Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦେଶରେ ବଢିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର, ହେଲେ 4ଟି ରାଜ୍ୟରେ ହେଲା ଶସ୍ତା, କିପରି ?
ଜାତୀୟ ଖବର

ଦେଶରେ ବଢିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର, ହେଲେ 4ଟି ରାଜ୍ୟରେ ହେଲା ଶସ୍ତା, କିପରି ?

February 22, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସାଧାରଣ ଜନତାଙ୍କୁ ଆଶ୍ଵସ୍ତି ଦେଲା ସରକାରଙ୍କ ଏହି ନିଷ୍ପତ୍ତି

ନୂଆଦିଲ୍ଲୀ, ବର୍ତ୍ତମାନ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହୁହୁ ହୋଇ ବଢିବାରେ ଲାଗିଛି। ଯାହାଫଲରେ କେନ୍ଦ୍ର ସରକାର ତାହାକୁ ନିୟନ୍ତ୍ରଣ କରିବାରେ ସମର୍ଥ ହୋଇପାରୁ ନାହାଁନ୍ତି। ଗତ 2 ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ରହିଛି। ହେଲେ ବିଗତ 12 ଦିନ ଧରି ଏହି ଦର ହୁହୁ ହୋଇ ବଢିବାରେ ଲାଗିଛି। ଏପରିକି କେତେକ ସ୍ଥାନରେ ପେଟ୍ରୋଲ ଲିଟର ପିଛା 100 ଟଙ୍କାରେ ପହଁଚିଛି। ତେବେ ବର୍ତ୍ତମାନ ଏହି ବିଭିନ୍ନ ସ୍ଥାନରେ ପ୍ରାୟ 96 ଟଙ୍କାରେ ବିକ୍ରି ହେଉଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ନ ଥିଲେ ମଧ୍ୟ ଭାରତରେ ଏହି ବୃଦ୍ଧି ପାଇବା ଉଦବେଗଜନକ ସ୍ଥିତି ସୃଷ୍ଟି ହୋଇଛି।

ଏହାକୁ ନେଇ ରାଜନୈତିକ ବୟାନବାଜି ଚାଲିଥିଲେ ମଧ୍ୟ ତୈଳ ଦରର ହ୍ରାସ ପାଇବାକୁ ନାଁ ଧରୁ ନାହଁ। ଏହାକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଏବଂ ପେଟ୍ରୋଲିୟମ ମନ୍ତ୍ରୀ ନିଜ ଉପରୁ ଦୋଷ ତୁଟାଇବା ବୟାନ ବାଜି ଦେଉଛନ୍ତି ସିନା ତୈଳ ଦର ହ୍ରାସ କରିବାରେ ପଦକ୍ଷେପ ଗ୍ରହଣ କରୁ ନାହିଁନ୍ତି। ତୈଳ ଦର ବଢିବା ସହିତ ଅନ୍ୟାନ ଦର ମଧ୍ୟ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି ଫଳରେ ସାଧାରଣ ଖାଉଟି ବର୍ତ୍ତମାନ ହନ୍ତସନ୍ତ ହେବାରେ ଲାଗିଛନ୍ତି।

ଦେଶରେ ଏପରି ତୈଳ ଦର ବଢୁଥିବାର ଦୃଷ୍ଟିରେ ରଖି କେତେକ ରାଜ୍ୟ ତେଳ ଉପରୁ ଭାଟ ଛାଡ କରିବା ପାଇଁ ବାଧ୍ୟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଦେଶର ପାଞ୍ଚୋଟି ରାଜ୍ୟ ଏହି ଭାଟ ଛାଡ କରିଛନ୍ତି। ସେହି ରାଜ୍ୟଗୁଡିକ ହେଲା ପଶ୍ଚିମବଙ୍ଗ, ରାଜସ୍ଥାନ, ଆସାମ ଏବଂ ମେଘାଳୟ। ଭାଟ ଛାଡ କରିବା ଦ୍ବାରା ଏହି ପାଞ୍ଚୋଟି ରାଜ୍ୟରେ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲ ହାର ହ୍ରାସ ପାଇଛି।

ପ୍ରଥମେ, ଜାନୁଆରୀ 29 ତାରିଖରେ ରାଜସ୍ଥାନ ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ୍ 38 ପ୍ରତିଶତରୁ 36 ପ୍ରତିଶତକୁ ହ୍ରାସ କରିଥିଲା। ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଭ୍ୟାଟରେ ଲିଟର ପିଛା ଏକ ଟଙ୍କା ହ୍ରାସ କରିବାକୁ ଘୋଷଣା କରିଛନ୍ତି। ଏପ୍ରିଲରେ ପଶ୍ଚିମବଂଗର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ମମତା ଏପରି ଘୋଷଣା କରିଛନ୍ତି ବୋଲି କୁହାଯାଉଛି।

ସେହିପରି ଫେବୃଆରୀ 12 ରେ ଆସାମ ରାଜ୍ୟ ସରକାର ମଧ୍ୟ ଗତ ବର୍ଷ କରୋନା ସଙ୍କଟ ସମୟରେ ଲଗାଯାଇଥିବା 5 ଟଙ୍କା ଅତିରିକ୍ତ ଟିକସକୁ ହଟାଇ ଦେଇଛନ୍ତି। ଆସାମରେ ମଧ୍ୟ ନିର୍ବାଚନ ହେବାକୁ ଯାଉଛି। ଏଥି ସହିତ ମେଘାଳୟ ରାଜ୍ୟରେ ସରକାର ପେଟ୍ରୋଲ ଏବଂ ଡିଜେଲ ଦରରେ ବଡ ହ୍ରାସ କରିଛନ୍ତି। ସେଠାରେ ପେଟ୍ରୋଲ ଉପରେ 7.40 ଏବଂ ଡିଜେଲରେ 7.10 ମୂଲ୍ୟ ହ୍ରାସ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ପ୍ରଥମେ ଲିଟର ପିଛା 2 ଟଙ୍କା ହ୍ରାସ କରାଯାଇଥିଲା, ଏହା ପରେ ପେଟ୍ରୋଲ ଉପରେ ଭାଟ୍ ମଧ୍ୟ 31.62% ରୁ 20% ଏବଂ ଡିଜେଲରେ 22.95% ରୁ 12% କୁ ହ୍ରାସ କରାଯାଇଛି।

diesel Petrol Hike ଡିଜେଲ ଦର ପେଟ୍ରୋଲ ଦର
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026
Latest News

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.