ପେଟ୍ରୋଲ ଏବଂ ଡିଜେଲ୍‌ ଉପରେ ଟିକସ୍‌ ବୃଦ୍ଧି କଲେ କେନ୍ଦ୍ର ସରକାର : ଜାଣନ୍ତୁ ସାଧାରଣ ଲୋକଙ୍କ ଉପରେ ଏହାର ପ୍ରଭାବ

Published: May 6, 2020, 1:05 pm IST

ନୂଆଦିଲ୍ଲୀ : ପେଟ୍ରୋଲ ଏବଂ ଡିଜେଲ୍‌ ଉପରେ ଟିକସ୍‌ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏହି ଶୁଳ୍କ ବୃଦ୍ଧି କାରଣରୁ ପେଟ୍ରୋଲ 10 ଟଙ୍କା ଏବଂ ଡିଜେଲ୍‌ 13 ଟଙ୍କା ମହଙ୍ଗା ହେବ । ତେବେ ସାଧାରଣ ଗ୍ରାହକ ଏହା ଦ୍ବାରା ପ୍ରଭାବିତ ହେବେ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ପ୍ରଦାନ କରାଯାଇଛି । ପେଟ୍ରୋଲ ଟାଙ୍କିରେ ତୈଳ ଦରରେ କୌଣସି ପରିବର୍ତ୍ତନ ହେବ ନାହିଁ । ପ୍ରବର୍ତ୍ତନ ଶୁଳ୍କ ଉପରେ କରାଯାଇଥିବା ଏହି ବୃଦ୍ଧି ତିନି ତୈଳ କମ୍ପାନୀ ଇଣ୍ଡିଆନ୍‌ ଅଏଲ୍‌ କର୍ପ, ବିପିସିଏଲ୍‌ ଏବଂ ଏଚ୍‌ପିସିଏଲ୍‌ ବହନ କରିବେ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସରକାରଙ୍କ ଏହି ପ୍ରୟାସ ଦ୍ବାରା ସରକାର ପ୍ରାୟ 1.6 ଲକ୍ଷ କୋଟିର ଫାଇଦା ହାସଲ କରିପାରିବେ ବୋଲି ଜଣାପଡିଛି ।

ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ଅଶୋଧିତ ତୈଳର ମୂଲ୍ୟ ସର୍ବନିମ୍ନ ସ୍ତରରେ ରହିଛି । ଫଳରେ ଗ୍ରାହକଙ୍କୁ ଶସ୍ତା ଦରରେ ତୈଳ ମିଳିବା ଉଚିତ୍‌ । ମାତ୍ର ପ୍ରବର୍ତ୍ତନ ଶୁଳ୍କ ଲାଗୁ କରି ସରକାର ଉକ୍ତ ଅର୍ଥ ତୈଳ କମ୍ପାନୀଙ୍କ ଠାରୁ ହାସଲ କରୁଛନ୍ତି ଏବଂ ସାଧାରଣ ଜନତା ପୂର୍ବ ରେଟ୍‌ରେ ତୈଳ କିଣୁଛନ୍ତି । (ଏଜେନ୍ସି)

Related posts