Categories
ଆଜିର ଖବର ଜାତୀୟ ଖବର

ଲୋକସଭା ନିର୍ବାଚନ ପୂର୍ବରୁ ମୋଦୀ ସରକାରଙ୍କ ବଡ ଉପହାର, ଆଜିଠୁ ଶସ୍ତା ହେଲା ପେଟ୍ରୋଲ ଏବଂ ଡିଜେଲ ଦର

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ମୋଦୀ ସରକାର ଏକ ବଡ ଘୋଷଣା କରିଛନ୍ତି। ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ କରିବାକୁ ସରକାର ଘୋଷଣା କରିଛନ୍ତି। ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୨ ଟଙ୍କା ହ୍ରାସ କରାଯାଇଛି। ଆଜି ସକାଳ ୬ ଟାରୁ ନୂତନ ମୂଲ୍ୟ ଲାଗୁ ହୋଇଛି।

କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ ଟୁଇଟ୍ କରି କହିଛନ୍ତି ଯେ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ୨ ଟଙ୍କା ହ୍ରାସ କରି ଦେଶର ସଫଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ପ୍ରମାଣ କରିଛନ୍ତି ଯେ କୋଟି କୋଟି ଭାରତୀୟ ପରିବାରର କଲ୍ୟାଣ ତଥା ସୁବିଧା ତାଙ୍କର ଲକ୍ଷ୍ୟ।

ସେ କହିଛନ୍ତି ଯେ, ଯେତେବେଳେ ବିଶ୍ୱ କଠିନ ସମୟ ଦେଇ ଗତି କରୁଥିଲା, ବିକଶିତ ତଥା ବିକାଶଶୀଳ ଦେଶମାନଙ୍କରେ ପେଟ୍ରୋଲର ମୂଲ୍ୟ ୫୦-୭୨ ପ୍ରତିଶତ ବୃଦ୍ଧି ପାଇଥିଲା ଏବଂ ଆମ ଆଖପାଖରେ ଥିବା ଅନେକ ଦେଶରେ ପେଟ୍ରୋଲ ଆଉ ଉପଲବ୍ଧ ନଥିଲା, ୧୯୭୩ ପରେ ଆସିଥିବା ୫୦ ବର୍ଷର ସବୁଠାରୁ ବଡ ତୈଳ ସଙ୍କଟ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ହେତୁ ମୋଦୀଙ୍କ ପରିବାର ପ୍ରଭାବିତ ହୋଇନଥିଲେ। ବୃଦ୍ଧି ବଦଳରେ ଭାରତରେ ପେଟ୍ରୋଲ ମୂଲ୍ୟ ଗତ ଅଢେଇ ବର୍ଷରେ ୪.୬୫ ପ୍ରତିଶତ ହ୍ରାସ ପାଇଛି!

ହରଦୀପ ପୁରୀ ଆହୁରି ଲେଖିଛନ୍ତି ଯେ, ଭାରତରେ ଇନ୍ଧନ ଯୋଗାଣ ସ୍ଥିର ରହିଲା, ଶସ୍ତା ମୂଲ୍ୟରେ ରହିଲା ଏବଂ ଆମର ପଦକ୍ଷେପ ମଧ୍ୟ ସବୁଜ ଶକ୍ତି ଆଡକୁ ଗତି କଲା। ଏହାର ଅର୍ଥ ହେଉଛି ଭାରତ ଶକ୍ତି ଉପଲବ୍ଧତା, ସୁଲଭତା ଏବଂ ସ୍ଥିରତା ବଜାୟ ରଖିଛି। ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠାରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ହୋଇନଥିଲା, କିନ୍ତୁ ହ୍ରାସ ପାଇଥିଲା। ଯେଉଁଠାରେ ଆମେ ଆମ ଦେଶବାସୀଙ୍କ ପାଇଁ ତେଲ କିଣିଥିଲୁ। ମୋଦୀ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଆମେ ୨୭ ଟି ଦେଶରୁ ଅଶୋଧିତ ତୈଳ କିଣୁଥିଲୁ, କିନ୍ତୁ ତାଙ୍କ ନେତୃତ୍ୱରେ ଆମେ ଆମ ଦେଶବାସୀଙ୍କୁ ଶସ୍ତା ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ ଯୋଗାଇବା ପାଇଁ ଏହି ପରିସରକୁ ବିସ୍ତାର କରିଥିଲୁ ଏବଂ ବର୍ତ୍ତମାନ ଆବଶ୍ୟକତା ପୂରଣ କରିବା ପାଇଁ ଆମେ ୩୯ଟି ଦେଶରୁ କିଣୁଛୁ।

ଭାରତରେ ପେଟ୍ରୋଲ ମୂଲ୍ୟ ଅନେକ ଦେଶ ତୁଳନାରେ କମ୍ ଅଟେ:

ହରଦୀପ ପୁରୀ ଲେଖିଛନ୍ତି ଯେ, ମାର୍ଚ୍ଚ ୧୪ ତାରିଖ ୨୦୨୪ ରେ ଭାରତରେ ପେଟ୍ରୋଲ ଲିଟର ପିଛା ହାରାହାରି ୯୪ ଟଙ୍କା ଅଟେ. କିନ୍ତୁ ଇଟାଲୀରେ ଏହା ୧୬୮.୦୧ ଅର୍ଥାତ୍ ୭୯% ଅଧିକ, ଫ୍ରାନ୍ସରେ୧୬୬.୮୭, ଜର୍ମାନୀରେ ମୂଲ୍ୟ ୧୫୯.୫୭ ଅର୍ଥାତ୍ ୭୦% ଅଧିକ ଏବଂ ସ୍ପେନରେ ୧୪୫.୧୩ ଅର୍ଥାତ୍ ୫୪% ଅଧିକ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ବ୍ୟବସାୟ

ପାକିସ୍ତାନରେ ନୂତନ ସରକାର ଗଠନ ପୂର୍ବରୁ ସାଧାରଣ ଜନତାଙ୍କୁ ଝଟକା: ଡିଜେଲ, ପେଟ୍ରୋଲ ଏବଂ ଗ୍ୟାସ ଦର ବୃଦ୍ଧି

ନୂଆଦିଲ୍ଲୀ: ଫେବୃଆରୀ ୮ ତାରିଖରେ ପାକିସ୍ତାନରେ ଅନୁଷ୍ଠିତ ନିର୍ବାଚନ ପରେ ଏପର୍ଯ୍ୟନ୍ତ ନୂତନ ସରକାର ଗଠନ ହୋଇନାହିଁ। କାମଚଳା ସରକାର ପୁଣି ଥରେ ଲୋକଙ୍କ ଉପରେ ମହଙ୍ଗା ବୋଝ ଲଦିଦେଇଛି। ମୁଦ୍ରାସ୍ଫୀତି କାରଣରୁ ପାକିସ୍ତାନୀ ଲୋକଙ୍କ ଅଣ୍ଟା ଭାଙ୍ଗି ଯାଇଛି। ପେଟ୍ରୋଲ ଏବଂ ଡିଜେଲ ସହିତ ସରକାର ପୁଣି ଥରେ ଏଲପିଜି ମୂଲ୍ୟ ବୃଦ୍ଧି କରିଛନ୍ତି।

ପାକିସ୍ତାନୀ ଖବରକାଗଜ ଡନ୍ ଅନୁଯାୟୀ, ସେଠାରେ ଥିବା ସରକାର ପେଟ୍ରୋଲର ମୂଲ୍ୟ ୨.୭୩ ଟଙ୍କା ଏବଂ ଡିଜେଲର ମୂଲ୍ୟ ୮.୩୭ ଟଙ୍କା ବୃଦ୍ଧି କରିଛନ୍ତି। ଗୁରୁବାର ରାତିରେ ମୂଲ୍ୟ ବୃଦ୍ଧି ସମ୍ପର୍କରେ ପାକିସ୍ତାନ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ପାକିସ୍ତାନ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆସନ୍ତା ଚାଳିଶ ଦିନ ପାଇଁ ଏହି ଜରୁରୀ ଦ୍ରବ୍ୟର ମୂଲ୍ୟ ବୃଦ୍ଧି କରାଯାଇଛି। ଫେବୃଆରୀ ୧୬ ତାରିଖରୁ ପାକିସ୍ତାନରେ ପେଟ୍ରୋଲ ଦର ୨୭୫.୬୫ ଟଙ୍କା ଏବଂ ହାଇ ସ୍ପିଡ ଡିଜେଲ ଲିଟର ପିଛା ୨୮୭.୩୩ ଟଙ୍କା ହୋଇଛି। ଏହାପୂର୍ବରୁ ପାକିସ୍ତାନରେ ପେଟ୍ରୋଲ ୨୭୨.୮୯ ଟଙ୍କାରେ ବିକ୍ରି ହେଉଥିବାବେଳେ ଡିଜେଲ ଲିଟର ପିଛା ୨୭୮.୯୬ ଟଙ୍କାରେ ବିକ୍ରି ହେଉଥିଲା।

Categories
ଆଜିର ଖବର ଜାତୀୟ ଖବର ବଜେଟ ୨୦୨୪ ବ୍ୟବସାୟ

୧୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇପାରେ ପେଟ୍ରୋଲ ଓ ଡିଜେଲ: ୧ ବର୍ଷରେ ୧୫% କମିଲା ଅଶୋଧିତ ତୈଳ ଦର

ନୂଆଦିଲ୍ଲୀ: ତୃତୀୟ ତ୍ରୈମାସିକ ଫଳାଫଳ ପ୍ରକାଶ ପାଇବା ପରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନିଗୁଡ଼ିକ ଲୋକସଭା ନିର୍ବାଚନ ପୂର୍ବରୁ ଫେବ୍ରୁଆରିରେ ପେଟ୍ରୋଲ ଓ ଡିଜେଲ ଦର ୧୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିପାରନ୍ତି। ଏହାର କାରଣ ହେଉଛି ବର୍ଷକ ମଧ୍ୟରେ ଅଶୋଧିତ ତୈଳ ଦର ପ୍ରାୟ ୧୫% ହ୍ରାସ ପାଇଛି। ଏହା ସହିତ ତୃତୀୟ ତ୍ରୈମାସରେ ତିନି ସରକାରୀ ତୈଳ ବିପଣନ କମ୍ପାନୀର ନିଟ୍ ଲାଭ ୭୫,୦୦୦ କୋଟି ଟଙ୍କା ଅତିକ୍ରମ କରିବାର ସମ୍ଭାବନା ରହିଛି।

ତୈଳ କମ୍ପାନିଗୁଡ଼ିକ ଲିଟର ପିଛା ୧୦ ଟଙ୍କା ରୋଜଗାର କରୁଛନ୍ତି

ରିପୋର୍ଟ ଅନୁଯାୟୀ, ତୈଳ ବିପଣନ କମ୍ପାନୀଗୁଡ଼ିକ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲ ଉପରେ ଲିଟର ପିଛା ପ୍ରାୟ ୧୦ ଟଙ୍କା ରୋଜଗାର କରୁଛନ୍ତି, ଯାହା ସେମାନେ ଗ୍ରାହକଙ୍କୁ ଦେଇପାରିବେ। ଶେଷଥର ପାଇଁ ତୈଳ କମ୍ପାନୀଗୁଡ଼ିକ ଏପ୍ରିଲ ୨୦୨୨ରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିଥିଲେ।

ବର୍ତ୍ତମାନ ଦେଶର ଅଧିକାଂଶ ସ୍ଥାନରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୦ ଟଙ୍କା ଉପରେ ରହିଛି। ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିବାର ଏହି ପଦକ୍ଷେପ ମୁଦ୍ରାସ୍ଫୀତି ହ୍ରାସ କରିବାରେ ସହାୟକ ହୋଇପାରେ ଏବଂ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ଗୁରୁତ୍ୱପୂର୍ଣ୍ଣ ହୋଇପାରେ।

ପ୍ରଥମ ତ୍ରୈମାସରେ ମିଳିତ ନିଟ୍ ଲାଭ ୫୭,୦୯୧.୮୭ କୋଟି ଟଙ୍କା

ଇଣ୍ଡିଆନ୍ ଅଏଲ୍ (ଆଇଓସି), ଭାରତ ପେଟ୍ରୋଲିୟମ୍ କର୍ପୋରେସନ୍ (ବିପିସିଏଲ୍) ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ୍ (ଏଚ୍ପିସିଏଲ୍)ର ପ୍ରମୋଟର ଏବଂ ସଂଖ୍ୟାଗରିଷ୍ଠ ଅଂଶୀଦାର ହେଉଛନ୍ତି ସରକାର। ବର୍ତ୍ତମାନ ସୁଦ୍ଧା ୨୦୨୩-୨୪ ର ପ୍ରଥମାର୍ଦ୍ଧରେ ଏହି ତିନି କମ୍ପାନୀର ମିଳିତ ନିଟ୍ ଲାଭ ୫୭,୦୯୧.୮୭ କୋଟି ଟଙ୍କା ରହିଛି। ଏଚପିସିଏଲ ଜାନୁଆରି ୨୭ରେ ଏହାର ତୃତୀୟ ତ୍ରୈମାସିକ ଫଳାଫଳ ଘୋଷଣା କରିବ ବୋଲି ଘୋଷଣା କରିଥିବାବେଳେ ଅନ୍ୟ ଦୁଇଟି କମ୍ପାନୀ ସମାନ ସମୟରେ ଫଳାଫଳ ଘୋଷଣା କରିପାରନ୍ତି।

ଅଶୋଧିତ ତୈଳ ଦର ହ୍ରାସ ଯୋଗୁଁ ତୈଳ କମ୍ପାନିଗୁଡ଼ିକର ଲାଭ ବଢ଼ିଛି

ଜୁଲାଇ ୨୦୨୨ରେ ଭାରତୀୟ ବାସ୍କେଟର ହାରାହାରି ତୈଳ ଦର ହ୍ରାସ ପାଇବା ଆରମ୍ଭ କରିଥିଲା ଏବଂ ଅଗଷ୍ଟ ୨୦୨୨ରେ ୧୦୦ ଡଲାର (ବ୍ୟାରେଲ ପିଛା ୯୭.୪ ଡଲାର) ତଳକୁ ଖସି ଆସିଥିଲା। ମାର୍ଚ୍ଚ ୨୦୨୩ ସୁଦ୍ଧା ଏହା ୭୮.୫୪ ଡଲାରକୁ ଖସି ଆସିଥିଲା ଏବଂ ୨୦୨୩-୨୪ – ସେପ୍ଟେମ୍ବର ୨୦୨୩ (୯୩.୫୪ ଡଲାର) ଏବଂ ଅକ୍ଟୋବର ୨୦୨୩ (୯୦.୦୮ ଡଲାର) ଦୁଇ ମାସକୁ ବାଦ୍ ଦେଲେ – ଏହା କେବେ ବି ୯୦ ଡଲାରରୁ ଅଧିକ ହୋଇନଥିଲା, ଯାହା ଓଏମସିମାନଙ୍କୁ ପ୍ରଥମ ଦୁଇ ତ୍ରୈମାସରେ ଭଲ ନିଟ୍ ଲାଭ କରିବାରେ ସାହାଯ୍ୟ କରିଥିଲା।

ସେପ୍ଟେମ୍ବର ୨୦୨୩ ପରଠାରୁ ତୈଳ ଦର ହ୍ରାସ ପାଇଛି – ନଭେମ୍ବରରେ ବ୍ୟାରେଲ ପିଛା ୮୩.୪୬ ଡଲାର ଏବଂ ଡିସେମ୍ବର ୨୦୨୩ରେ ୭୭.୪୨ ଡଲାର। ଏପରିକି ଚଳିତ ମାସ (ଜାନୁଆରୀ ୨୦୨୪)ରେ ୧୫ ଦିନର ହାରାହାରି ବ୍ୟାରେଲ ପିଛା ୭୭.୮ ଡଲାର ରହିଛି।

ପେଟ୍ରୋଲ ଓ ଡିଜେଲ ଉପରେ ସରକାର ଆଦାୟ କରୁଛନ୍ତି ମୋଟା ଅଙ୍କର ଟିକସ

ଆମ ଦେଶରେ ପେଟ୍ରୋଲ ଓ ଡିଜେଲର ମୂଳ ମୂଲ୍ୟ ୫୭ ଟଙ୍କା ପାଖାପାଖି ରହିଛି। କିନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାର ଏହା ଉପରେ ଟିକସ ଲଗାଇ ୧୦୦ ଟଙ୍କାକୁ ଆଣିଛନ୍ତି। ଏହା ଉପରେ କେନ୍ଦ୍ର ସରକାର ୧୯ ଟଙ୍କା ୯୦ ପଇସା ଉତ୍ପାଦ ଶୁଳ୍କ ଆଦାୟ କରୁଛନ୍ତି। ଏହାପରେ ରାଜ୍ୟ ସରକାରମାନେ ଏହା ଉପରେ ସେହି ଅନୁଯାୟୀ ଭାଟ୍ ଓ ସେସ୍ ଆଦାୟ କରନ୍ତି, ଯାହା ପରେ ଏହାର ମୂଲ୍ୟ ମୂଳ ମୂଲ୍ୟଠାରୁ ୨ ଗୁଣ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ।

ଭାରତରେ କିପରି ନିର୍ଦ୍ଧାରଣ କରାଯାଏ ପେଟ୍ରୋଲ ଓ ଡିଜେଲ ଦର?

ଜୁନ୍ ୨୦୧୦ ପର୍ଯ୍ୟନ୍ତ ସରକାର ପେଟ୍ରୋଲ ଦର ନିର୍ଦ୍ଧାରଣ କରୁଥିଲେ ଏବଂ ପ୍ରତି ୧୫ ଦିନରେ ଏହାକୁ ପରିବର୍ତ୍ତନ କରୁଥିଲେ। ୨୦୧୦ ଜୁନ୍ ୨୬ ପରେ ସରକାର ପେଟ୍ରୋଲ ଦର ତୈଳ କମ୍ପାନିଗୁଡ଼ିକ ଉପରେ ଛାଡ଼ି ଦେଇଥିଲେ। ସେହିପରି ୨୦୧୪ ଅକ୍ଟୋବର ପର୍ଯ୍ୟନ୍ତ ଡିଜେଲ ଦର ମଧ୍ୟ ସରକାର ନିର୍ଦ୍ଧାରଣ କରୁଥିଲେ। ୨୦୧୪ ଅକ୍ଟୋବର ୧୯ତାରିଖରୁ ସରକାର ତୈଳ କମ୍ପାନିଗୁଡ଼ିକୁ ଏହି କାମ ହସ୍ତାନ୍ତର କରିଥିଲେ।

ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର, ବିନିମୟ ହାର, ଟିକସ, ପେଟ୍ରୋଲ ଓ ଡିଜେଲର ପରିବହନ ଖର୍ଚ୍ଚ ଏବଂ ଅନ୍ୟାନ୍ୟ ଅନେକ ଜିନିଷକୁ ଦୃଷ୍ଟିରେ ରଖି ତୈଳ କମ୍ପାନୀଗୁଡ଼ିକ ପ୍ରତିଦିନ ପେଟ୍ରୋଲ ଏବଂ ଡିଜେଲ ଦର ନିର୍ଦ୍ଧାରଣ କରିଥାନ୍ତି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଦେଶରେ ବଢିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର, ହେଲେ 4ଟି ରାଜ୍ୟରେ ହେଲା ଶସ୍ତା, କିପରି ?

ନୂଆଦିଲ୍ଲୀ, ବର୍ତ୍ତମାନ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହୁହୁ ହୋଇ ବଢିବାରେ ଲାଗିଛି। ଯାହାଫଲରେ କେନ୍ଦ୍ର ସରକାର ତାହାକୁ ନିୟନ୍ତ୍ରଣ କରିବାରେ ସମର୍ଥ ହୋଇପାରୁ ନାହାଁନ୍ତି। ଗତ 2 ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ରହିଛି। ହେଲେ ବିଗତ 12 ଦିନ ଧରି ଏହି ଦର ହୁହୁ ହୋଇ ବଢିବାରେ ଲାଗିଛି। ଏପରିକି କେତେକ ସ୍ଥାନରେ ପେଟ୍ରୋଲ ଲିଟର ପିଛା 100 ଟଙ୍କାରେ ପହଁଚିଛି। ତେବେ ବର୍ତ୍ତମାନ ଏହି ବିଭିନ୍ନ ସ୍ଥାନରେ ପ୍ରାୟ 96 ଟଙ୍କାରେ ବିକ୍ରି ହେଉଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇ ନ ଥିଲେ ମଧ୍ୟ ଭାରତରେ ଏହି ବୃଦ୍ଧି ପାଇବା ଉଦବେଗଜନକ ସ୍ଥିତି ସୃଷ୍ଟି ହୋଇଛି।

ଏହାକୁ ନେଇ ରାଜନୈତିକ ବୟାନବାଜି ଚାଲିଥିଲେ ମଧ୍ୟ ତୈଳ ଦରର ହ୍ରାସ ପାଇବାକୁ ନାଁ ଧରୁ ନାହଁ। ଏହାକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଏବଂ ପେଟ୍ରୋଲିୟମ ମନ୍ତ୍ରୀ ନିଜ ଉପରୁ ଦୋଷ ତୁଟାଇବା ବୟାନ ବାଜି ଦେଉଛନ୍ତି ସିନା ତୈଳ ଦର ହ୍ରାସ କରିବାରେ ପଦକ୍ଷେପ ଗ୍ରହଣ କରୁ ନାହିଁନ୍ତି। ତୈଳ ଦର ବଢିବା ସହିତ ଅନ୍ୟାନ ଦର ମଧ୍ୟ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି ଫଳରେ ସାଧାରଣ ଖାଉଟି ବର୍ତ୍ତମାନ ହନ୍ତସନ୍ତ ହେବାରେ ଲାଗିଛନ୍ତି।

ଦେଶରେ ଏପରି ତୈଳ ଦର ବଢୁଥିବାର ଦୃଷ୍ଟିରେ ରଖି କେତେକ ରାଜ୍ୟ ତେଳ ଉପରୁ ଭାଟ ଛାଡ କରିବା ପାଇଁ ବାଧ୍ୟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଦେଶର ପାଞ୍ଚୋଟି ରାଜ୍ୟ ଏହି ଭାଟ ଛାଡ କରିଛନ୍ତି। ସେହି ରାଜ୍ୟଗୁଡିକ ହେଲା ପଶ୍ଚିମବଙ୍ଗ, ରାଜସ୍ଥାନ, ଆସାମ ଏବଂ ମେଘାଳୟ। ଭାଟ ଛାଡ କରିବା ଦ୍ବାରା ଏହି ପାଞ୍ଚୋଟି ରାଜ୍ୟରେ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲ ହାର ହ୍ରାସ ପାଇଛି।

ପ୍ରଥମେ, ଜାନୁଆରୀ 29 ତାରିଖରେ ରାଜସ୍ଥାନ ପେଟ୍ରୋଲ ଏବଂ ଡିଜେଲ ଉପରେ ଭାଟ୍ 38 ପ୍ରତିଶତରୁ 36 ପ୍ରତିଶତକୁ ହ୍ରାସ କରିଥିଲା। ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଭ୍ୟାଟରେ ଲିଟର ପିଛା ଏକ ଟଙ୍କା ହ୍ରାସ କରିବାକୁ ଘୋଷଣା କରିଛନ୍ତି। ଏପ୍ରିଲରେ ପଶ୍ଚିମବଂଗର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ମମତା ଏପରି ଘୋଷଣା କରିଛନ୍ତି ବୋଲି କୁହାଯାଉଛି।

ସେହିପରି ଫେବୃଆରୀ 12 ରେ ଆସାମ ରାଜ୍ୟ ସରକାର ମଧ୍ୟ ଗତ ବର୍ଷ କରୋନା ସଙ୍କଟ ସମୟରେ ଲଗାଯାଇଥିବା 5 ଟଙ୍କା ଅତିରିକ୍ତ ଟିକସକୁ ହଟାଇ ଦେଇଛନ୍ତି। ଆସାମରେ ମଧ୍ୟ ନିର୍ବାଚନ ହେବାକୁ ଯାଉଛି। ଏଥି ସହିତ ମେଘାଳୟ ରାଜ୍ୟରେ ସରକାର ପେଟ୍ରୋଲ ଏବଂ ଡିଜେଲ ଦରରେ ବଡ ହ୍ରାସ କରିଛନ୍ତି। ସେଠାରେ ପେଟ୍ରୋଲ ଉପରେ 7.40 ଏବଂ ଡିଜେଲରେ 7.10 ମୂଲ୍ୟ ହ୍ରାସ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ପ୍ରଥମେ ଲିଟର ପିଛା 2 ଟଙ୍କା ହ୍ରାସ କରାଯାଇଥିଲା, ଏହା ପରେ ପେଟ୍ରୋଲ ଉପରେ ଭାଟ୍ ମଧ୍ୟ 31.62% ରୁ 20% ଏବଂ ଡିଜେଲରେ 22.95% ରୁ 12% କୁ ହ୍ରାସ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

କ୍ରମାଗତ ସପ୍ତମ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଦର ବଢିଲା

ନୂଆଦିଲ୍ଲୀ : କ୍ରମାଗତ ସପ୍ତମ ଦିନ ପାଇଁ ମହଙ୍ଗା ହୋଇଛି ପେଟ୍ରୋଲ ଓ ଡିଜେଲ । ପେଟ୍ରୋଲ ଦାମରେ 59 ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ଦାମ୍‌ରେ 61 ପଇସା ବୃଦ୍ଧି ପାଇଛି । ସ୍ଥାନୀୟ ବ୍ରିକି ଅନୁଯାୟୀ ବିଭିନ୍ନ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ଦର ଅଲଗା ଅଲଗା ରହିଛି। ଗତ ଛଅ ଦିନରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା 3.31 ଟଙ୍କା ଏବଂ ଡିଜେଲର ମୂଲ୍ୟ 3.42 ଟଙ୍କାକୁ ବୃଦ୍ଧି କରାଯାଇଛି। ଓଡିଶାରେ ପେଟ୍ରୋଲ ଲିଟର ପିଛା ମୂଲ୍ୟ ଆଜି 75.07 ଟଙ୍କା ରହିଛି ।(ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ପୁନର୍ବାର ବଢିଲା ପେଟ୍ରୋଲ ଓ ଡିଜେଲ୍‌ ଦର

ନୂଆଦିଲ୍ଲୀ : କରୋନା କାରଣରୁ ଅର୍ଥନୀତି ଦୁସ୍ଥିତି ମଧ୍ୟରେ ଗତି କରୁଥିବା ବେଳେ ସାଧାରଣ ଜନତା ପୁଣି ଥରେ ମହଙ୍ଗା ମାଡର ଶିକାର ହୋଇଛନ୍ତି । ମଙ୍ଗଳବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ଘଟାଯାଇଛି । ପେଟ୍ରୋଲ ଲିଟର ପିଛା 54 ପଇସା ଏବଂ ଡିଜେଲ ଲିଟର ପିଛା 58 ପଇସା ବୃଦ୍ଧି ଘଟାଯାଇଛି । ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପେଟ୍ରୋଲ ଓ ଡିଜେଲ ଉପରେ ଅତିରିକ୍ତ ଟିକସ୍‌ ଲାଗୁ କରିଥିଲେ । ତେବେ ଏହାର ପ୍ରଭାବ ସାଧାରଣ ଖାଉଟିଙ୍କ ଉପରେ ପଡିନଥିବା ବେଳେ ମଙ୍ଗଳବାରର ମୂଲ୍ୟ ବୃଦ୍ଧିକୁ ସମାଲୋଚନା କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ପେଟ୍ରୋଲ ଏବଂ ଡିଜେଲ୍‌ ଉପରେ ଟିକସ୍‌ ବୃଦ୍ଧି କଲେ କେନ୍ଦ୍ର ସରକାର : ଜାଣନ୍ତୁ ସାଧାରଣ ଲୋକଙ୍କ ଉପରେ ଏହାର ପ୍ରଭାବ

ନୂଆଦିଲ୍ଲୀ : ପେଟ୍ରୋଲ ଏବଂ ଡିଜେଲ୍‌ ଉପରେ ଟିକସ୍‌ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏହି ଶୁଳ୍କ ବୃଦ୍ଧି କାରଣରୁ ପେଟ୍ରୋଲ 10 ଟଙ୍କା ଏବଂ ଡିଜେଲ୍‌ 13 ଟଙ୍କା ମହଙ୍ଗା ହେବ । ତେବେ ସାଧାରଣ ଗ୍ରାହକ ଏହା ଦ୍ବାରା ପ୍ରଭାବିତ ହେବେ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି । ପେଟ୍ରୋଲ ଟାଙ୍କିରେ ତୈଳ ଦରରେ କୌଣସି ପରିବର୍ତ୍ତନ ହେବ ନାହିଁ । ପ୍ରବର୍ତ୍ତନ ଶୁଳ୍କ ଉପରେ କରାଯାଇଥିବା ଏହି ବୃଦ୍ଧି ତିନି ତୈଳ କମ୍ପାନୀ ଇଣ୍ଡିଆନ୍‌ ଅଏଲ୍‌ କର୍ପ, ବିପିସିଏଲ୍‌ ଏବଂ ଏଚ୍‌ପିସିଏଲ୍‌ ବହନ କରିବେ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସରକାରଙ୍କ ଏହି ପ୍ରୟାସ ଦ୍ବାରା ସରକାର ପ୍ରାୟ 1.6 ଲକ୍ଷ କୋଟିର ଫାଇଦା ହାସଲ କରିପାରିବେ ବୋଲି ଜଣାପଡିଛି ।

ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ଅଶୋଧିତ ତୈଳର ମୂଲ୍ୟ ସର୍ବନିମ୍ନ ସ୍ତରରେ ରହିଛି । ଫଳରେ ଗ୍ରାହକଙ୍କୁ ଶସ୍ତା ଦରରେ ତୈଳ ମିଳିବା ଉଚିତ୍‌ । ମାତ୍ର ପ୍ରବର୍ତ୍ତନ ଶୁଳ୍କ ଲାଗୁ କରି ସରକାର ଉକ୍ତ ଅର୍ଥ ତୈଳ କମ୍ପାନୀଙ୍କ ଠାରୁ ହାସଲ କରୁଛନ୍ତି ଏବଂ ସାଧାରଣ ଜନତା ପୂର୍ବ ରେଟ୍‌ରେ ତୈଳ କିଣୁଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ପେଟ୍ରୋଲ ଓ ଡିଜେଲ ଉପରେ 30 ପ୍ରତିଶତର ଅତିରିକ୍ତ ଟିକସ ଲଗାଇଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ : ମଦ ଉପରେ ସ୍ବତନ୍ତ୍ର କରୋନା ଫି ଲାଗୁ କରିବା ପରେ ଦିଲ୍ଲୀ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ମଧ୍ୟ ଅତିରିକ୍ତ ଟିକସ ଲାଗୁ କରିଛନ୍ତି । ସୋମବାର ମଧ୍ୟରାତ୍ରରୁ ପେଟ୍ରୋଲ ଏବଂ ଡିଜେଲ ଉପରେ 30 ପ୍ରତିଶତର ଭ୍ୟାଟ୍‌ ଲାଗୁ କରାଯାଇଛି । ମଦ ଉପରେ 70 ପ୍ରତିଶତର କରୋନା ଫି ଲାଗୁ କରିବା ପରେ ଆଜିଠାରୁ ପେଟ୍ରୋଲ ଏବଂ ଡିଜେଲ ଉପରେ ମଧ୍ୟ ଅତିରିକ୍ତ ଟିକସ ଲାଗୁ କରାଯାଇଛି । ଏହି ଅତିରିକ୍ତ ଟିକସ୍‌ ଲାଗୁ କରାଯିବା ପରେ ପେଟ୍ରୋଲର ମୂଲ୍ୟ 71.26 ଟଙ୍କା ରହିଥିବା ବେଳେ ଡିଜେଲ୍‌ର ମୂଲ୍ୟ 69.39 ପଇସା ରହିଛି । କରୋନା ପ୍ରଭାବରେ ଦେଖାଦେଇଥିବା ଅର୍ଥନୈତିକ ସଙ୍କଟର ମୁକାବିଲା ପାଇଁ କେଜ୍ରିଓ୍ବାଲ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି । (ଏଜେନ୍ସି)

Categories
ଆଜିର ଖବର

ଆସନ୍ତା ବର୍ଷରୁ ଡିଜେଲ ଯାନ ବନ୍ଦ କରିବ ମାରୁତି ସୁଜୁକି

ଆସନ୍ତା ବର୍ଷ ଏପ୍ରିଲ୍‌ ତାରିଖରୁ ଡିଜେଲ ଯାନ ବନ୍ଦ କରିବ ଦେଶର ଏକ ନମ୍ବର କମ୍ପାନୀ ମାରୁତି ସୁଜୁକି। ଆସନ୍ତା ବର୍ଷ ଏପ୍ରିଲ ୧ ତାରିଖରୁ ବିଏସ୍‌ ୬ ପ୍ରଦୂଷଣ ନିୟମ ଲାଗୁ ହେବା ପରେ କମ୍ପାନୀ ଡିଜେଲ ଚାଳିତ ଯାନ ବନ୍ଦ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଡିଜେଲ ଇଞ୍ଜିନ୍‌ର ମୂଲ୍ୟ ବୃଦ୍ଧି ହେଉଥିବାରୁ କମ୍ପାନୀ ଏହି ନିଷ୍ପତ୍ତି ନେଉଛି। ଏନେଇ ସହଯୋଗୀ କମ୍ପାନୀ ସୁଜୁକି ସହିତ ଆଲୋଚନା ଚାଲିଛି। ଏହି ଯାନ ପରିବର୍ତ୍ତେ ସିଏନ୍‌ଜି ଏବଂ ଅନ୍ୟାନ୍ୟ ହାଇବ୍ରିଡ୍‌ ଇନ୍ଧନରେ ଚାଲି ପାରୁଥିବା ଗାଡି ଉପରେ କମ୍ପାନୀ ନିବେଶ କରିବ ବୋଲି ଜଣାପଡିଛି।