଦର ବଢୁଥିବାର ଦୃଷ୍ଟିରେ ରଖି କେତେକ ରାଜ୍ୟ ତେଳ ଉପରୁ ଭାଟ ଛାଡ କରିବା ପାଇଁ ବାଧ୍ୟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଦେଶର ପାଞ୍ଚୋଟି ରାଜ୍ୟ ଏହି ଭାଟ ଛାଡ କରିଛନ୍ତି। ସେହି ରାଜ୍ୟଗୁଡିକ ହେଲା ପଶ୍ଚିମବଙ୍ଗ, ରାଜସ୍ଥାନ, ଆସାମ ଏବଂ ମେଘାଳୟ। ଭାଟ ଛାଡ କରିବା ଦ୍ବାରା ଏହି ପାଞ୍ଚୋଟି ରାଜ୍ୟରେ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲ ହାର ହ୍ରାସ ପାଇଛି।

ପ୍ରଥମେ, ଜାନୁଆରୀ 29 ତାରିଖରେ ରାଜସ୍ଥାନ ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ୍ 38 ପ୍ରତିଶତରୁ 36 ପ୍ରତିଶତକୁ ହ୍ରାସ କରିଥିଲା। ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଭ୍ୟାଟରେ ଲିଟର ପିଛା ଏକ ଟଙ୍କା ହ୍ରାସ କରିବାକୁ ଘୋଷଣା କରିଛନ୍ତି। ଏପ୍ରିଲରେ ପଶ୍ଚିମବଂଗର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ମମତା ଏପରି ଘୋଷଣା କରିଛନ୍ତି ବୋଲି କୁହାଯାଉଛି।

ସେହିପରି ଫେବୃଆରୀ 12 ରେ ଆସାମ ରାଜ୍ୟ ସରକାର ମଧ୍ୟ ଗତ ବର୍ଷ କରୋନା ସଙ୍କଟ ସମୟରେ ଲଗାଯାଇଥିବା 5 ଟଙ୍କା ଅତିରିକ୍ତ ଟିକସକୁ ହଟାଇ ଦେଇଛନ୍ତି। ଆସାମରେ ମଧ୍ୟ ନିର୍ବାଚନ ହେବାକୁ ଯାଉଛି। ଏଥି ସହିତ ମେଘାଳୟ ରାଜ୍ୟରେ ସରକାର ପେଟ୍ରୋଲ ଏବଂ ଡିଜେଲ ଦରରେ ବଡ ହ୍ରାସ କରିଛନ୍ତି। ସେଠାରେ ପେଟ୍ରୋଲ ଉପରେ 7.40 ଏବଂ ଡିଜେଲରେ 7.10 ମୂଲ୍ୟ ହ୍ରାସ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ପ୍ରଥମେ ଲିଟର ପିଛା 2 ଟଙ୍କା ହ୍ରାସ କରାଯାଇଥିଲା, ଏହା ପରେ ପେଟ୍ରୋଲ ଉପରେ ଭାଟ୍ ମଧ୍ୟ 31.62% ରୁ 20% ଏବଂ ଡିଜେଲରେ 22.95% ରୁ 12% କୁ ହ୍ରାସ କରାଯାଇଛି।